8 signs of phone hack: ଫୋନରେ ଏହି ୭ଟି ସଂକେତ ଆସୁଛି କି ? ତାହେଲେ ଆପଣଙ୍କ ଫୋନ୍ ହ୍ୟାକ୍ ହୋଇଛି !
Advertisement
Article Detail0/zeeodisha/odisha1943436

8 signs of phone hack: ଫୋନରେ ଏହି ୭ଟି ସଂକେତ ଆସୁଛି କି ? ତାହେଲେ ଆପଣଙ୍କ ଫୋନ୍ ହ୍ୟାକ୍ ହୋଇଛି !

ଦିନକୁ ଦିନ ଇଣ୍ଟରନେଟ୍ ଏବଂ ସେସିଆଲ ମିଡ଼ିଆର ବ୍ୟବହାର ବଢ଼ିବାକୁ ଲାଗିଛି । ସେହି ହିସାବରେ ମଧ୍ୟ ହ୍ୟାକର ମାନେ ନିଜ ନେଟଓ୍ବାର୍କକୁ ଧିରେ ଦିରେ ଦୃଢ଼ କରିବାରେ ଲାଗିଛନ୍ତି । କିଏ ହ୍ୟାକର ମାନଙ୍କ ଦ୍ବାରା ଅର୍ଥ ମାମଲାରେ ଠକେଇର ଶିକାର ହେଉଛି ତ କିଏ ବ୍ଲାକମେଲିଂର ଶିକାର । ହ୍ୟାକର ମାନଙ୍କ ଠାରୁ ବର୍ତ୍ତିବାକୁ ହେଲେ ନିଜେ ସଚେତ

SOCIAL MEDIA

8 signs of phone hack:

ଦିନକୁ ଦିନ ଇଣ୍ଟରନେଟ୍ ଏବଂ ସେସିଆଲ ମିଡ଼ିଆର ବ୍ୟବହାର ବଢ଼ିବାକୁ ଲାଗିଛି । ସେହି ହିସାବରେ ମଧ୍ୟ ହ୍ୟାକର ମାନେ ନିଜ ନେଟଓ୍ବାର୍କକୁ ଧିରେ ଦିରେ ଦୃଢ଼ କରିବାରେ ଲାଗିଛନ୍ତି । କିଏ ହ୍ୟାକର ମାନଙ୍କ ଦ୍ବାରା ଅର୍ଥ ମାମଲାରେ ଠକେଇର ଶିକାର ହେଉଛି ତ କିଏ ବ୍ଲାକମେଲିଂର ଶିକାର । ହ୍ୟାକର ମାନଙ୍କ ଠାରୁ ବର୍ତ୍ତିବାକୁ ହେଲେ ନିଜେ ସଚେତନ ରହିବା ଆବଶ୍ୟକ । କେତେଟା ସତର୍କତା ଦ୍ବାରା ଏସବୁରୁ ଦୂରେଇ ରହି ହେବ । ତେବେ ଅନେକ ସମୟରେ ଆମ ମାନଙ୍କ ମନକୁ ମଧ୍ୟ ଏ ପ୍ରଶ୍ନ ଆସେ ଯେ ମୋ ଫୋନ ହ୍ୟାକ୍ ହୋଇନି ତ ? ତାହେଲେ କେମିତି ଜାଣିବେ ଆପଣଙ୍କ ଫୋନ୍ ହ୍ୟାକ୍ ହୋଇଛି ନା ନାହିଁ । କେତୋଟି ସଂକେତ ଅଛି, ଯାହାଦ୍ବାରା ଆପଣ ଜାଣିପାରିବେ ଆପଣଙ୍କ ଫୋନରେ ହ୍ୟାକର ଅଛି ନା ନାହିଁ ।

ଖୁବଶୀଘ୍ର ବ୍ୟାଟେରୀ ସରିବା

ବ୍ୟାଟେରି ଭଲ ଥିଲେ ସୁଦ୍ଧା ଖୁବ୍ ଶୀଘ୍ର ଫୋନରୁ ଚାର୍ଜ ସରୁଥିଲେ ଆପଣଙ୍କ ଫୋନ ହ୍ୟାକ ହେବାର ଆଶଙ୍କା ଥାଇପାରେ । ହ୍ୟାକର୍ସ ଆପଣଙ୍କ ଫୋନକୁ ନିଜ କଣ୍ଟ୍ରୋଲକୁ ନେଇଥାଇପାରେ । ନଚେତ୍ କୌଣସି ଆପ ମାଧ୍ୟମରେ ଆପଣଙ୍କର ଜାସୁସି କରୁଥାଇପାରେ ।

ଫୋନ ଗରମ ହେଉଥିଲେ

ଯଦି ଆପଣଙ୍କ ସ୍ମାର୍ଟଫୋନ ଲଗାତାର ଗରମ ହେଉଛି ତାହେଲେ ସତର୍କ ରୁହନ୍ତୁ  । କାରଣ ଆପଣଙ୍କ ଅଜାଣତରେ ଆପଣଙ୍କ ଫୋନ୍ ଚାଲୁଛି ।

ସୋସିଆଲ ମିଡ଼ିଆରେ ଅଜଣା ପୋଷ୍ଟ

ଯଦି ଆପଣଙ୍କ ସୋସିଆଲ ମିଡ଼ିଆ ଆକାଉଣ୍ଟରେ ଏଭଳି କିଛି ପୋଷ୍ଟ ହେଉଛି ଯାହା ଆପଣ କରି ନାହାଁନ୍ତି ତାହେଲେ ଜାଣନ୍ତୁ ଯେ ଆପଣଙ୍କ ଫୋନ ହ୍ୟାକ ହୋଇଛି କିମ୍ବା ଆପଣଙ୍କ ଆକାଉଣ୍ଟ ହ୍ୟାକ ହୋଇଛି ।

ଫୋନ ସ୍ଲୋ ହେଉଥିଲେ

ଯଦି ହଠାତ୍ ଆପଣଙ୍କ ଫୋନ ଅଧିକ ମାତ୍ରାରେ ସ୍ଲୋ ହେଉଛି ତାହେଲେ ସତର୍କ ରୁହନ୍ତୁ । ଏହାଦ୍ବାରା ମଧ୍ୟ ଫୋନ ହ୍ୟାକ୍ ହୋଇଥାଇପାରେ ।

ବାରମ୍ବାର ଆପ୍ ଫ୍ରେସ ହେବା

ଯଦି ଆପଣଙ୍କ ଫୋନ ବାରମ୍ବାର ବନ୍ଦ ହେଉଛି ବା ଆପ୍ ଫ୍ରେଶ୍ ହେଉଛି ତାହେଲେ ଆପଣଙ୍କ ଫୋନ୍ ହ୍ୟାକ ହୋଇଛି । ଏହାଛଡ଼ା ଯଦି ସ୍କ୍ରିନ ଲାଇଟ୍ ବାରମ୍ବାର ଜଳୁଛି ତାହେଲେ ତାହେଲେ ମଧ୍ୟ ହ୍ୟାକ ହେବାର ଅଧିକ ସମ୍ଭାବନା ଅଛି ।

ଭୟଭୀତ ହେଲା ଭଳି ନୋଟିଫିକେସନ

ଫୋନରେ ଏଭଳି କିଛି ନୋଟିଫିକେସନ ଆସୁଛି ଯାହା ପୂର୍ବରୁ କେବେ ଆସିନି । କିମ୍ବା ଭାଇରସ ଆର୍ଲଟ ନୋଟିଫିକେସନ ଆସୁଛି ତାହେଲେ ହ୍ୟାକିଂର ସମ୍ଭାବନା ଅଛି ।

ଡ଼ାଟା ଜଲଦି ସରୁଥିଲେ

ଯଦି ଖୁବ୍ ଶୀଘ୍ର ଡ଼ାଟା ସରୁଛି ତାହେଲେ ଜାଣନ୍ତୁ ଯେ ଆପଣଙ୍କ ବିନା ଅନୁମତିରେ କିଏ ଆପଣଙ୍କ ଡ଼ାଟା ବ୍ୟବହାର କରୁଛି । ମେଲଓ୍ବେୟର କିମ୍ବା ଭାଇରସ ଯୁକ୍ତ ଆପ ଥିବା ଦ୍ବାରା ଏଭଳି ଘଟୁଛି ।