ୱେବ୍‌ ପୋର୍ଟାଲ୍‌ ନା ଅପରାଧର ପେଡ଼ି
Advertisement
Article Detail0/zeeodisha/odisha1140679

ୱେବ୍‌ ପୋର୍ଟାଲ୍‌ ନା ଅପରାଧର ପେଡ଼ି

ସାମ୍ବାଦିକା ଶର୍ମିଷ୍ଠା ରାଉତ ପାଲଟିଛନ୍ତି ହତ୍ୟାକାରୀ । ଯାହା ସମସ୍ତଙ୍କୁ ଚକିତ କରିଦେଇଛି । ପୁରା ପିଲ୍ମ ଷ୍ଟାଇଲରେ ନିଜ କ୍ୟାମେରାମ୍ୟାନକୁ ହତ୍ୟା କରିଛନ୍ତି ଶର୍ମିଷ୍ଠା ରାଉତ। 

ୱେବ୍‌ ପୋର୍ଟାଲ୍‌ ନା ଅପରାଧର ପେଡ଼ି

ଭୁବନେଶ୍ୱର: ଆଧୁନିକ ଯୁଗରେ ସାମାଜିକ ଗଣମାଧ୍ୟମର ଚାହିଦା ବଢିବାରେ ଲାଗିଛି । କାରଣ ବ୍ୟସ୍ତ ବହୁଳ ଜୀବନଶୈଳୀ ମଧ୍ଯରେ ସମସ୍ତେ ମୋବାଇଲରେ ଖବର ଦେଖିବା ବା ଜାଣିବା ପାଇଁ ଇଚ୍ଚୁକ । ଏହାକୁ ନଜରରେ ରଖି ମାଳମାଳ ଓ୍ୱେବ ପୋର୍ଟାଲ ମଧ୍ୟ ଖୋଲିବାରେ ଲାଗିଛି । ଏହାରି ମଧ୍ୟରେ ରାଜ୍ୟରେ କିଛି ଓ୍ବେବପୋର୍ଟାଲ ଖୋଲି ଚାଲିଛି ଦାଦାବଟି ଆଦାୟ, ବ୍ଲାକମେଲିଂ ସହ ସଙ୍ଗୀନ ଅପରାଧ ମଧ୍ୟ ସାମ୍ନାକୁ ଆସୁଛି । ପୂର୍ବରୁ ଏମିତି ଅନେକ ନଜିର ରହିଛି । ହେଲେ ସମ୍ପୂର୍ଣ୍ଣ ୱେବ୍‌ ଚ୍ୟାନେଲ୍‌ର ମାଲିକାଣୀ ଶର୍ମିଷ୍ଠା ରାଉତ ସବୁ ସୀମା ଟପିଯାଇଛନ୍ତି । 

ସାମ୍ବାଦିକା ଶର୍ମିଷ୍ଠା ରାଉତ ପାଲଟିଛନ୍ତି ହତ୍ୟାକାରୀ । ଯାହା ସମସ୍ତଙ୍କୁ ଚକିତ କରିଦେଇଛି । ପୁରା ପିଲ୍ମ ଷ୍ଟାଇଲରେ ନିଜ କ୍ୟାମେରାମ୍ୟାନକୁ ହତ୍ୟା କରିଛନ୍ତି ଶର୍ମିଷ୍ଠା ରାଉତ। ସମ୍ପୂର୍ଣ୍ଣ ୱେବ୍‌ ଚ୍ୟାନେଲ୍‌ର( Web Channel) ପୂର୍ବତନ କ୍ୟାମେରାମ୍ୟାନ ମାନସଙ୍କୁ ଭଦ୍ରକ ଚାନ୍ଦବାଲିରୁ ଅପହରଣ, ଦୟାଲ ଆଶ୍ରମରେ ହତ୍ୟା ଏହାପରେ ନୟାଗଡର ରଣପୁରରେ ପୋତି ଦିଆଯାଇଥିଲା । ଏହି ବୀଭତ୍ସ ହତ୍ୟାକାଣ୍ଡର ପର୍ଦ୍ଦାଫାସ କରିଛି କ୍ରାଇମବ୍ରାଞ୍ଚ । 

କେବଳ ଏହା ନୁହେଁ ଗତକାଲି କ୍ରାଇମବ୍ରାଞ୍ଚ (Crime Branch) ଚାନ୍ଦବାଲିକୁ ଯାଇ ସ୍ପଟ୍ ଭେରିଫିକେସନ କରିବା ବେଳେ ସତ ଓଗାଳିଥିଲା ରଞ୍ଜନ, କିଭଳି ଭାବରେ ଏହି ପୁରା ଘଟଣାକୁ ଲୁଚାଇବା ବା ପ୍ରମାଣ ନଷ୍ଟ ପାଇଁ ଚଣ୍ଡିଖୋଲରେ ମାନସଙ୍କୁ ହତ୍ୟା ପରେ ତାଙ୍କର ଚପଲ, ଇୟରଫୋନ, ସହ ଶବ ନେଇଥିବା ଅଖାକୁ ପୋଡି ଦେଇଥିଲେ । ତେବେ ଆଜି  ର୍ମିଷ୍ଠା ମଧ୍ୟ କ୍ରାଇମ ସିନ୍ ରି କ୍ରିଏସନ ବେଳେ ଡେମୋ ଦେଖାଇଛନ୍ତି ।

ୱେବ୍‌ ଚ୍ୟାନେଲ ନାମରେ କଳାକାରମାନା

୨୦୨୦  ଅକ୍ଟୋବର ୨୬ ତାରିଖରେ ପାତ୍ରପଡ଼ା ଜ୍ୟୋତି ଟ୍ରେଡର୍ସରୁ ଦାଦାବଟି ଆଦାୟ ମାମଲାରେ ୩ ଟି ଓ୍ଵେବ୍‌ ଚ୍ୟାନେଲ୍‌ର ୬ଜଣ ସାମ୍ବାଦିକଙ୍କୁ ପୋଲିସ ଗିରଫ କରିଥିଲା । ସେହିପରି ୨୦୨୧ ମସିହା ଜୁଲାଇ ମାସରେ ଧର୍ମଶାଳା ନିକଟରୁ ଗୋରୁ ବୋଝେଇ ଟ୍ରକ୍‌ରୁ ଦାଦାବଟି ଆଦାୟ ଅଭିଯୋଗରେ ଓ୍ୱେବ୍‌ ଚ୍ୟାନେଲ୍‌ର (Web Channel) ୩ ସାମ୍ବାଦିକଙ୍କୁ ଗିରଫ କରାଯାଇଥିଲା । ଏହାର ଗୋଟିଏ ମାସ ନବିତୁଣୁ ଅଗଷ୍ଟ ମାସରେ ବଜ୍ରକାପ୍ତା ଚାଲାଣ ଅଭିଯୋଗରେ କଳିଙ୍ଗ ଷ୍ଟୁଡିଓ ନିକଟରୁ୍ ସାମ୍ବାଦିକ ଚିତ୍ରସେନ ସାହୁଙ୍କୁ ଗିରଫ କରିଥିଲା ପୋଲିସ । 

ଅନ୍ୟପଟେ ସେପ୍ଟେମ୍ବର ୨୦୨୧ ରେ ମଧ୍ୟ  ଜଣେ ଶିକ୍ଷକଙ୍କଠାରୁ ଦାଦାବଟି ଆଦାୟ ଅଭିଯୋଗରେ ନବରଙ୍ଗପୁର ଉମରକୋଟରୁ ନକଲି ସାମ୍ବାଦିକ ଜିତେନ୍ଦ୍ର ଦାସ ଓ ଶଙ୍କର ପ୍ରସାଦଙ୍କୁ ଗିରଫ କରାଯାଇଥିଲା । ସେଭଳି ଗତବର୍ଷ ଅଗଷ୍ଟ ମାସରେ ରାଜଧାନୀରେ (Bhubaneswar) ଲାଇଭ୍ କଳିଙ୍ଗ ନ୍ୟୁଜ୍ ଅଫିସରେ ଦୁଇ ବ୍ୟବସାୟୀଙ୍କୁ ଅଟକ ରଖି ନିସ୍ତୁକ ମାଡ଼ ମରାଯାଇଥିଲା  । ଏହି ମାମଲରେ ପୁଲିସ ଗୁଡ୍ଡି ଓ ରାଜ୍‌କୁ ଗିରଫ କରିଥିଲା। ଏମିତି ଅନେକ ସମୟରେ ୱେବ୍‌ ଚ୍ୟାନେଲକୁ ଖୋଲି ଅନେକ ଅପରାଧ ଘଟାଇ ଚାଲିଛନ୍ତି । 

ଅନେକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବା ପରେ ମଧ୍ୟ ଅନେକ ଘଟାଇ ଚାଲିଛନ୍ତି କଳାକାରନାମା । ତେବେ ବାରମ୍ବାର ଏଭଳି ଘଟଣା ସାମ୍ନାକୁ ଆସିବା ପରେ ଆଗାମୀ ସମୟରେ କଣ ଗାଇଡଲାଇନ ଲାଗୁ ହେଉଛି ତାହା ଉପରେ ମଧ୍ୟ ସମସ୍ତଙ୍କ ନଜର ରହିବ । 

Also Read: ICU ରେ ଭର୍ତ୍ତିଥିବା ରୋଗୀର ହାତ ଗୋଡ଼କୁ କାମୁଡ଼ି କ୍ଷତାକ୍ତ କଲେ ମୂଷା; ଦୁଇ ଡାକ୍ତର ନିଲମ୍ବିତ

Also Read: ଭାରତ ଯାହା ଚାହୁଁଛି ତାହା ଯୋଗାଇବାକୁ ଆମେ ପ୍ରସ୍ତୁତ: ଋଷ