ପ୍ରଭୁ ଶ୍ରୀରାମଙ୍କ ଦର୍ଶନ ପାଇଁ ଯୁବକଙ୍କ ୯ଶହ କିମି ପଦଯାତ୍ରା
Advertisement
Article Detail0/zeeodisha/odisha2012666

ପ୍ରଭୁ ଶ୍ରୀରାମଙ୍କ ଦର୍ଶନ ପାଇଁ ଯୁବକଙ୍କ ୯ଶହ କିମି ପଦଯାତ୍ରା

Ujjain to ayodhya: ମଧ୍ୟପ୍ରଦେଶର ଯୁବକ ରାଜଭାରତଙ୍କ କହିବାନୁଯାୟୀ ସେ ପ୍ରତିଦିନ ୩୦ରୁ ୩୫ କିମି ଦୂରତା ଖାଲି ପାଦରେ ଅତିକ୍ରମ କରିବେ । ଅଯୋଧ୍ୟାରେ ପହଞ୍ଚି ପ୍ରଭୁ ଶ୍ରୀରାମଙ୍କ ଆଶୀର୍ବାଦ ନେଇ ମଧ୍ୟ ପ୍ରଦେଶ ଫେରିବେ ।

ପ୍ରଭୁ ଶ୍ରୀରାମଙ୍କ ଦର୍ଶନ ପାଇଁ ଯୁବକଙ୍କ ୯ଶହ କିମି ପଦଯାତ୍ରା

Ujjain to ayodhya: ନୂଆବର୍ଷ ଅର୍ଥାତ ଜାନୁଆରୀ ୨୨ରେ ଅଯୋଧ୍ୟାରେ ନିର୍ମାଣ ହେଉଥିବା ପ୍ରଭୁ ଶ୍ରୀରାମଙ୍କ ମନ୍ଦିରର ପ୍ରାଣପ୍ରତିଷ୍ଠା କାର୍ଯ୍ୟକ୍ରମ ରହିଛି । ଏହି କାର୍ଯ୍ୟକ୍ରମରେ ଦେଶର ବିଭିନ୍ନ ପ୍ରାନ୍ତରୁ ଅନେକ ଭିଭିଆଇପି ମଧ୍ୟ ଯୋଗଦେବେ । ତେବେ ଏହି ଅବସରରେ ମଧ୍ୟପ୍ରଦେଶ ଉଜ୍ଜନରୁ ଅଯୋଧ୍ୟା ପର୍ଯ୍ୟନ୍ତ ଦୀର୍ଘ ୯୦୦ କିମି ଦୂରତାକୁ ଖାଲି ପାଦରେ ଅତିକ୍ରମ କରି ପ୍ରଭୁ ଶ୍ରୀରାମଙ୍କ ଦର୍ଶନ କରିବାକୁ ସ୍ଥିର କରିଛନ୍ତି ଉଜୌନର ଯୁବକ ରାଜଭାରତ । ପ୍ରତିଦିନ ୩୦ରୁ ୩୫ କିମି ଦୂରତା ଅତିକ୍ରମ କରିବା ସହିତ ନିର୍ଦ୍ଧାରିତ ତାରିଖ ସୁଦ୍ଧା ନିଜର ଯାତ୍ରା ଶେଷ କରିବା ପାଇଁ ଆଶା ରଖିଛନ୍ତି ରାଜଭାରତ ।

ତେବେ ମାତ୍ର ୨ଦିନରେ ୬୫କିମି ପର୍ଯ୍ୟନ୍ତ ପାଦରେ ଚାଲିଚାଲି ଯାତ୍ରା କରିଛନ୍ତି ରାଜଭାରତ । ଶୁକ୍ରବାର ଶାଜାପୁରରେ ପହଞ୍ଚିବା ପରେ ବିଭିନ୍ନ ମହଲରୁ ତାଙ୍କୁ ସ୍ୱାଗତ କରାଯାଇଛି । ସେ କହିଛନ୍ତି ଯେ, ପ୍ରଭୁ ଶ୍ରୀରାମଙ୍କ ଆଶୀର୍ବାଦ ରହିଛି ତେଣୁ ଏହି ଯାତ୍ରା ସୁରକ୍ଷିତ ଭାବରେ ସମ୍ପୂର୍ଣ୍ଣ ହେବ ।

ଅନ୍ୟପଟେ ଅଯୋଧ୍ୟାରେ ପହଞ୍ଚିବା ପରେ ଭକ୍ତମାନଙ୍କୁ ସ୍ୱାଗତ କରାଯିବ । ବୁଧବାର ଦିନ ସରକାରୀ ସ୍ତରରେ ବସିଥିବା ଏକ ବୈଠକ କରିବା ପରେ ମୁଖ୍ୟମନ୍ତ୍ରୀ ଡକ୍ଟର ମୋହନ ଯାଦବ କହିଛନ୍ତି ଯେ, ମଧ୍ୟପ୍ରଦେଶରୁ ଅନେକ ଭକ୍ତ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମକୁ ଆସିବେ । ଅଯୋଧ୍ୟା ରାସ୍ତାରେ ସେମାନଙ୍କ ମଥାରେ 'ତିଲକ' ଲଗାଯାଇ ସ୍ୱାଗତ କରାଯିବ। ଜଣେ ବରିଷ୍ଠ ଅଧିକାରୀଙ୍କ କହିଛନ୍ତି ଯେ, ଅଯୋଧ୍ୟାକୁ ଯାଉଥିବା ସମସ୍ତ ଭକ୍ତମାନଙ୍କ ସୁବିଧା ପାଇଁ ଖାଦ୍ୟ, ଜଳ ଏବଂ ଅନ୍ୟାନ୍ୟ ଆବଶ୍ୟକୀୟ ସୁବିଧା ସହିତ ସମସ୍ତ ବ୍ୟବସ୍ଥା କରାଯିବ ।

Also Read- Archana Nag: ଅର୍ଚ୍ଚନା ନାଗଙ୍କୁ ହତ୍ୟା ଧମକ

Also Read- ରାଜ୍ୟ ଖାଦ୍ୟସୁରକ୍ଷା ଯୋଜନାର ଅବଧିକୁ ଆଉ ୫ବର୍ଷ ବଢାଇଲେ ମୁଖ୍ୟମନ୍ତ୍ରୀ