Weather Update: ଉପକୂଳ-ଉତ୍ତର ଓଡି଼ଶାରେ ଆଜି ପ୍ରବଳ ବର୍ଷା ସମ୍ଭାବନା, ଏହିସବୁ ଜିଲ୍ଲାକୁ ଆଲର୍ଟ ଜାରି
Advertisement
Article Detail0/zeeodisha/odisha2429181

Weather Update: ଉପକୂଳ-ଉତ୍ତର ଓଡି଼ଶାରେ ଆଜି ପ୍ରବଳ ବର୍ଷା ସମ୍ଭାବନା, ଏହିସବୁ ଜିଲ୍ଲାକୁ ଆଲର୍ଟ ଜାରି

Weather Update: ରାଜ୍ୟରେ ଜାରି ରହିଛି ବର୍ଷା । ଉତ୍ତର ଓଡି଼ଶାରେ ଆଡି ପ୍ରବଳ ବର୍ଷା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର।  

Weather Update: ଉପକୂଳ-ଉତ୍ତର ଓଡି଼ଶାରେ ଆଜି ପ୍ରବଳ ବର୍ଷା ସମ୍ଭାବନା, ଏହିସବୁ ଜିଲ୍ଲାକୁ ଆଲର୍ଟ ଜାରି
Weather Update: ରାଜ୍ୟରେ ଜାରି ରହିଛି ବର୍ଷା । ଉତ୍ତର ଓଡି଼ଶାରେ ଆଡି ପ୍ରବଳ ବର୍ଷା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର।  ଉତ୍ତର ବଙ୍ଗୋପସାଗର ଓ ସଂଲଗ୍ନ  ଦକ୍ଷିଣ ପୂର୍ବ ବାଂଲାଦେଶ  ଉପକୂଳରେ ସ୍ପଷ୍ଟ ଚିହ୍ନିତ ଲଘୁଚାପ  କେନ୍ଦ୍ରୀଭୂତ ହୋଇଛି।  ଏହା ପଶ୍ଚିମ ଓ ଉତ୍ତର ପଶ୍ଚିମ ଦିଗରେ  ଗତି କରିବ।  ଶନିବାର ସୁଧା  ଏ-ହା ପଶ୍ଚିମବଙ୍ଗ ଉପକୂଳ  ଓ ସଂଲଗ୍ନ ଉତ୍ତର  ପଶ୍ଚିମ ବଙ୍ଗୋପସାଗରରେ  ଅବପାତରେ ପରିଣତ ହୋଇପାରେ।  ଏହା ପ୍ରଭାବରେ ଉତ୍ତର ଓ ଉପକୂଳ ଓଡି଼ଶାରେ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି। ଆଜି କେନ୍ଦୁଝର, ବାଲେଶ୍ବର ଓ ଭଦ୍ରକରେ ବିଭିନ୍ନ ସ୍ଥାନରେ ୭୦ ରୁ ୨୦୦ ମିମି ବର୍ଷା ହୋଇପାରେ। କେନ୍ଦ୍ରାପଡା ଓ ଜଗତସିଂହପୁର, ଯାଜପୁର, ସୁନ୍ଦରଗଡ, ଦେବଗଡ, ଅନୁଗୁଳ ଓ ଢେଙ୍କାନାଳରେ ପ୍ରବଳ ବର୍ଷା ସମ୍ଭାବନା ଅଛି। 
 
 
 
 
ମାଲକାନଗିରି, କୋରାପୁଟ୍, ନବରଙ୍ଗପୁର, କଳାହାଣ୍ତି, ନୂଆପଡା, ବଲାଙ୍ଗୀର, ସମ୍ବଲପୁର, ବରଗଡ଼ ଓ ଝାରସୁଗୁଡାରେ  ମଧ୍ୟ ଘଡ଼ଘଡି ସହ ପ୍ରବଳ ବର୍ଷା ହୋଇପାରେ। ସେହିପରି  ଆସନ୍ତାକାଲି ମୟୂରଭଂଜ, ସମ୍ବଲପୁର, ଦେବଗଡ ଓ କେନ୍ଦୁଝରରେ ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ। ସେପଟେ, ଆଜି ମୟୂରଭଂଜ ଜିଲ୍ଲାରେ ଅତି ପ୍ରବଳ ବର୍ଷା  ଆଶଙ୍କା ରହିଛି।  ଜିଲ୍ଲାର ବିଭିନ୍ନ ସ୍ଥାନରେ ୨୦ ରୁ ୨୦୦ ମିମି ବର୍ଷା ହୋଇପାରେ।  ଏନେଇ ସତର୍କତା ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ। ପ୍ରବଳ ବର୍ଷା ନେଇ ମୟୂରଭଂଜ ଜିଲ୍ଲାର ସମସ୍ତ ସ୍କୁଲ୍ , କଲେଜ୍ ଓ ଅଙ୍ଗନବାଡିକୁ ଆଜି ଛୁଟି ଘୋଷଣା କରାଯାଇଛି।