Odisha News: ପାରାଦୀପ ସମୁଦ୍ର ଆଙ୍କରେଜ ଇଲାକାରେ ଫିଲିପାଇନ୍ସ ନାଗରିକଙ୍କ ମୃତ୍ୟୁ ।ଆଙ୍କରେଜରେ ବନ୍ଦରକୁ ଆସିବାକୁ ଅପେକ୍ଷାରେ ଥିବା ''ୟୁକା'' ଡି ଭେସେଲ ନାମକ ପଣ୍ୟବାହୀ ଜାହାଜ ରେ ସେ କ୍ରିୟୁ ମେମ୍ବର ଥିଲେ। ତାଙ୍କ ନାମ ହେଉଛି ''କ୍ୟୁରିୟୋ ଏରାଲ୍ ୱିଲଲେହାମ୍ ଆଜାରକନ୍'' ବୋଲି ଜଣାପଡିଛି। ତାଙ୍କର ମୃତ୍ୟୁ କିଭଳି ହେଲା ସେନେଇ ଚିତ୍ର ସ୍ପଷ୍ଟ ହୋଇନଥିବା ବେଳେ ଏହା ଦୁର୍ଘଟଣା ଜନିତ ମୃତ୍ୟୁ କିମ୍ବା ଆଉ କିଛି ତାକୁ ନେଇ ନାନା ଆଲୋଚନା ସୃଷ୍ଟି ହେଉଛି। ଏନେଇ ଖବର ପାଇ ପାରାଦୀପ ମେରାଇନ୍ ପୋଲିସ ଘଟଣାର ତଦନ୍ତ କରିବା ସହ ତାଙ୍କୁ ଆଙ୍କରେଜ୍ରୁ ବନ୍ଦର ବୋଟ୍ ମାଧ୍ୟମରେ କୂଳକୁ ଅଣାଯାଇ ବନ୍ଦର ଚିକିତ୍ସାଳୟକୁ ଅଣାଯାଇ ଯାଇଥିବା ଜଣାପଡିଛି।
Thank you
By clicking “Accept All Cookies”, you agree to the storing of cookies on your device to enhance site navigation, analyze site usage, and assist in our marketing efforts.