Weather Update: ଆଜି କାଳବୈଶାଖି ବର୍ଷା ସମ୍ଭାବନା, ୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
Advertisement
Article Detail0/zeeodisha/odisha2180252

Weather Update: ଆଜି କାଳବୈଶାଖି ବର୍ଷା ସମ୍ଭାବନା, ୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

Weather Update: ଖରାରେ ସିଝୁଛି ସାରା ରାଜ୍ୟ। ଶୁକ୍ରବାର ରାଜ୍ୟର ୨୫ ସହରର ତାପମାତ୍ରା ୩୭ ଡିଗ୍ରୀ ଉପରେ ରେକର୍ଡ଼ କରାଯାଇଛି। ଏହାସହ ୫ ସହରର ତାପମାତ୍ରା ୪୦ ଡିଗ୍ରୀ ଛୁଇଁଛି।  ଭବାନୀପାଟଣା , ନୟାଗଡ, ବୌଦ୍ଧ, ଟିଟିଲାଗଡ଼ ଓ ବଲାଙ୍ଗୀରରେ ପାରଦ ୪୦ ଡିଗ୍ରୀ ରେକର୍ଡ଼ ହୋଇଛି। ଆହୁରି ୫ ଦିନ ରାଜ୍ୟରେ ଏଭଳି ଅସହ୍ୟ ତାତି ଅନୁଭୂତ ହେବ ।   ଆସନ୍ତା ୨୪ ଘଣ୍ଟା  ଉତ୍ତର ପଶ୍ଚିମର ୭ ଜିଲ୍ଲାକୁ କାଳବୈଶାଖି ନେଇ ୟେଲୋ ଓ୍ବାର୍ଣ୍ଣିଂ ଜାରି କରାଯାଇଛି। ସେହି ଜିଲ୍ଲା ଗୁଡି଼କ ହେଲା...

 

Weather Update: ଆଜି କାଳବୈଶାଖି ବର୍ଷା ସମ୍ଭାବନା, ୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

Weather Update: ଖରାରେ ସିଝୁଛି ସାରା ରାଜ୍ୟ। ଶୁକ୍ରବାର ରାଜ୍ୟର ୨୫ ସହରର ତାପମାତ୍ରା ୩୭ ଡିଗ୍ରୀ ଉପରେ ରେକର୍ଡ଼ କରାଯାଇଛି। ଏହାସହ ୫ ସହରର ତାପମାତ୍ରା ୪୦ ଡିଗ୍ରୀ ଛୁଇଁଛି।  ଭବାନୀପାଟଣା , ନୟାଗଡ, ବୌଦ୍ଧ, ଟିଟିଲାଗଡ଼ ଓ ବଲାଙ୍ଗୀରରେ ପାରଦ ୪୦ ଡିଗ୍ରୀ ରେକର୍ଡ଼ ହୋଇଛି। ଆହୁରି ୫ ଦିନ ରାଜ୍ୟରେ ଏଭଳି ଅସହ୍ୟ ତାତି ଅନୁଭୂତ ହେବ । ଦିନ ଓ ରାତି ଉଭୟ ତାପମାତ୍ରା ବଢିବା ସହ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରାଇବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ବିଶେଷଜ୍ଞ ଉମା ଶଙ୍କର ଦାଶ କହିଛନ୍ତି। କିଛି ସ୍ଥାନରେ ବର୍ଷା ପ୍ରଭାବରେ ଆକାଶ ନିର୍ମଳ ସହ ରାଜ୍ୟରେ ପାଗ ଶୁଖିଲା ରହିଛି। ଫଳରେ ଗରମ ଏବଂ ଗୁଳୁଗୁଳି ମଧ୍ୟ ଅଧିକ ହେଉଛି।  ବର୍ତ୍ତମାନ ଆଭ୍ୟନ୍ତରିଣ ଓଡି଼ଶାରେ ସ୍ବାଭାବିକ୍ ଠାରୁ ୨ରୁ ୩ ଡିଗ୍ରୀ ତାପମାତ୍ରା ଅଧିକ ରହିଛି। ଉପକୂଳ ଓଡି଼ଶାରେ ସ୍ବାଭାବିକ ଠାରୁ ୧ରୁ ୨ ଡିଗ୍ରୀ ଅଧିକ ଥିଲା। 

 

 

ଆଭ୍ୟନ୍ତରିଣ ଓଡ଼ିଶାରେ ଆଦ୍ରତା ପ୍ରାୟ ୬୦ ପ୍ରତିଶତ ଉପରେ ରହିଛି। ଦିନ ୮ଟା ୩୦ରୁ ୧୧ ଟା ମଧ୍ୟରେ ୭୫ ପ୍ରତିଶତ ଆଦ୍ରତା ରେକର୍ଡ଼ ହୋଇଛି।  ଆଭ୍ୟନ୍ତରୀଣ ଓଡି଼ଶାରେ ୩୦ରୁ ୫୦ ପ୍ରତିଶତ ଆଦ୍ରତା ରହିଛି। ଅର୍ଥାତ୍ ଉଭୟ ତାପମାତ୍ରା ଓ ଆଦ୍ରତା ପାଇଁ ଅଧିକ ଗରମ ଗୁଳୁଗୁଳି ଅନୁଭୂତ ହେଇଛି। ଆଗାମୀ ୪ରୁ ୫ ଦିନ ପର୍ଯ୍ୟନ୍ତ ଟାଣ ଖରା ସହ ଗ୍ରୀଷ୍ମ ପ୍ରଭାବ ଜାରି ରହିବ।  ଆଗାମୀ ୪ରୁ ୫ ଦିନ ପର୍ଯ୍ୟନ୍ତ ଏଭଳି ପାଗ ଜାରି ରହିବ ବୋଲି ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି।  ଏହା ମଧ୍ୟରେ ଉତ୍ତର ପଶ୍ଚିମ ଓଡି଼ଶାବାସୀଙ୍କ ଲାଗି ସାମାନ୍ୟ ଆଶ୍ବସ୍ତ ମିଳିବ ବୋଲି ପାଣିପାଗ ବିଭାଗ କହିଛି।  ଆସନ୍ତା ୨୪ ଘଣ୍ଟା  ଉତ୍ତର ପଶ୍ଚିମର ୭ ଜିଲ୍ଲାକୁ କାଳବୈଶାଖି ନେଇ ୟେଲୋ ଓ୍ବାର୍ଣ୍ଣିଂ ଜାରି କରାଯାଇଛି। ସେହି ଜିଲ୍ଲା ଗୁଡି଼କ ହେଲା  ମୟୂରଭଂଜ, ବାଲେଶ୍ବର, ଢେଙ୍କାନାଳ, ଯାଜପୁର, ବାଲେଶ୍ବର, ଭଦ୍ରକ ଓ କେନ୍ଦ୍ରାପଡା ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସାଙ୍ଗକୁ ବର୍ଷା ନେଇ ୟେଲୋ ଆଲର୍ଟ ଜାରି କରାଯାଇଛି। ରାଜ୍ୟରେ ଏବେ ପାଣିପାଗ ପରିବର୍ତ୍ତନର କିଛି ବିଶେଷ ସମ୍ଭାବନା ନ ଥିବା ବେଳେ ରାଜ୍ୟରେ ଏବେ ପାଗ ଶୁଖିଲା ରହିବା ସହ ପ୍ରବଳ ଗରମ ଅନୁଭୂତ ହେବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି।