Weather Update: ଆଜି ଏହିସବୁ ଜିଲ୍ଲାରେ ହୋଇପାରେ ଘଡ଼ଘଡ଼ି ସହ ବର୍ଷା, ପାଣିପାଗ ବିଭାଗର ସୂଚନା
Advertisement
Article Detail0/zeeodisha/odisha2318899

Weather Update: ଆଜି ଏହିସବୁ ଜିଲ୍ଲାରେ ହୋଇପାରେ ଘଡ଼ଘଡ଼ି ସହ ବର୍ଷା, ପାଣିପାଗ ବିଭାଗର ସୂଚନା

Weather Update: ରାଜ୍ୟରେ ଜାରି ରହିଛି ମୌସୁମୀ ଜନିତ ବର୍ଷା । ତେବେ, ଆଜି ମଧ୍ୟ ରାଜ୍ୟରେ କେତେକ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। 

Weather Update: ଆଜି ଏହିସବୁ ଜିଲ୍ଲାରେ ହୋଇପାରେ ଘଡ଼ଘଡ଼ି ସହ ବର୍ଷା, ପାଣିପାଗ ବିଭାଗର ସୂଚନା

Weather Update: ରାଜ୍ୟରେ ଜାରି ରହିଛି ମୌସୁମୀ ଜନିତ ବର୍ଷା । ରାଜ୍ୟରେ ଏବେ ବି ୨୬ % ବର୍ଷା  ନିଅଣ୍ଟିଆ ହୋଇଛି। ୧୭ ଜିଲ୍ଲାରେ  ବର୍ଷା  ସ୍ବାଭାବିକ୍ ଠାରୁ  କମ୍ ହୋଇଛି।  ଜୁନ୍ ପହିଲାରୁ ଜୁଲାଇ ୨ ତାରିଖ ଭିତରେ ରାଜ୍ୟରେ ୧୬୮.୭ ମିଲିମିଟର  ବର୍ଷା ରେକର୍ଡ଼ ହୋଇଛି। ୧୨ ଜିଲ୍ଲାରେ ଠିକ୍ ବର୍ଷା ସ୍ଥିତି ରହିଛି। ମାଲକାନଗିରିରେ ସ୍ବାଭାବିକ୍ ଠାରୁ ଅଧିକ ବର୍ଷା ହୋଇଥିବା ବେଳେ ବାକି ୧୧ ଜିଲ୍ଲାରେ ବର୍ଷା ପରିମାଣ ସ୍ବାଭିବିକ୍ ଅଛି। ପାଣିପାଗ ବିଭାଗର ଆକଳନ ହେଲା , ବର୍ତ୍ତମାନ ରାଜ୍ୟରେ ବଡ଼ ବର୍ଷାର ସମ୍ଭାବନା ନାହିଁ। 

ALSO READ: Today Horoscope: କାହା ପାଇଁ ଶୁଭ ତ କାହା ପାଇଁ ଅଶୁଭ ରହିବ ଆଜିର ଦିନ, ଜାଣନ୍ତୁ ଆଜିର ରାଶିଫଳ

ତଥାପି ପ୍ରତିଦିନ ସ୍ବଳ୍ପ ବର୍ଷା  ହୋଇପାରେ। ରାଜ୍ୟରେ ଅନେକ ସ୍ଥାନରେ ବର୍ଷା ସମ୍ଭାବନା ରହିଛି। ୫ରୁ ୬ ତାରିଖ ମଧ୍ୟରେ କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ।  ଜୁନ୍ ପହିଲାରୁ  ଏଯାଏଁ ହୋଇଥିବା  ବର୍ଷା ସ୍ଥିତି  ଅନୁଧ୍ୟାନରୁ ଜଣାପଡିଛି ।ମାଲକାନଗିରିରେ ଅଧିକ ବର୍ଷା ହୋଇଥିବା ବେଳେ ନବରଙ୍ଗପୁରରେ , କୋରାପୁଟ୍, କନ୍ଧମାଳ, ରାୟଗଡା, ସୋନପୁର, ଦେବଗଡ଼, ନୟାଗଡ଼, ଢେଙ୍କାନାଳ, କଟକ,ଖୋର୍ଦ୍ଧା, ଜଗତସିଂହପୁରରେ ବର୍ଷା ପରିମାଣ ସ୍ବାଭାବିକ୍ ରହିଛି। 

ସବୁଠାରୁ କମ୍ ବର୍ଷା ହୋଇଛି ମୟୂରଭଂଜ ଜିଲ୍ଲାରେ  ଏହି ଜିଲ୍ଲାରେ ବର୍ଷା ଯେତିକି ହବକଥା, ତାହା ଠାରୁ ୬୫ %  ନିଅଣ୍ଟିଆ ରହିଛି ସ୍ଥିତି।  ବାଲେଶ୍ବରରେ ୫୭% , କେନ୍ଦୁଝରରେ ୫୦ % , ଭଦ୍ରକରେ ୪୪ % , ଅନୁଗୁଳରେ ୪୧ % ,କେନ୍ଦ୍ରାପଡାରେ ୩୯ % , ଯାଜପୁରରେ ୩୬ % , ପୁରୀରେ ୩୮ % , ଝାରସୁଗୁଡାରେ ୩୪% , ସମ୍ବଲପୁରରେ ୩୧% , କଳାହାଣ୍ତିରେ ୩୨% , ସୁନ୍ଦରଗଡ଼ରେ ୩୦% , ଗଞ୍ଜାମରେ ୩୧%  ଓ ବରଗଡର ୩୧ % ବର୍ଷା ନିଅଣ୍ଟିଆ ରହିଛି। 

ସେପଟେ, ଲଗାତର ବର୍ଷା ସତ୍ତ୍ବେ ଉପକୂଳ ଓଡି଼ଶାରେ  ଆଦ୍ରତା ପରିମାଣ  ଅଧିକ ଥିବାରୁ  ଗୁଳୁଗୁଳିର ପ୍ରକୋପ ଜାରି ରହିଛି। ତେବେ, ଆଜି ମଧ୍ୟ ରାଜ୍ୟରେ କେତେକ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ସେହି ଜିଲ୍ଲା ଗୁଡିକ ହେଲା, କଟକ , ଜଗତସିଂହପୁର , ସୁନ୍ଦରଗଡ, ଝାରସୁଗୁଡା, କେନ୍ଦୁଝର, ଦେବଗଡ, ମୟୂରଭଞ୍ଜ, ବାଲେଶ୍ୱର, ଯାଜପୁର ଓ କେନ୍ଦ୍ରାପଡା। ବର୍ଷା ସହ କିଛି ସ୍ଥାନରେ ବିଜୁଳି ଓ ଘଡଘଡି ହେବାର ମଧ୍ୟ ସମ୍ଭାବନା ରହିଛି ।