ହୀରାକୁଦରେ ଖୋଲିଲାଣି ୩୪ ଗେଟ, ମୁଣ୍ଡଳିରେ ବଢୁଛି ବନ୍ୟାଜଳ
Advertisement
Article Detail0/zeeodisha/odisha1302182

ହୀରାକୁଦରେ ଖୋଲିଲାଣି ୩୪ ଗେଟ, ମୁଣ୍ଡଳିରେ ବଢୁଛି ବନ୍ୟାଜଳ

 ସୁବର୍ଣ୍ଣପୁରରେ ଲଗାଣ ବର୍ଷାରେ ମହାନଦୀରେ ବନ୍ୟା ପାଣି ପ୍ରବାହିତ। ହିକୁଡି ବିଜେପୁର ବ୍ରିଜ ଉପରେ ୫ଫୁଟ ଉଚ୍ଚର ବନ୍ୟାପାଣି ପ୍ରବାହିତ ହେଉଛି।

ହୀରାକୁଦରେ ଖୋଲିଲାଣି ୩୪ ଗେଟ, ମୁଣ୍ଡଳିରେ ବଢୁଛି ବନ୍ୟାଜଳ

କଟକ : ମହାନଦୀରେ (Mahandi) ବଢୁଛି ଜଳସ୍ତର । ପୂର୍ଵାହ୍ନ ୧୧ଟା ସୁଦ୍ଧା ମୁଣ୍ଡଳୀ (Mundali) ନିକଟରେ ମହାନଦୀରେ (Mahanadi) ସେକେଣ୍ଡ ପ୍ରତି ୫ଲକ୍ଷ ୭୮ହଜାର ୧୭୦ ଘନଫୁଟ ଜଳ ପ୍ରଵାହିତ ହେଉଥିବା ନେଇ ରେକର୍ଡ କରାଯାଇଛି। ୧୦ଟା ଵେଳେ ମୁଣ୍ଡଳୀ ଦେଇ ୫ଲକ୍ଷ ୬୮ହଜାର ୭୮୦ ଘନଫୁଟ ଜଳ ପ୍ରଵାହିତ ହେଉଥିଲା।

ସେହିପରି ପ୍ରତି ଘଣ୍ଟାରେ ମୁଣ୍ଡଳୀ ନିକଟରେ ମହାନଦୀରେ ପ୍ରାୟ ୧୦ ହଜାର ଘନଫୁଟ ଵନ୍ୟାଜଳ ଵୃଦ୍ଧି ପାଉଛି। ଏବେ ଖଇରମାଳରେ ସେକେଣ୍ଡ ପ୍ରତି ୯ଲକ୍ଷ ୧୦ହଜାର ଘନଫୁଟ ଵନ୍ୟାଜଳ ପ୍ରଵାହିତ ହେଉଛି। ଏହି ଵନ୍ୟାଜଳ ମୁଣ୍ଡଳୀ ନିକଟରେ ପହଞ୍ଚିବା ପାଇଁ ୧୨ଘଣ୍ଟା ସମୟ ଲାଗିଵ। ତେଣୁ ରାତି ୧୦ଟା ଵେଳକୁ ମୁଣ୍ଡଳୀରେ ପ୍ରାୟ ୧୦ଲକ୍ଷ ଘନଫୁଟ ଜଳ ପ୍ରଵାହିତ ହେଵାର ଆକଳନ କରାଯାଉଛି। ମୁଣ୍ଡଳୀ ନିକଟରେ ମହାନଦୀର ଜଳସ୍ତର ୮୬ ଦଶମିକ ୬୦ଫୁଟ ଥିବା ଵେଳେ ଏଠାରେ ବିପଦ ସଙ୍କେତ ହେଉଛି ୯୭ଫୁଟ। ସେହିଭଳି ନରାଜ ନିକଟରେ କାଠଯୋଡିରେ ସେକେଣ୍ଡ ପ୍ରତି ୨ଲକ୍ଷ ୭୦ହଜାର ଘନଫୁଟ ଜଳ ପ୍ରଵାହିତ ହେଉଛି।

ସୂଚନାଯୋଗ୍ୟ ରାଜ୍ୟରେ ଲାଗି ରହିଛି ବର୍ଷା। ଲଘୁଚାପ ଜନିତ ବର୍ଷା କାରଣରୁ ବିଭିନ୍ନ ସ୍ଥାନରେ ବନ୍ୟା ଆଶଙ୍କା ବୃଦ୍ଧି ପାଇଛି। ହୀରାକୁଦର (Hirakud) ଉପରମୁଣ୍ଡରେ ପ୍ରବଳ ବର୍ଷା କାରଣରୁ ଜଳସ୍ତର  ବୃଦ୍ଧି ପାଉଛି। ବର୍ତ୍ତମାନ ସୁଦ୍ଧା ମୋଟ ୩୦ଟି ଗେଟ ଦେଇ ବନ୍ୟା ଜଳ ନିଷ୍କାସିତ ହେଉଛି। ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ ଆଜି ମୁଣ୍ଡଳି ନିକଟ  ଦେଇ ପ୍ରବାହିତ ହେବ। ତେବେ ମହାନଦୀ (Mahanadi) ଓ ଏହାର ଶାଖା ନଦୀ ଗୁଡ଼ିକରେ ଧିରେ ଧିରେ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ସେପଟେ ଆଗକୁ ଆଉ ଲଘୁଚାପ ଘନିଭୂତ ହେଉଥିବା ବେଳେ ବନ୍ୟା ଆଶଙ୍କା ବୃଦ୍ଧି ପାଇଛି। 
 
ସେପଟେ ଆଜି ସନ୍ଧ୍ୟା ସୁଦ୍ଧା ବନ୍ୟା ଜଳ ମୁଣ୍ଡଳି ଦେଇ ଅତିକ୍ରମ କରିବ। ଏହି ସମୟରେ ପ୍ରାୟ ୭ ଲକ୍ଷ କ୍ୟୁସେକ ଜଳ ପ୍ରବାହିତ ହେବ ବୋଲି ଜଣାପଡ଼ିଛି। ବଂଶଧାରା ନଦୀରେ ଜଳସ୍ତର ବୃଦ୍ଧି ପାଇଛି। ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ବଂଶଧାରା। ବର୍ତ୍ତମାନ କାଶୀନଗର ନିକଟରେ ବଂଶଧାରା ନଦୀର ଜଳସ୍ତର ୫୪.୭୫ ରହିଛି, ଉପରେ ମୁଣ୍ଡରେ ବର୍ଷା ଲାଗି ରହିଥିବାରୁ ଜଳସ୍ତର ବୃଦ୍ଧି ଆହୁରି ବୃଦ୍ଧି ପାଇବା ଆଶଂକା  ରହିଛି। ସେହିପରି ସୁବର୍ଣ୍ଣପୁରରେ ଲଗାଣ ବର୍ଷାରେ ମହାନଦୀରେ ବନ୍ୟା ପାଣି ପ୍ରବାହିତ। ହିକୁଡି ବିଜେପୁର ବ୍ରିଜ ଉପରେ ୫ଫୁଟ ଉଚ୍ଚର ବନ୍ୟାପାଣି ପ୍ରବାହିତ ହେଉଛି। ଫଳରେ ସୋନପୁର ବିରମହାରାଜପୁର ବାଇପାସ୍ ରାସ୍ତାର ଯୋଗାଯୋଗ ବିଚ୍ଛିନ୍ନ।ଯାତାୟତ ଏକ ରକମ ପୁରା ଠପ ହୋଇ ପଡ଼ିଛି। 
 
ଜଳେଶ୍ଵର ବାଲେଶ୍ଵର ଜିଲ୍ଲାର ଦୁଇ ପ୍ରମୁଖ ନଦୀ ସୁବର୍ଣ୍ଣରେଖା ଓ ଜଳକାରେ ଜଳସ୍ତର ବ୍ରୁଦ୍ଧି ପାଉଛି। ଜଳକା ନଦୀର ବସ୍ତା ମଥାନୀ ଠାରେ ବିପଦ ସଙ୍କେତ ୫.୫ମିଟର ଥିବା ବେଳେ ଆଜି ସକାଳ ସାତଟା ସୁଦ୍ଧା ଜଳସ୍ତର ୬.୩୫ମିଟର ଊପରେ ପ୍ରବାହିତ ହେଉଥିବା ବେଳେ ସୁବର୍ଣ୍ଣରେଖା ନଦୀରେ ରାଜ ଘାଟ ଠାରେ ୭.୧୨ମିଟର ରେ ପ୍ରବାହିତ ହେଉଛି। ତେବେ ଏହାର ବିପଦ ସଙ୍କେତ ୧୦.୩୬ମିଟର ରହିଛି। ଉଭୟ ନଦୀର ତଳିଆ ଅଞ୍ଚଳରେ ବନ୍ୟା ପାଣି ପ୍ରବେଶ କରୁଛି।

ଅଧିକ ପଢନ୍ତୁ: ବରଗଡ଼ରେ ପଶିଲା ବନ୍ୟାଜଳ

ଅଧିକ ପଢନ୍ତୁ: ମନ୍ତ୍ରୀ ଜୟଶଙ୍କରଙ୍କ ବଡ଼ ପ୍ରଶଂସକ ଇମ୍ରାନ ଖାନ