Two Odia Died: ଭବିଷ୍ୟତ ଗଢିବାକୁ ଯାଇଥିଲେ, ଶବ ହୋଇ ଫେରିଲେ
Advertisement
Article Detail0/zeeodisha/odisha1351097

Two Odia Died: ଭବିଷ୍ୟତ ଗଢିବାକୁ ଯାଇଥିଲେ, ଶବ ହୋଇ ଫେରିଲେ

ବାପା ବାଲେଶ୍ୱର ମୁଖ୍ୟ ଡାକ୍ତରଖାନାରେ ଡାକ୍ତର ଥିବା ବେଳେ ଦେଢ଼ ବର୍ଷ ପୂର୍ବରୁ ମିତାଲି କଟକ ଅଞ୍ଚଳର ଚନ୍ଦନଙ୍କୁ ବିବାହ କରିଥିଲେ। ଉଭୟ ଦମ୍ପତି ବେଙ୍ଗାଲୁରୁରେ ଏକ ଘରୋଇ କମ୍ପାନୀରେ କାର୍ଯ୍ୟ କରୁଥିବା ବେଳେ ଟ୍ରେନିଂ ପାଇଁ ସିକନ୍ଦରାବାଦ ଆସିଥିଲେ। 

Two Odia Died: ଭବିଷ୍ୟତ ଗଢିବାକୁ ଯାଇଥିଲେ, ଶବ ହୋଇ ଫେରିଲେ

Two Odia Died: ହାଇଦ୍ରାବାଦ: ସିକନ୍ଦରାବାଦରେ ଥିବା ରୁବି ଲଗଜୁରି ପ୍ରାଇଡ ହୋଟେଲ ଦୁର୍ଘଟଣାରେ କଟକର ଓଡ଼ିଆ ଦମ୍ପତିଙ୍କ ମୃତ୍ୟୁ ହୋଇଛି। ତେବେ ମୃତକଙ୍କ ମଧ୍ୟରେ ଯୁବକଙ୍କ ଘର କଟକ ଜିଲ୍ଲାରେ ହୋଇଥିବା ବେଳେ ମହିଳାଙ୍କ ଘର ବାଲେଶ୍ୱର ଜିଲ୍ଲା ସୋରରେ ବୋଲି ସୂଚନା ରହିଛି। ମହିଳା ଜଣକ ସୋରସ୍ଥିତ ଗୁଁଆରିଆସାହି ଅଞ୍ଚଳର ମିହିର ମହାପାତ୍ରଙ୍କ ସାନ ଝିଅ। ବାପା ବାଲେଶ୍ୱର ମୁଖ୍ୟ ଡାକ୍ତରଖାନାରେ ଡାକ୍ତର ଥିବା ବେଳେ ଦେଢ଼ ବର୍ଷ ପୂର୍ବରୁ ମିତାଲି କଟକ ଅଞ୍ଚଳର ଚନ୍ଦନଙ୍କୁ ବିବାହ କରିଥିଲେ। ଉଭୟ ଦମ୍ପତି ବେଙ୍ଗାଲୁରୁରେ ଏକ ଘରୋଇ କମ୍ପାନୀରେ କାର୍ଯ୍ୟ କରୁଥିବା ବେଳେ ଟ୍ରେନିଂ ପାଇଁ ସିକନ୍ଦରାବାଦ ଆସିଥିଲେ। ଉଭୟେ ରେଳବାଇ ଷ୍ଟେସନ ନିକଟ ଗୁରୁଦ୍ୱାର ସାମ୍ନାରେ ଥିବା ରୁବି ଲଜରେ ରହିଥିଲେ। ତେବେ ଲଜ ତଳେ ଥିବା ଇଲେକ୍ଟିକ ସ୍କୁଟି ସୋରୁମରେ ନିଆଁ ଲାଗିଯାଇଥିଲା। ତେବେ ଏହି ଅଗ୍ନିକାଣ୍ଡରେ ୮ ଜଣଙ୍କ ମୃତ୍ୟୁ ହୋଇ ସାରିଲାଣି। 

ସିକନ୍ଦରାବାଦ୍‌ର ଏହି ୪ ମହଲା କୋଠାରେ ନିଆଁ ଲାଗିବା ପରେ ୮ ଜଣଙ୍କ ଜୀବନ ଯାଇଛି । ୪ ମହଲା କୋଠାର ତଳ ଫ୍ଲୋରରେ ଥିବା ଇଲେକ୍ଟ୍ରିକ୍‌ ସ୍କୁଟି ସୋରୁମ୍‌ରେ ଲାଗିଥିଲା ନିଆଁ । ଏହି ନିଆଁ ଉପର ମହଲାକୁ ବ୍ୟାପିବା ପରେ ଲଜ୍‌ରେ ରହୁଥିବା ଲୋକେ ଏଥିରେ ପ୍ରଭାବିତ ହୋଇଥିଲେ ।

ସେପଟେ ଅଗ୍ନି ନିର୍ବାପକ ବ୍ୟବସ୍ଥା ଠିକ୍‌ରେ କାମ କରୁନଥିବାରୁ ଲୋକେ ସେଠୁ ବାହାରି ପାରିନଥିଲେ । ଏପରିକି କିଛି ଲୋକ କୋଠାର ପାଇପ୍ ଧରି ଓହଲି ଥିବା ଦେଖିବାକୁ ମିଳିଥିଲା । ଜୀବନ ବଞ୍ଚାଇବାକୁ ବହୁ ସମୟ ଧରି ବାହାରେ ଝୁଲି ରହିଥିବା ଲୋକମାନଙ୍କୁ ଅଗ୍ନିଶମବାହିନୀ ଓ ପୋଲିସ୍ ପହଞ୍ଚି ଉଦ୍ଧାର କରିଥିଲା । ଗତକାଲି ରାତି ସାରା ଏହି ରେସ୍‌କ୍ୟୁ ଅପରେସନ୍ ଚାଲିଥିଲା। କୋଠାର ପାର୍କିଂ ଏରିଆରେ କେମିତି ଇ-ସ୍କୁଟି ରିର୍ଚାଜିଂ ପଏଣ୍ଟ କରାଗଲା ତାକୁ ନେଇ ଏବେ ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି । ପୋଲିସ୍ ଏହି ମାମଲାରେ ଆରମ୍ଭ କରିଛି ତଦନ୍ତ ।

ସେପଟେ ଘଟଣାସ୍ଥଳ ବୁଲି ଦେଖିଛନ୍ତି ତେଲଙ୍ଗାନା ଗୃହମନ୍ତ୍ରୀ ମେହବୁବା ଅଲ୍ଲୀ। ବେଆଇନ ଭାବେ ପାର୍କିଂ ଏବଂ ରିଚାର୍ଜିଂ ପଏଣ୍ଟ ସଂଯୋଗରୁ ଅଗ୍ନିକାଣ୍ଡ ଘଟିଥିବା ମନ୍ତ୍ରୀ କହିଛନ୍ତି। ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ ମୃତକଙ୍କ ପରିବାରକୁ ୩ ଲକ୍ଷ ଟଙ୍କା ସହାୟତା ରାଶି ଘୋଷଣା କରିଛନ୍ତି। ସେପଟେ ପ୍ରଧାନମନ୍ତ୍ରୀ ମଧ୍ୟ ମୃତକଙ୍କ ପ୍ରତି ଶୋକବ୍ୟକ୍ତ କରିଛନ୍ତି। ମୃତକଙ୍କ ପରିବାର ପାଇଁ ୨ ଲକ୍ଷ ଲେଖାଏଁ ଅନୁକମ୍ପାମୂଳକ ରାଶି ଓ ଆହତଙ୍କ ପ୍ରତି ୫୦ ହଜାର ଟଙ୍କା ସହାୟତା ରାଶି ଘୋଷଣା କରିଛନ୍ତି।