Constipation during winter:ଶୀତଦିନେ ଏହି ୮ ବଦ ଅଭ୍ୟାସ କରିଥାଏ ପେଟ ଖରାପ
Advertisement

Constipation during winter:ଶୀତଦିନେ ଏହି ୮ ବଦ ଅଭ୍ୟାସ କରିଥାଏ ପେଟ ଖରାପ

  କୋଷ୍ଟକାଠିନ୍ୟକୁ ଅନେକ ସମୟରେ ଅଣଦେଖା କରାଯାଏ । କିନ୍ତୁ ଯଦି ଏହା ଅଧି୍କ ଦିନ ପର୍ଯ୍ୟନ୍ତ ରୁହେ ତାହେଲେ ସାରାଜୀବନ ପାଇଁ କଷ୍ଟ ଦେବ । ତଥାପି କିଛି ଘରୋଇ ଆଉ ସରଳ ଉପଚାର ଅଛି ଯାହାଦ୍ବାରା ଏଥିରୁ ମୁକ୍ତି ମିଳି ପାରିବ । ଥଣ୍ଡା ଦିନ ଟିକେ ଅଧିକ ଭଲ ଲାଗେ । ଏହି ଦିନରେ ଲୋକ ଯିକେ ଅଳସୁଆ ହୋଇଯାଆନ୍ତି । ଫଳରେ

SOCIAL MEDIA

Constipation during winter: 

କୋଷ୍ଟକାଠିନ୍ୟକୁ ଅନେକ ସମୟରେ ଅଣଦେଖା କରାଯାଏ । କିନ୍ତୁ ଯଦି ଏହା ଅଧି୍କ ଦିନ ପର୍ଯ୍ୟନ୍ତ ରୁହେ ତାହେଲେ ସାରାଜୀବନ ପାଇଁ କଷ୍ଟ ଦେବ । ତଥାପି କିଛି ଘରୋଇ ଆଉ ସରଳ ଉପଚାର ଅଛି ଯାହାଦ୍ବାରା ଏଥିରୁ ମୁକ୍ତି ମିଳି ପାରିବ ।

ଥଣ୍ଡା ଦିନ ଟିକେ ଅଧିକ ଭଲ ଲାଗେ । ଏହି ଦିନରେ ଲୋକ ଯିକେ ଅଳସୁଆ ହୋଇଯାଆନ୍ତି । ଫଳରେ ଖାଇବା ପିଇବାରେ ଅବହେଳା କରନ୍ତି । ଯାହାଦ୍ବାରା କୋଷ୍ଟକାଠିନ୍ୟ ଭଳି ଅନେକ ପେଟ ସମସ୍ୟା ବାହାରେ । ଏହାକୁ ଅଣଦେଖା କଲେ ଧିରେ ଧିରେ ଏହା ଜଟିଳ ଆଡ଼କୁ ଗତି କରେ । ଏବଂ ଭଗନ୍ଧର ହୁଏ ।

ଣ୍ଡା ଦିନରେ ପାଣି କୋଷ୍ଠକାଠିନ୍ୟର ମୁଖ୍ୟ କାରଣ । ପାଣି ପିଇବା କମ ହେଲେ ପାଚନ ପ୍ରକ୍ରିୟାରେ ସମସ୍ୟା ହୁଏ । ଏହାଛଡ଼ା ଫାଇବର ଅଭାବ ମଧ୍ୟ କୋଷ୍ଟକାଠିନ୍ୟର ମୁଖ୍ୟ କାରଣ ।

ଆଲକହଲ୍ ଏବଂ ତମ୍ବାଖୁ ସେବନ

ତମ୍ବାଖୁ ଏବଂ ଆଲକହଲ କୋଷ୍ଠକାଠିନ୍ୟର ପ୍ରମୁଖ କାରଣ । ଏହାଦ୍ବାରା ପାଚନ ପ୍ରକ୍ରିୟା ଉପରେ ପ୍ରଭାବ ପଡ଼େ । ଫଳରେ ସମସ୍ୟା ଉପୁଜେ ।

ଶାରିରୀକ ପରିଶ୍ରମ କମ୍ ହେବା

ଥଣ୍ଡା କାରଣରୁ ଲୋକ ଅଧିକ ଘରେ ରହିବାକୁ ପସନ୍ଦ କରନ୍ତି । ଫଳରେ ଶାରୀରିକ ପରିଶ୍ରମ କମିଯାଏ । ଯାହାଦ୍ବାରା କୋଷ୍ଟକାଠିନ୍ୟ ସମସ୍ୟା ହୁଏ ।

କଫି ଓ ଚା ଅଧିକ ସେବନ

ଥଣ୍ଡା ଦିନରେ ଚା ଏବଂ କଫି ଅଦିକ ମାତ୍ରାରେ ଲୋକେ ପିଅନ୍ତି । ଫଳରେ କୋଷ୍ଟକାଠିନ୍ୟ ହୁଏ । କୈଫିନ କାରଣରୁ ଶରୀରରେ ପାଣିର ମାତ୍ରା କମିଯାଏ । ଯାହାଦ୍ବାରା କୋଷ୍ଟକାଠିନ୍ୟର ଆଶଙ୍କା ଥାଏ ।

ମସଲା ଯୁକ୍ତ ଖାଦ୍ୟ

ଥଣ୍ଡାରେ ଜଙ୍କ୍ ଫୁଡ଼୍, ଅଏଲି ଫୁଡ଼୍, ଏବଂ ମସଲା ଯୁକ୍ତ ଖାଦ୍ୟ ଖାଇବାକୁ ଇଚ୍ଛା ହୁଏ । ତେଣୁ ତେଲ ଯୁକ୍ତ ଖାଦ୍ୟରେ ଫାଇବରର ମାତ୍ରା କମ୍ ଥାଏ । ଯାହ ଶରୀର ଉପରେ ପ୍ରଭାବ ପକାଇଥାଏ ।

କୋଷ୍ଟକାଠିନ୍ୟ ଭଲ ହେବାର ଉପାୟ

ଖାଇବାରେ ଫାଇବରର ମାତ୍ରା ବଢ଼ାନ୍ତୁ । ଦିନକୁ ଅତି କମ୍ରେ ୮ ଗ୍ଲାସ ପାଣି ପିଅନ୍ତୁ । ପ୍ରୋବାୟୋଟିକ୍ ଖାଦ୍ୟ ଯେମିତି ଦହି ଖାଆନ୍ତୁ । ଶୁଖିଲା ପ୍ଲମକୁ ରାତିରେ ଭିଜାଇ ଖାଆନ୍ତୁ ।