Odisha News: ଜଗତସିଂହପୁରରେ ଅଭାବନୀୟ ଘଟଣା ଘଟିଥିବା ଦେଖିବାକୁ ମିଳିଛି। ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ଛତ୍ରମଠ ଓ ବାଖରପୁର ଗ୍ରାମରେ କୁକୁର ମଡକ। ବିଷ ଦେଇ ଜଣେ ମହିଳା କୋଡିଏରୁ ଉର୍ଦ୍ଧ କୁକୁର ମାରି ଦେଇଥିବା ଥାନାରେ ଅଭିଯୋଗ। ପୋଲିସ ପ୍ରାଥମିକ ତଦନ୍ତ ପରେ ବ୍ୟବଚ୍ଛେଦ ପାଇଁ ପଠାଗଲା କୁକୁରଙ୍କ ଶବ। ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଗ୍ରାମବାସୀଙ୍କ ଦାବୀ। ଜଗତସିଂହପୁର ଜିଲ୍ଲା ତିର୍ତୋଲ ଥାନା ଅନ୍ତର୍ଗତ ଛତ୍ରମଠ ଓ ବାଖରପୁର ଗ୍ରାମରେ କୁକୁର ମଡ଼କ ଦେଖାଦେଇଛି। ସୂଚନା ଅନୁସାରେ ଛତ୍ରମଠ ଗ୍ରାମର ଦୁଖୀ ବାରିକ ନାମ୍ନୀ ମହିଳା କୌଣସି କାରଣରୁ ପ୍ରତିଶୋଧ ପରାୟଣ ହୋଇ ପଚା ମାଂସରେ ଉତ୍କଟ ବିଷ ଦେଇ ପ୍ରାୟ କୋଡିଏ ରୁ ଉର୍ଦ୍ଧ କୁକୁରଙ୍କୁ ମାରିଦେଇଛି।