Weather Update: ଜାଡ଼ରେ ଥରୁଛି ପୂରା ରାଜ୍ୟ; ଟ୍ୱିନ ସିଟିରେ ୧୩ ଡିଗ୍ରୀ, ୧୦ ସହରରେ ୧୦ ଡିଗ୍ରୀ ତଳେ ପାରଦ
Advertisement
Article Detail0/zeeodisha/odisha2021043

Weather Update: ଜାଡ଼ରେ ଥରୁଛି ପୂରା ରାଜ୍ୟ; ଟ୍ୱିନ ସିଟିରେ ୧୩ ଡିଗ୍ରୀ, ୧୦ ସହରରେ ୧୦ ଡିଗ୍ରୀ ତଳେ ପାରଦ

ଜାନୁଆରୀ ୨୨, ୨୩ ଏବଂ ୨୪ରେ ପାଗ ଶୁଖିଲା ରହିବ ଏବଂ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ କୁହୁଡ଼ି ହେବାର ସମ୍ଭାବନା ରହିଛି। ଏହା ପରେ ୨୫ ଏବଂ ୨୬ରେ ପାଗ ଶୁଖିଲା ରହିବ। ଏହି ସମୟ ମଧ୍ୟରେ କୌଣସି ବର୍ଷା ସତର୍କତା ନାହିଁ।

Weather Update: ଜାଡ଼ରେ ଥରୁଛି ପୂରା ରାଜ୍ୟ; ଟ୍ୱିନ ସିଟିରେ ୧୩ ଡିଗ୍ରୀ, ୧୦ ସହରରେ ୧୦ ଡିଗ୍ରୀ ତଳେ ପାରଦ

Weather Update: ଭୁବନେଶ୍ୱର: ତମାମ ଦେଶ ସମେତ ପୂରା ରାଜ୍ୟରେ ଏବେ ଶୀତ ଲହରୀ ଜାରି ରହିଛି। ରାତିରେ ପାରଦ ୫ ଡିଗ୍ରୀ ତଳକୁ ଖସିଛି ପାରଦ। ରାଜ୍ୟର ୧୦ଟି ସ୍ଥାନରେ ୧୦ ଡିଗ୍ରୀ ତଳେ ରହିଛି ପାରଦ। ଟ୍ୱିନ ସିଟିରେ ମଧ୍ୟ ପାରଦ ୧୩ ଡିଗ୍ରୀରେ ପହଞ୍ଚିଛି। ଗତକାଲି ରାତିରେ ରେକର୍ଡ ହୋଇଥିବା ସଦ୍ୟ ତାପମାତ୍ରା ଅନୁଯାୟୀ କନ୍ଧମାଳ ଜିଲ୍ଲାର ଜି ଉଦୟଗିରିରେ  ସର୍ବନିମ୍ନ ତାପମାତ୍ରା ୫ ଡିଗ୍ରୀ ରହିଥିଲା। ସେହିପରି ଦାରିଙ୍ଗବାଡ଼ି ଓ କିରେଇରେ ମଧ୍ୟ ହାଡ଼ଭଙ୍ଗା ଶୀତ ଅନୁଭୂତ ହେଉଥିବା ଦେଖିବାକୁ ମିଳିଛି। 

ରାଜ୍ୟର ଅନ୍ୟ ସ୍ଥାନ ଗୁଡ଼ିକରେ ମଧ୍ୟ ହାଡ଼ ଭଙ୍ଗା ଜାଡ଼ ଅନୁଭୂତ ହେଉଥିବା ଦେଖିବାକୁ ମିଳିଛି। ଫୁଲବାଣୀରେ ୭ ଡିଗ୍ରୀ, କିରେଇରେ ୭.୫ ଡିଗ୍ରୀ, ଅନୁଗୋଳରେ ୮ ଡିଗ୍ରୀ, କୋରାପୁଟରେ ୮ ଡିଗ୍ରୀ, ସେମିଳିଗୁଡାରେ ୮.4 ଡିଗ୍ରୀ, ଦାରିଙ୍ଗିବାଡିରେ ୮.୫ ଡିଗ୍ରୀ, କେନ୍ଦୁଝରରେ ୮.୬ ଡିଗ୍ରୀ, ରାଉରକେଲାରେ ୮.୬ ଡିଗ୍ରୀ, ସୁନ୍ଦରଗଡ଼ରେ ୮.୮ ଡିଗ୍ରୀ, ଭବାନୀପାଟଣାରେ ୮.୯ ଡିଗ୍ରୀ, ଭଦ୍ରକର ରାଣୀତାଲରେ ୯ ଡିଗ୍ରୀ, ଝାରସୁଗୁଡ଼ାରେ ୯.୨ ଡିଗ୍ରୀ ଓ ସୋନପୁରରେ ୧୦ ଡିଗ୍ରୀ ରେକର୍ଡ ହୋଇଥିବା ଆଞ୍ଚଳିକ ପାଣିପାଗ ବିଭାଗ ସୂଚନା ଦେଇଛି। 

ସେପଟେ ଚଳିତ ବର୍ଷ ଟ୍ୱିନସିଟି କଟକ ଓ ଭୁବନେଶ୍ୱରରେ ସର୍ବନିମ୍ନ ତାପମାତ୍ରା ରେକର୍ଡ କରାଯାଇଛି। ଗତକାଲି ଏହି ଦୁଇ ସହରରେ ତାପମାତ୍ରା ୧୩ ଡିଗ୍ରୀ ରେକର୍ଡ କରାଯାଇଥିଲା। ୧୪ଟି ସହରରେ ତାପମାତ୍ରା ଆହୁରି ଖସିବ ବୋଲି ସୂଚନା ଦେଇଛି ପାଣିପାଗ ବିଭାଗ। ସେହିପରି, କେନ୍ଦୁଝର, କଳାହାଣ୍ତି, କୋରାପୁଟ, କନ୍ଧମାଳ, ବଲାଙ୍ଗୀର, ସୁନ୍ଦରଗଡ, ଝାରସୁଗୁଡା , ଅନୁଗୋଳ ଓ ଢେଙ୍କାନାଳରେ ଆଜି ସକାଳୁ କୁହୁଡି ଦୃଶ୍ୟମାନ ହେବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି। 

ଉତ୍ତର ଭାରତରେ ସମସ୍ୟା ବଢାଉଛି ଘନ କୁହୁଡ଼ି, ଆହୁରି ଖସିବ ପାରତ
ସେହିପରି ଯଦି ଦେଶରେ ଶୀତ ଲହରୀ କଥା ଦେଖିବା ତେବେ ଉତ୍ତର ଭାରତରେ ପାରଦ ତଳମୁହାଁ ରହିଛି। ଉତ୍ତରପ୍ରଦେଶ, ଦିଲ୍ଲୀ, ପଞ୍ଜାବ ଆଦି ରାଜ୍ୟରେ ପାରଦ ଏବେ ତଳମୁହାଁ।  ଏହି ସମୟରେ ଘନ କୁହୁଡ଼ି ଲୋକଙ୍କ ସମସ୍ୟାକୁ ଆହୁରି ବଢାଇ ଦେଇଛି। ଉତ୍ତର ପ୍ରଦେଶର ପୂର୍ବ ଭାଗରେ ତେରାଇ ଅଞ୍ଚଳରେ ସକାଳ ଓ ସନ୍ଧ୍ୟାରେ ଘନ କୁହୁଡ଼ି ଦେଖାଯାଉଛି ଯାହା ଯାତାୟତ ଉପରେ ମଧ୍ୟ ପ୍ରଭାବ ପକାଉଛି। ଅନେକ ସ୍ଥାନରେ କୁହୁଡି ଯୋଗୁଁ ଦୃଶ୍ୟମାନ ହ୍ରାସ ପାଉଛି। ପାଣିପାଗ ବିଭାଗର ସୂଚନାନୁସାରେ, ଆଗାମୀ ଦିନରେ ପାରଦ ଆହୁରି ଖସିଯିବ, ଯେଉଁ କାରଣରୁ ହାଡଭଙ୍ଗା ଶୀତ ଅନୁଭୂତ ହେବ। 

ପାଣିପାଗ ବିଭାଗ ଅନୁଯାୟୀ, ୨୧ ଡିସେମ୍ବରରେ ଆଜି ମଧ୍ୟ ୟୁପିରେ ପାଗ ଶୁଖିଲା ରହିବ ବୋଲି ପୂର୍ବାନୁମାନ କରାଯାଇଛି। ଯେଉଁଠାରେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ହାଲୁକା ରୁ ମଧ୍ୟମ କୁହୁଡ଼ି ହେବାର ସମ୍ଭାବନା ଅଛି। ତେବେ ଏ ସମ୍ପର୍କରେ କୌଣସି ନିର୍ଦ୍ଦିଷ୍ଟ ଚେତାବନୀ ଦିଆଯାଇ ନାହିଁ। ଏହା ବ୍ୟତୀତ ଜାନୁଆରୀ ୨୨, ୨୩ ଏବଂ ୨୪ରେ ପାଗ ଶୁଖିଲା ରହିବ ଏବଂ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ କୁହୁଡ଼ି ହେବାର ସମ୍ଭାବନା ରହିଛି। ଏହା ପରେ ୨୫ ଏବଂ ୨୬ରେ ପାଗ ଶୁଖିଲା ରହିବ। ଏହି ସମୟ ମଧ୍ୟରେ କୌଣସି ବର୍ଷା ସତର୍କତା ନାହିଁ।