Bollywood: ସୁଟିଂ ସରିବା ପରେ ପିନ୍ଧିଥିବା ଦାମୀ ଡ୍ରେସକୁ କ'ଣ କରନ୍ତି ହିରୋ-ହିରୋଇନ୍? ଏଠାରେ ଜାଣନ୍ତୁ
Advertisement

Bollywood: ସୁଟିଂ ସରିବା ପରେ ପିନ୍ଧିଥିବା ଦାମୀ ଡ୍ରେସକୁ କ'ଣ କରନ୍ତି ହିରୋ-ହିରୋଇନ୍? ଏଠାରେ ଜାଣନ୍ତୁ

Bollywood: ସାଧାରଣତଃ ବଲିଉଡ଼ ଓ ଟଲିଉଡରେ ଫିଲ୍ମ ଗୁଡିକରେ ହିରୋ ଓ ହିରୋଇନ୍ ପିନ୍ଧୁ ଥିବା ପୋଷାକ ଗୁଡିକ ଲକ୍ଷେ ଦି ଦୁଇ ଲକ୍ଷ ନୁହେଁ । ଏହା କୋଟି କୋଟି ଟଙ୍କାର ହୋଇଥାଏ । ଯଦି ଚଳଚ୍ଚିତ୍ରଟି ଏକ ବଡ ବଜେଟର ଅଟେ, ତେବେ ପୋଷାକ ତିଆରି କରିବାରେ ୪୦୦ ରୁ ୫୦୦ କୋଟି ମଧ୍ୟ ଖର୍ଚ୍ଚ ହୋଇଥାଏ। ଜାଣିଛନ୍ତି କି ଫିଲ୍ମରେ ବ୍ୟବହାର ହେଉଥିବା ପୋଷାକ ଗୁଡିକ ସୁଟିଂ ପରେ କଣ ହୁଏ? ପଢନ୍ତୁ ପୁରା ରିପୋର୍ଟ...

ସୌଜନ୍ୟ- ସୋସିଆଲ ମିଡ଼ିଆ

Bollywood News In Odia: ଆଜିକାଲି ଫିଲ୍ମ (film) ଗୁଡିକ ୧୦୦ କୋଟି ନୁହେଁ ୧୦୦୦ କୋଟି ବ୍ୟବସାୟ କରୁଛି। ଏଭଳି ପରିସ୍ଥିତିରେ ଚଳଚ୍ଚିତ୍ର ନିର୍ମାଣର ମଧ୍ୟ ନିର୍ମାତାମାନେ କୋଟି କୋଟି ଟଙ୍କା ପାଣିଭଳି ଖର୍ଚ୍ଚ କରୁଛନ୍ତି । ଫିଲ୍ମରେ (film) ଗ୍ରାଣ୍ଡ ସେଟ୍ ସହ ହିରୋ ଓ ହିରୋଇନଙ୍କ ପୋଷାକରେ ମଧ୍ୟ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଥାଏ । ଯଦି ଚଳଚ୍ଚିତ୍ରଟି ଏକ ବଡ ବଜେଟର ଅଟେ, ତେବେ ପୋଷାକ ତିଆରି କରିବାରେ ୪୦୦ ରୁ ୫୦୦ କୋଟି ମଧ୍ୟ ଖର୍ଚ୍ଚ ହୋଇଥାଏ। ଚଳଚ୍ଚିତ୍ରରେ ଚାରଚାନ୍ଦ ଲଗାଇବା ପାଇଁ ନିର୍ମାତାମାନେ କଳାକରଙ୍କ ପୋଷାକରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରିଥାନ୍ତି (film actors cloths story)। କିନ୍ତୁ ଆପଣ ଜାଣନ୍ତି କି ଫିଲ୍ମର ସୁଟିଂ ପରେ ଏହି ମହଙ୍ଗା ପୋଷାକ ଗୁଡିକ କଣ ହୋଇଥାଏ । ସେନେଇ ଆମେ ଆଜି ଚର୍ଚ୍ଚା କରିବା । ତେବେ ଆସନ୍ତୁ ଜାଣିବା ।...

କେତେକ ଚଳଚ୍ଚିତ୍ର ଆଜିବି ଦର୍ଶକଙ୍କ ସ୍ମତିପଟରେ ସ୍ମରଣୀୟ ହୋଇ ରହିଛି।  ଏହି ଚଳଚ୍ଚିତ୍ରଗୁଡ଼ିକର ଚରିତ୍ର ସହିତ ସେମାନଙ୍କର ପୋଷାକ ମଧ୍ୟ ପ୍ରସିଦ୍ଧି ଲାଭ କରିଥାଏ । ଏଭଳି ପରିସ୍ଥିତିରେ ଏହି ପୋଷାକ ନିଲାମ କରାଯାଏ ଏବଂ ଲୋକମାନେ ଏହାକୁ କିଣିବା ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରନ୍ତି। ଆପଣ ନିଶ୍ଚିତ ଭାବରେ ମନେ ରଖିବେ ଯେ ଫିଲ୍ମ 'ଦେବଦାସ'(Devdas)ରେ ମାଧୁରୀ ଦୀକ୍ଷିତଙ୍କ ସବୁଜ ଲେହେଙ୍ଗା, ମିଡିଆ ରିପୋର୍ଟ ଅନୁଯାୟୀ,ଏହି ଲେହେଙ୍ଗାକୁ ତିନି କୋଟି ଟଙ୍କାରେ ବିକ୍ରି କରାଯାଇଥିଲା। ଅନ୍ୟପକ୍ଷରେ, ସଲମାନ ଖାନଙ୍କ ଅଭିନୀତ ଫିଲ୍ମ 'ମୁଜସେ ସାଦି କରୋଗୀ ' । ସେ ଏହି ଫିଲ୍ମରେ ଏକ ଗୀତରେ  ଟାୱେଲ ବ୍ୟବହାର କରିଥିଲେ।  ଯାହା ଏହି ଫିଲ୍ମର ହୁକ୍ ଷ୍ଟେପ୍  ଥିଲା। । ତେବେ, ଫିଲ୍ମ ପରେ ସଲମାନଙ୍କ ଏହି ଟାଓ୍ବେଲ ୧ ଲକ୍ଷ ୪୫ ହଜାର ଟଙ୍କାରେ ବିକ୍ରି ହୋଇଛି। 

Also Read: Virat Kohli Networth: ମନି ମେସିନ୍ ବିରାଟ! କିଙ୍ଗ କୋହଲିଙ୍କ ପାଖରେ ଅଛି ଏତେ କୋଟିର ସମ୍ପତ୍ତି

Also Read: Sapna Choudhary Love story: “ଆଜି ମଙ୍ଗନ କାଲି ବାହାଘର”, କିଛି ଏପରି ଥିଲା ସପନା ଚୌଧୁରୀଙ୍କ ଲଭ ଷ୍ଟୋରୀ

ତେବେ, ଆଉ କେତେକ କ୍ଷେତ୍ରରେ ଗୋଟିଏ ଫିଲ୍ମର ପୋଷାକ ଅନ୍ୟ ଏକ ଚଳଚ୍ଚିତ୍ରରେ ମଧ୍ୟ ବ୍ୟବହାର କରାଯାଏ। ଯଦିଓ ସେହି ପୁରୁଣା ପୋଷାକ ଫିଲ୍ମର ହିରୋ ହିରୋଇନ୍ କିମ୍ବା ମୁଖ୍ୟ ଭୂମିକାରେ ଅଭିନୟ କରିଥିବା ଚରିତ୍ରକୁ ଦିଆଯାଇ ନ ଥାଏ। ପୁରୁଣା କପଡା ଗୁଡିକ ସାଇଡ୍ ରୋଲରେ ପାଇଁ ଅଭିନୟ କରୁଥିବା କଳାକାରଙ୍କୁ ଦିଆଯାଏ। ଏବଂ ସେହି ପୋଷାକ ଗୁଡିକୁ ବ୍ୟାକଗ୍ରାଉଣ୍ତରେ ଡାନ୍ସ କରୁଥିବା ଡାନ୍ସରମାନଙ୍କୁ ଦିଆଯାଇଥାଏ। କୁହାଯାଏ ଯେ, 'ବଣ୍ଟି ଅର ବବଲି' (Bunty Aur Babli)ଫିଲ୍ମର 'କାଜରାରେ'ଗୀତରୁ ଐଶ୍ୱର୍ଯ୍ୟା ରାୟଙ୍କ ଲେହେଙ୍ଗା 'ବ୍ୟାଣ୍ଡ୍ ବାଜା ବାରାତ୍' ଫିଲ୍ମର ଏକ ଗୀତରେ କିଛି ଡାନ୍ସରଙ୍କୁ ଦିଆଯାଇଥିଲା।  ସେହିପରି ଆଉ କିଛି ପ୍ରଡକ୍ସନ ହାଉସ ଫିଲ୍ମ ପାଇଁ କିଛି ପୋଷାକକୁ ବାହାରୁ ଭଡା ଆକାରରେ ଆଣିଥାଏ। ଏବଂ ଫିଲ୍ମ ଶେଷ ହେବା ପରେ ସେଗୁଡିକୁ ପୁଣି ଫେରାଇ ଦିଏ। ଖାସ୍ କରି ଟିଭି ସିରିଏଲ ଗୁଡିକରେ ମଧ୍ୟ ଏଭଳି ଘଟେ। 

Also Read:  Sachin Tendulkar: ସଚିନ୍ ତେନ୍ଦୁଲକର ରୁଜୁ କଲେ ଏଫ୍ଆଇଆର, ଏ ମାମଲା ପାଇଁ ପୋଲିସ ପାଖରେ ପହଞ୍ଚିଥିଲେ 'କ୍ରିକେଟର ଭଗବାନ'

Also Read: Surya Gochar 2023: ଏହି ୫ଟି ରାଶିରେ ସୁନା କଳସ ଢାଳିବେ ମାଆ ଲକ୍ଷ୍ମୀ, ପଦୋନ୍ନତି ସାଙ୍ଗକୁ ହେବ ଟଙ୍କାର ବର୍ଷା!

Trending news