ଦିଗ ବଦଳାଇବ ସିତ୍ରାଙ୍ଗ, ଓଡ଼ିଶା ନୁହେଁ ଏହି ରାଜ୍ୟରେ ଛୁଇଁପାରେ ସ୍ଥଳଭାଗ
Advertisement

ଦିଗ ବଦଳାଇବ ସିତ୍ରାଙ୍ଗ, ଓଡ଼ିଶା ନୁହେଁ ଏହି ରାଜ୍ୟରେ ଛୁଇଁପାରେ ସ୍ଥଳଭାଗ

 ଏହି ବାତ୍ୟା ଓଡ଼ିଶା ଉପକୂଳରେ ମାଡ଼ ହେବ ନାହିଁ। ଓଡ଼ିଶା ଉପକୂଳ ଦେଇ ଏହା ପଶ୍ଚିମବଙ୍ଗ ଓ ବାଂଲାଦେଶ ଆଡ଼କୁ ଗତି କରିବ ବୋଲି ପାଣିପାଗ ସୂଚନା ଦେଇଛି। 

ଦିଗ ବଦଳାଇବ ସିତ୍ରାଙ୍ଗ, ଓଡ଼ିଶା ନୁହେଁ ଏହି ରାଜ୍ୟରେ ଛୁଇଁପାରେ ସ୍ଥଳଭାଗ

ଭୁବନେଶ୍ୱର: ବାତ୍ୟା ସିତ୍ରାଙ୍ଗକୁ ନେଇ ପାଣିପାଗ ବିଭାଗ ଆଉ ଏକ ନୂଆ ଅପଡେଟ ପ୍ରଦାନ କରିଛି। ବାତ୍ୟା ସିତ୍ରାଙ୍ଗ ପୂର୍ବରୁ ଓଡ଼ିଶା ଉପକୂଳରେ ମାଡ଼ ହେବା ନେଇ ପାଣିପାଗ ବିଭାଗ ସୂଚନା ପ୍ରଦାନ କରିଥିଲା। ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିଝଡ଼ ଅବପାତରେ ପରିଣତ ହୋଇଛି। ଉପକୂଳ ଆଡ଼କୁ ଗତି କରୁଛି। ତେବେ ଏହି ବାତ୍ୟା ସିତ୍ରାଙ୍ଗକୁ ନେଇ ପାଣିପାଗ ବିଭାଗ ଏକ ନୂଆ ଅପଡେଟ ପ୍ରଦାନ କରିଛି। 

ପାଣିପାଗ ବିଭାଗ ଅନୁଯାୟୀ ଏହି ବାତ୍ୟା ଓଡ଼ିଶା ଉପକୂଳରେ ମାଡ଼ ହେବ ନାହିଁ। ଓଡ଼ିଶା ଉପକୂଳ ଦେଇ ଏହା ପଶ୍ଚିମବଙ୍ଗ ଓ ବାଂଲାଦେଶ ଆଡ଼କୁ ଗତି କରିବ ବୋଲି ପାଣିପାଗ ସୂଚନା ଦେଇଛି। 

ପାଣିପାଗର ସଦ୍ୟ ସୂଚନା ଅନୁଯାୟୀ ଉତ୍ତର-ପଶ୍ଚିମ ଦିଗରେ ଏହି ସାମୁଦ୍ରିକ ଝଡ଼ ଗତି କରିବ। ଆଜି ସୃଷ୍ଟି ହୋଇଥିବା ନିମ୍ନ ଚାପ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗକୁ ଗତି କରିବ ଏବଂ ଅକ୍ଟୋବର ୨୨ରେ ପୂର୍ବ ସେଣ୍ଟ୍ରାଲ୍ ଏବଂ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଲାଗିଥିବା ଡିପ୍ରେସନରେ ଏକାଗ୍ର ହେବାର ସମ୍ଭାବନା ଅଛି।

ପାଣିପାଗ ବିଭାଗ ଆହୁରି ମଧ୍ୟ କହିଛି କି ଏହି ଘୂର୍ଣ୍ଣିଝଡ଼ ଆସନ୍ତା ୨୩ ତାରିଖ ସୁଦ୍ଧା ଅବପାତର ରୂପ ନେବ। ଏହା ପରେ ପରଦିନ ଅର୍ଥାନ ୨୪ ତାରିଖରେ ଏହା ବାତ୍ୟାର ରୂପ ନେଇପାରେ। ବାତ୍ୟାର ରୂପ ନେବା ପରେ ଉତ୍ତର ପଶ୍ଚିମ ଦିଗରେ ଗତି କରିବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ସୂଚନା ପ୍ରଦାନ କରିଛି। 

ତେବେ ଆସନ୍ତା ୨୫ ତାରିଖରେ ଏହା ପଶ୍ଚିମବଙ୍ଗ ଓ ବାଂଲାଦେଶ ଉପକୂଳରେ ମାଡ଼ ହେବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ସେପଟେ ସମ୍ଭାବ୍ୟ ବାତ୍ୟାକୁ ନେଇ ଓଡ଼ିଶା ସରକାର କଡ଼ା ପଦକ୍ଷେପ ମାନ ଗ୍ରହଣ କରିଛନ୍ତି। ୨୩ ରୁ ୨୫ ପର୍ଯ୍ୟନ୍ତ ସମସ୍ତ ଅଧିକାରୀଙ୍କ ଛୁଟିକୁ ବାତିଲ କରିଦେଇଛନ୍ତି। ଏହା ସହିତ ରାଜ୍ୟ ସରକାର ଉପକୂଳବର୍ତ୍ତି ଜିଲ୍ଲା ଗୁଡ଼ିକ ଆର୍ଲଟ ଜାରି କରିଛନ୍ତି। ଆରବ ସାଗରରେ ମଧ୍ୟ କର୍ଣ୍ଣାଟକ ଓ କୋଙ୍କଣ ଉପକୂଳରେ ଆଉ ଏକ ବାତ୍ୟା ସମ୍ଭାବନା ପ୍ରକାଶ ପାଇଛି। ଏହା ଫଳରେ ଦେଶର ଅଧିକାଂଶ ରାଜ୍ୟରେ ବର୍ଷା ଓ ବାତ୍ୟା ଆଶଙ୍କା ପ୍ରକାଶ କରିଛି ପାଣିପାଗ ବିଭାଗ। ୨୧ ଅକ୍ଟୋବର ଅର୍ଥାତ ଆସନ୍ତା କାଲି ଠାରୁ ମହାରାଷ୍ଟ୍ର, କର୍ଣ୍ଣାଟକ, ତାମିଲନାଡ଼ୁ, ପଣ୍ଡିଚେରୀ, କେରଳ, ଆଣ୍ଡାମାନ-ନିକୋବର ଦ୍ୱୀପ ସମୂହ, ଲାକ୍ଷାଦ୍ୱିପ, ଜମ୍ମୁ କାଶ୍ମୀର, ହିମାଚଳ ପ୍ରଦେଶ ଓ ଉତ୍ତରାଖଣ୍ଡର ଏକାଧିକ ଅଞ୍ଚଳରେ ବର୍ଷା ହେବାର ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ। 

ଅଧିକ ପଢନ୍ତୁ: Ramiz Raja on India vs Pakistan: 'ଭାରତ ବିନା ପାକିସ୍ତାନ କ୍ରିକେଟ୍ ଶେଷ ହୋଇଯିବ', ଧମକ ମଧ୍ୟରେ PCB ଅଧ୍ୟକ୍ଷଙ୍କ ଭିଡିଓ ଭାଇରାଲ

ଅଧିକ ପଢନ୍ତୁ: Jobs News: ଦୀପାବଳିରେ ୭୫୦୦୦ ଯୁବବର୍ଗଙ୍କୁ ଚାକିରି ଦେବେ ପ୍ରଧାନମନ୍ତ୍ରୀ; ଏହି ଦିନ କରିବେ ଘୋଷଣା

ଅଧିକ ପଢନ୍ତୁ: IND vs PAK: ହରଭଜନ ସିଂ ବାଛିଲେ ପାକିସ୍ତାନ ବିପକ୍ଷରେ ମହାମୁକାବିଲା ପାଇଁ ଭାରତର ଚୂଡ଼ାନ୍ତ ଏକାଦଶ, ଏହି ୩ ଷ୍ଟାର୍ ଖେଳାଳିଙ୍କୁ ଦେଲେନି ସ୍ଥାନ