Signs of strong personality: ସେହି ୯ ସଂକେତ ଯାହା ଆପଣଙ୍କ ଶକ୍ତିଶାଳୀ ବ୍ୟକ୍ତିତ୍ୱର କଥା କୁହେ,ଜାଣନ୍ତୁ କ’ଣ ସେସବୁ
Advertisement

Signs of strong personality: ସେହି ୯ ସଂକେତ ଯାହା ଆପଣଙ୍କ ଶକ୍ତିଶାଳୀ ବ୍ୟକ୍ତିତ୍ୱର କଥା କୁହେ,ଜାଣନ୍ତୁ କ’ଣ ସେସବୁ

  ସାଧାରଣତଃ ପ୍ରଭାବଶାଳୀ ବା ଶକ୍ତିଶାଳୀ ବ୍ୟକ୍ତିତ୍ୱ ସମସ୍ତଙ୍କୁ ନିଜ ପଟକୁ ଟାଣିଥାଏ । ସେମାନେ ଭିଡର ଆକର୍ଷଣର କେନ୍ଦ୍ର ବିନ୍ଦୁ ହୋଇଥିବା ବେଳେ ଅନ୍ୟମାନେ ସେମାନଙ୍କୁ ଭୟ କରନ୍ତି କିମ୍ବା ଇର୍ଷ୍ୟା କରନ୍ତି । ଆଜି ଆମେ ଆପଣଙ୍କୁ ଶକ୍ତିଶାଳୀ ବ୍ୟକ୍ତିତ୍ୱର ଏମିତି ୯ ସଂକେତ ବାବଦରେ କହିବୁ ଯାହା ଆପଣଙ୍କୁ ଅନ୍ୟମାନଙ୍

SOCIAL MEDIA

Signs of strong personality : 

ସାଧାରଣତଃ ପ୍ରଭାବଶାଳୀ ବା ଶକ୍ତିଶାଳୀ ବ୍ୟକ୍ତିତ୍ୱ ସମସ୍ତଙ୍କୁ ନିଜ ପଟକୁ ଟାଣିଥାଏ । ସେମାନେ ଭିଡର ଆକର୍ଷଣର କେନ୍ଦ୍ର ବିନ୍ଦୁ ହୋଇଥିବା ବେଳେ ଅନ୍ୟମାନେ ସେମାନଙ୍କୁ ଭୟ କରନ୍ତି କିମ୍ବା ଇର୍ଷ୍ୟା କରନ୍ତି । ଆଜି ଆମେ ଆପଣଙ୍କୁ ଶକ୍ତିଶାଳୀ ବ୍ୟକ୍ତିତ୍ୱର ଏମିତି ୯ ସଂକେତ ବାବଦରେ କହିବୁ ଯାହା ଆପଣଙ୍କୁ ଅନ୍ୟମାନଙ୍କଠାରୁ ଅଲଗା କରିଥାଏ..

୧. ଆପଣ ଧ୍ୟାନ ଆକର୍ଷଣ କରିବାକୁ ବ୍ୟାକୁଳ ନୁହନ୍ତି

ଶକ୍ତିଶାଳୀ ଲୋକମାନେ କାହାର ଧ୍ୟାନ ଆକର୍ଷଣ କରି  ସମୟ କିମ୍ବା ଶକ୍ତି ନଷ୍ଟ କରିବାକୁ ଚାହାଁନ୍ତି ନାହିଁ । ସେମାନେ ସଂକଳ୍ପରେ ଏବଂ ଆତ୍ମବିଶ୍ୱାସ ପରିପୂର୍ଣ୍ଣ  ହୋଇଥାନ୍ତି  ।  ସେମାନେ କୌଣସି ନାଟକବାଜୀ କରି ନୁହେଁ ନିଜ ବ୍ୟକ୍ତିତ୍ୱ ଓ କାମ ଦ୍ୱାରା ଅନ୍ୟମାନଙ୍କ  ଧ୍ୟାନ ଆକର୍ଷଣ କରିବା ଜାଣିଥାନ୍ତି । 

୨. ଆପଣ ସମସ୍ତଙ୍କୁ ସନ୍ତୁଷ୍ଟ କରିବାକୁ ବ୍ୟଗ୍ର ନୁହନ୍ତି

ଶକ୍ତିଶାଳୀ ବ୍ୟକ୍ତିମାନେ ଅନ୍ୟମାନଙ୍କୁ ପ୍ରଭାବିତ କରିବାର  ଆବଶ୍ୟକତା ଦେଖନ୍ତି ନାହିଁ । ସେମାନେ ସମସ୍ତଙ୍କୁ ସମ୍ମାନ ଦିଅନ୍ତି କିନ୍ତୁ କାହାରିକି ସମ୍ମାନ ଦେବାକୁ ଯାଇ ନିଜକୁ ଛୋଟ କରନ୍ତି ନାହିଁ । ଅର୍ଥାତ ସେମାନେ ସମସ୍ତୁଙ୍କୁ ସନ୍ତୁଷ୍ଠ କରିବାକୁ କଦାପି ଉଦ୍ୟମ କରନ୍ତି ନାହଁ ।

୩.ଆପଣ ବାହାନା କରନ୍ତି ନାହିଁ

ଆପଣ ଜାଣନ୍ତି ଯେ କଠିନ ପରିଶ୍ରମର କୌଣସି  ବିକଳ୍ପ ନାହିଁ, ଏବଂ ଯେତେବେଳେ ଲୋକମାନେ କାମ ନକରିବାର ବାହାନା ଦିଅନ୍ତି ସେତେବେଳେ ଆପଣ ଏହାକୁ ଘୃଣା କରନ୍ତି ।ନିଜ ବିଫଳତା ପାଇଁ ଅନ୍ୟକୁ ଦାୟୀ କରିବା ଓ  ବିଫଳତା ବିଷୟରେ କହି କାନ୍ଦିବା ଆପଣଙ୍କ ପାଇଁ ସମୟ ନଷ୍ଟ କରିବା ଛଡା ଆଉ କିଛି ନୁହେଁ ।

୪. ଆପଣ ଛୋଟ କଥାକୁ ଘୃଣା କରନ୍ତି

ଆପଣ ଆଗରୁ ହିଁ ଜାଣନ୍ତି ଯେ, ଛୋଟ ଓ ଉପରଠାଉରିଆ ଆଦାନ-ପ୍ରଦାନ କେତେ ନିଷ୍ଫଳ ହୋଇଥାଏ ଓ ତାହା କେବଳ ସମୟ ନଷ୍ଟ କରିବା ଛଡା ଅଧିକ କିଛି ହୋଇନଥାଏ । ଆପଣ ମଧ୍ୟ ବେଳେବେଳେ ଆଶ୍ଚର୍ଯ୍ୟ ମଧ୍ଯ ହୁଅନ୍ତି ଯେ ଲୋକମାନେ ଯେଉଁଠାରେ ଅଛନ୍ତି ସେହିଠାରେ ରହିବାକୁ ଏବଂ ଅଗ୍ରଗତି ନକରିବାକୁ କାହିଁକି ଚାହାନ୍ତି ? ଅଭିବୃଦ୍ଧି ପାଇଁ ଅନେକ ସୁଯୋଗ ଅଛି ଯାହା ପ୍ରତ୍ୟେକ ବାର୍ତ୍ତାଳାପ ଲୋକଙ୍କୁ ପ୍ରଦାନ କରିଥାଏ ।ଆପଣଙ୍କ ଏହି ସ୍ପଷ୍ଟବାଦିତା  ଲୋକମାନଙ୍କୁ ଦୋହଲାଇ ଦେଇଥାଏ ।

୫.ଆପଣ ଅଜ୍ଞାନତା ଓ ସମ୍ବେଦନହୀନତାକୁ ବରଦାସ୍ତ କରନ୍ତି ନାହିଁ

ନିଜ ଆଖପାଖ ଜିନିଷ ବାବଦରେ ଭାବିବା ଓ ଭଲ ଭାବେ ତଥ୍ୟ ରଖିବାର କ୍ଷମତା ଆପଣଙ୍କ ବ୍ୟକ୍ତିତ୍ୱକୁ ଅଧିକ ଶକ୍ତିଶାଳୀ କରିଥାଏ । ଆପଣ ନିଜ କାମର ପରିଣାମ ବାବଦରେ ଜାଣିବାକୁ ପସନ୍ଦ କରନ୍ତି,ତେଣୁ ଆପଣ କେବେବି ତରବରିଆ ନିଷ୍ପତି ନିଅନ୍ତି ନାହିଁ । ଆପଣ ଏହା ସ୍ୱୀକାର କରି ପାରନ୍ତି ନାହିଁ ଯେ, ମାର୍ଗଦର୍ଶନ ପାଇଁ ଏତେସବୁ ତଥ୍ୟ ଉପଲବ୍ଧ ଥିଲେ ମଧ୍ଯ ଲୋକ ଅଜ୍ଞାନତା ପୂର୍ଣ୍ଣ ବିକଳ୍ପ କାହିଁକି ବାଛନ୍ତି ।

୬. ଆପଣ ନୈତିକତା ଉପରେ ଅଟଳ ରୁହନ୍ତି

ଶକ୍ତିଶାଳୀ ବ୍ୟକ୍ତି କୌଣସି ଜିନିଷକୁ ସେମାନଙ୍କ ସନ୍ତୁଳନକୁ ପ୍ରଭାବିତ କରିବାକୁ ଅନୁମତି ଦିଅନ୍ତି ନାହିଁ । ଯଦିଓ ସେମାନେ ଅନ୍ୟମାନଙ୍କୁ ଭୁଲ କିମ୍ବା ଅଲଗା ଲାଗି ପାରନ୍ତି କିନ୍ତୁ ସେମାନେ ନୀତି ଓ ନୈତିକତାକୁ ଗୁରୁତ୍ୱ ଦେଇଥାନ୍ତି ।

୭. ଆପଣ ନିଜ ଭୁଲ ସ୍ୱୀକାର କରିବା ଜାଣନ୍ତି

ଜଣେ ଶକ୍ତିଶାଳୀ ବ୍ୟକ୍ତି ନିଜ ଗୁଣ ଓ ଅବଗୁଣ ବାବଦରେ ଜାଣିଥାନ୍ତି । ସେମାନେ କେବେ ମଧ୍ଯ ନିଜ ଅହଂକାରକୁ ନିଜ ରାସ୍ତାରେ ଆସିବାକୁ ଦିଅନ୍ତି ନାହିଁ । ଭୁଲ ହୋଇଥିଲେ ସେମାନେ ଉଦାରତାର ସହିତ ନିଜ ଭୁଲ ସ୍ୱୀକାର କରିବାର ବଡ଼ପଣ ରଖନ୍ତି ।

୮. ଆପଣ ଗର୍ବୀ ନୁହନ୍ତି କିନ୍ତୁ ସ୍ୱଭାବତଃ ଦୃଢ଼

ଶକ୍ତିଶାଳୀ ଲୋକଙ୍କୁ ସାଧାରଣଃ ଅହଂକାରୀ ବୋଲି କୁହାଯାଏ । କାରାଣ ସେମାନେ ସ୍ୱତନ୍ତ୍ର ଓ ନିଜ ମୂଲ୍ୟବୋଧକୁ ନେଇ ବଂଚନ୍ତି । କିନ୍ତୁ ଲୋକ ଆପଣଙ୍କ ଏହି ଗୁଣକୁ ବୁଝି ନପାରି ଆପଣଙ୍କୁ ଅହଂକାରୀ ବୋଲି ଧରି ନିଅନ୍ତି । ଏଥିରେ ବିଚଳିତ ନହୋଇ ଆପଣ କେବେ ମଧ୍ଯ କାହା ପାଇଁ ନିଜକୁ ବଦଳାନ୍ତୁ ନାହିଁ ।

୯. ଆପଣ କାହାକୁ ଡରନ୍ତି ନାହିଁ

ଜଣେ ଶକ୍ତିଶାଳୀ ବ୍ୟକ୍ତିଙ୍କର ସବୁଠାରୁ ବଡ଼ ଗୁଣ ହେଉଛି ସେ ନିର୍ଭିକ ହୋଇଥାନ୍ତି । ଆପଣ କାହାକୁ ଭୟ କରନ୍ତି ନାହିଁ । ଆପଣ ଜାଣନ୍ତି କେମିତି ନିଜ ଭାବନାକୁ ପ୍ରକାଶ କରିହେବ । କେମିତି ନିଜ ଡର ଉପରେ ନିୟନ୍ତ୍ରଣ କରାଯାଇ ପାରିବ ।