ଭିଜିଲାନ୍ସ ଜାଲରେ ଖଣ୍ଡପଡ଼ା ତହସିଲଦାର
Advertisement
Article Detail0/zeeodisha/odisha2319376

ଭିଜିଲାନ୍ସ ଜାଲରେ ଖଣ୍ଡପଡ଼ା ତହସିଲଦାର

ଗତକାଲି ସ୍ଥାନୀୟ ଅଞ୍ଚଳର ଦଲାଲ ପ୍ରସନ୍ନ ସାହୁଙ୍କୁ ଗିରଫ ପରେ ତହସିଲଦାର ଧୋବେଇ ନାୟକଙ୍କ କାରନାମା ପଦାକୁ ଆସିଥିଲା।

ଭିଜିଲାନ୍ସ ଜାଲରେ ଖଣ୍ଡପଡ଼ା ତହସିଲଦାର

ଭୁବନେଶ୍ଵର: ୨୦ହଜାର ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଖଣ୍ଡପଡ଼ା ତହସିଲଦାର। ତହସିଲଦାର ହେଲେ ଧୋବେଇ ନାୟକ। ଭିଜିଲାନ୍ସ ଟିମ୍ ଗତକାଲି ବିଳମ୍ବିତ ରାତିରେ ତହସିଲଦାର ଧୋବେଇ ନାୟକଙ୍କ ବିଭିନ୍ନ ଘରେ ରେଡ୍‌ କରିଛି। ଏଥିସହ ତହସିଲଦାରଙ୍କ ଭାପୁର ଭଡ଼ାଘର ଏବଂ ଭୁବନେଶ୍ବର ନିଜସ୍ୱ ବାସଭବନରେ ଚଢ଼ଉ ହୋଇଥିବା ସୂଚନା ମିଳିଛି। 

ସୂଚନାଯୋଗ୍ୟ ଯେ, ଖଣ୍ଡପଡ଼ା ତହସିଲଦାର ଧୋବେଇ ନାୟକ ଦଲାଲଙ୍କ ମାଧ୍ୟମରେ ଲାଞ୍ଚ ଟଙ୍କା ଆଦାୟ କରୁଥିଲେ। ଗତକାଲି ସ୍ଥାନୀୟ ଅଞ୍ଚଳର ଦଲାଲ ପ୍ରସନ୍ନ ସାହୁଙ୍କୁ ଗିରଫ ପରେ ତହସିଲଦାର ଧୋବେଇ ନାୟକଙ୍କ କାରନାମା ପଦାକୁ ଆସିଥିଲା। ଖଣ୍ଡପଡ଼ା ବାଇପାସରେ ଏକ ବାଲିଗାଡିକୁ ଶ୍ରୀ ନାୟକ ଜବତ କରିବା ସହ ଛାଡ଼ିବା ପାଇଁ ଦଲାଲ ପ୍ରସନ୍ନ ସାହୁଙ୍କ ମାଧ୍ୟମରେ ୨୦ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ। ଗାଡ଼ି ମାଲିକ ଚନ୍ଦନ ଜେନାଙ୍କଠାରୁ ଏହି ଲାଞ୍ଚ ଟଙ୍କା ନେଉଥିବା ବେଳେ ପ୍ରସନ୍ନ ସାହୁଙ୍କୁ ମାଡ଼ିବସିଥିଲା ନୟାଗଡ ଭିଜିଲାନ୍ସ ଟିମ୍। ପ୍ରସନ୍ନ ତହସିଲଦାରଙ୍କ ପାଇଁ ଏହି ଟଙ୍କା ନେଉଥିବା ସ୍ବୀକାର କରିବାପରେ ଭିଜିଲାନ୍ସ ଟିମ୍ ଧୋବେଇ ନାୟକଙ୍କ ଭାପୁର ଭଡ଼ାଘର ଏବଂ ଭୁବନେଶ୍ବର ଘର ସମେତ ୩ଟି ସ୍ଥାନରେ ଚଢ଼ଉ ଜାରି ରଖିଥିବା ସ୍ପଷ୍ଟ ହୋଇଛି। ଏଥିରେ ନୟାଗଡ଼ ଓ ଭୁବନେଶ୍ବର ଭିଜିଲାନ୍ସ ଟିମ୍‌ ସାମିଲ ରହିଛନ୍ତି। ତେବେ ସମୁଦାୟ ସମ୍ପତି କେତେ ଜବତ ହୋଇଛି ସମ୍ପୂର୍ଣ୍ଣ ଚଢ଼ଉ ସରିଲେ ଜଣାପଡ଼ିବ।