Archana Nag Case: ଇଡିରେ ହାଜର ହେଲେ ଫିଲ୍ମ ପ୍ରଯୋଜକ ପ୍ରମୋଦ ସ୍ୱାଇଁ, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟକୁ ମିଳିଲା ଗୁରୁତ୍ବପୂର୍ଣ୍ଣ ତଥ୍ୟ
Advertisement
Article Detail0/zeeodisha/odisha1462792

Archana Nag Case: ଇଡିରେ ହାଜର ହେଲେ ଫିଲ୍ମ ପ୍ରଯୋଜକ ପ୍ରମୋଦ ସ୍ୱାଇଁ, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟକୁ ମିଳିଲା ଗୁରୁତ୍ବପୂର୍ଣ୍ଣ ତଥ୍ୟ

Archana Nag Case: ଲେଡି ବ୍ଲାକମେଲର୍ ଅର୍ଚ୍ଚନା ନାଗ । ନାଗୁଣୀର କଳା ସାମ୍ରାଜ୍ୟର ଗୁମର ଧିରେ ଧିରେ ଖୋଲିବାରେ ଲାଗିଛି। ଅର୍ଚ୍ଚନାଙ୍କ ସହ ଲିଙ୍କରେ ଥିବା ବଡ ବଡିଆଙ୍କ ମୁଖା ମଧ୍ୟ ଖୋଲିବାରେ ଲାଗିଛି । ଅର୍ଚ୍ଚନା ନାଗ ମାମଲାରେ ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ହାଜର ହୋଇଛନ୍ତି ଫିଲ୍ମ ପ୍ରଯୋଜକ ପ୍ରମୋଦ ସ୍ୱାଇଁ (Filmmaker Pramod Swain ) ।

Archana Nag Case: ଇଡିରେ ହାଜର ହେଲେ ଫିଲ୍ମ ପ୍ରଯୋଜକ ପ୍ରମୋଦ ସ୍ୱାଇଁ, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟକୁ ମିଳିଲା ଗୁରୁତ୍ବପୂର୍ଣ୍ଣ ତଥ୍ୟ

Archana Nag Case: ଲେଡି ବ୍ଲାକମେଲର୍ ଅର୍ଚ୍ଚନା ନାଗ ।  ନାଗୁଣୀର କଳା ସାମ୍ରାଜ୍ୟର ଗୁମର ଧିରେ ଧିରେ ଖୋଲିବାରେ ଲାଗିଛି। ଅର୍ଚ୍ଚନାଙ୍କ ସହ ଲିଙ୍କରେ ଥିବା ବଡ ବଡିଆଙ୍କ ମୁଖା ମଧ୍ୟ ଖୋଲିବାରେ ଲାଗିଛି । ଅର୍ଚ୍ଚନା ନାଗ ମାମଲାରେ ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ହାଜର ହୋଇଛନ୍ତି ଫିଲ୍ମ ପ୍ରଯୋଜକ ପ୍ରମୋଦ ସ୍ୱାଇଁ (Filmmaker Pramod Swain ) । ପ୍ରମୋଦଙ୍କୁ ପଚରାଉଚରା ବେଳେ ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ଇଡି ହାତରେ ଲାଗିଛି । ପ୍ରମୋଦ କହିଛନ୍ତି ଯେ, ମୋତେ ବ୍ଲାକ୍‌ମେଲ୍ କରୁଥିଲା ଅର୍ଚ୍ଚନା । ତେବେ ଇଡିରୁ ଫେରିବା ପରେ ଆଉ ସବୁ କହିବି ବୋଲି କହିଛନ୍ତି ଫିଲ୍ମ ପ୍ରଯୋଜକ ପ୍ରମୋଦ । ବହୁ ପୂର୍ବରୁ ପ୍ରମୋଦଙ୍କ ଭଡା ଘରେ ରହୁଥିଲେ ଅର୍ଚ୍ଚନା । ପ୍ରମୋଦ ତାଙ୍କୁ ଜାଗମରରେ ଘର ଭଡା ଦେଇଥିଲେ। ସେହି ଘରେ ଅର୍ଚ୍ଚନା ନିଜର କଳା ସାମ୍ରାଜ୍ୟ ଆରମ୍ଭ କରିଥିଲେ। ଆଉ ଅର୍ଚ୍ଚନାଙ୍କ ନାଗ ଫାସରେ ଛନ୍ଦି ହୋଇ ଯାଇଥିଲେ ଅନେକ ବଡବଡିଆ ବାବୁଙ୍କ ସହ ରାଜନେତା ଏବଂ ଫିଲ୍ମ ପ୍ରଯୋଜକ । ଏହି କ୍ରମରେ ଆଜି ଇଡିରେ ହାଜର ହୋଇଛନ୍ତି ଫିଲ୍ମ ପ୍ରଯୋଜକ ପ୍ରମୋଦ ସ୍ବାଇଁ । 

ତେବେ ସେ ଅର୍ଚ୍ଚନାଙ୍କ ବିଷୟରେ କଣ ଜାଣିଛନ୍ତି ,ତାଙ୍କ ଠାରୁ କେତେ କଣ ଅର୍ଥ କାରବାର କରିଛନ୍ତି ସେନେଇ ସେ ଇଡିର ନିଜର ତଥ୍ୟ ରଖିଛନ୍ତି । ଓକିଲ ଆକାଶ ଭୁଆଁଙ୍କ ଜରିଆରେ ସେ ହାଜର ହୋଇ ନିଜ ପକ୍ଷ ରଖିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଅର୍ଚ୍ଚନା ନାଗ ଓ ଜଗନ୍ନାଥ ଚାନ୍ଦ ହନିଟ୍ରାପ ମାମଲରେ ଜେରା ହେବା ପାଇଁ ୧୫ ଜଣଙ୍କୁ ସମନ କରାଯାଇଥିଲା । ସେମାନଙ୍କ ମଧ୍ୟରୁ ଦୁଇ ରୁ ଚାରି ଜଣଙ୍କୁ ଜେରା କରିସାରିଛି ଇଡି । ଅବଶିଷ୍ଟ ଲୋକଙ୍କୁ ଖୁବଶିଘ୍ର ଜେରା କରାଯିବ ବୋଲି ଜଣାପଡୁଛି । ତେବେ, ଯେଉଁମାନେ ଜେରା ହୋଇ ନାହାଁନ୍ତି , ସେମାନେ କିଏ । ସେମାନେ କେଉଁ ରାଜନେତା କି ? ଯେଉଁଥି ପାଇଁ ସେମାନଙ୍କୁ ଜେରା କରାଯାଉନି ନା ଶାସକ ଦଳର ଢାଲରେ ସେମାନଙ୍କୁ ସୁରକ୍ଷା ଦିଆଯାଇଛି ବୋଲି ପ୍ରଶ୍ନ ଉଠୁଛି । ହନିଟ୍ରାପ୍ର ସୂତ୍ରଧର କୁହାଯାଉଥିବା ଶ୍ରଦ୍ଧାଞ୍ଜଳି ବେହେରା, ଲେଡି ବ୍ଲାକମେଲର ଅର୍ଚ୍ଚନାର ଡ୍ରାଇଭର ଚନ୍ଦନ ଓ ବିଜନେସ୍ ପାର୍ଟନର୍ ଖଗେଶ୍ୱର ପାତ୍ରର ବୟାନ ଆଧାରରେ ଏକ ତାଲିକା ପ୍ରସ୍ତୁତ କରିଛି ଇଡି ।

 

ଏବେ ଅର୍ଚ୍ଚନା ଏବଂ ସ୍ୱାମୀ ଜଗବନ୍ଧକୁ ଇଡି ଅଧିକାରୀ ରିମାଣ୍ଡରେ ନେବାର ଯୋଜନା ରହିଛି । ତାସହ ଅର୍ଚ୍ଚନା ନାଗଫାଶରେ ପଡ଼ି ଲକ୍ଷାଧିକ ଟଙ୍କା ଗଣିଥିବା ପ୍ରଭାବଶାଳୀଙ୍କୁ ଧରି ଅର୍ଚ୍ଚନା ଓ ଜଗବନ୍ଧୁ ସହ ସମ୍ନାସାମ୍ନି ଜେରା କରିବାକୁ ଇଡି ଯୋଜନା କରିଥିବା ଚର୍ଚ୍ଚା ହେଉଛି । ବର୍ତ୍ତମାନ ଅର୍ଚ୍ଚନା ନାଗ ଝାଡପଡା ଜେଲରେ ରହିଛନ୍ତି । ନିକଟରେ ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜାଙ୍କୁ ବ୍ଲାକମେଲ କରି ତିନି କୋଟି ଟଙ୍କା ମାଗିଥିଲେ ଅର୍ଚ୍ଚନା। ତିନି କୋଟି ଟଙ୍କା ନ ଦେଲେ ମହିଳାଙ୍କ ସହ ଥିବା କିଛି ଆପତ୍ତି ଜନକ ଫଟୋ ଓ ଭିଡିଓକୁ ଭାଇରାଲ କରିବାକୁ ଧମକ ଦେଇଥିଲେ ଅର୍ଚ୍ଚନା । କିନ୍ତୁ ଟଙ୍କା ନ ଦେଇ ଥାନାର ଦ୍ବାରସ୍ତ ହୋଇଥିଲେ ଅକ୍ଷୟ ପରିଜା । ପରେ ପଦାକୁ ଆସିଥିଲା ପୁରା ଘଟଣା।