Advertisement
Photo Details/zeeodisha/odisha2510481
photoDetails0hindi

Weather Update: ଆଜି ୫ ଜିଲ୍ଲାରେ ବର୍ଷା ସମ୍ଭାବନା, ଆଲର୍ଟ ଜାରି କଲା ବିଭାଗ


Weather Update: ରାଜ୍ୟରେ ଏବେ ହାଲୁକା ହାଲୁକା ଥଣ୍ତା ଅନୁଭୂତ ହେଉଛି। ପାଣିପାଗ ବିଭାଗର ତାଜା ସୂଚନା ଅନୁସାରେ, ଆସନ୍ତା ୧୫ ତାରିଖରୁ ରାଜ୍ୟରେ ଶୀତ ବଢିବ।  ରାତି ତାପମାତ୍ରା ୨ରୁ ୪ ଡିଗ୍ରୀ ଯାଏଁ କମିଯିବ।  ଏହା ପ୍ରଭାବରେ ଅଧିକ ଶୀତ ଅନୁଭବ ହୋଇପାରେ।  

1/5

ପାଣିପାଗ ବିଭାଗର ତାଜା ସୂଚନା ଅନୁସାରେ, ଆସନ୍ତା ୧୫ ତାରିଖରୁ ରାଜ୍ୟରେ ଶୀତ ବଢିବ।  ରାତି ତାପମାତ୍ରା ୨ରୁ ୪ ଡିଗ୍ରୀ ଯାଏଁ କମିଯିବ।  ଏହା ପ୍ରଭାବରେ ଅଧିକ ଶୀତ ଅନୁଭବ ହୋଇପାରେ।  ପାଣିପାଗ ବିଭାଗ ଆକଳନ  ଏଭଳି ପୂର୍ବାନୁମାନ କରିଛି।  ସୋମବାର ଫୁଲବାଣୀରେ  ରାତି ତାପମାତ୍ରା  ସବୁଠୁ କମ୍  ବା ୧୫.୨ ଡିଗ୍ରୀ ରେକର୍ଡ଼ ହୋଇଥିଲା । 

ALSO READ: Today Horoscope: ବୃଷ-ମିଥୁନ ସହ ଏହିସବୁ ରାଶିଙ୍କ ପାଇଁ ଆଜି ବଢିପାରେ ଅଡୁଆ, ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ମଙ୍ଗଳବାର?

2/5

ଅନୁଗୁଳରେ ୧୬, କେନ୍ଦୁଝରରେ ୧୭, କୋରାପୁଟ୍ ଓ ଭବାନୀପାଟଣାରେ ୧୬.୫,  ନବରଙ୍ଗପୁରରେ  ୧୭, ରାୟଗଡାରେ ୧୮,  ରାଉରକେଲାରେ ୧୪.୪,  ବଲାଙ୍ଗୀରରେ ୧୮.୫, ଢେଙ୍କାନାଳରେ ୧୮.୯, ସୋନପୁର ଓ ନୟାଗଡ଼ରେ ୧୯.୨,  ବୌଦ୍ଧରେ ୧୯.୮ ଓ ହୀରାକୁଦରେ ୧୯.୯ ଡିଗ୍ରୀ ରେକର୍ଡ଼ ହୋଇଛି।

 

3/5

 ଆଜି ଓ ଆସନ୍ତାକାଲି ଗଂଜାମ, ଗଜପତି, ମାଲକାନଗିରି, କୋରାପୁଟ୍ ଓ ରାୟଗଡାରେ ହାଲୁକା ବର୍ଷା ହୋଇପାରେ।  

 

4/5

ଗୁରୁବାର ପାଗ ଶୁଖିଲା ରହିବ। ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ,ସୋମବାର ଦିନ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି।  ଏହା ପଶ୍ଚିମ ଦିଗରେ ଗତି କରିବା ସହ  ୨ ଦିନ ଭିତରେ ତାମିଲନାଡୁ ଓ ଶ୍ରୀଲଙ୍କା ଉପକୂଳରେ ପହଞ୍ଚିବ।

 

5/5

 ଓଡିଶାରେ ଏହାର ପ୍ରଭାବ ରହିବନି ବୋଲି ବିଭାଗ ପକ୍ଷରୁ ସୂଚନା ମିଳିଛି।