Cyclone Update: ଆସୁଛି ବାତ୍ୟା ‘ହମୁନ୍’! ରାଜ୍ୟରେ ବର୍ଷା ଜାରି, ମତ୍ସ୍ୟଜୀବୀଙ୍କୁ ସତର୍କ ସୂଚନା..
Advertisement
Article Detail0/zeeodisha/odisha1926923

Cyclone Update: ଆସୁଛି ବାତ୍ୟା ‘ହମୁନ୍’! ରାଜ୍ୟରେ ବର୍ଷା ଜାରି, ମତ୍ସ୍ୟଜୀବୀଙ୍କୁ ସତର୍କ ସୂଚନା..

Cyclone Update : ବଙ୍ଗୋପସାଗରରେ ଏବେ ଦାନା ବାନ୍ଧୁଛି ବାତ୍ୟା। ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ରହିଥିବା ଅବପାତ(Depression) ପଶ୍ଚିମ-ଉତ୍ତର ପଶ୍ଚିମ ଆଡ଼କୁ ଗତି କରିବ। ଆଜି ମଧ୍ୟରାତ୍ରକୁ ପାରାଦୀପର ଦକ୍ଷିଣକୁ ୪୩୦ କିଲୋମିଟର, ପଶ୍ଚିମବଙ୍ଗ ଦୀଘାର ଦକ୍ଷିଣ-ଦକ୍ଷିଣ ପଶ୍ଚିମକୁ ୫୯୦ କିଲୋମିମିଟର ଓ ବାଂଲାଦେଶର ଖେପୁପରାର(Khepupara) ଦକ୍ଷିଣ-ଦକ୍ଷିଣ ପଶ୍ଚିମ ଦିଗରେ ୭୪୦ କିମି ଦୂରରେ ରହିଛି।

Cyclone Update: ଆସୁଛି ବାତ୍ୟା ‘ହମୁନ୍’! ରାଜ୍ୟରେ ବର୍ଷା ଜାରି, ମତ୍ସ୍ୟଜୀବୀଙ୍କୁ ସତର୍କ ସୂଚନା..

Cyclone Update : ବଙ୍ଗୋପସାଗରରେ ଏବେ ଦାନା ବାନ୍ଧୁଛି ବାତ୍ୟା। ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ରହିଥିବା ଅବପାତ(Depression) ପଶ୍ଚିମ-ଉତ୍ତର ପଶ୍ଚିମ ଆଡ଼କୁ ଗତି କରିବ। ଆଜି ମଧ୍ୟରାତ୍ରକୁ ପାରାଦୀପର ଦକ୍ଷିଣକୁ ୪୩୦ କିଲୋମିଟର, ପଶ୍ଚିମବଙ୍ଗ ଦୀଘାର ଦକ୍ଷିଣ-ଦକ୍ଷିଣ ପଶ୍ଚିମକୁ ୫୯୦ କିଲୋମିମିଟର ଓ ବାଂଲାଦେଶର ଖେପୁପରାର(Khepupara) ଦକ୍ଷିଣ-ଦକ୍ଷିଣ ପଶ୍ଚିମ ଦିଗରେ ୭୪୦ କିମି ଦୂରରେ ରହିଛି। ପାଣିପାଗ ବିଭାଗର ସୂଚନା ଅନୁସାରେ ଏହି ଅବପାତ ୩ ଦିନ ପର୍ଯ୍ୟନ୍ତ ଉତ୍ତର-ଉତ୍ତର ପୂର୍ବ ଦିଗରେ ଗତି କରି ବାଂଲାଦେଶ(Bangladesh) ଓ ନିକଟବର୍ତ୍ତୀ ପଶ୍ଚିମବଙ୍ଗ ତଟ ଆଡ଼କୁ ମୁହାଁଇବ। ୨୪ ତାରିଖ ବେଳକୁ ଏହା ବାତ୍ୟାର(Cyclone) ରୂପ ନେବ।ବାତ୍ୟା ସମୟରେ ପବନର ବେଗ ଘଣ୍ଟାପ୍ରତି ୮୦ କିମି ପର୍ଯ୍ୟନ୍ତ ରହିବାର ସମ୍ଭାବନା ରହିଛି। ୨୬ ତାରିଖ ସକାଳ ସମୟରେ ଏହା ବାଂଲାଦେଶ ନିକଟରେ ସ୍ଥଳଭାଗ ଛୁଇଁବା ନେଇ ଆକଳନ କରିଛି ଆଇଏମଡି(IMD)।

ଏହାର ପ୍ରଭାବରେ ଜଗତସିଂହପୁର, ଗଞ୍ଜାମ, ପୁରୀ ଓ କେନ୍ଦ୍ରାପଡ଼ା ଆଦି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣ ବର୍ଷା (Rain) ହେବା ନେଇ ସମ୍ଭାବନା ରହିଛି। ତେବେ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରର ଗଭୀର ସମୁଦ୍ର ଅଞ୍ଚଳକୁ ମତ୍ସ୍ୟଜୀବୀମାନଙ୍କ (Fisherman) ପ୍ରବେଶ ନ କରିବାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ କରାଯାଇଛି। ୨୩, ୨୪ ଓ ୨୫ ତାରିଖରେ ଉପକୂଳ ଓଡ଼ିଶା ସହ ଏହାର ସଂଲଗ୍ନ ଅଞ୍ଚଳ ଗୁଡ଼ିକରେ ହାଲୁକା ବର୍ଷା ହେବା ନେଇ ସମ୍ଭାବନା ରହିଛି। ବର୍ତ୍ତମାନ ସୁଦ୍ଧା ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକ ପାଇଁ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୌଣସି ୱାର୍ଣ୍ଣିଂ ଜାରି କରାଯାଇ ନାହିଁ।

ଅନ୍ୟପଟେ ଆରବସାଗରରେ (Arab sager) ସୃଷ୍ଟି ହୋଇଥିବା ଅବପାତ (Depression) ଶନିବାର ଅଧିକ ଘନୀଭୂତ ହୋଇ ବାତ୍ୟା ‘ତେଜ’ (Cyclone Tej)ରେ ପରିଣତ ହୋଇଛି। ଆସନ୍ତା ୧୨ ଘଣ୍ଟାରେ ମଧ୍ଯରେ ଏହା ଆହୁରି ଅଧିକ ଘନୀଭୂତ ହୋଇ ଭୀଷଣ ବାତ୍ୟାର (Cyclone) ରୂପ ନେବାର ସମ୍ଭାବନା ରହିଛି। ୨୪ ତାରିଖ ସକାଳରେ ଏହା ଦକ୍ଷିଣ ଓମାନ(Oman) ଓ ପାର୍ଶ୍ବବର୍ତ୍ତୀ ୟେମେନ ଉପକୂଳ ମୁହାଁ ହେବାର ସମ୍ଭାବନା ରହିଛି। ସୂଚନା ଅନୁଯାୟୀ ଯଦି ଅବପାତଟି ବାତ୍ୟା ରୂପ ନିଏ ତାହା ହେଲେ ଏହାର ନାଁ ‘ହମୁନ୍’(Hamun) ରହିବ। ଇରାନ(Iran) ଦେଇଥିବା ଏହି ନାଁର ଅର୍ଥ ମରୁଭୂମିର ଜଳାଶୟ।

Also Read: Weather Update: ବଙ୍ଗୋପସାଗରରେ ସକ୍ରିୟ ରହିଛି ଲଘୁଚାପ, ଆଜି ୪ ଜିଲ୍ଲାରେ ବର୍ଷା ସମ୍ଭାବନା