Cyclone Sitrang: ବାତ୍ୟା ସିତ୍ରାଙ୍ଗ କାହିଁକି ଓଡ଼ିଶା ଛୁଇଁବନି, ଜାଣନ୍ତୁ କାରଣ
Advertisement

Cyclone Sitrang: ବାତ୍ୟା ସିତ୍ରାଙ୍ଗ କାହିଁକି ଓଡ଼ିଶା ଛୁଇଁବନି, ଜାଣନ୍ତୁ କାରଣ

ଓଡ଼ିଶା ଉପକୂଳ ଛୁଇଁବ ନାହିଁ ବାତ୍ୟା ‘ସିତ୍ରାଙ୍ଗ’। ଏନେଇ ବିସ୍ତୃତ ସୂଚନା ଦେଇଛନ୍ତି ସ୍ଵତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା। ସେ କହିଛନ୍ତି ଯେ, ବାତ୍ୟା ପ୍ରଭାବରେ ଉପକୂଳର କିଛି ଜିଲ୍ଲାରେ ବର୍ଷା ସହ ପବନ ହେବ । 

Cyclone Sitrang: ବାତ୍ୟା ସିତ୍ରାଙ୍ଗ କାହିଁକି ଓଡ଼ିଶା ଛୁଇଁବନି, ଜାଣନ୍ତୁ କାରଣ

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପଟିକୁ ଟ୍ରାକ କରିବା ପାଇଁ ଆଇଏମଡି ଏହା ଉପରେ ଜବରଦସ୍ତ ଦୃଷ୍ଟି ରଖିଛି। ବାତ୍ୟାଟି ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଘୂର୍ଣ୍ଣଝଡ଼ରେ ପରିଣତ ନ ହୋଇଛି ସେପର୍ଯ୍ୟନ୍ତ ଏହାର ଆକଳନ କରିବା କଷ୍ଟକର ବ୍ୟାପାର। ଅନ୍ୟ ପକ୍ଷରେ ଏହାର ସ୍ଥିତି କଣ ହୋଇପାରେ, ଏହା ବୈଜ୍ଞାନିକ ଆକଳନରୁ ଯଥାର୍ଥ ବୋଲି ଆମେ କହି ପାରିବା ଆସନ୍ତୁ ଜାଣିବା। 

ଯେତେବେଳେ ସମୁଦ୍ର ମଝିରେ ଲଘୁଚାପ ସୃଷ୍ଟି ହୁଏ ଏହା ସମୁଦ୍ରର ତାପମାତ୍ରା ବୃଦ୍ଧିର କାରଣ ହୋଇଥାଏ। ଏବଂ ସେହିପରି ସ୍ଥଳଭାଗର ବାୟୁ ଯଦି ସମୂଦ୍ରର ଉତ୍ତାପକୁ ଆକୃଷ୍ଟ କରିବ ତେବେ ଏହା ସ୍ଥଳଭାଗରେ ଭୟଙ୍କର ରୂପ ନେଇ ଛୁଇଁବ। ତେବେ ବର୍ତ୍ତମାନ ସ୍ଥିତିରେ ବାତ୍ୟା ସିତ୍ରାଙ୍ଗ ଯାହାର ନାମକରଣ ଥାଇଲାଣ୍ଡ କରିଛି, ଏହା ସମୂଦ୍ର ମଝିରେ ଅବପାତର ରୂପ ନେବା ପାଇଁ ଜଗି ବସିଛି। ତେବେ ସର୍ଦନ ଇଷ୍ଟ ବୋହୂଥିବା ଥଣ୍ଡା ବାୟୁ ଯଦି ସମୂଦ୍ର ମଧ୍ୟରେ ପ୍ରବେଶ କରି ଲଘୁଚାପର ଜଳକଣାକୁ ଛୁଇଁବ ତେବେ ଏହା ସମୂଦ୍ର ମଧ୍ୟରେ ମିଳେଇଯିବାର ସମ୍ଭାବନା ରହିଛି।ଏହି ପରିସ୍ଥିତିରେ ସିତ୍ରାଙ୍ଗ ଓଡ଼ିଶା ଉପକୂଳ ନ ଛୁଇଁ ସିଧା ବାଂଲାଦେଶ ଆଡ଼କୁ ମୁହାଁଇବ। ଯଥାର୍ଥରେ କହି ପାରିବା ବାତ୍ୟା ସିତ୍ରାଙ୍ଗ ଏହି ଥଣ୍ଡା ବାୟୁ ସଂସ୍ପର୍ଷରେ ଆସି ସମୂଦ୍ର ମଧ୍ୟରେ ବର୍ଷା କରାଇ କ୍ରମଶଃ ଦୁର୍ବଳ ହୋଇ ପଶ୍ଚିମବଙ୍ଗ କିମ୍ବା ବାଂଲାଦେଶ ଉପକୂଳରେ ସ୍ଥଳଭାଗ ଛୁଇଁପାରେ। 

ଓଡ଼ିଶା ଉପକୂଳ ଛୁଇଁବ ନାହିଁ ବାତ୍ୟା ‘ସିତ୍ରାଙ୍ଗ’। ଏନେଇ ବିସ୍ତୃତ ସୂଚନା ଦେଇଛନ୍ତି ସ୍ଵତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା। ସେ କହିଛନ୍ତି ଯେ, ବାତ୍ୟା ପ୍ରଭାବରେ ଉପକୂଳର କିଛି ଜିଲ୍ଲାରେ ବର୍ଷା ସହ ପବନ ହେବ । ବାତ୍ୟା ‘ସିତ୍ରାଙ୍ଗ’ ଓଡ଼ିଶା ଉପକୂଳ ଛୁଇଁବାର ଆଶଙ୍କା ନଥିଲେ ମଧ୍ୟ ପ୍ରଶାସନ ସଜାଗ ରହିଛି । ବାତ୍ୟା ଦ୍ୱାରା ପ୍ରଭାବିତ ହେବାକୁ ଥିବା ୮ ଜିଲ୍ଲାକୁ ସଜାଗ କରାଯାଇଥିବା ସୂଚନା ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର ।

ପାଣିପାଗ ବିଭାଗର ସୂଚନା ଅନୁସାରେ, ବାତ୍ୟା ‘ସିତ୍ରାଙ୍ଗ’ ଧାମରାରୁ ଦକ୍ଷିଣପୂର୍ବ ଦିଗରେ ୨୦୦ କିଲୋମିଟର ଦୂରରେ ଅତିକ୍ରମ କରିବ । ପ୍ରଭାବରେ ଜଗତସିଂହପୁର, ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାରେ ଘଣ୍ଟାପ୍ରତି ୫୦ ରୁ ୬୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି । ଅନ୍ୟ ସ୍ଥାନରେ ଘଣ୍ଟାପ୍ରତି ୩୦ କିଲୋମିଟର ବେଗରେ ପବନ ବହିପାରେ ବୋଲି ସେ କହିଛନ୍ତି।

୨୪ ତାରିଖରେ ଉପକୂଳବର୍ତ୍ତୀ ଜିଲ୍ଲାରେ ବର୍ଷା ହେବ । ମଧ୍ୟମରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବା କହିଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର । ଓଡ଼ିଶା ଉପକୂଳରୁ ଦୂରରେ ଯିବ ବାତ୍ୟା ‘ସିତ୍ରଙ୍ଗ’ । ଏଥିପ୍ରତି ସରକାର ଓ ଜିଲ୍ଲା ପ୍ରଶାସନ ସଜାଗ ଅଛନ୍ତି । ୮ଟି ଜିଲ୍ଲାକୁ ସତର୍କ କରାଯାଇଛି । ସତର୍କତାମୂଳକ ପଦକ୍ଷେପ ଅନୁସାରେ, ଓଡ୍ରାଫ୍ ସହ ଏନଡିଆରଏଫ୍ ଓ ଅଗ୍ନିଶମ ବାହିନୀ ଆବଶ୍ୟକ ସ୍ଥାନରେ ମୁତୟନ କରାଯିବ ।

୮ ଜିଲ୍ଲାର ଜିଲ୍ଲାପାଳଙ୍କୁ ସଜାଗ ରହିବାକୁ କୁହାଯାଇଛି । ବାତ୍ୟା ‘ସିତ୍ରାଙ୍ଗ’ ଦ୍ୱାରା ବିଶେଷ ଅସୁବିଧା ହେବାର ଆଶଙ୍କା ନାହିଁ । ତେବେ ଏହି ସମୟରେ ସମୁଦ୍ର ଅଶାନ୍ତ ରହିବ । ୨୨ ତାରିଖ ସକାଳ ସୁଦ୍ଧା ମତ୍ସ୍ୟଜୀବୀଙ୍କୁ ଫେରି ଆସିବା ସହ ୨୬ ତାରିଖ ଯାଏ ସମୁଦ୍ର ମନା କରାଯାଇଛି । ବାତ୍ୟାକୁ ନେଇ ଲୋକ ଆତଙ୍କିତ ନହେବାକୁ ଏସ୍ଆରସି କହିଛନ୍ତି ।

ଏବେ ଉତ୍ତର ଆଣ୍ଡାମାନ ସାଗର ଓ ସଂଲଗ୍ନ ଦକ୍ଷିଣ ଆଣ୍ଡାମାନ ସାଗର ଏବଂ ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ସକ୍ରିୟ ରହିଛି । ଏହା କ୍ରମଶଃ ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରି ଦକ୍ଷିଣପୂର୍ବ ଓ ସଂଲଗ୍ନ ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗରରେ ୨୨ ତାରିଖରେ ଅବପାତର ରୂପ ନେବ । ଏହାପରେ ଅବପାତ ଉତ୍ତରପଶ୍ଚିମ ଦିଗରେ ଗତି କରି ପୂର୍ବକେନ୍ଦ୍ରୀୟ ଓ ସଂଲଗ୍ନ ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ୨୩ ତାରିଖରେ ଗଭୀର ଅବପାତରେ ପରିଣତ ହେବ ।

ଏହାପରେ ରିକର୍ଭ ହୋଇ ଉତ୍ତର ଆଡ଼କୁ ଗତି କରି ୨୪ ତାରିଖରେ ପଶ୍ଚିମକେନ୍ଦ୍ରୀୟ ଓ ସଂଲଗ୍ନ ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗରରେ ବାତ୍ୟା ‘ସିତ୍ରାଙ୍ଗ’ରେ ପରିଣତ ହେବ । ଏହା ପରେ ବାତ୍ୟା ସିତ୍ରଙ୍ଗ ଉତ୍ତର-ଉତ୍ତରପୂର୍ବ ଦିଗରେ ଗତି କରି ପଶ୍ଚିମବଙ୍ଗ-ବାଂଲାଦେଶ ଉପକୂଳ ୨୫ ତାରିଖ ସନ୍ଧ୍ୟାରେ ଛୁଇଁବା ନେଇ ପାଣିପାଗ ବିଭାଗ ଆକଳନ କରିଛି ।