Weather Update: ଆସୁଛି ଆଉ ଏକ ବର୍ଷା, ଭିଜିବ ଏହି ସବୁ ଜିଲ୍ଲା!
Advertisement
Article Detail0/zeeodisha/odisha2131642

Weather Update: ଆସୁଛି ଆଉ ଏକ ବର୍ଷା, ଭିଜିବ ଏହି ସବୁ ଜିଲ୍ଲା!

Weather Update: ରାଜ୍ୟରେ ଗତ ତିନି ଦିନ ହେବ ହାଲୁକାରୁ (light rain) ମଧ୍ୟମ ଧରଣର ବର୍ଷା ସାଙ୍ଗକୁ ସ୍ଥାନ ସ୍ଥାନେ ବିଜୁଳି ଘଡଘଡି ସାଙ୍ଗକୁ  ବର୍ଷା ରେକର୍ଡ ହୋଇଛି।  ଗତ ୨୪ ଘଣ୍ଟାରେ ନବରଙ୍ଗପୁର, କନ୍ଧମାଳ, ଓ ଦେବଗଡରେ ସର୍ବାଧିକ ବର୍ଷା ରେକର୍ଡ ହୋଇଛି। 

Weather Update: ଆସୁଛି ଆଉ ଏକ ବର୍ଷା,  ଭିଜିବ ଏହି ସବୁ ଜିଲ୍ଲା!

Weather Update: ରାଜ୍ୟରେ ଗତ ତିନି ଦିନ ହେବ ହାଲୁକାରୁ (light rain) ମଧ୍ୟମ ଧରଣର ବର୍ଷା ସାଙ୍ଗକୁ ସ୍ଥାନ ସ୍ଥାନେ ବିଜୁଳି ଘଡଘଡି ସାଙ୍ଗକୁ  ବର୍ଷା ରେକର୍ଡ ହୋଇଛି।  ଗତ ୨୪ ଘଣ୍ଟାରେ ନବରଙ୍ଗପୁର, କନ୍ଧମାଳ, ଓ ଦେବଗଡରେ ସର୍ବାଧିକ ବର୍ଷା ରେକର୍ଡ ହୋଇଛି। ପାରଳାଖେମୁଣ୍ତିରେ ମଙ୍ଗଳବାର ସର୍ବାଧିକ ତାପମାତ୍ରା ୩୫.୨ ଡିଗ୍ରୀ ରେକର୍ଡ଼ ହୋଇଛି। ଉତ୍ତର ଆଭ୍ୟନ୍ତରିଣ ଓଡି଼ଶା ତଥା ବାଲେଶ୍ବର, ଭଦ୍ରକ, ଯାଜପୁର,ବୌଦ୍ଧ, ସୋନପୁର, ବଲାଙ୍ଗୀର , ନୂଆପଡା, କଳାହାଣ୍ତି, କନ୍ଧମାଳ ଓ ନବରଙ୍ଗପୁର ପାଗ ଆଂଶିକ ମେଘୁଆ  ରହିବା ସହ ସ୍ଥାନେ ସ୍ଥାନେ ବର୍ଷା ହୋଇଛି।  ବାକି ଜିଲ୍ଲାରେ ମୁଖ୍ୟତ ଶୁଖିଲା ରହିଥିବା  ଆଂଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି(Bhubaneswar Meteorological Centre)। 

 

ALSO READ: Today Horoscope: ଆଜି ବଦଳିବ ଏହି ସବୁ ରାଶିଙ୍କ ଭାଗ୍ୟ, ଜାଣନ୍ତୁ ଆଜିର ରାଶିଫଳ

ଆଜିଠାରୁ ଆସନ୍ତା ୪ ତାରିଖ ପର୍ଯ୍ୟନ୍ତ ପାଗ ମୁଖ୍ୟତ ଶୁଖିଲା ରହିବା ନେଇ ଆଂଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି।  ଏହି ମଧ୍ୟରେ ପଶ୍ଚିମା ଝଡ଼ ପ୍ରଭାବରୁ ୨୯ ତାରିଖରେ ଦକ୍ଷିଣ ଆଭ୍ୟନ୍ତରିଣ ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି । ନୂଆପଡା, କଳାହାଣ୍ତି, ବଲାଙ୍ଗୀର, ନବରଙ୍ଗପୁର, ରାୟଗଡା  ଓ କୋରାପୁଟରେ ବର୍ଷା ନେଇ ପୂର୍ବାନୁମାନ କରିଛି ଆଂଚଳିକ ପାଣିପାଗ ବିଭାଗ। ପାଣିପାଗ ବିଭାଗ ପକ୍ଷରୁ ବୁଲେଟିନ୍ ଜାରି କରି କୁହାଯାଇଛି ଯେ, ୩ ତାରିଖ ଯାଏଁ ରାଜ୍ୟରେ ପାଗ ମୁଖ୍ୟତ ଶୁଖିଲା ରହିବା ସହ  ତାପମାତ୍ରାରେ କିଛି ବିଶେଷ ପରିବର୍ତ୍ତନ ହେବ ନାହିଁ। ରାତି ତାପମାତ୍ରା ସ୍ବାଭାବିକ ଠାରୁ  ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ଅଧିକ ରହିବା ନେଇ ସମ୍ଭାବନା ରହିଛି। ମାର୍ଚ୍ଚ ୪ରୁ ରାଜ୍ୟର କେତେକ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି।