Viral Video
Video: ଉର୍ବଶୀ ରୌତେଲାଙ୍କୁ ଚ୍ୟାଲେଞ୍ଜ ଦେଲେ କି ଅଭିନେତ୍ରୀ ରିୟା ? ଦେଖନ୍ତୁ ଭିଡିଓ
Video: ଓଲିଉଡ ଅଭିନେତ୍ରୀ ରିୟା ଦେଙ୍କ ଏହି ନୂଆ ରିଲ୍ସ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । ବଲିଉଡ ସୁନ୍ଦରୀ ଉର୍ବଶୀ ରୌତେଲାଙ୍କ ସୁପରହିଟ୍ ଗୀତ ଦାବିଡି ଦିବିଡି ଗୀତରେ ଠୁମକା ଲଗାଇଛନ୍ତି ଓଲିଉଡ ସୁନ୍ଦରୀ ରିୟା । ପ୍ରଶଂସକମାନେ ଏହି ରିଲ୍ସ କମେଣ୍ଟ ବକ୍ସରେ ରିୟାଙ୍କୁ ଖୁବ ପ୍ରଶଂସା କରିଥିବେ ଦେଖିବାକୁ ମିଳିଛି ।
Feb 16,2025, 21:13 PM IST
Video: ଯାତ୍ରା ଅଭିନେତା ବାପି ପଣ୍ଡା ହେଲେ ଭାବବିହ୍ୟୁଳ, ଦେଖନ୍ତୁ ଭିଡିଓ
Viral Video: ଯାତ୍ରା ଜଗତରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସକ୍ଷମ ହୋଇଛନ୍ତି ଅଭିନେତା ବାପି ପଣ୍ଡା । ଅନେକ ନାଟକକୁ ତାଙ୍କ ଅଭିନୟ ହିଟ୍ କରିଥିବା ପ୍ରଶଂସକମାନେ ଚର୍ଚ୍ଚା କରନ୍ତି । ଯାତ୍ରା ମଞ୍ଚରେ ତାଙ୍କ ନିଖୁଣ ଅଭିନୟ ମଞ୍ଚ ତଳେ ଦର୍ଶକଙ୍କ ଓଠରେ କେବେ ହସ ଫୁଟାଇଥାଏ ପୁଣି କେବେ ଆଖିରୁ ଲୁହ ଗଡାଇଥାଏ । ନିକଟରେ ଖଣ୍ଡଗିରି ଯାତ୍ରା ମଞ୍ଚରେ ବାପି ଅଭିନୟ କରୁଥିବା ସମୟର ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି ।
Feb 16,2025, 20:00 PM IST
Video: ଯାତ୍ରା ମଞ୍ଚରେ ଅଭିନେତ୍ରୀ ଏଲିନାଙ୍କୁ ଦେଖି ଏମିତି ହରକତ କଲେ ନାବାଳକ
Video: ସୋସିଆଲ ମିଡିଆରେ ଏହି ଭିଡିଓଟି ଖୁବ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଦେଖିବାକୁ ମିଳିଛି ଅଭିନେତ୍ରୀ ଏଲିନା ସାମନ୍ତରାୟ ଯାତ୍ରା ମଞ୍ଚରେ ନୃତ୍ୟ ପରିବେଷଣ କରୁଛନ୍ତି । ଏଲିନାଙ୍କ ତାଳରେ ତାଳ ମିଶାଇ ମଞ୍ଚ ତଳେ ନୃତ୍ୟ ପରିବେଷଣ କରୁଛନ୍ତି ଜଣେ ନାବାଳକ । ଏଲିନା ମଧ୍ୟ ପିଲାଟିର ନୃତ୍ୟ ଦେଖି ଖୁବ ଖୁସି ପ୍ରକାଶ କରିଥିଲେ ଯାତ୍ରା ମଞ୍ଚରେ...
Feb 16,2025, 19:13 PM IST
Video: ରାମାରେ ରାମାରେ ଗୀତରେ ଠୁମକା ଲଗାଇଲେ ରାଣୀ ପଣ୍ଡା, ଭିଡିଓ ଭାଇରାଲ୍
Viral Video: ଯାତ୍ରା ଜଗତର ଚର୍ଚ୍ଚିତ ଅଭିନେତ୍ରୀ ରାଣୀ ପଣ୍ଡାଙ୍କ ଏହି ଭିଡିଓଟି ସୋସିଆଲ ମିଡିଆରେ ଖୁବ ଭାଇରାଲ୍ ହେବାରେ ଲାଗିଛି । ତେବେ ଏଥର ଯାତ୍ରା ମଞ୍ଚରେ ଅଭିନୟ ନୁହେଁ ବରଂ 'ରାମାରେ ରାମାରେ ରାମାରେ ଏକି ହେଲା ଏକି ହେଲାରେ' ଗୀତରେ ଠୁମକା ଲଗାଇଛନ୍ତି ରାଣୀ । ଦର୍ଶକମାନେ ରାଣୀଙ୍କ ନୃତ୍ୟ ପରିବେଷଣ ଦେଖି ଅତ୍ୟନ୍ତ ଖୁସି ପ୍ରକାଶ କରିଥିଲେ ।
Feb 16,2025, 18:13 PM IST
Ollywood News
Video: ଉନ୍ମୋଚନ ପୂର୍ବରୁ ମତେ ବହି ପଢିବାକୁ ଦିଆଯାଇନଥିଲା- ଅନୁଭବ ମହାନ୍ତି
Video: ଓଲିଉଡ ସୁପରଷ୍ଟାର ଅନୁଭବ ମହାନ୍ତିଙ୍କ ଜୀବନୀ ଉପରେ ଆଧାରିତ ବହି ଉନ୍ମୋଚନ ହୋଇଯାଇଛି । ଏହି ଅବସରରେ ଅନୁଭବଙ୍କ ସହ ବହିର ଲେଖିକା ଜାଗ୍ରତି ଶୁକ୍ଳା ମଧ୍ୟ ଉପସ୍ଥିତ ଥିଲେ । ଅନୁଭବ କହିଥିଲେ ଯେ, ବହି ରିଲିଜ୍ ପୂର୍ବରୁ ସେଥିରେ କଣ ଲେଖାଯାଇଛି ମୁଁ ଜାଣିନଥିଲି । ମୁଁ ଜଣେ ସାଧାରଣ ପାଠକ ହିସାବରେ ପଢିବି ଯେ, ତା ଭିତରେ କଣ ଲେଖାଯାଇଛି ।
Feb 16,2025, 14:39 PM IST
Video: ବର୍ଷାଙ୍କ ପାଇଁ ଠାକୁରଙ୍କୁ ଡାକିଲେ ଅନୁଭବ, ମୁଁ ସାଂସଦ ଥିଲି ସେ ମନ୍ତ୍ରୀ ହୁଅନ୍ତୁ...
Video: ଗଣମାଧ୍ୟମ ଆଗରେ ପୁଣି ମନର କଥା କହିଛନ୍ତି ଅନୁଭବ । ଜାଗ୍ରତି ଶୁକ୍ଳାଙ୍କ ବହି ଉନ୍ମୋଚନ ଅବସରରେ ଅନେକ କଥା ମଧ୍ୟରେ ଅନୁଭବ ବର୍ଷାଙ୍କ ନାଁ ନନେଇ କହିଛନ୍ତି ଯେ, ଯଦି ସେ କାହା ସହ ସମ୍ପର୍କରେ ଅଛନ୍ତି ଏବଂ ଘର ସଂସାର କରିବାକୁ ଚାହୁଁଛନ୍ତି ତେବେ କରନ୍ତୁ । କେବଳ ସେତିକି ନୁହେଁ ରାଜନୀତିରେ ମଧ୍ୟ ଖୁବ ଆଗକୁ ବଢନ୍ତୁ ମୁଁ ସାଂସଦ ଥିଲି ସେ ମନ୍ତ୍ରୀ ହୁଅନ୍ତୁ ।
Feb 16,2025, 0:52 AM IST
Video: ସସ୍ମିତାଙ୍କ କଣ୍ଠରୁ ଏହି ଗୀତ ଭାଇରାଲ୍, ମିଳିଲାଣି ୪ ହଜାରରୁ ଅଧିକ କମେଣ୍ଟ୍
Viral Video: ସୋସିଆଲ ମିଡିଆ ମାଧ୍ୟମରେ ଲୋକପ୍ରିୟତା ହାସଲ କରିବାରେ ସଫଳ ହୋଇଛନ୍ତି ଓଡ଼ିଆ ଝିଅ ସସ୍ମିତା ସାହୁ । ନିଜ ସ୍ୱରରେ ଅନେକ ଗୁଡିଏ ଗୀତ ଗାଇ ସୋସିଆଲ ମିଡିଆରେ ସସ୍ମିତା ପୋଷ୍ଟ କରନ୍ତି ଯାହା ଖୁବ ଭାଇରାଲ ହୋଇଥାଏ । ନିକଟରେ ଏହି ଗୀତଟି ଚର୍ଚ୍ଚାରେ ରହିଛି । ୪ ହଜାରରୁ ଅଧିକ କମେଣ୍ଟ ସହ ହଜାର ହଜାର ଲୋକ ଲାଇକ୍ କରିଛନ୍ତି ଏହି ଭିଡିଓଟିକୁ ।
Feb 15,2025, 22:52 PM IST
Video: ଓଲିଉଡ ଅଭିନେତ୍ରୀ ଅର୍ଚ୍ଚିତାଙ୍କ ନୂଆ ଡ୍ୟାନ୍ସ ଷ୍ଟେପ୍, ଭିଡିଓ ଭାଇରାଲ୍
Viral Video: ଓଲିଉଡ ଅଭିନେତ୍ରୀ ଅର୍ଚ୍ଚିତା ସାହୁଙ୍କୁ ନେଇ ବିଭିନ୍ନ ସମୟରେ ଚର୍ଚ୍ଚା ଆଲୋଚନା ସାମ୍ନାକୁ ଆସିଥାଏ । ଓଡ଼ିଆ ସିନେଜଗତରେ ଅର୍ଚ୍ଚିତାଙ୍କ ନାମ ସବୁବେଳେ ଆଗରେ ରହିଛି । ପ୍ରାୟ ସମସ୍ତ ସୁପରଷ୍ଟାରମାନଙ୍କ ସହ ଅର୍ଚ୍ଚିତା ଖାପ ଖୁଆଇ ଅଭିନୟ କରି ଦର୍ଶକଙ୍କ ହୃଦୟ ଜିଣିପାରନ୍ତି । ପ୍ରତିଟି ଚରିତ୍ରକୁ ଅତି ନିଖୁଣତାର ସହ ଅଭିନୟ କରି ଅର୍ଚ୍ଚିତା ଦର୍ଶକଙ୍କ ହୃଦୟରେ ରାଜ କରୁଛନ୍ତି । ନିକଟରେ ଅର୍ଚ୍ଚିତା ସୋସିଆଲ ମିଡିଆରେ ଏହି ଭିଡିଓଟି ପୋଷ୍ଟ କରିଛନ୍ତି । ଭିଡିଓରେ ଅର୍ଚ୍ଚିତାଙ୍କ ଏହି ଡ୍ୟାନ୍ସ ଷ୍ଟେପକୁ ପ୍ରଶଂସକମାନେ ଖୁବ ପସନ୍ଦ କରିଛନ୍ତି ।
Feb 15,2025, 22:26 PM IST
Video: କୁକିଜ୍ ସ୍ୱାଇଁଙ୍କ ସହ ଜୟଦେବ, ରୋମାଣ୍ଟିକ ଭିଡିଓ ଭାଇରାଲ୍
Viral Video: ଅଭିନେତ୍ରୀ କୁକିଜ୍ ସ୍ୱାଇଁଙ୍କ ସହ ଜୟଦେବ ରାଉଳଙ୍କ ଏହି ଭିଡିଓଟି କିଛି ସମୟ ତଳୋ ସୋସିଆଲ ମିଡିଆରେ ସାମ୍ନାକୁ ଆସିଛି । ଭାଲେଣ୍ଟାଇନର ବିଶେଷ ମୁହୂର୍ତ୍ତକୁ ଭରପୁର ଉପଭୋଗ କରୁଛନ୍ତି ଏହି ଯୋଡି । ମ୍ୟୁଜିକ ଭିଡିଓ ମାଧ୍ୟମରେ ଲୋକପ୍ରିୟତା ହାସଲ କରିବା ପରେ କୁକିଜ ଏବଂ ଜୟଦେବଙ୍କ ପ୍ରେମ ଆରମ୍ଭ ହୋଇଥିଲା । ଦୁହିଁ ପରସ୍ପରଙ୍କ ହାତ ଧରି ସାରା ଜୀବନ ଏକାଠି ରହିବାକୁ ନିଷ୍ପତ୍ତି ନେଇସାରିଛନ୍ତି ।
Feb 15,2025, 20:52 PM IST
Video: ଅଭିନେତା ବବି ମିଶ୍ରଙ୍କ ସହ କଣ୍ଠଶିଳ୍ପୀ ଅସୀମା ପଣ୍ଡା, ଭିଡିଓ ଭାଇରାଲ
Video: ଓଲିଉଡ ଅଭିନେତା ବବି ମିଶ୍ର ଆଲବମରୁ କ୍ୟାରିଅର ଆରମ୍ଭ କରି ଅନେକ ସିନେମାରେ ଅଭିନୟ କରି ଲୋକପ୍ରିୟତା ହାସଲ କରିବାରେ ସକ୍ଷମ ହୋଇଛନ୍ତି । ତେବେ ବବିଙ୍କ ଫ୍ୟାନ୍ସମାନଙ୍କ ପାଇଁ ଆଉଏକ ଖୁସି ଖବର । କାରଣ ବବି ମିଶ୍ର ଏଥର ଗାୟକ ସାଜିଛନ୍ତି । ଆଜ୍ଞା ହଁ , ନିକଟରେ ବବି ଏକ ଭିଡିଓ ସେୟାର କରିଛନ୍ତି ଯେଉଁଥିରେ ସେ କଣ୍ଠଶିଳ୍ପୀ ଅସୀମା ପଣ୍ଡାଙ୍କ ସହ ଷ୍ଟୁଡିଓରେ ଗୀତ ଗାଉଥିବାର ନଜର ଆସିଛନ୍ତି । ଭିଡିଓଟି ଖୁବ ଭାଇରାଲ ହେବାରେ ଲାଗିଛି ।
Feb 15,2025, 18:13 PM IST
Video: କଂଗ୍ରେସ ଭବନରେ ପସିବା ଆଗରୁ ନଡିଆ ପିଟିଲେ ସୁର, ଦେଖନ୍ତୁ ଭିଡିଓ
Video: ପୁଣି କଂଗ୍ରେସ ଦଳକୁ ଫେରିଛନ୍ତି ବରିଷ୍ଠ ନେତା ସୁରେଶ ରାଉତରାୟ । ସେ ଆଜି କଂଗ୍ରେସ ଭବନ ଆସି ଭାବବିହ୍ୟୁଳ ହୋଇ କାନ୍ଦି ପକାଇଥିଲେ । ଏଥିସହ ସେ କହିଥିଲେ ଯେ, କଂଗ୍ରେସ ମୋ ଜୀବନ। କିଛି କୁଚକ୍ରୀ ଗୋଷ୍ଠୀ ମୋତେ ଦଳରୁ କାଢିଥିଲେ। ସବୁ ନେତା ଓ କର୍ମୀ ଏକାଠି ହେଲେ କଂଗ୍ରେସ ଜିତିବ ବୋଲି ସୁର କହିଛନ୍ତି । ସମସ୍ତଙ୍କ ଉପରୁ ନିଲମ୍ବନ ଉଠିବା ପରେ ଆଜି କଂଗ୍ରେସ ଭବନ ଆସିଥିଲେ ବରିଷ୍ଠ ନେତା ସୁରେଶ ରାଉତରାୟ ।
Feb 15,2025, 17:52 PM IST
Video: ବାଜୁଥିଲା ଗଜରା ଗଭା ବାଲି, ସ୍କୁଲ ଡ୍ରେସରେ ଛାତ୍ରୀଙ୍କ ଭିଡିଓ ଭାଇରାଲ୍
Video: ବର୍ତ୍ତମାନର ଟ୍ରେଣ୍ଡିଂ ଗୀତ 'ଗଜରା ଗଭା ବାଲି'ରେ ଅନେକ ରିଲ୍ସ ସୋସିଆଲ ମିଡିଆରେ ସାମ୍ନାକୁ ଆସୁଛି । ଭାଇରଲ୍ ଗର୍ଲ ବିଦ୍ୟା ମଧ୍ୟ ଏହି ଗୀତରେ ଖୁବ ସୁନ୍ଦର ରିଲ୍ସଟିଏ ପ୍ରସ୍ତୁତ କରିଛନ୍ତି । ସ୍କୁଲ ଡ୍ରେସରେ ଗାଁ ରାସ୍ତାରେ ଡ୍ୟାନ୍ସ କରିଛନ୍ତି ବିଦ୍ୟା । ତାଙ୍କର ଷ୍ଟେପ ଗୁଡିକ ଏତେ ଭଲ ଲାଗୁଛି ଯେ, ସୋସିଆଲ ମିଡିଆରେ ଲୋକମାନେ ପ୍ରଶଂସା ନକରି ରହିପାରୁନାହାନ୍ତି ।
Feb 15,2025, 17:26 PM IST
Video: ପୁଷ୍ପା ଷ୍ଟାଇଲରେ ଭାଲେଣ୍ଟାଇନ୍ ପାଳିଲେ ଓଡ଼ିଆ ଅଭିନେତା, ଭିଡିଓ ଭାଇରାଲ
Video: ଓଲିଉଡ୍ ଅଭିନେତା ଋଷି ପଟ୍ଟନାୟକ ଭାଲେଣ୍ଟାଇନ ଡେ ଅବସରରେ ଏକ ଭିଡିଓ ସେୟାର କରିଛନ୍ତି । ଯେଉଁଥିରେ ନିଜ ସାଥୀଙ୍କୁ ଖୁସି କରିବାକୁ ଅଭିନେତା ପୁଷ୍ପା ଷ୍ଟାଇଲ୍ ଆପଣେଇଛନ୍ତି । ଭାଲେଣ୍ଟାଇନ ଡେ ରେ ପୁଷ୍ପା ଷ୍ଟାଇଲରେ ଉଭୟେ ଡ୍ୟାନ୍ସ କରିଛନ୍ତି । ଏହାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି ।
Feb 15,2025, 15:13 PM IST
Puri
Video: ଶ୍ରୀମନ୍ଦିରରେ ବଡ ଅଘଟଣ, ଧ୍ୱଜା ବନ୍ଧା ପରେ ଭାଙ୍ଗିଗଲା ବାଉଁଶ
ପୁରୀ: ଶ୍ରୀମନ୍ଦିରରେ ଘଟିଛି ଏକ ବଡଧରଣର ଅଘଟଣ । ଧ୍ୱଜା ବନ୍ଧା କାର୍ଯ୍ୟ ସମ୍ପନ୍ନ ହେବା ପରେ ଭାଙ୍ଗିଯାଇଛି ବାଉଁଶ। ଫଳରେ ନୀଳଚକ୍ରରେ ଝୁଲିଲା ଧ୍ୱଜା ବନ୍ଧା ବାଉଁଶ। ଦୀର୍ଘ ସମୟ ପରେ ଉପରଆଡୁ ଭାଙ୍ଗିଥିବା ଧ୍ୱଜା ବନ୍ଧା ବାଉଁଶରେ ଉଡିଲା ମହାପ୍ରଭୁଙ୍କ ପତିତପାବନ ବାନା। ବାଉଁଶ ଭାଙ୍ଗିବା ପୂର୍ବରୁ ଧ୍ୱଜାବନ୍ଧା କାର୍ଯ୍ୟ ହୋଇସାରିଥିଲା ତେଣୁ ବାନା ଲାଗିଥିବା ବାଉଁଶକୁ ଚୁନରା ସେବକ ମାନେ ନୀଳଚକ୍ରରେ ପୁନଃ ସ୍ଥାପନ କରିଛନ୍ତି। ନୀଳଚକ୍ର ଉପରକୁ ଯେତିକି ଉଚ୍ଚରେ ବାନା ବନ୍ଧା ଯାଇଥାଏ ବାଉଁଶ ଭାଙ୍ଗିବା ଯୋଗୁଁ ତାହାର ଉଚ୍ଚତା କମ୍ ରହିଛି। ତେବେ କୌଣସି ବାତ୍ୟା ଆଦି ସମୟରେ ବାନା ଉଡିଯିବାର ନଜିର ରହିଛି। ହେଲେ ଆଜି ସେଭଳି କିଛି ନଥିବା ସତ୍ତ୍ୱେ ବାଉଁଶ ଭାଙ୍ଗିପଡିବା ଏକ ବଡ ଅଘଟଣ ବୋଲି କୁହାଯାଉଛି।
Feb 14,2025, 21:52 PM IST
Video: ପାର୍ଟିରେ ଏମିତି ଡ୍ୟାନ୍ସ କରନ୍ତି ଅଭିନେତ୍ରୀ ପ୍ରକୃତି, ଭିଡିଓ ଭାଇରାଲ
Video: ଅଭିନେତ୍ରୀ ପ୍ରକୃତି ମିଶ୍ର ପାର୍ଟି ଆଟେଣ୍ଡ୍ କରିବାକୁ ଖୁବ ପସନ୍ଦ କରନ୍ତି । ଅନେକ ସମୟରେ ପାର୍ଟିରେ ପ୍ରକୃତିଙ୍କ ନୃତ୍ୟ ସୋସିଆଲ ମିଡିଆରେ ସାମ୍ନାକୁ ଆସିଥାଏ । ଭୁବନେଶ୍ୱର ହେଉ ଅବା ମୁମ୍ୱାଇ ନିଜ ସାଙ୍ଗସାଥିଙ୍କ ସହ ନାଚି ଗାଇ ଝୁମିବାକୁ ଭଲ ପାଉଥିବା ପ୍ରକୃତି ସୋସିଆଲ ମିଡିଆରେ ମଧ୍ୟ ବେଶ୍ ଆକ୍ଟିଭ୍ । ନିଜ ଡ୍ୟାନ୍ସ ସମୟର ଅନେକ ଝଲକ ପ୍ରଶଂସକଙ୍କ ଅବଗତ ପାଇଁ ପ୍ରକୃତି ସେୟାର କରିଥାନ୍ତି ।
Feb 14,2025, 21:13 PM IST
Video: ଖାଣ୍ଟି ଓଡ଼ିଆଣୀ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ, ଦେଖନ୍ତୁ କରୁଛନ୍ତି କି କାମ
Viral Video: ଓଲିଉଡ ଅଭିନେତ୍ରୀ ବର୍ଷାପ୍ରିୟଦର୍ଶିନୀଙ୍କ ଏହି ଭିଡିଓଟି ପୁରୁଣା ହୋଇଥିଲେ ମଧ୍ୟ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ବର୍ଷା ଜଣେ ଖାଣ୍ଟି ଓଡ଼ିଆ ଘରର ବୋହୂ ପରି ନିଜର କର୍ତ୍ତବ୍ୟ କରୁଥିବା ଦେଖିବାକୁ ମିଳିଛି । ଘର ଅଗଣାରେ ଝୋଟି ପକାଇବାଠାରୁ ଆରମ୍ଭ କରି ବଗିଚାରେ ପାଣି ଦେବା ପର୍ଯ୍ୟନ୍ତ ପ୍ରତିଟି କାର୍ଯ୍ୟକୁ ଅତି ସରଳତାର ସହ ସମ୍ପର୍ଣ୍ଣ କରୁଛନ୍ତି ବର୍ଷା ।
Feb 14,2025, 18:13 PM IST
Valentines Day: ଦେଖନ୍ତୁ କାହା ସହ ଅଭିନେତ୍ରୀ ଲିପ୍ସା ମିଶ୍ର, ବିଦେଶରୁ ଭିଡିଓ ଭାଇରାଲ
Viral Video: ଆଜି ଫେବୃଆରୀ ୧୪ରେ ସମଗ୍ର ବିଶ୍ୱ ପାଳନ କରୁଛି 'Valentines Day' । ପ୍ରେମୀଯୁଗଳ ଏବଂ ଦମ୍ପତ୍ତିମାନଙ୍କ ପାଇଁ ଏହି ଦିନଟି ଅତ୍ୟନ୍ତ ଖାସ୍ । ତେବେ ଆଜିର ଏହି ଦିନକୁ ସୋସିଆଲ ମିଡିଆରେ ଅଧିକ ଖାସ୍ କରିବା ପାଇଁ ଓଲିଉଡ ଅଭିନେତ୍ରୀ ଲିପ୍ସା ମିଶ୍ର ଏକ ଭିଡିଓ ସେୟାର କରିଛନ୍ତି । ନିଜ ଜୀବନସାଥୀଙ୍କ ସହ ବିଶେଷ ମୁହୂର୍ତ୍ତ ଅତିବାହିତ କରିବାର ଏହି ଦୃଶ୍ୟକୁ ପ୍ରଶଂସକମାନେ ମଧ୍ୟ ଖୁବ ପସନ୍ଦ କରିଥିବା ଦେଖିବାକୁ ମିଳିଛି ।
Feb 14,2025, 17:26 PM IST
Video: ପାଗା ଭାଇ ଏବଂ ନିତିଆନାଙ୍କ ସହ ସାମିଲ ହେଲେ ମିଷ୍ଟର ଗଜପତି, ଦେଖନ୍ତୁ ଭିଡିଓ
Viral Video: ସୋସିଆଲ ମିଡିଆରେ ଏହି ଭିଡିଓଟି ଖୁବ ଭାଇରାଲ ହେବାରେ ଲାଗିଛି । ହାସ୍ୟ ଅଭିନେତା ପାଗା ଭାଈ ଏବଂ ନିତିଆନାଙ୍କ ସହ ସାମିଲ ହୋଇଛନ୍ତି ମିଷ୍ଟର ଗଜପତି । ଏକ ନୂଆ କମେଡି ଭିଡିଓରେ ସମସ୍ତଙ୍କୁ ଦେଖିବାକୁ ମିଳିବ ବୋଲି ସୂଚନା ମିଳିଛି । ଆପଣଙ୍କୁ କହିରଖୁଛୁ ଯେ, ପାଗା ଭାଈ ଏବଂ ନିତିଆଙ୍କ କମେଡି ଲୋକଙ୍କୁ ଖୁବ ପସନ୍ଦ ଆସିଥାଏ । ନିଜସ୍ୱ ଶୈଳୀରେ ଲୋକଙ୍କୁ ହସର ଖୋରାକ ଯୋଗାଉଥିବାରୁ ସୋସିଆଲ ମିଡିଆରେ ସେମାନଙ୍କୁ ଖୁବ ପ୍ରଶଂସା ମଧ୍ୟ ମିଳିଥାଏ ।
Feb 14,2025, 16:13 PM IST
Video: ଓଡ଼ିଶୀ ନୃତ୍ୟଶିଳ୍ପୀ ଶାଶ୍ୱତ ଯୋଶୀଙ୍କ ନୂଆ ଭିଡିଓ ଭାଇରାଲ୍
Video: ଦେଶ ବିଦେଶରେ ଓଡ଼ିଶୀ ନୃତ୍ୟକୁ ପହଞ୍ଚାଇବାରେ ବିଶେଷ ଭୂମିକା ନିର୍ବାହ କରିଥିବା ନୃତ୍ୟଶିଳ୍ପୀ ଶାଶ୍ୱତ ଯୋଶୀ ନିକଟରେ ଓଡ଼ିଶା ଫୁଡ୍ ଆଣ୍ଡ କ୍ରାଫ୍ଟ ମେଳାରେ ନୃତ୍ୟ ପରିବେଷଣ କରିଥିଲେ । ଶାଶ୍ୱତଙ୍କ ନୃତ୍ୟରେ ବିଭୋର ହୋଇଥିଲେ ଉପସ୍ଥିତ ଦର୍ଶକ । ଯାହାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
Feb 11,2025, 22:39 PM IST
Video: ଯାତ୍ରାମଞ୍ଚରେ ନେତାଙ୍କ ନାଁ ନେଇ ଅଭିନେତା କାହ୍ନାଙ୍କ ଡାଏଲଗ
Video: ଯାତ୍ରା ସିଂହବାହିନୀ ଚଳିତ ବର୍ଷ ଖଣ୍ଡଗିରି ମେଳାରେ ନାଟକ ପରିବେଷଣ କରିଛି । ଅଭିନେତା କାହ୍ନାଙ୍କ ଜବରଦସ୍ତ ଡାଏଲଗ ଦର୍ଶକଙ୍କୁ ଖୁବ ପସନ୍ଦ ଆସିଥିବା ଚର୍ଚ୍ଚା ହେଉଛି । ତେବେ ଏହାରି ମଧ୍ୟରେ କାହ୍ନାଙ୍କ ଏକ ଡାଏଲଗ ସୋସିଆଲ ମିଡିଆରେ ଖୁବ ଭାଇରାଲ ହୋଇଛି । ଯେଉଁଥିରେ କାହ୍ନା ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନାମ ବ୍ୟବହାର କରି ସଂଳାପ ପରିବେଷଣ କରିଛନ୍ତି ।
Feb 11,2025, 21:26 PM IST
Video: ପରୀକ୍ଷା ଦେବାକୁ ଯାଉଥିଲେ ଅଭିନେତା ଶ୍ରୀତମଙ୍କ ଝିଅ, ବାପାଙ୍କୁ କହିଲେ ଏମିତି...
Video: ଓଲିଉଡ ଅଭିନେତା ଶ୍ରୀତମ ଦାସଙ୍କ ଝିଅ ଲିପାକ୍ଷୀ ପୁନମଙ୍କ ପରୀକ୍ଷା ଚାଲିଛି । ଶ୍ରୀତମ ଝିଅକୁ ପରୀକ୍ଷା କେନ୍ଦ୍ରରେ ଛାଡିବାକୁ ଯାଉଥିବା ସମୟରେ ଏକ ବ୍ଲଗ ସୁଟ୍ କରୁଥିଲେ । କିନ୍ତୁ ଏହି ସମୟରେ ଲିପାକ୍ଷୀ କହିଥିଲେ ଯେ, 'ତମେ ପରୀକ୍ଷା ହଲ ଭିତରକୁ ଚାଲ ଆଉ ମୁଁ କିପରି ପରୀକ୍ଷା ଦେଉଛି ତାହାକୁ ମୋବାଇଲରେ ସୁଟ୍ କରିବ' । ଏହି ଭିଡିଓଟି ବର୍ତ୍ତମାନ ସୋସିଆଲ ମିଡିଆରେ ଲୋକଙ୍କ ପାଇଁ ହସର କାରଣ ପାଲଟିଛି ।
Feb 11,2025, 18:39 PM IST
Video: ଅପେରା ସୂର୍ଯ୍ୟମନ୍ଦିର ମଞ୍ଚରେ କମାଲ୍ କରିଦେଲେ ରୁନୁ ପଣ୍ଡା, ଭିଡିଓ ଭାଇରାଲ୍
Video: ମେଲୋଡି କୁଇନ ରୁନୁ ପଣ୍ଡାଙ୍କ ନାମ ଯାତ୍ରା ଜଗତରେ ବେଶ୍ ଚର୍ଚ୍ଚିତ । କାରଣ ସେ ନିଜ ସୁମଧୁର କଣ୍ଠସ୍ୱର ମାଧ୍ୟମରେ ଦୀର୍ଘ ସମୟ ପର୍ଯ୍ୟନ୍ତ ଦର୍ଶକଙ୍କୁ ବାନ୍ଧି ରଖିବାରେ ସକ୍ଷମ ହୋଇପାରନ୍ତି । ମେଲୋଡି ସମୟରେ ରୁନୁଙ୍କ ଗୀତକୁ ଖୁବ ମନଭରି ଉପଭୋଗ କରନ୍ତି ଯାତ୍ରାପ୍ରେମୀ । ନିକଟରେ ରୁନୁଙ୍କ ଏହି ଭିଡିଓଟି ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ଦେଖିବାକୁ ମିଳିଛି ସେ ଅଭିମନ୍ୟୁ ଫିଲ୍ମର ଗୀତରେ ମଞ୍ଚ ତଳର ଦର୍ଶକଙ୍କ ମନୋରଞ୍ଜନ କରୁଛନ୍ତି ।
Feb 11,2025, 17:52 PM IST
Video: ବିବାହ ଉତ୍ସବରେ ନାଚୁଥିବା ସମୟରେ ହୃଦଘାତ, ଭିଡିଓ ଭାଇରାଲ୍
Viral Video: ଖୁସିର ଉତ୍ସବ କିଛି କ୍ଷଣ ମଧ୍ୟରେ ଦୁଖର ଉତ୍ସବରେ ବଦଳିଗଲା । ଭଉଣୀଙ୍କ ବିବାହ କାର୍ଯ୍ୟକ୍ରମରେ ଜଣେ ଯୁବତୀ ନୃତ୍ୟ ପରିବେଷଣ କରିବା ସମୟରେ ହଠାତ ମଞ୍ଚରେ ଟଳିପଡିଥିଲେ । ହୃଦଘାତ କାରଣରୁ ଏପରି ଟଳିପଡିଥିଲେ ଯୁବତୀ । ଏହି ସମୟର ସମ୍ପୂର୍ଣ୍ଣ ଦୃଶ୍ୟ କ୍ୟାମେରାରେ କଏଦ ହୋଇ ରହିଯାଇଥିଲା ଯାହା ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି ।
Feb 11,2025, 14:26 PM IST
Video: ଖଣ୍ଡଗିରିରେ ୩ନମ୍ୱରକୁ ଖସିଲେ ରାଣୀ ପଣ୍ଡା, ମନ ଦୁଃଖରେ କହିଲେ...
Video: ଖଣ୍ଡଗିରି ଯାତ୍ରା ପ୍ରତିଯୋଗିତାରେ ୧ କିମ୍ୱା ୨ ସ୍ଥାନରେ ନୁହେଁ ବରଂ ୩ ନମ୍ୱର ସ୍ଥାନକୁ ଖସି ଆସିଛନ୍ତି ଅଭିନେତ୍ରୀ ରାଣୀ ପଣ୍ଡା । ଗଣମାଧ୍ୟମକୁ ଏ ବିଷୟରେ ସୂଚନା ଦେଇ ରାଣୀ ଦୁଃଖ ପ୍ରକାଶ କରିଛନ୍ତି । କିନ୍ତୁ ଦର୍ଶକଙ୍କ ଭଲପାଇବା ତାଙ୍କ ପ୍ରତି ଅଛି ବୋଲି ସେ କହିଛନ୍ତି । ଆଗକୁ ଅଭିନୟରେ ଆହୁରୀ ଭଲ ପ୍ରଦର୍ଶନ ଜାରି ରଖିବେ ବୋଲି ରାଣୀ ମନସ୍ଥ କରିଛନ୍ତି । ଯାତ୍ରା ପୃଥ୍ୱୀରାଜରେ ରାଣୀଙ୍କୁ ଦେଖିବାକୁ ଦର୍ଶକେ ଭିଡ ଜମାଇଥିଲେ ମଧ୍ୟ ପ୍ରତିଯୋଗିତାରେ ରାଣୀ ୩ ନମ୍ୱର ସ୍ଥାନକୁ ଖସିଆସିବା ଖବରକୁ ପ୍ରଶଂସକମାନେ ସହଜରେ ଗ୍ରହଣ କରିପାରୁନାହାନ୍ତି ।
Feb 10,2025, 21:26 PM IST
Video: ମଟନ ନଥିଲା ଖାଲି ଆଳୁ ଝୋଳ, ଉତ୍ତର ଦେଲେ ରାଣୀ ପଣ୍ଡା, ଦେଖନ୍ତୁ ଭିଡିଓ
Video: ଗତବର୍ଷ ଅରୁଆ ଡାଲମା ଦେଇଥିଲି କିନ୍ତୁ ଏବର୍ଷ ମଟନ ଭାତ ଦେଇଛି । ଲୋକଙ୍କ ଭଲପାଇବା ମୋ ପ୍ରତି ଅଛି । ମୋ ଦେହ ଖରାପ ସମୟରେ ଲୋକମାନେ ଠାକୁରଙ୍କ ନିକଟରେ ପ୍ରାର୍ଥନା କରିଥିଲେ । ତେଣୁ ଏବର୍ଷ ନିଷ୍ପତ୍ତି ନେଇଥିଲି ଯେ, ମଟନ ଭାତ ଲୋକଙ୍କୁ ଦେବି । କିନ୍ତୁ କିଛି ଲୋକ ମତେ ବଦନାମ କରୁଛନ୍ତି କହୁଛନ୍ତି ଯେ, ଖାଲି ଆଳୁ ଝୋଳ ଦେଇଛି ... ଶୁଣନ୍ତୁ ରାଣୀଙ୍କ ପ୍ରତିକ୍ରିୟା
Feb 10,2025, 20:00 PM IST
Video: ପ୍ରେମ ସପ୍ତାହରେ ବୁଦା ମୂଳରୁ ଭିଡିଓ ଭାଇରାଲ୍, ଗୋଡ ଧରିଲେ ପ୍ରେମିକା, ଦେଖନ୍ତୁ ଭିଡିଓ
Video: ବର୍ତ୍ତମାନ ପ୍ରେମ ସପ୍ତାହ ଚାଲିଛି । ଭାଲେଣ୍ଟାଇନ ସପ୍ତାହରେ ଏହି ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ଦେଖିବାକୁ ମିଳିଛି ଶୂନଶାନ ସ୍ଥାନରେ ଜଣେ ଯୁବତୀ ଯୁବକଙ୍କ ଗୋଡକୁ ଭିଡି ଧରୁଛନ୍ତି । ସୋସିଆଲ ମିଡିଆରେ ଏହା ମଧ୍ୟ ଦାବି କରାଯାଉଛି ଯେ, ଏମାନେ ହେଉଛନ୍ତି ପ୍ରେମନ ପକ୍ଷୀ ଅର୍ଥାତ ପ୍ରେମିକ ପ୍ରେମିକା । ତେବେ ଏପରି ସ୍ଥିତି କାହିଁକି ଉପୁଜିଛି ତାହା ଏପର୍ଯ୍ୟନ୍ତ ଜଣାପଡିନାହିଁ ।
Feb 10,2025, 17:13 PM IST
Video: ବାରବାଟୀ ମ୍ୟାଚ୍ ସମୟରେ ଆଉ ଏକ ଅବ୍ୟବସ୍ଥା, ଉପରୁ ବର୍ଷା ପରି ପାଣି... ଭିଡିଓ ଭାଇରାଲ
Viral Video: ବାରବାଟୀରେ ମ୍ୟାଚ ସମୟରେ ହୋଇଥିବା ଅବ୍ୟବସ୍ଥା ସମ୍ପର୍କରେ ଗୋଟିଏ ପରେ ଆଉ ଗୋଟେ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ପ୍ରଥମେ ମ୍ୟାଚ ସମୟରେ ଲାଇଟ୍ ଲିଭିବା କାରଣରୁ ଖେଳ ବାଧାପ୍ରାପ୍ତ ହୋଇଥିଲା । ଯାହାର ଭିଡିଓ ସୋସିଆଲ ମିଡିଆ ମାଧ୍ୟମରେ ଭାଇରାଲ ହୋଇଥିଲା । ଆଉ ବର୍ତ୍ତମାନ ଆଉ ଏକ ସ୍ଥାନର ଏହି ଭିଡିଓଟି ବର୍ତ୍ତମାନ ସାମ୍ନାକୁ ଆସିଛି । ଜଣେ ବ୍ୟକ୍ତି ଭିଡିଓଟି ଅପଲୋଡ କରି ଲେଖିଛନ୍ତି ଯେ, କଣ କାଲି କଣ ବାରବାଟୀରେ ବର୍ଷା ବି ହେଇଥିଲା?
Feb 10,2025, 16:39 PM IST
Video: ଓଲିଉଡ ଅଭିନେତା ପୁପିନ୍ଦରଙ୍କ ସହ ପୁପଲ ଭୁୟାଁ, ଭିଡିଓ ଭାଇରାଲ୍
Video: ଓଲିଉଡ ଅଭିନେତା ପୁପିନ୍ଦରଙ୍କ ସହିତ ଅଭିନେତ୍ରୀ ପୁପୁଲ ଭୁୟାଁଙ୍କ ଏହି ଭିଡିଓଟି ଖୁବ ମାତ୍ରାରେ ଭାଇରାଲ ହେବାରେ ଲାଗିଛି । 'ଛି ଛି ଛିରେ ନନୀ ଛି' ଗୀତରେ ଖୁବ ଚମତ୍କାର ରିଲ୍ସ ସୁଟ୍ କରିଛନ୍ତି ପୁପୁଲ ଏବଂ ପୁପିନ୍ଦର । ସୋସିଆଲ ମିଡିଆରେ ଉଭୟଙ୍କ ପ୍ରଶଂସକମାନେ ରିଲ୍ସଟିକୁ ଖୁବ ପସନ୍ଦ କରିଥିବା ଦେଖିବାକୁ ମିଳିଛି ।
Feb 10,2025, 16:13 PM IST
Video: ଅନୁଭବ ଜାଗ୍ରତିଙ୍କ ମୁହଁରୁ ଶୁଣନ୍ତୁ ସେମାନେ କେବେ ବାହା ହେଉଛନ୍ତି !
Viral Video: ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ପୋଡକାଷ୍ଟରେ ନିଜ ବାହାଘରକୁ ନେଇ ମୁହଁ ଖୋଲିଛନ୍ତି ଓଲିଉଡ ସୁପରଷ୍ଟାର ଅନୁଭବ ମହାନ୍ତି ଏବଂ ସାମ୍ୱାଦିକା ଜାଗ୍ରତି ଶୁକ୍ଳା । ପରୋକ୍ଷରେ ଉଭୟେ ସ୍ୱୀକାର ମଧ୍ୟ କରିଛନ୍ତି । ଜାଗ୍ରତି କହିଛନ୍ତି ମୁଁ ବାହାଘର ପାଇଁ ରାଜି ଏବଂ ଅନୁଭବ କହିଛନ୍ତି ମୁଁ ଭଲ ସ୍ୱାମୀ ହୋଇପାରିବି ।
Feb 10,2025, 14:26 PM IST
Video: ନିଶା ମହାରଣାଙ୍କ ପାଇଁ ଚେୟାରରେ ପିଟାପିଟି, ଦେଖନ୍ତୁ ଭିଡ଼ିଓ
Viral Video: ନିଶାଙ୍କ ପାଇଁ ଗାଁ ହେଲା ଦୁଇ ଭାଗ। ଦୁଇ ଦଳ ମଧ୍ୟରେ ଗୋଷ୍ଠୀ ସଂଘର୍ଷ। ଯିଏ ଯେଉଁଥିରେ ପାରିଲା ପିଟିଲା। ଚେୟାର ଭାଙ୍ଗିବା ସହ ଠେଙ୍ଗାରେ ହେଲେ ପିଟା ପିଟି । ପୁଣି ନିଶା ମହାରଣାଙ୍କୁ ନେଇ ବିବାଦ ସୃଷ୍ଟି ହୋଇଛି । ଯାତ୍ରା ଦେଖିବାକୁ ଆସି ହାତାହାତି ହେଲେ ଦର୍ଶକ । ଯାତ୍ରା ପେଣ୍ଡାଲରେ ହେଲା ଛୁରାମାଡ଼ ବି ହୋଇଥିବା ଦେଖିବାକୁ ମିଳିଛି ।
Feb 9,2025, 22:52 PM IST
Video: ବାରବାଟୀରେ ଚାଲିଛି ମ୍ୟାଚ୍, ଷ୍ଟାଡିୟମ ଭିତରେ ସବ୍ୟ ଅର୍ଚ୍ଚିତା କରୁଛନ୍ତି ଏହି କାମ...
Video: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଜୋରଦାର ଲଢେଇ ଜାରି ରହିଛି । କ୍ରିକେଟ୍ ଫ୍ୟାନ୍ସମାନ ବଡ଼ ଉତ୍ସାହ ସହ ଖେଳକୁ ଉପଭୋଗ କରୁଛନ୍ତି । ଏଥିରୁ ବାଦ ପଡିନାହାନ୍ତି ଓଲିଉଡ କଳାକାରମାନେ । ଅନେକ ଓଡ଼ିଆ କଳାକାର ଷ୍ଟାଡିୟମରେ ମ୍ୟାଚ ଦେଖିଛନ୍ତି । ଓଲିଉଡ ହିରୋ ସବ୍ୟସାଚୀ ମିଶ୍ର ଏବଂ ତାଙ୍କ ଧର୍ମପତ୍ନୀ ଅର୍ଚ୍ଚିତା ବେଶ୍ ଆଗ୍ରହର ସହ ମ୍ୟାଚ ଦେଖିଛନ୍ତି । ସୋସିଆଲ ମିଡିଆରେ ସୂଚନା ଦେଇ ସବ୍ୟ କହିଛନ୍ତି ଯେ, ଭାରତ ନିଶ୍ଚେ ଜିତିବ ସେହି ଖୁସିରେ ମୁଁ ଆଗୁଆ ମିଠା ଖାଇଦେଉଛି ।
Feb 9,2025, 19:52 PM IST
cricket news
Video: ଗୋଟି ଗୋଟି କରି ଏମିତି ବନ୍ଦ ହୋଇଥିଲା ବାରବାଟୀର ଫ୍ଲଡ୍ ଲାଇଟ୍...ଭାଇରାଲ ହେଲା ଭିଡିଓ
Video: ଆଜି ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ମ୍ୟାଚ ଖେଳାଯାଉଥିବା ସମୟରେ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ବାରବାଟୀରେ ଫ୍ଲଡ ଲାଇଟ୍ ବନ୍ଦ ଯୋଗୁଁ ଅଟକିଛି ମ୍ୟାଚ୍ । ଆଜି ଭାରତ-ଇଂଲଣ୍ଡ ଦ୍ବିତୀୟ ଦିନିକିଆ ମ୍ୟାଚ୍ ଚାଲିଥିବା ବେଳେ ବାରମ୍ବାର ବନ୍ଦ ହୋଇଯାଇଥିଲା ଫ୍ଲଡ ଲାଇଟ୍ । ଫଳରେ ବହୁ ସମୟ ଧରି ଅଟକି ରହିଛି ମ୍ୟାଚ୍ । ଭାରତର ବ୍ୟାଟିଂ ଜାରି ରହିଥିବା ବେଳେ ଏପରି ଅଘଟଣ ଯୋଗୁଁ ଦର୍ଶକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ବାରବାଟୀ ଷ୍ଟାଡିୟମ ମଧ୍ୟରେ ଏବେ ହୋ ହାଲ୍ଲା ଦେଖିବାକୁ ମିଳିଛି। ଅନ୍ୟପଟେ ଭାରତ ସାମ୍ନାରେ ୩୦୫ ରନର ଟାର୍ଗେଟ୍ ରଖିଛି ଇଂଲଣ୍ଡ । ନିର୍ଦ୍ଧାରିତ ୫୦ ଓଭରର ଗୋଟିଏ ବଲ ବାକିଥାଇ ସମସ୍ତ ୱିକେଟ୍ ହରାଇ ୩୦୪ ରନ୍ କରିଛି ଇଂଲଣ୍ଡ।
Feb 9,2025, 19:13 PM IST
Video: ପାକିସ୍ତାନୀ ବୋହୂ ହେବେ ରାକ୍ଷୀ ସାୱନ୍ତ, ସଜେଇ ହେଇ କ'ଣ କହିଲେ ଶୁଣନ୍ତୁ...
Viral Video: ସୋସିଆଲ ମିଡିଆରେ ଏହି ଭିଡିଓଟି ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି । ବଲିଉଡ ଅଭିନେତ୍ରୀ ରାକ୍ଷା ସାୱନ୍ତ ପାକିସ୍ତାନରେ ପହଞ୍ଚି ସଜେଇ ହୋଇଥିବା ଭିଡିଓରେ ଦେଖିବାକୁ ମିଳିଛି । ବିବାହ ପାଇଁ ସେ ଏପରି ସଜେଇ ହୋଇଥିବା ନିଜେ ରାକ୍ଷୀ କହିଛନ୍ତି । ରାକ୍ଷୀଙ୍କୁ ତାଙ୍କ ସହଯୋଗୀମାନେ କନ୍ୟା ବେଶରେ ସୁସଜ୍ଜିତ କରୁଛନ୍ତି । ନିଜ ବିବାହକୁ ନେଇ ରାକ୍ଷୀ ଖୁବ ଖୁସି ଅଛନ୍ତି ବୋଲି ଜଣାପଡୁଛି ।
Feb 9,2025, 17:13 PM IST
Video: ଆଇଟମ ଗର୍ଲ ନିଶା ମହାରଣା ଅସୁସ୍ଥ, ଶୁଣନ୍ତୁ କ'ଣ କହିଲେ ସେ...
Viral Video: ଯାତ୍ରା ମଞ୍ଚରେ ନିଜ ଅସୁସ୍ଥତା ସମ୍ପର୍କରେ ସୁଚନା ଦେଇଛନ୍ତି ଆଇଟମ ଗର୍ଲ ନିଶା ମହାରଣା । ସେ କହିଛନ୍ତି ଯେ, ତାଙ୍କ ଗଳା ପଡିଯାଇଛି । ଏଥିସହ ଦର୍ଶକଙ୍କୁ ସେ ଏକଥା ମଧ୍ୟ କହିଛନ୍ତି ଯେ, ମଦ ହେଉ କି ସିଗାରେଟ ସେସବୁ ସେ କଦାପି ମଞ୍ଚରେ ବ୍ୟବହାର କରନ୍ତି ନାହିଁ । ରାଜଧାନୀ ଅପେରା ମେଲୋଡି କାର୍ଯ୍ୟକ୍ରମରେ ଏପରି କଥା କହିଥିବା ସମୟରେ ଭିଡିଓଟି ଭାଇରାଲ ହେବାରେ ଲାଗିଛି ।
Feb 9,2025, 14:26 PM IST
Video: ବାପା ଉତ୍ତମ ମହାନ୍ତିଙ୍କ ପାଇଁ ଚିନ୍ତାରେ ପୁଅ ବାବୁସାନ୍, ପାଖରେ ଅଛନ୍ତି ଏହି କଳାକାର
Video: ଓଲିଉଡ ବରିଷ୍ଠ ଅଭିନେତା ଉତ୍ତମ ମହାନ୍ତି ଅସୁସ୍ଥ ହେବା ପରେ ତାଙ୍କୁ ଉନ୍ନତ ଚିକିତ୍ସା ପାଇଁ ଦିଲ୍ଲୀକୁ ଏୟାର ଲିଫ୍ଟ କରାଯାଇଛି । ପରିବାର ସମସ୍ତ ସଦସ୍ୟ ଉତ୍ତମଙ୍କ ପାଖରେ ଅଛନ୍ତି । ଓଲିଉଡ କଳାକାରମାନେ ମଧ୍ୟ ଏହି ଅସୁବିଧା ସମୟରେ ଉତ୍ତମ ମହାନ୍ତିଙ୍କ ପରିବାର ସହ ଛିଡା ହୋଇଛନ୍ତି । ଅପରାଜିତାଙ୍କ ପାଖେ ପାଖେ ଅଛନ୍ତି ସବ୍ୟସାଚୀ ମିଶ୍ର, ଚନ୍ଦ୍ରଭାନୁ ଶତପଥୀ, ଅର୍ଦ୍ଧେନ୍ଦୁ ଓ ପଲ୍ଲବୀ।
Feb 8,2025, 23:39 PM IST
Video: ଉତ୍ତମ ମହାନ୍ତିଙ୍କୁ କିପରି କରାଗଲା ଏୟାରଲିଫ୍ଟ, ଦେଖନ୍ତୁ ଭିଡିଓ
Video: ଓଲିଉଡ ବରିଷ୍ଠ ଅଭିନେତା ଉତ୍ତମ ମହାନ୍ତି ଅସୁସ୍ଥ ହେବା ପରେ ତାଙ୍କୁ ଉନ୍ନତ ଚିକିତ୍ସା ପାଇଁ ଦିଲ୍ଲୀକୁ ଏୟାର ଲିଫ୍ଟ କରାଯାଇଛି । ପରିବାର ସମସ୍ତ ସଦସ୍ୟ ଉତ୍ତମଙ୍କ ପାଖରେ ଅଛନ୍ତି । ଓଲିଉଡ କଳାକାରମାନେ ମଧ୍ୟ ଏହି ଅସୁବିଧା ସମୟରେ ଉତ୍ତମ ମହାନ୍ତିଙ୍କ ପରିବାର ସହ ଛିଡା ହୋଇଛନ୍ତି ।
Feb 8,2025, 23:13 PM IST
Video: ଉତ୍ତମ ମହାନ୍ତିଙ୍କ ପାଇଁ ସାରା ଓଡ଼ିଶା ପ୍ରାର୍ଥନା କରୁଛି- ଅଭିନେତ୍ରୀ ପିଙ୍କି ପ୍ରଧାନ
Video: ଓଲିଉଡର ବରିଷ୍ଠ ଅଭିନେତା ଉତ୍ତମ ମହାନ୍ତିଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ରହିଛି । ଭଲ ଚିକିତ୍ସା ପାଇଁ ଦିଲ୍ଲୀକୁ ସ୍ଥାନାନ୍ତର କରାଯିବ ତାଙ୍କୁ । ଏହାରି ମଧ୍ୟରେ ଅନେକ କଳାକାର ଉତ୍ତମ ମହାନ୍ତିଙ୍କ ପରିବାର ସହ ଛିଡା ହୋଇଛନ୍ତି । ଉତ୍ତମ ମହାନ୍ତିଙ୍କ ସ୍ୱାସ୍ଥ୍ୟବସ୍ଥାକୁ ନେଇ ଅଭିନେତ୍ରୀ ପିଙ୍କି ପ୍ରଧାନ କଣ କହୁଛନ୍ତି ଶୁଣନ୍ତୁ...
Feb 8,2025, 19:52 PM IST
Video: ଉତ୍ତମ ଭାଈଙ୍କର କିଛି ହେବନି, ଦର୍ଶକଙ୍କ ଭଲ ପାଇବା ଅଛି କହିଲେ ବବି ମିଶ୍ର
Video: ଓଲିଉଡର ବରିଷ୍ଠ ଅଭିନେତା ଉତ୍ତମ ମହାନ୍ତିଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ରହିଛି । ଭଲ ଚିକିତ୍ସା ପାଇଁ ଦିଲ୍ଲୀକୁ ସ୍ଥାନାନ୍ତର କରାଯିବ ତାଙ୍କୁ । ଏହାରି ମଧ୍ୟରେ ଅନେକ କଳାକାର ଉତ୍ତମ ମହାନ୍ତିଙ୍କ ପରିବାର ସହ ଛିଡା ହୋଇଛନ୍ତି । ଉତ୍ତମ ମହାନ୍ତିଙ୍କ ସ୍ୱାସ୍ଥ୍ୟବସ୍ଥାକୁ ନେଇ ଅଭିନେତା ବବି ମିଶ୍ର କଣ କହୁଛନ୍ତି ଶୁଣନ୍ତୁ...
Feb 8,2025, 19:39 PM IST
Video: ଦୁଃଖରେ ଅଛନ୍ତି ଅଭିନେତ୍ରୀ ଅପରାଜିତା, ଶୁଣନ୍ତୁ କଣ କହିଲେ ଶ୍ରୀତମ ଦାସ
Video: ଓଲିଉଡର ବରିଷ୍ଠ ଅଭିନେତା ଉତ୍ତମ ମହାନ୍ତିଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ରହିଛି । ଭଲ ଚିକିତ୍ସା ପାଇଁ ଦିଲ୍ଲୀକୁ ସ୍ଥାନାନ୍ତର କରାଯିବ ତାଙ୍କୁ । ଏହାରି ମଧ୍ୟରେ ଅନେକ କଳାକାର ଉତ୍ତମ ମହାନ୍ତିଙ୍କ ପରିବାର ସହ ଛିଡା ହୋଇଛନ୍ତି । ଉତ୍ତମ ମହାନ୍ତିଙ୍କ ସ୍ୱାସ୍ଥ୍ୟବସ୍ଥାକୁ ନେଇ ଅଭିନେତା ଶ୍ରୀତମ ଦାସ କଣ କହୁଛନ୍ତି ଶୁଣନ୍ତୁ...
Feb 8,2025, 19:26 PM IST
Video: ଆଖି ଆଗରେ ସ୍ୱାମୀ ପୁଅର ମୃତ୍ୟୁ ଦେଖି ପାଗଳି ହୋଇଗଲା ମା', ଭିଡ଼ିଓ ଭାଇରାଲ୍
Viral Video: ଶିଖରପୁର ଓଭରବ୍ରିଜ କାଳିଆ ବୋଦା କାଳୀମନ୍ଦିର ନିକଟରେ ଏକ ଦୁର୍ଘଟଣା ଘଟିଥିଲା । ଫଳରେ ବାପା ଓ ୩ବର୍ଷର ପୁଅ ଅଜଣା ଗାଡ଼ିଧକ୍କାରେ ମୃତ୍ୟୁବରଣ କରିଥିଲେ । ଆଖି ଆଗରେ ସ୍ୱାମୀ ଓ ପୁଅର ମୃତ୍ୟୁ ଦେଖି ମାଆ ହୋଇଯାଇଛି ସମ୍ପୂର୍ଣ୍ଣ ପାଗଳି । ଏହି ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଘୁରିବୁଲୁଛି । ଏପରି କରୁଣ ଦୃଶ୍ୟ ଅନେକ ଲୋକଙ୍କ ହୃଦୟକୁ ଦୁଃଖ ଦେଇଛି ।
Feb 8,2025, 17:26 PM IST
Thank you
By clicking “Accept All Cookies”, you agree to the storing of cookies on your device to enhance site navigation, analyze site usage, and assist in our marketing efforts.