Weather Update: ଆଜି ୪ ଜିଲ୍ଲାରେ ବର୍ଷା ସମ୍ଭାବନା, ସତର୍କ କଲା ପାଣିପାଗ ବିଭାଗ
Advertisement
Article Detail0/zeeodisha/odisha2322082

Weather Update: ଆଜି ୪ ଜିଲ୍ଲାରେ ବର୍ଷା ସମ୍ଭାବନା, ସତର୍କ କଲା ପାଣିପାଗ ବିଭାଗ

Weather Update: ରାଜ୍ୟରେ ଜାରି ରହିଛି ମୌସୁମୀ ଜନିତ ବର୍ଷା।   ପାଣିପାଗ ବିଭାଗ ପୂର୍ବାନୁମାନ  ଅନୁସାରେ, ରାଜ୍ୟରେ ଆଜି କାଁ ଭାଁ ସ୍ଥାନରେ ବର୍ଷା ହୋଇପାରେ ବୋଲି ବିଭାଗ ପକ୍ଷରୁ କୁହାଯାଇଛି।  

Weather Update: ଆଜି ୪ ଜିଲ୍ଲାରେ ବର୍ଷା ସମ୍ଭାବନା, ସତର୍କ କଲା ପାଣିପାଗ ବିଭାଗ

Weather Update: ରାଜ୍ୟରେ ଜାରି ରହିଛି ମୌସୁମୀ ଜନିତ ବର୍ଷା।  ଆସନ୍ତା ୭ ତାରିଖ ଦିନ ପୁରୀରେ ପ୍ରବଳ ବର୍ଷା ହେବ।  ୭ ତାରିଖରେ ପୁରୀ ଜିଲ୍ଲା ସମେତ ୧୪ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।  ରାଜ୍ୟରେ ଆଜି ବିଶେଷ ଭାବେ ବର୍ଷା ନାହିଁ।  କାଁ ଭାଁ ସ୍ଥାନରେ ବର୍ଷା ହୋଇପାରେ ବୋଲି ବିଭାଗ ପକ୍ଷରୁ କୁହାଯାଇଛି।  ସେହି ଜିଲ୍ଲା ଗୁଡିକ ହେଲା ସମ୍ବଲପୁର, ଦେବଗଡ,  ଝାରସୁଗୁଡା ଓ ବରଗଡ। ଏହି ସବୁ ଜିଲ୍ଲା ଗୁଡିକରେ ୮୦ ମିଲିମିଟରରୁ ଅଧିକ ବର୍ଷା ହୋବାର ସମ୍ଭାବନା ରହିଛି ।

ALSO READ: Today Horoscope: ଏହି ରାଶିର ଲୋକଙ୍କ ପାଇଁ ଅଶୁଭ ରହିବ ଆଜିର ଦିନ! ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ଶୁକ୍ରବାର?

ଆସନ୍ତାକାଲି ଅର୍ଥାତ୍ ୬ ତାରିଖରେ ମୟୂରଭଂଜ,କେନ୍ଦୁଝର, ରାୟଗଡା ଓ କୋରାପୁଟରେ ପ୍ରବଳ ବର୍ଷା ହେବ।  ସେହିପରି, ୭ରେ ପୁରୀ ଜିଲ୍ଲା ସମେତ ଖୋର୍ଦ୍ଧା, କଟକ, ଯାଜପୁର, ନୟାଗଡ, କନ୍ଧମାଳ, ଗଂଜାମ, ଗଜପତି, କଳାହାଣ୍ତି, ନବରଙ୍ଗପୁର, ମାଲକାନଗିରି, ରାୟଗଡା, ମୟୂରଭଂଜ ଓ କେନ୍ଦୁଝର ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। 

ସେହିପରି ୮ ତାରିଖରେ, ସୁନ୍ଦରଗଡ,କେନ୍ଦୁଝର,ମୟୂରଭଂଜ, ଗଂଜାମ, ଗଜପତି, ରାୟଗଡା, କଳାହାଣ୍ତି, ନବରଙ୍ଗପୁର, କୋରାପୁଟ୍ ଓ ମାଲକାନଗିରିରେ ପ୍ରବଳ ବର୍ଷା ହେବ ବୋଲି ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି।  ପଶ୍ଚିମାଝଡ଼ ଉପରେ ଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ବର୍ଷା ହେବ ବୋଲି ବିଭାଗ ଆକଳନ କରିଛି। ସେହିପରି ୧୧ରୁ ୧୮ ଉପକୂଳ ଓ ଉତ୍ତର ଓଡି଼ଶାରେ ବର୍ଷା ସମ୍ଭାବନା ରହିଛି। ଏବେ ରାଜ୍ୟରେ ସାଧାରଣତଃ ପାଗ ମେଘୁଆ ରହିବ। ୭ ତାରିଖ ଅପରାହ୍ନରେ ପୁରୀ, ଖୋର୍ଦ୍ଧା,ନୟାଗଡ଼ ସମେତ ବିଭିନ୍ନ ଜିଲ୍ଲାରେ ବର୍ଷା ହୋଇପାରେ। ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଦକ୍ଷିଣ ଓଡି଼ଶା ନିକଟରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବ। ଯାହାର ପ୍ରଭାବର ବର୍ଷା ହେବ।