Weather Alert: ଆସନ୍ତା ସପ୍ତାହରୁ ବଢିବ ଶୀତ ଲହରୀ, ଜମ୍ମୁ କାଶ୍ମୀରରେ ତୁଷାରପାତ
Advertisement
Article Detail0/zeeodisha/odisha2546405

Weather Alert: ଆସନ୍ତା ସପ୍ତାହରୁ ବଢିବ ଶୀତ ଲହରୀ, ଜମ୍ମୁ କାଶ୍ମୀରରେ ତୁଷାରପାତ

Weather Updates: ହିମାଚଳ ପ୍ରଦେଶର ମନାଲୀରେ ସର୍ବନିମ୍ନ ତାପମାତ୍ରା ୧.୯ ଡିଗ୍ରୀ ରେକର୍ଡ କରାଯାଇଛି। ସିମଲାରେ ୯.୨ ଡିଗ୍ରୀ, ଉନାରେ ୫.୨ ଡିଗ୍ରୀ, କାଙ୍ଗରାରେ ୫.୨ ଡିଗ୍ରୀ, ମଣ୍ଡିରେ ୫.୪ ଡିଗ୍ରୀ, ବିଳାସପୁରରେ ୫.୬ ଡିଗ୍ରୀ, ପାଲମପୁରରେ ୫ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। 

Weather Alert: ଆସନ୍ତା ସପ୍ତାହରୁ ବଢିବ ଶୀତ ଲହରୀ, ଜମ୍ମୁ କାଶ୍ମୀରରେ ତୁଷାରପାତ

Weather Alert: ନୂଆଦିଲ୍ଲୀ: ହିମାଚଳ ପ୍ରଦେଶ ଏବଂ ଜାମ୍ମୁ କାଶ୍ମୀରରେ ପୁଣି ଥରେ ତୁଷାରପାତ ହେବାର ସମ୍ଭାବନା ରହିଛି। ଯଦିଓ ଏହା ଚଳିତ ବର୍ଷ ଶୀତ ଋତୁର ପ୍ରଥମ ତୁଷାରପାତ ନୁହେଁ, କିନ୍ତୁ ଏହି ତୁଷାରପାତ ଦେଶରେ ଶୀତର ମାତ୍ରାକୁ ଗୁରୁତର ଭାବେ ବୃଦ୍ଧି କରାଇବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ରହିଛି। ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଅନୁଯାୟୀ, ଡିସେମ୍ବର ୭ ତାରିଖ ରାତିରେ ପଶ୍ଚିମା ବାୟୁ ସକ୍ରିୟ ହେବ। 

ଏହାର ପ୍ରଭାବରେ ୮ ଓ ୯ ତାରିଖରେ ଜମ୍ମୁ କାଶ୍ମିର ଓ ହିମାଚଳ ପ୍ରଦେଶର ପାହାଡିଆ ଅଞ୍ଚଳରେ ହାଲୁକାରୁ ମଧ୍ୟ ଧରଣର ତୁଷାରପାତ ହେବାର ସମ୍ଭାବନା ରହିଛି। ଏହା ସହିତ ତଳିଆ ଅଞ୍ଚଳରେ ବର୍ଷା ହେବାର ସମ୍ଭାବନା ରହିଛି। ଫଳରେ ଉଭୟ ହିମାଚଳ ପ୍ରଦେଶ ଓ ଜମ୍ମୁ କାଶ୍ମୀରରେ  ମାତ୍ରାଧିକ ତାପମାତ୍ରା ହ୍ରାସ ଘଟିବା ନେଇ ପାଣିପାଗ ପୂର୍ବାନୁମାନ କରିଛି। ଉତ୍ତର ଭାରତରେ ସମତଳ ଅଞ୍ଚଳରେ ଶୀତର ମାତ୍ରା ମଧ୍ୟ ବୃଦ୍ଧି ହେବ। ଏକାଧିକ ରାଜ୍ୟରେ ଘନ କୁହୁଡ଼ି ମଧ୍ୟ ଦେଖିବାକୁ ମିଳିବ। ତେବେ ଆସନ୍ତୁ ଜାଣିବା କେଉଁ ସବୁ ରାଜ୍ୟରେ ପାଣିପାଗ ବିଭାଗ କିପରି ରହିବ। 

ଜମ୍ମୁ କାଶ୍ମୀରରେ କିପରି ରହିବ ଶୀତର ମାତ୍ରା
ପାଣିପାଗ ସୂଚନା ଅନୁଯାୟୀ ତୁଷାରପାତ ହେତୁ ଜାମ୍ମୁ କାଶ୍ମୀରର ଅଧିକାଂଶ ଅଞ୍ଚଳରେ ହାଡଭଙ୍ଗା ଥଣ୍ଡା ଅନୁଭୂତ ହେଉଛି। ତାପମାତ୍ରା ବିଯୁକ୍ତରେ ରହିଛି। ଯେଉଁଠାରେ ହିମାଚଳ ପ୍ରଦେଶରେ ବର୍ଷା ହେବା ନେଇ ପାଣିପାଗ ବିଭାଗ ସୂଚନା ଦେଇଛି। ପାର୍ବତ୍ୟରେ ହାଲୁକା ଧରଣର ତୁଷାରପାତ ହେତୁ ଥଣ୍ଡା ବୃଦ୍ଧି ପାଇଛି। କିନ୍ତୁ ବର୍ଷା ଅଭାବରୁ ସମତଳ ଜିଲ୍ଲାରେ ମରୁଡ଼ି ପରିସ୍ଥିତି ସୃଷ୍ଟି ହୋଇଛି। ଜାମ୍ମୁ କାଶ୍ମୀର ବିଷୟରେ କଥାବାର୍ତ୍ତା କରି ମୌସୁମୀର ସବୁଠାରୁ ଶୀତ ରାତିରେ ଜାମ୍ମୁ କାଶ୍ମୀରର ଶ୍ରୀନଗର ସହରରେ ରେକର୍ଡ କରାଯାଇଥିଲା। ଗତକାଲି ରାତିରେ ଶ୍ରୀନଗରର ତାପମାତ୍ରା ବିଯୁକ୍ତ ୪.୧ ଡିଗ୍ରୀ ରେକର୍ଡ କରାଯାଇଥିଲା। ସୋପିଆନ ଉପତ୍ୟକାର ସବୁଠାରୁ ଶୀତଳ ସହର ଥିଲା। ଏଠାରେ ବିଯୁକ୍ତ ୫.୫ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଥିଲା। ଦକ୍ଷିଣ କାଶ୍ମୀରର ପହେଲଗାମରେ ତାପମାତ୍ରା ବିଯୁକ୍ତ ୫.୩ ଡିଗ୍ରୀ ଥିଲା।

ସେହିପରି ବାରମୁଳାରେ ବିଯୁକ୍ତ ୩.୬ ଡିଗ୍ରୀ, ସୋନମର୍ଗରେ ବିଯୁକ୍ତ ୪.୯ ଡିଗ୍ରୀ ରହିଛି। ଲେହରେ ସର୍ବାଧିକ ୪ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିବା ବେଳେ  ସର୍ବନିମ୍ନ ତାପମାତ୍ରା ବିଯୁକ୍ତ ୯.୬ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଉଥିଲା। ୮ ରୁ ୯ ଡିସେମ୍ବର ମଧ୍ୟରେ ତୁଷାରପାତ ହେବାର ସମ୍ଭାବନା ରହିଛି। ସେହିପରି ୧୦ ରୁ ୧୪ ଡିସେମ୍ବର ମଧ୍ୟରେ ପାଗ ଶୁଖିଲା ରହିବ। ଏହା ପରେ ୧୫ ଓ ୧୬ ତାରିଖରେ ପାହାଡିଆ ଅଞ୍ଚଳରେ ତୁଷାରପାତ ହେବାର ସମ୍ଭାବନା ରହିଛି। ବର୍ଷା ହେବା ନେଇ ମଧ୍ୟ ପାଣିପାଗ ବିଭାଗ ପୂର୍ବାନୁମାନ କରାଯାଇଛି। ଆଜି ୬ ତାରିଖରେ ସକାଳ ସମୟରେ ଜମ୍ମୁ କାଶ୍ମୀରରେ ସର୍ବନିମ୍ନ ବିଯୁକ୍ତ ୧୫.୫୯ ତାପମାତ୍ରା ରେକର୍ଡ କରାଯାଇଛି। ଏଠାରେ ସର୍ବନିମ୍ନ ବିଯୁକ୍ତ ୨୩.୨୭ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ସର୍ବାଧିକ ବିଯୁକ୍ତ ୧୩.୧ ଡିଗ୍ରୀ ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରାଯାଇଛି। 

ହିମାଚଳ ପ୍ରଦେଶରେ ବର୍ଷା ସମ୍ଭାବନା
ମିଡିଆ ରିପୋର୍ଟରେ ହିମାଚଳ ପ୍ରଦେଶରେ ୭ ଡିସେମ୍ବର ପଶ୍ଚିମା ବାୟୁ ପ୍ରଭାବରେ ପାହାଡିଆ ଅଞ୍ଚଳରେ ତୁଷାରପାତର ସମ୍ଭାବନା ରହିଛି। ସମତଳ ଅଞ୍ଚଳରେ ବର୍ଷା ପ୍ରଭାବରେ ଶୀତର ପ୍ରକୋପ ବୃଦ୍ଧି ପାଇବ। ରୋହତାଙ୍ଗ, ବାରାଲାଚା, କୁଞ୍ଜମ ଓ ଶିଙ୍କୁଲା ଆଦି ଅଞ୍ଚଳରେ ୨ ଇଞ୍ଚର ତୁଷାରପାତ ହୋଇସାରିଛି। ଲାହୌଲ ସ୍ପିତି ଅଞ୍ଚଳରେ ତୁଷାରପାତ କାରଣରୁ କିଛି ଅଞ୍ଚଳରେ ଯାତାୟତ ବନ୍ଦ କରିଦିଆଯାଇଛି। ଆସନ୍ତା ସପ୍ତାହରେ ଲାହୌଲ ସ୍ପିତି, କିନୌର, କୁଲ୍ଲୁ, ଚମ୍ବା, ମଣ୍ଡି, ଶିମଲା, କାଙ୍ଗଡା, ମନାଲୀରେ ତୁଷାରପାତ ହେବାର ସମ୍ଭାବନା ରହିଛି। 

ହିମାଚଳ ପ୍ରଦେଶର ମନାଲୀରେ ସର୍ବନିମ୍ନ ତାପମାତ୍ରା ୧.୯ ଡିଗ୍ରୀ ରେକର୍ଡ କରାଯାଇଛି। ସିମଲାରେ ୯.୨ ଡିଗ୍ରୀ, ଉନାରେ ୫.୨ ଡିଗ୍ରୀ, କାଙ୍ଗରାରେ ୫.୨ ଡିଗ୍ରୀ, ମଣ୍ଡିରେ ୫.୪ ଡିଗ୍ରୀ, ବିଳାସପୁରରେ ୫.୬ ଡିଗ୍ରୀ, ପାଲମପୁରରେ ୫ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି।