Hair conditioner:ସାମ୍ପୁ କରିବା ପରେ କଣ୍ଡିସନର ଲଗାଇବା ଜରୁରୀ କି ?
Advertisement

Hair conditioner:ସାମ୍ପୁ କରିବା ପରେ କଣ୍ଡିସନର ଲଗାଇବା ଜରୁରୀ କି ?

ସାମ୍ପୁ କରିବା ପରେ ଅଧିକାଂଶ ଲୋକ କଣ୍ଡିସନର ପ୍ରୟୋଗ କରିବାକୁ ପରାମର୍ଶ ଦିଅନ୍ତି, କାରଣ ଏହା କେଶକୁ ସୁସ୍ଥ ଏବଂ ଝଟକାଇବାରେ ସାହାଯ୍ୟ କରିଥାଏ । କିନ୍ତୁ ସାମ୍ପୁ ପରେ କିଛି ଲୋକ କଣ୍ଡିସନର ପ୍ରୟୋଗ କରନ୍ତି ନାହିଁ, ଏହିପରି ଲୋକଙ୍କ କେଶ ଶୀଘ୍ର ଆର୍ଦ୍ରତା ହରାଇଥାଏ । ଯେଉଁଥିପାଇଁ ସେମାନଙ୍କର କେଶ ଶୁଷ୍କ ଏବଂ ଜୀବନ ନଥିବା ଭଳି ଦେଖାଯାଏ

SOCIAL MEDIA

Hair conditioner:

ସାମ୍ପୁ କରିବା ପରେ ଅଧିକାଂଶ ଲୋକ କଣ୍ଡିସନର ପ୍ରୟୋଗ କରିବାକୁ ପରାମର୍ଶ ଦିଅନ୍ତି, କାରଣ ଏହା କେଶକୁ ସୁସ୍ଥ ଏବଂ ଝଟକାଇବାରେ ସାହାଯ୍ୟ କରିଥାଏ । କିନ୍ତୁ ସାମ୍ପୁ ପରେ କିଛି ଲୋକ କଣ୍ଡିସନର ପ୍ରୟୋଗ କରନ୍ତି ନାହିଁ, ଏହିପରି ଲୋକଙ୍କ କେଶ ଶୀଘ୍ର ଆର୍ଦ୍ରତା ହରାଇଥାଏ । ଯେଉଁଥିପାଇଁ ସେମାନଙ୍କର କେଶ ଶୁଷ୍କ ଏବଂ ଜୀବନ ନଥିବା ଭଳି ଦେଖାଯାଏ । କେଶକୁ ସୁସ୍ଥ ରଖିବା ପାଇଁ ସାମ୍ପୁ ପରେ ଆପଣଙ୍କୁ କଣ୍ଡିସନର ଲଗାଇବାକୁ ପଡିବ । ଆଜିକାଲି ସୋସିଆଲ ମିଡିଆରେ ରିଭର୍ସ ସାମ୍ପୁ ମଧ୍ୟ ବେଶ୍ ଲୋକପ୍ରିୟ ।  ଆସନ୍ତୁ ଜାଣିବା ଏହା ବିଷୟରେ ।

ରିଭର୍ସ ସାମ୍ପୁ କରିବାର ପଦ୍ଧତି କ’ଣ?

ରିଭର୍ସ ସାମ୍ପୁ ହେଉଛି କେଶ ଧୋଇବାର ଏକ ପଦ୍ଧତି ଯେଉଁଥିରେ ଲୋକମାନେ ପ୍ରଥମେ କଣ୍ଡିସନର ପ୍ରୟୋଗ କରନ୍ତି । କଣ୍ଡିସନର ପ୍ରୟୋଗପରେ କେଶକୁ ଧୋଇ ତା’ପରେ ସାମ୍ପୁ ପ୍ରୟୋଗ କରନ୍ତି । ସାଧାରଣତଃ ଯେତେବେଳେ ଆମେ ସାମ୍ପୁ କରିଥାଉ, ପ୍ରଥମେ ଆମେ ସାମ୍ପୁ ସହିତ କେଶ ଧୋଇଥାଉ, ତା’ପରେ କଣ୍ଡିସନର ଲଗାଇ ଏହାକୁ ଅତି କମରେ 5 ମିନିଟ୍ ପର୍ଯ୍ୟନ୍ତ କେଶରେ ଛାଡିଥାଉ । ଯାହା ପରେ ଆମେ କେଶକୁ ସାଧା ପାଣିରେ ଧୋଇଥାଉ । କିନ୍ତୁ ରିଭର୍ସ ସାମ୍ପୁ ବା ଓଲଟା ସାମ୍ପୁ ପଦ୍ଧତିରେ ଆମେ ଏହି ପ୍ରକ୍ରିୟାକୁ ଓଲଟା କରିଥାଉ । ଏଥିରେ ଲୋକମାନେ ପ୍ରଥମେ କେଶରେ କଣ୍ଡିସନର ଲଗାନ୍ତି ଏବଂ ଏହାକୁ କିଛି ସମୟ ପାଇଁ ଛାଡିଦିଅନ୍ତି, ତାପରେ  ପାଣିରେ କେଶ ଧୋଇବା ପରେ ସେମାନେ ସାମ୍ପୁ କରନ୍ତି । କିଛି ଲୋକ କୁହନ୍ତି ଯେ ଏହା ସେମାନଙ୍କ କେଶକୁ କୋମଳ କରିଥାଏ । ଯଦି ଆପଣଙ୍କ କେଶ ବହୁତ ଶୁଖିଲା ତେବେ ଆପଣ ଥରେ ସାମ୍ପୁ କରିବାର ଏହି ପଦ୍ଧତିକୁ ଟ୍ରାଏ କରନ୍ତୁ ।

କଣ୍ଡିସନର ପ୍ରୟୋଗ କରିବାର ଲାଭ କ’ଣ?

୧. ଆର୍ଦ୍ରତା ବଜାୟ ରଖେ

ଅଧିକାଂଶ ସାମ୍ପୁ ତିଆରିରେ ରାସାୟନିକ ପଦାର୍ଥ ବ୍ୟବହୃତ ହୁଏ ଯାହା ଆପଣଙ୍କ କେଶକୁ ଡ୍ରାଏ କରିଥାଏ ।  ଯେତେବେଳେ ଆପଣ ସାମ୍ପୁ ପରେ କଣ୍ଡିସନର ପ୍ରୟୋଗ କରନ୍ତି, ସେତେବେଳେ ଏହା ଆପଣଙ୍କ କେଶରେ ଆର୍ଦ୍ରତା ରକ୍ଷାକରି ତାକୁ ଚମକ ପ୍ରଦାନ କରେ ।

୨. ଛନ୍ଦି ହୋଇଥିବା କେଶକୁ ସିଧା କରେ

କିଛି ଲୋକ ନିଜ କେଶକୁ ଅଲଗା ନକରି ସାମ୍ପୁ କରନ୍ତି । ଫଳରେ ଚୁଟି ଛନ୍ଦି ହୋଇଯାଏ । ଯେଉଁଥିପାଇଁ ମୁଣ୍ଡ କୁଣ୍ଡାଇବା ବେଳେ ବାଳ ଛିଡିଥାଏ । ତେଣୁ ସବୁବେଳେ ସାମ୍ପୁ କରିବା ଆଗରୁ କେଶକୁ ସଜାଡିବା ଉଚିତ । ଏହା ବ୍ୟତୀତ ସାମ୍ପୁ ପୂର୍ବରୁ କଣ୍ଡିସନର ଲଗାଇଲେ କେଶ ଛନ୍ଦି ହୋଇନଥାଏ ।କେଶରେ କଣ୍ଡିସନର ଲଗାଇବା ପରେ ଆଙ୍ଗୁଠିରେ କେଶ ସଜାଡନ୍ତୁ । ଓଦଚୁଟିକୁ ଭୁଲରେ ପାନିଆରେ କୁଣ୍ଡାନ୍ତୁ ନାହିଁ ।

୩.କେଶର ଚମକ ବଜାୟ ରଖେ

ସାମ୍ପୁ କରିବା ପରେ ସର୍ବଦା କଣ୍ଡିସନର ଲଗାଇବା ଦ୍ୱାରା କେଶକୁ ଦୀର୍ଘ ସମୟ ପର୍ଯ୍ୟନ୍ତ ସୁସ୍ଥ ଓ ଚମକଦାର ରୁହେ । କଣ୍ଡିସନର ଆମ କେଶକୁ ପ୍ରୋଟିନ୍ ଯୋଗାଇଥାଏ । ଯାହା ଆମ କେଶର ଉଜ୍ଜ୍ୱଳତା ବଜାୟ ରଖେ । ଏହା ବ୍ୟତୀତ ସାମ୍ପୁ ସମୟରେ କିଛି ତ୍ରୁଟି ହେତୁ କେଶ ନଷ୍ଟ ହୋଇଯାଏ, ଆପଣ କଣ୍ଡିସନର ପ୍ରୟୋଗ କରି କେଶକୁ ଏହି କ୍ଷତିରୁ ରକ୍ଷା କରିପାରିବେ ।

୪. ସ୍କାଲ୍ପ ପାଇଁ ଲାଭଦାୟକ

ଆପଣ କେବଳ ସାମ୍ପୁ ପ୍ରୟୋଗ କରି କୌଣସି ଲାଭ ପାଇବେ ନାହିଁ, ଏଥିପାଇଁ ଆପଣଙ୍କୁ ସାମ୍ପୁ ପରେ କଣ୍ଡିସନର ପ୍ରୟୋଗ କରିବାକୁ ପଡିବ । ବାସ୍ତବରେ, ସାମ୍ପୁରେ ଥିବା ରାସାୟନିକ ପଦାର୍ଥ ହେତୁ ମୁଣ୍ଡ କୁଣ୍ଡାଇ ହୋଇଥାଏ ଓ ରୂପି ସମସ୍ୟା ହୋଇପାରେ ।  ଆପଣ କଣ୍ଡିସନର ପ୍ରୟୋଗ କରି ଏହି ସମସ୍ୟାରୁ ରକ୍ଷା ପାଇପାରିବେ ।