Weather Update: କଲବଲ କରୁଛି ତାତି ; ଆଜି ଏହି ସବୁ ଜିଲ୍ଲାକୁ ରେଡ୍ ଓ୍ବାର୍ଣ୍ଣିଂ ଜାରି
Advertisement
Article Detail0/zeeodisha/odisha2225200

Weather Update: କଲବଲ କରୁଛି ତାତି ; ଆଜି ଏହି ସବୁ ଜିଲ୍ଲାକୁ ରେଡ୍ ଓ୍ବାର୍ଣ୍ଣିଂ ଜାରି

Weather Update: ରାଜ୍ୟବାସୀଙ୍କୁ କଲବଲ କରୁଛି ତାତି। ପଶ୍ଚିମ ଓ ଉତ୍ତର ପଶ୍ଚିମ ଶୁଷ୍କ ବାୟୁ ପ୍ରବାହ ଯୋଗୁଁ ରାଜ୍ୟରେ ଏବେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି।  ଆସନ୍ତା ୪ ଦିନ ରାଜ୍ୟରେ ତାତିରୁ ନିସ୍ତାର ମିଳିବ ନାହିଁ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। 

Weather Update: କଲବଲ କରୁଛି ତାତି ; ଆଜି ଏହି ସବୁ ଜିଲ୍ଲାକୁ ରେଡ୍ ଓ୍ବାର୍ଣ୍ଣିଂ ଜାରି

Weather Update: ରାଜ୍ୟବାସୀଙ୍କୁ କଲବଲ କରୁଛି ତାତି। ପଶ୍ଚିମ ଓ ଉତ୍ତର ପଶ୍ଚିମ ଶୁଷ୍କ ବାୟୁ ପ୍ରବାହ ଯୋଗୁଁ ରାଜ୍ୟରେ ଏବେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି।  ଆସନ୍ତା ୪ ଦିନ ରାଜ୍ୟରେ ତାତିରୁ ନିସ୍ତାର ମିଳିବ ନାହିଁ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ପ୍ରବଳ ଗ୍ରୀଷ୍ମ ପ୍ରବାହ ନେଇ ବିଭିନ୍ନ ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି କରାଯାଇଛି।  ଶନିବାର ଦିନ ୪୪.୭ ଡିଗ୍ରୀ ସେଲସିୟସ୍ ସହ ଅନୁଗୁଳ ରାଜ୍ୟର ସର୍ବାଧିକ ଏବଂ ବିଶ୍ବର ୧୧ ତମ ଉତ୍ତପ୍ତ ସହର ପାଲଟିଛି। ସେହିପରି, ୪୪.୬ ଡିଗ୍ରୀ ସହିତ ଭୁବନେଶ୍ବର ରାଜ୍ୟର ଦ୍ବିତୀୟ  ତଥା ବିଶ୍ବର ୧୩ ତମ ଉତ୍ତପ୍ତ ସହର ରହିଥିଲା। ୪୪.୨ ଡିଗ୍ରୀ ସହିତ ବାରିପଦା ତୃତୀୟ ଉତ୍ତପ୍ତ ସହର ରହିଥିଲା। 

ALSO READ: Today Horoscope: ଏହି ୪ ରାଶିଙ୍କ ପାଇଁ ବଢିପାରେ ଅଡୁଆ! ଜାଣନ୍ତୁ ଆଜି କେମିତି ଆଜିର ଦିନ..

୩୩ ସହରରେ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ୍ ରୁ ଅଧିକ ତାପମାତ୍ରା ରେକର୍ଡ଼ କରାଯାଇଛି । ସେହିପରି ୧୪ ସହରରେ ତାପମାତ୍ରା ୪୩ ଡିଗ୍ରୀରୁ ଅଧିକ ତାପମାତ୍ରା ରେକର୍ଡ଼ କରାଯାଇଛି। ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ, ବୌଦ୍ଧ, ଢେଙ୍କାନାଳ ଓ ଭବାନୀପାଟଣାରେ ୪୩.୭, ନୂଆପଡା ଓ ଝାରସୁଗୁଡାରେ ୪୩.୬, ବଲାଙ୍ଗୀର, ଯାଜପୁର, ତାଳଚେର୍ ଓ ନୟାଗଡରେ ୪୩.୫,କଟକରେ ୪୩.୪, ଟିଟିଲାଗଡରେ ୪୩, ସୁନ୍ଦରଗଡ ଓ ପାରଳାଖେମୁଣ୍ତିରେ ୪୨.୮, ମାଲକାନଗିରି ଓ ରାଉରକେଲାରେ ୪୨.୮, ଜଗତସିଂହପୁରରେ ୪୨.୫, ଚାନ୍ଦବାଲିରେ ୪୨.୪, ସମ୍ବଲପୁର, ଭଦ୍ରକ ଓ କେନ୍ଦ୍ରାପଡାରେ ୪୨.୨ ଡିଗ୍ରୀ ତାପମାତ୍ରା ରେକର୍ଡ଼ କରାଯାଇଛି। ସେହିପରି, ହୀରାକୁଦରେ ୪୨.୧, ସୁବର୍ଣ୍ଣପୁରରେ ୪୧.୮, ବାଲେଶ୍ବରରେ ୪୧.୭, କେନ୍ଦୁଝରରେ ୪୧.୫, ରାୟଗଡାରେ ୪୧.୪, ଫୁଲବାଣୀରେ ୪୦.୮, ବରଗଡରେ ୪୦.୦୫,  ଛତ୍ରପୁର ଓ ଦେବଗଡରେ ୪୦ ଡିଗ୍ରୀ ତାପମାତ୍ରା ରେକର୍ଡ଼ କରାଯାଇଛି। 

ଆଜି ମୟୂରଭଂଜ, ଯାଜପୁର, କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ, ବୌଦ୍ଧ, ସୁନ୍ଦରଗଡ, ଝାରସୁଗୁଡା, ଖୋର୍ଦ୍ଧା, କଟକ,ସମ୍ବଲପୁର, ବଲାଙ୍ଗୀର ଓ ନୂଆପଡା ଆଦି ୧୩ ଜିଲ୍ଲାକୁ ଭୀଷଣ ଗ୍ରୀଷ୍ମ ପ୍ରବାହ ନେଇ ରେଡ୍ ଓ୍ବାର୍ଣ୍ଣିଂ ଜାରି କରାଯାଇଛି।  ସେହିଭଳି ଦେବଗଡ,ସୁବର୍ଣ୍ଣପୁର, କଳାହାଣ୍ତି, କନ୍ଧମାଳ, ନୟାଗଡ, ରାୟଗଡା, ଭଦ୍ରକ,ବାଲେଶ୍ବର,ଜଗତସିଂହପୁର, କେନ୍ଦ୍ରାପଡା, ମାଲକାନଗିରି, ଗଂଜାମ, ଗଜପତି,ନବରଙ୍ଗପୁର ଓ ବରଗଡ଼ ଜିଲ୍ଲାକୁ ଗ୍ରୀଷ୍ମ ପ୍ରବାହ ନେଇ ଅରେଞ୍ଜ ଓ୍ବାର୍ଣ୍ଣିଂ ଜାରି କରାଯାଇଥିବା ବେଳେ କୋରାପୁଟ୍ ଓ ପୁରୀ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି ହୋଇଛି।  ସେହିପରି ଆସନ୍ତା ୨ ତାରିଖରେ କିଛି ଜିଲ୍ଲାକୁ କାଳବୈଶାଖି ବର୍ଷା ସହ ସ୍ବଳ୍ପ ଧରଣର ବୃଷ୍ଟିପାତ ହେବ ବୋଲି ପାଣିପାଗ କେନ୍ଦ୍ର ଆକଳନ କରିଛି।