ବରଗଡ଼ ଓଡ଼ିଶା ରାଜ୍ୟ ପରିବହନ ନିଗମ କାର୍ଯ୍ୟାଳୟ ପହଞ୍ଚି କର୍ମଚାରୀଙ୍କୁ ୨୦ଲକ୍ଷ ସ୍ଵର୍ଣ୍ଣ ମୁଦ୍ରାରେ ଦଣ୍ଡିତ କଲେ ମହାରାଜା କଂସ । ଲକ୍ଷ୍ମୀ ବସ୍ ଅତିଶିଘ୍ର ବରଗଡ଼ ଜିଲ୍ଲାରେ ଚଳିବ ବୋଲି ସୁନିଶ୍ଚିତ କଲେ ମହାରାଜ କଂସ। ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାର ତୃତୀୟ ଦିନରେ ଗତକାଲି ମହାରାଜା କଂସ ଓଟ ଓ ହାତୀରେ ନିଜ ପାତ୍ର ମନ୍ତ୍ରୀ ଙ୍କ ସହ ନଗର ପରିକ୍ରମାରେ ବାହାରି ଥିବା ବେଳେ ହଠାତ୍ ଓଡ଼ିଶା ରାଜ୍ୟ ପରିବହନ କାର୍ଯ୍ୟାଳୟ ପହଞ୍ଚି ଶୌଚାଳୟ ର ଖରାପ ଅବସ୍ଥାରେ ଥିବା ସହ ସରକାରୀ ବସ୍ ଷ୍ଟାଣ୍ଡର ଆଖ ପାଖରେ ଆବର୍ଜନା ଜମି ରହୁଥିବା ବିଷୟକୁ ନେଇ କର୍ମଚାରୀ ଉପରେ ବର୍ଷିଛନ୍ତି ମହାରାଜ କଂସ। ଆହୁରି ମଦ ପିଇ ଗାଡ଼ି ନ ଚଳାଇବାକୁ ବସ୍ ଗାଡ଼ି ଚାଳକ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମହାରାଜା କଂସ।
Thank you
By clicking “Accept All Cookies”, you agree to the storing of cookies on your device to enhance site navigation, analyze site usage, and assist in our marketing efforts.