ଜନ୍ମ ଦିନରେ ରାଜ୍ୟକୁ ଆଣିବେ ପୁଞ୍ଜି, ହାଇଦ୍ରାବାଦ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ
Advertisement

ଜନ୍ମ ଦିନରେ ରାଜ୍ୟକୁ ଆଣିବେ ପୁଞ୍ଜି, ହାଇଦ୍ରାବାଦ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ

ରାତି ପାହିଲେ ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନ। ଏହି ଅବସରରେ ଦଳୀୟ ନେତା କର୍ମୀଙ୍କ ଠୁ ଆରମ୍ଭ କରି ସମସ୍ତେ ଆଗୁଆ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଶୁଭେଚ୍ଛା ଜଣେଇବା ଆରମ୍ଭ କରିଛନ୍ତି।

ଜନ୍ମ ଦିନରେ ରାଜ୍ୟକୁ ଆଣିବେ ପୁଞ୍ଜି, ହାଇଦ୍ରାବାଦ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର (ମଳୟ ମହାନ୍ତି): ଓଡ଼ିଶାରେ ପୁଞ୍ଜିନିବେଶ କରିବା ପାଇଁ ହାଇଦ୍ରାବାଦରରେ ମେକ ଇନ ଓଡ଼ିଶା ରୋଡ ସୋରେ ସାମିଲ ହେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଚଳିତ ବର୍ଷ ନଭେମ୍ବର ୩୦ରୁ ଡିସେମ୍ବର ୪ ଯାଏ ହେବ ମେକ୍ ଇନ୍ ଓଡ଼ିଶା ସଂସ୍କରଣ ଥ୍ରୀ ପୁଞ୍ଜିପତିମାନଙ୍କୁ ନିମନ୍ତ୍ରଣ କରିବା ସହ ଓ୍ବାନ ଟୁ ଓ୍ବାନ ଆଲୋଚନା କରିବେ ମୁଖ୍ୟମନ୍ତ୍ରୀ। ସେପଟେ ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନ ଅବସରରେ ଓଡିଶାକୁ ନିଯୁକ୍ତିର ବ୍ୟାପକ ସୁଯୋଗ ସୃଷ୍ଟି ପାଇଁ ନିରନ୍ତର ଉଦ୍ୟମକୁ ଦଳୀୟ ନେତା ଭୁରି ଭୁରି ପ୍ରଶଂସା କରିଛନ୍ତି।

ରାତି ପାହିଲେ ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନ। ଏହି ଅବସରରେ ଦଳୀୟ ନେତା କର୍ମୀଙ୍କ ଠୁ ଆରମ୍ଭ କରି ସମସ୍ତେ ଆଗୁଆ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଶୁଭେଚ୍ଛା ଜଣେଇବା ଆରମ୍ଭ କରିଛନ୍ତି। ଏଥିସହିତ ଓଡ଼ିଶାର ପ୍ରଗତି ପାଇଁ ନିରନ୍ତର ଉଦ୍ୟମ କରୁଥିବା ନବୀନଙ୍କ ଦୀର୍ଘ ଜୀବନ କାମନା କରିଛନ୍ତି ବିଜେଡି ନେତାମାନେ। ସେପଟେ ହାଇଦ୍ରାବାଦରେ ମେକ୍ ଇନ୍ ଓଡ଼ିଶା କାର୍ଯ୍ୟକ୍ରମ ଅବସରରେ ନିବେଶକଙ୍କୁ ଆକୃଷ୍ଟ କରିବେ ମୁଖ୍ୟମନ୍ତ୍ରୀ। ରାଜ୍ୟକୁ କିଭଳି ଅଧିକ ପୁଞ୍ଜି ଆସିବା ସହ ବ୍ୟାପକ ନିଯୁକ୍ତି ସୃଷ୍ଟି ହେବ ସେ ନେଇ ଫୋକସ ଦେଉଛନ୍ତି ମୁଖ୍ୟମନ୍ତ୍ରୀ। 

ଫୋକସରେ ଆଇଟି, ପର୍ଯ୍ୟଟନ, ଖାଦ୍ୟ ପ୍ରକ୍ରୀୟାକରଣ ସେକ୍ଟର। ନଭେମ୍ବର ୩୦ରୁ ଡିସେମ୍ବର ୪ ଯାଏ ଭୁବନେଶ୍ବରରେ ଅନୁଷ୍ଠିତ ହେବ ମେକ୍ ଇନ୍ ଓଡ଼ିଶା ସଂସ୍କରଣ ଥ୍ରୀ ହେବ । ଏହାକୁ ସଫଳ କରିବାକୁ ଅଣ୍ଟା ଭିଡ଼ିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦେଶ ଓ ବିଦେଶରେ ନିବେଶ ସମ୍ମିଳନୀ କରି ନିବେଶକାରୀଙ୍କ ସହ ଓ୍ବାନ ଟୁ ଓ୍ବାନ ଆଲୋଚନା ଓ ରୋସ ସୋ ମାଧ୍ୟମରେ ପୁଞ୍ଜିନିବେଶକାରୀଙ୍କ ଆକୃଷ୍ଟ କରୁଛନ୍ତି ନବୀନ । ଫଳରେ ଦୁବାଇ ଠାରୁ ଆରମ୍ଭ କରି ଦିଲ୍ଲୀ, ମୁମ୍ବାଇ, ଗୁରୁରାଟ, ଚେନାଇ, ବେଙ୍ଗାଳୁରରୁ ଆସିବ ବଡ଼ ପୁଞ୍ଜି । ଏଭଳି ମୁଖ୍ୟମନ୍ତ୍ରୀ ପାଇ ଆମେ ଗର୍ବିତ ବୋଲି କହିଛନ୍ତି ମନ୍ତ୍ରୀ ସମୀର ଦାଶ। ମୁଖ୍ୟମନ୍ତ୍ରୀ ହାଇଦ୍ରାବାଦ ଯାଉଛନ୍ତି ଓଡ଼ିଶାର ସ୍ୱାର୍ଥ ପାଇଁ। ନିଯୁକ୍ତି କ୍ଷେତ୍ରରେ ଓଡ଼ିଆ ଯୁବକ କିଭଳି ଆଗକୁ ଯିବେ ଓ ସଫଳତା ପାଇବ ବିଭିନ୍ନ ଇଣ୍ଡଷ୍ଟ୍ରି ମାଧ୍ୟମରେ ସେଥିପାଇଁ ସେ ଉତ୍ସର୍ଗୀକୃତ। ପ୍ରଭୁ ଜଗନାଥଙ୍କ ପାଖରେ ପ୍ରାର୍ଥନା ସେ ଦୀର୍ଘାୟୁ ହୁଅନ୍ତୁ ସୁସ୍ଥ ରୁହନ୍ତୁ। ସେ ଲୋକଙ୍କ ସେବକ ବୋଲି ଆଜି ସାଢେ ୪ କୋଟି ଜନତାଙ୍କ ପ୍ରିୟ ହୋଇଛନ୍ତି ବୋଲି କହିଲେ ମନ୍ତ୍ରୀ ସମୀର ରଂଜନ ଦାଶ।

ମେକ ଇନ ଓଡ଼ିଶା ସଂସ୍କରଣ ୩ ପୂର୍ବରୁ ଆସିଆନାର ଏକ ପ୍ରତିନିଧି ଦଳ ଓଡ଼ିଶା ଗସ୍ତରେ ଆସିବେ । ଏହି ଦଳରେ ମିଆଁମାର, ଇଣ୍ଡୋନେସିଆ, ଫିଲିଫାଇନ୍ସ, ଥାଇଲାଣ୍ଡ, ମାଲେସିଆ ଭିଏତନାମ ଆଦି ଦେଶର ପ୍ରତିନିଧିମାନେ ଆସିବେ । ଏସିଆନ ପ୍ରତିନିଧି ଭାରତ ସରକାରଙ୍କ ସହ ଆଲୋଚନା କରିଥିବା ଶିଳ୍ପମନ୍ତ୍ରୀ ପ୍ରତାପ ଦେବ କହିଛନ୍ତି । ଆସନ୍ତା ୧୮ ତାରିଖ ଦିନ ୪ ଦେଶର ରାଷ୍ଟ୍ରଦୁତ ଓଡ଼ିଶା ଆସିବେ। ବିରୋଧୀଙ୍କ ସବୁ ବିରୋଧ ସତ୍ତ୍ୱେ ମୁଖ୍ୟମନ୍ତ୍ରୀ ଆଜି ବି ସବୁଠୁ ଲୋକପ୍ରିୟ ନେତା ଭାବେ ପରିଗଣିତ ହେଉଛନ୍ତି। ତାଙ୍କ ଜନ୍ମ ଦିନରେ ବିଭିନ୍ନ ମହଲରୁ ଶୁଭେଚ୍ଛା ର ସୁଅ ଛୁଟିଛି।