Gi Tag: ଓଡ଼ିଶା ପାଇଁ ଗର୍ବର ବିଷୟ, ରସଗୋଲା ପରେ ଏହି ମିଠାକୁ ମିଳିବ GI TAG !
Advertisement

Gi Tag: ଓଡ଼ିଶା ପାଇଁ ଗର୍ବର ବିଷୟ, ରସଗୋଲା ପରେ ଏହି ମିଠାକୁ ମିଳିବ GI TAG !

Gi Tag: ପୁଣି ବିଶ୍ବ ଦରବାରରେ ନାଁ ରଚିବ ଓଡିଶା । ରସଗୋଲା ପରେ ପରେ ମଗଜ ଲଡୁକୁ ମିଳିବ ଜିଆଇ ଟ୍ୟାଗ। ଢେଙ୍କାନାଳର ଏହି ପ୍ରସିଦ୍ଧ ମିଠା ଏବେ ସମଗ୍ର ବିଶ୍ବରେ ହେବାକୁ ଯାଉଛି ପରିଚିତ । ଯାହା ଓଡିଶାବାସୀଙ୍କ ପାଇଁ ଏକ ଖୁସି ଖବର କହିଲେ ଅତ୍ୟୁକ୍ତି ହେବ ନାହିଁ ।

ସୌଜନ୍ୟ : ସୋସିଆଲ ମିଡିଆ

Gi Tag: ପୁଣି ବିଶ୍ବ ଦରବାରରେ ନାଁ ରଚିବ ଓଡିଶା ।  ରସଗୋଲା ପରେ ପରେ ମଗଜ ଲଡୁକୁ ମିଳିବ ଜିଆଇ ଟ୍ୟାଗ। ଢେଙ୍କାନାଳର ଏହି ପ୍ରସିଦ୍ଧ ମିଠା ଏବେ ସମଗ୍ର ବିଶ୍ବରେ ହେବାକୁ ଯାଉଛି ପରିଚିତ । ଯାହା ଓଡିଶାବାସୀଙ୍କ ପାଇଁ ଏକ ଖୁସି ଖବର କହିଲେ ଅତ୍ୟୁକ୍ତି ହେବ ନାହିଁ । ଏହି ମଗଜ ଲଡୁ ଖାଇବାକୁ ଭାରି ସୁଆଦିଆ । ପାଟିରେ ପକାଉ ପକାଉ କେଉଁ ଆଡେ କ୍ଷଣିକ ମଧ୍ୟରେ ମିଳେଇ ଯାଏ , ତାହା ଜଣା ପଡେନି । ତେବେ, ଏହି ମିଠା ପଛରେ ରହିଛି ଦେଢଶହ ବର୍ଷର କାହାଣୀ । ଢେଙ୍କାନାଳ ଜିଲ୍ଲା ଗଅଁଦିଆଁ ବ୍ଲକର ଷଡ଼ଙ୍ଗୀ ଗାଁର ଚକ୍ରଧର ସାହୁ ନାମକ ଜଣେ ମିଠା କାରିଗର ଆରମ୍ଭ କରିଥିଲେ ମଗଜି ଲଡୁ । ଏହି ମଗଜ ଲଡୁ ସାଧାରଣତଃ ମଇଁଷି ଖିରରୁ ହେଉଥିବା ଛେନାରୁ ତିଆରି କରାଯାଏ। ଏଥିପାଇଁ ଛେନା ଦୁଇ ଭାଗକୁ ଚିନି ଏକଭାଗ ଏବଂ ଏହାସହିତ ଗୁଜୁରାତି ଆବଶ୍ୟକ ହୋଇଥାଏ ।

 

ତେବେ, କହିବାକୁ ଗଲେ ଚକ୍ରଧରଙ୍କ ହାତ ତିଆରି ମଗଜ ଲଡୁ ଯିଏ ଖାଇଛି । ସିଏ ଆଜିବି ତାଙ୍କୁ ମନେ ରଖିଛି । ମଗଜ ଲଡୁକୁ ଜିଆଇ ଟ୍ୟାଗ୍ ମିଳିବା ପାଇଁ ୨୦୨୦ ମସିହାରେ ଓଡିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ଆବେଦନ କରିଥିଲା । ପରବର୍ତ୍ତୀ ସମୟରେ ଏକ୍ସପର୍ଟ ଟିମ ଦ୍ୱାରା ଏହାର ପ୍ରାଥମିକ ପରିକ୍ଷଣ ଶେଷ ହୋଇଛି । ମଗଜ ଲଡୁକୁ ଯଦି ଜିଆଇ ଟ୍ୟାଗ୍ ମିଳେ, ତାହାଲେ ଢେଙ୍କାନାଳ ଜିଲ୍ଲାର ପ୍ରଥମ ଜିନିଷ ଭାବେ ମଗଜ ଲଡୁ ଏହି ମାନ୍ୟତା ହାସଲ କରିବ । ସେପଟେ, ମଗଜ ଲଡୁକୁ ଜିଆଇ ଟ୍ୟାଗ ମିଳିବ ନେଇ ପ୍ରତିକ୍ରିୟା ରଖିଛନ୍ତି ଷଡଙ୍ଗୀ ସରପଞ୍ଚ ସମ୍ବିତ କିଶୋର ଓଝା । ସେ କହିଛନ୍ତି ଯେ, "ଏହା ଅତ୍ୟନ୍ତ ସ୍ୱାଦିଷ୍ଟ ଅଟେ।

 

ବେଳେବେଳେ ଲୋକମାନେ ଏହି ମିଠା ଖାଇବା ପାଇଁ ଦୋକାନ ଆଗରେ ଘଣ୍ଟା ଘଣ୍ଟା ଅପେକ୍ଷା କରିଥିବା ଦେଖୁବାକୁ ମିଳିଥାଏ। ଆମ ଅଞ୍ଚଳର ମିଠା ଜିଆଇ ଟ୍ୟାଗ୍ ପାଇବାକୁ ଯାଉଥିବାରୁ ଏହା ଅତ୍ୟନ୍ତ ଆନନ୍ଦଦାୟକ  ।' ମଗଜ ଲଡୁ ସୁଦ୍ଧ ମଇଁଶି କ୍ଷୀରରୁ ପ୍ରସ୍ତୁତ ହେଉଥିବା ଛେନାରୁ ତିଆରି ହୁଏ । ଏହା ଏତେ ସ୍ୱାଦିଷ୍ଟ ଯେ, କେବେଳ ଢେଙ୍କାନାଳବାସୀ  କାହିଁକି ଜିଲ୍ଲା ବାହାରୁ ଲୋକେ ଏଠାକୁ ଖାଇବାକୁ ଆସନ୍ତି । ଏହାର ଚାହିଦା ଆସନ୍ତା ଦିନରେ ଜିଲ୍ଲା ସୀମା ଅତିକ୍ରମ କରିବ ବୋଲି ସ୍ଥାନୀୟ ବାସିନ୍ଦା କହିଛନ୍ତି।

ଏହାବି ପଢନ୍ତୁ : KIIT Nanhipari Little Miss India: ଆସନ୍ତାକାଲି ଠୁ ଭୁବନେଶ୍ବରରେ ନହ୍ନିପରୀ ଅଡିସନ୍, ଜାଣନ୍ତୁ ବିଜେତାଙ୍କୁ ମିଳିବ କେତେ ଲକ୍ଷ ?

ଏହାବି ପଢନ୍ତୁ : Archana Nag Case: ଇଡିରେ ହାଜର ହେଲେ ଫିଲ୍ମ ପ୍ରଯୋଜକ ପ୍ରମୋଦ ସ୍ୱାଇଁ, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟକୁ ମିଳିଲା ଗୁରୁତ୍ବପୂର୍ଣ୍ଣ ତଥ୍ୟ

ଏହାବି ପଢନ୍ତୁ : Shopping Mall: ରାଜ୍ୟର ଏହି ସହରରେ ଲାଗିଛି ଭିଡ଼, ମାତ୍ର ଟଙ୍କାଏରେ ମିଳୁଛି ବ୍ରାଣ୍ଡେଡ୍ କପଡା, ମୋବାଇଲ ଓ ଜୋତା