Paddy Farmer: ମୟୂରଙ୍କ ପଦୃଭାବରେ ଅତିଷ୍ଟ ମଧୁପୁର ଗ୍ରାମବାସୀ, ବ୍ୟାପକ ଧାନ ଫସଲ ନଷ୍ଟ
Advertisement
Article Detail0/zeeodisha/odisha1416105

Paddy Farmer: ମୟୂରଙ୍କ ପଦୃଭାବରେ ଅତିଷ୍ଟ ମଧୁପୁର ଗ୍ରାମବାସୀ, ବ୍ୟାପକ ଧାନ ଫସଲ ନଷ୍ଟ

Paddy Farmer: ଗ୍ରାମବାସୀ ଉଦ୍ୟମରେ ମୟୂରୁମାନେ ମଧ୍ୟ ଏଠାରେ ସୁରକ୍ଷିତ ଭାବେ ରହୁଥିବା ବେଳେ କିନ୍ତୁ ବନ ବିଭାଗ ଚାଷୀଙ୍କୁ କ୍ଷତିପୁରଣ ନଦେବା, ଚାଷୀଙ୍କୁ ବ୍ୟଥିତ କରିଛି । ପ୍ରତ୍ୟେକ ବର୍ଷ ଧାନ ଅମଳ ସମୟରେ ମୟୁରଙ୍କ ପ୍ରାର୍ଦୃଭାବରେ ବର୍ତ୍ତମାନ ଚାଷୀ ମାନେ ଅତିଷ୍ଟ ହୋଇପଡ଼ିଛନ୍ତି । 

ସୌ: ସୋସିଆଲ ମିଡିଆ

ଭୁବନେଶ୍ୱର: Paddy Farmer, ଚନ୍ଦକା ଅଭୟାରଣ୍ୟ ନିକଟବର୍ତ୍ତୀ ମଧୁପୁର, ରତନପୁର ଓ ମାଂଟୁଆଳ ଜଂଗଲରେ ହଜାର ହଜାର ସଂଖ୍ୟାରେ ମୟୂର ରହିଛନ୍ତି । ତେବେ ମୟୂରମାନଙ୍କୁ ନିଜ ପରିବାରର ସଦସ୍ୟ ଭାବି ଗ୍ରାମବାସୀମାନେ ସୁରକ୍ଷା ଦେଉଥିବା ବେଳେ, ମୟୁରମାନେ ଏବେ ଗ୍ରାମବାସୀଙ୍କ ମୁଣ୍ଡବିନ୍ଧାର କାରଣ ପାଲଟିଛି । ଶହଶହ ମୟୁର ଆସି ପାଚଲା ଧାନକୁ ଦୁଇଁକରି ଖାଇ ଦେଉଥିବା ବେଳେ, ବନ ବିଭାଗର ନିସ୍କ୍ରିୟତା ଚାଷୀଙ୍କ ଦୁଃଖକୁ ଦୁଇଗୁଣିତ କରିଛି । ସେପଟେ ଲଗାତାର ୫/୬ବର୍ଷ ଧରି ଏହିଭଳି କ୍ଷତି ସହୁ ଥିବାରୁ ଆଗକୁ ଚାଷକାର୍ଯ୍ୟରୁ ନିବୃତ ରହିବେ ବୋଲି ଚେତାବନୀ ଦେଇଛନ୍ତି ।   

ଚନ୍ଦକା ଅଭୟାରଣ୍ୟ ନିକଟବର୍ତ୍ତୀ ମଧୁପୁର ଓ ରତନପୁର ଗ୍ରାମ୍ୟ ସଂରକ୍ଷିତ ଜଂଗଲ । ପ୍ରତ୍ୟେକ ଦିନ ସକାଳୁ ସଂଧ୍ୟା ପର୍ଯ୍ୟନ୍ତ ଏହି ମୟୂରମାନେ ଅନାୟସରେ ଗ୍ରାମ ବିଲ ଓ ଖାଲି ସ୍ଥାନମାନଙ୍କରେ ବୁଲାବୁଲି କରି ଖାଦ୍ୟ ସଂଗ୍ରହ କରିଥାନ୍ତି । ଗୋଟିଏ କିମ୍ବା ଦୁଇଟି ନୁହେଁ ହଜାର ହଜର ସଂଧ୍ୟାରେ ମୟୁରମାନେ ବିଲରେ ପଶି ବ୍ୟାପକ କ୍ଷୟକ୍ଷତି କରୁଥିବା ଚାଷୀ ଅଭିଯୋଗ କରିଛନ୍ତି । ଦିନ ବେଳେ ମୟୁର ଓ ରାତିରେ ବାରହାଙ୍କ ଉପଦ୍ରବରେ ଅତିଷ୍ଟି ଚାଷୀ । ଅନ୍ୟପଟେ ଗ୍ରାମବାସୀ ଉଦ୍ୟମରେ ମୟୂରୁମାନେ ମଧ୍ୟ ଏଠାରେ ସୁରକ୍ଷିତ ଭାବେ ରହୁଥିବା ବେଳେ କିନ୍ତୁ ବନ ବିଭାଗ ଚାଷୀଙ୍କୁ କ୍ଷତିପୁରଣ ନଦେବା, ଚାଷୀଙ୍କୁ ବ୍ୟଥିତ କରିଛି । ପ୍ରତ୍ୟେକ ବର୍ଷ ଧାନ ଅମଳ ସମୟରେ ମୟୁରଙ୍କ ପ୍ରାର୍ଦୃଭାବରେ ଏବେ ଅତିଷ୍ଟ ହୋଇପଡ଼ିଲେଣୀ ଚାଷୀ । 

ଚନ୍ଦକା-ଡ଼ମପଡ଼ା ଅଭୟାରଣ୍ୟ ନିକଟରେ ଥିବା ଏହି ଜଙ୍ଗଲରେ ରହିଛନ୍ତି ହଜାର ହଜାର ମୟୂରଙ୍କ ସମେତ ହରିଣ, ବାର୍‌ହା, କୁଟୁରା, ସିଂଘାଳ ଓ ଅନ୍ୟାନ୍ୟ ଜୀବଜନ୍ତୁ । ତେବେ ଏହି ଜଂଗଲ ନିକଟରେ ରହିଛି ମଧୁପୁର, ମହୁଲ, ମାଜଣା, ଅଙ୍ଗାରପଡ଼ା, ପଳାଶପୁର, ମିନ୍‌ଚିନ୍‌ପାଟଣା, କରଡ଼ାପଲ୍ଲୀ, ପାଣିଓରା ଆଦି ଗ୍ରାମ । ହାତୀ ଦ୍ୱାରା ଫସଲ ନଷ୍ଟ ହେଲେ, ସରକାରଙ୍କ ପକ୍ଷରୁ କ୍ଷତିପୁରଣ ରାଶି ମିଳୁଥିବା ବେଳେ, ମୟୁର ଓ ବାରହାଙ୍କ ଯୋଗୁ ଫସଲ କ୍ଷତି ହେଲେ ବନ ବିଭାଗ କୌଣସି କ୍ଷତିପୁରଣ ହେଉନଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଅସଂତୋଷ ଦେଖିବାକୁ ମିଳିଛି । ଯାହାକୁ ନେଇ ଆଉ ଆଗାମୀ ଦିନରେ ଚାଷବାସ ବନ୍ଦ କରିବେବେ ବୋଲି ଚେତାବନୀ ଦେଇଛନ୍ତି ମଧୁପୁର ଗ୍ରାମବାସୀ । 

ଦିନରାତି ଏକ କରି ଚାଷୀ ଭଲ ଧାନ ଗଣ୍ଡେ ଅମଳ ପାଇଁ ସ୍ୱପ୍ନ ଦେଖିଥିବା ବେଳେ, ଏତେ ତା’ର ସ୍ୱପ୍ନ ଚୁରମାର ହେବାକୁ ବସିଲାଣି । ତେଣୁ ବନ ବିଭାଗ ପକ୍ଷରୁ ମୟୁରମାନଙ୍କୁ ସୁରକ୍ଷା ଦେବା ସହ ଚାଷ ଜମିକୁ କିଭଳି ମୟୁରମାନେ ନଆସିବେ, ସେଥିପ୍ରତି ଦୃଷ୍ଟି ଦେବା ଆବଶ୍ୟକ । 

ଏହା ବି ପଢ଼ନ୍ତୁ: cyclone day: ରାଜ୍ୟ ପାଳୁଛି ବିପର୍ଯ୍ୟୟ ପ୍ରସ୍ତୁତି ଦିବସ: ଟାର୍ଗେଟରେ ଜିରୋ କାଜୁଆଲଟି

ଏହା ବି ପଢ଼ନ୍ତୁ: Teacher Protest: ଚୁକ୍ତିଭିତ୍ତିକ ଶିକ୍ଷକଙ୍କ ପରେ ଗର୍ଜିଲେ କ୍ରୀଡ଼ା ଶିକ୍ଷକ, କରିଲେ ଏଭଳି କିଛି ଦାବି

ଏହା ବି ପଢ଼ନ୍ତୁ: Santistupa Dhauli: ଐତିହ୍ୟ ଉପରେ ସର୍ଜିକାଲ ଷ୍ଟ୍ରାଇକ: ଶାନ୍ତିସ୍ତୁପରେ ଅଶାନ୍ତ ବାତାବରଣ