Cyclone Update: ଭୀଷଣ ବାତ୍ୟାର ରୂପ ନେଲା ‘ହାମୁନ’, ଆହୁରି ଘନିଭୂତ ହେବ..
Advertisement
Article Detail0/zeeodisha/odisha1928429

Cyclone Update: ଭୀଷଣ ବାତ୍ୟାର ରୂପ ନେଲା ‘ହାମୁନ’, ଆହୁରି ଘନିଭୂତ ହେବ..

Cyclone Updates: ଗତକାଲି ବଙ୍ଗୋପସାଗରରେ(Bay of Bengal) ସୃଷ୍ଟି ହେଇଥିବା ଗଭୀର ଅବପାତ ଭୀଷଣ ବାତ୍ୟାର ରୂପ ନେଇଛି । ଏହା ବାତ୍ୟା ‘ହାମୁନ’ ପରିଣତ ହୋଇଥିବା ବେଳେ ଏ ନେଇ ସୂଚନା ଦେଇଛି ପାଣିପାଗ ବିଭାଗ । ଘଣ୍ଟାପ୍ରତି ୧୮ କିଲୋମିଟର ବେଗରେ ବାତ୍ୟା ‘ହାମୁନ’(Hamun) ଗତି କରୁଥିବା ସୂଚନା ମିଳିଛି । 

Cyclone Update: ଭୀଷଣ ବାତ୍ୟାର ରୂପ ନେଲା ‘ହାମୁନ’, ଆହୁରି ଘନିଭୂତ ହେବ..

Cyclone Updates: ଗତକାଲି ବଙ୍ଗୋପସାଗରରେ(Bay of Bengal) ସୃଷ୍ଟି ହେଇଥିବା ଗଭୀର ଅବପାତ ଭୀଷଣ ବାତ୍ୟାର ରୂପ ନେଇଛି । ଏହା ବାତ୍ୟା ‘ହାମୁନ’ ପରିଣତ ହୋଇଥିବା ବେଳେ ଏ ନେଇ ସୂଚନା ଦେଇଛି ପାଣିପାଗ ବିଭାଗ । ଘଣ୍ଟାପ୍ରତି ୧୮ କିଲୋମିଟର ବେଗରେ ବାତ୍ୟା ‘ହାମୁନ’(Hamun) ଗତି କରୁଥିବା ସୂଚନା ମିଳିଛି । ଦୀଘା ଠାରୁ କିଛି କିଲୋମିଟର ଦୂରରେ ଏହି ବାତ୍ୟା ରହିଥିବା କୁହାଯାଉଛି। ସେହିପରି ପାରାଦୀପ(Paradeep) ଠାରୁ ୨ ୧୦ କିଲୋମିଟର ଦୂରରେ ରହିଥିବା ସୂଚନା ମିଳିଛି । ଅନ୍ୟପଟେ ଖେପୁପରାରୁ ୩୭୦ କିଲୋମିଟର ଦୂରରେ ରହିଥିବା ଜଣାପଡିଛି ।

ଆଜି ବାଂଲାଦେଶ ଉପକୂଳ ଛୁଇଁବ ବାତ୍ୟା ‘ହାମୁନ’ । ବାଂଲାଦେଶ(Bangladesh) ଉପକୂଳର ଖେପୁପଡା–ଚିଟାଗଙ୍ଗ ମଧ୍ୟରେ ସ୍ଥଳଭାଗ ଛୁଇଁବ ନେଇ ସୂଚନା ମିଳିଛି। ମାତ୍ର ସେତେ ବେଳକୁ ବାତ୍ୟା(Cyclone) ଦୁର୍ବଳ ହୋଇ ଗଭୀର ଅବପାତରେ(Deep Dipression) ପରିଣତ ହୋଇସାରିଥିବ ବୋଲି ଆକଳନ କରାଯାଇଛି। ଉତ୍ତର ବଙ୍ଗୋପସାଗରରେ ବାତ୍ୟା ‘ହମୁନ୍‍’ ଅଧିକ ଘନୀଭୂତ ହୋଇଥିବା ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ସକ୍ରିୟ ଅବପାତ ପ୍ରଭାବରେ ଉପକୂଳ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ କୋହୋଲା ପାଗ ସହ ବର୍ଷା ହୋଇଛି । ଆଜି ଦିନ ୨ ଟା୩୦ ସୁଦ୍ଧା ପାରାଦ୍ୱୀପରେ ସର୍ବାଧିକ ୪୮.୭ ମିମି ବର୍ଷା, ଚାନ୍ଦବାଲି ୧୦.୮ ମିମି ଏବଂ ବାଲେଶ୍ୱରରେ ୨.୮ ମିମି ବର୍ଷା ରେକର୍ଡ କରାଯାଇଛି ।  ଆଜି କେନ୍ଦ୍ରାପଡା(Kendrapara), ଜଗତସିଂହପୁର ଓ ଭଦ୍ରକ ଜିଲ୍ଲାରେ ଅଧିକ ବର୍ଷା(Rain) ହେବା ଅନୁମାନ କରାଯାଉଛି । ଆଉ ଏହାର ମୁକାବିଲା ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି ସରକାର । ମତ୍ସ୍ୟଜୀବୀଙ୍କୁ(Fisherman) ସମୁଦ୍ରକୁ ଯିବାକୁ ବାରଣ କରାଯାଇଛି ।

Also Read: Cyclone Hamoon: ପାରାଦ୍ୱୀପ ଡପ୍ଲର ରାଡ଼ାରରେ ଦୃଶ୍ୟମାନ ବାତ୍ୟା "ହାମୁନ"ର ଆଖି, '୧୨ଘଣ୍ଟା ମଧ୍ୟରେ ଭୀଷଣବାତ୍ୟା' !