Weather Update: ଆଜି ପ୍ରବଳ ବର୍ଷା ନେଇ ଏହି ସବୁ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି!
Advertisement
Article Detail0/zeeodisha/odisha2320436

Weather Update: ଆଜି ପ୍ରବଳ ବର୍ଷା ନେଇ ଏହି ସବୁ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି!

Weather Update: ରାଜ୍ୟରେ ଜାରି ରହିଛି ମୌସୁମୀ ବର୍ଷା। ଯାହା ତାତି ଓ ଗୁଳୁଗୁଳିରୁ ଲୋକଙ୍କୁ ଆଶ୍ବସ୍ତି ଦେଇଛି। ତେବେ, ଏହାରି ଭିତରେ ଆଞ୍ଚଳିକ ପାଣିପାଗ ବିଭାଗ ଆଉ ଏକ ସୂଚନା ଦେଇଛି। 

Weather Update: ଆଜି ପ୍ରବଳ ବର୍ଷା ନେଇ ଏହି ସବୁ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି!

Weather Update: ରାଜ୍ୟରେ ଜାରି ରହିଛି ମୌସୁମୀ ବର୍ଷା। ଯାହା ତାତି ଓ ଗୁଳୁଗୁଳିରୁ ଲୋକଙ୍କୁ ଆଶ୍ବସ୍ତି ଦେଇଛି। ତେବେ, ଏହାରି ଭିତରେ ଆଞ୍ଚଳିକ ପାଣିପାଗ ବିଭାଗ ଆଉ ଏକ ସୂଚନା ଦେଇଛି। ଜୁଲାଇ ୧୭ ତାରିଖ ଯାଏଁ  ରାଜ୍ୟରେ ନିଅଣ୍ଟିଆ ବର୍ଷା ହେବ। ଆସନ୍ତା  ସପ୍ତାହରେ ରାଜ୍ୟର ଅଧିକାଂଶ ସ୍ଥାନରେ ମୋଟ୍ ବର୍ଷା ୫୦ରୁ ୬୦ ମିମି ରହିବ। ଜୁଲାଇ ପ୍ରଥମାର୍ଦ୍ଧରେ ରାଜ୍ୟରେ ବର୍ଷା ପରିମାଣ ୨୫ % ନିଅଣ୍ଟିଆ ରହିବ ବୋଲି  ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। 

ALSO READ: Today Horoscope: ଏହିସବୁ ରାଶିଙ୍କ ପାଇଁ ଅତ୍ୟନ୍ତ ଶୁଭ ରହିବ ଆଜିର ଦିନ, ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ଗୁରୁବାର?

ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଝାରସଗୁଡା, ସମ୍ବଲପୁର, ବରଗଡ଼ ଓ ଦେବଗଡରେ  ୮୦ ମିମି ରୁ ଅଧିକ ବର୍ଷା ହୋଇପାରେ। ୩ ଓ ୪ ତାରିଖରେ ମଧ୍ୟମ ବର୍ଷା ହେବ।  ୬ ତାରିଖ ଯାଏଁ ବିକ୍ଷିପ୍ତ ସ୍ଥାନରେ ସ୍ବଳ୍ପ ବର୍ଷା ହୋଇପାରେ।  ୧୦ରୁ ୧୭ ତାରିଖ ଭିତରେ ଉତ୍ତର ଉପକୂଳରେ ମୋଟ୍ ୫୦ରୁ ୬୦ ମିମି ବର୍ଷା ହେବାର ସମ୍ଭାବନା ରହିଛି। ବାକି ଅଞ୍ଚଳରେ ଲଘୁଚାପ ସୃଷ୍ଟି ହୋଇପାରେ।  ଏହା ପ୍ରଭାବରେ  ଦକ୍ଷିଣ ଓଡି଼ଶାର ପ୍ରବଳ ବର୍ଷା ହେବ। ଆନ୍ଧ୍ରପ୍ରଦେଶରେ ଭାରୀ ବର୍ଷା ହୋଇପାରେ।

ଜୁଲାଇ ପ୍ରଥମ ଓ ଦ୍ବୀତିୟ ସପ୍ତାବରେ ନିଅଣ୍ଟିଆ ବର୍ଷା ସତ୍ତ୍ବେ  ଚାଷ କାମରେ କୌଣସି ସମସ୍ୟା ହେବନି। ମଝିରେ ମଝିରେ ବର୍ଷା ହେବ।  ମୌସୁମୀ ବିଳମ୍ବ ଯୋଗୁଁ  ବର୍ଷା ପ୍ରଭାବିତ ହୋଇଛି।  ଏ-ଥିରେ ବହୁ ସ୍ଥାନରେ ରୋଇବା ପାଇଁ ଧାନ ତଳି ପ୍ରସ୍ତୁତ ହୋଇପାରିନି। ସେପଟେ, ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ଯେ, ଆଜି ସୁନ୍ଦରଗଡ଼, ଝାରସୁଗୁଡା, ସମ୍ବଲପୁର ଓ ବରଗଡରେ  ପ୍ରବଳ ବର୍ଷା ହୋଇପାରେ। ଏହି ସବୁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।  ୬ ଓ ୭ ତାରିଖରେ ବିଭିନ୍ନ ସ୍ଥାନରେ ଭାରି ବର୍ଷା ହେବ। ବିଶେଷକରି, ମାଲକାନଗିରି , କୋରାପୁଟ୍, ରାୟଗଡା, ଗଜପତି, ମୟୂରଭଂଜ ଓ କେନ୍ଦୁଝରରେ ପ୍ରବଳ ବର୍ଷା ହୋଇପାରେ ବୋଲି ବିଭାଗ ପକ୍ଷରୁ କୁହାଯାଇଛି।।