World Cancer Day 2023: କାହିଁକି ହୁଏ କର୍କଟ? ଜାଣନ୍ତୁ ଏହାର ଲକ୍ଷଣ ଓ ପ୍ରତିକାର
Advertisement
Article Detail0/zeeodisha/odisha1557474

World Cancer Day 2023: କାହିଁକି ହୁଏ କର୍କଟ? ଜାଣନ୍ତୁ ଏହାର ଲକ୍ଷଣ ଓ ପ୍ରତିକାର

World Cancer Day 2023: ଆଜି ବିଶ୍ୱ କର୍କଟ ଦିବସ(World Cancer Day) । କ୍ୟାନସର ବା କର୍କଟ ହେଉଛି ପ୍ରାଣଘାତୀ ରୋଗ । ଦେଶରେ ଏହି ରୋଗରେ ସର୍ବାଧିକ ଲୋକଙ୍କର ଜୀବନ ଯାଉଛି । ପ୍ରତିବର୍ଷ ଫେବୃଆରୀ ୪ ତାରିଖକୁ ବିଶ୍ୱ କର୍କଟ ଦିବସ ଭାବେ ପାଳନ କରାଯାଇଥାଏ । ଏହି ଦିବସ ପାଳନର ମୂଳ ଉଦ୍ଦେଶ୍ୟ କ୍ୟାନସର ରୋଗ ସମ୍ପର୍କରେ ଲୋକଙ୍କୁ ସଚେତନ କରିବା । ପ୍ରତି ବର୍ଷ ଏହି ଦିବସ ପାଳନର ବିଭିନ୍ନ ଥିମ ରହିଥାଏ । ସେହିକ୍ରମରେ ଚଳିତବର୍ଷ ର ଥିମ୍‌ ରହିଛି,‘ କ୍ଲୋଜ ଦି କେୟାର ଗ୍ୟାପ୍‌ ’(close the care gap)।

ସୌଜନ୍ୟ- ସୋସିଆଲ ମିଡିଆ

ଆମ ଦେଶରେ ଦେଖାଯାଉଥିବା କ୍ୟାନସର ମଧ୍ୟରୁ ତିନି ଭାଗରୁ ଏକ ଭାଗ ତମାଖୁ ସେବନ ଜନିତ କ୍ୟାନସର ଓ ଗର୍ଭାଶୟ କ୍ୟାନସର । ପ୍ରତିବର୍ଷ ଦୁଇଲକ୍ଷରୁ ଅଧିକ ଲୋକ ତମାଖୁ ସେବନ ଜନିତ କ୍ୟାନସର ରୋଗରେ ଆକ୍ରାନ୍ତ ହୋଇଥାନ୍ତି ।

ଆମ ଶରୀର ବିଭିନ୍ନ ପ୍ରକାରର କୋଷିକା ଦ୍ୱାରା ତିଆରି ହୋଇଛି । ଏହି କୋଷିକା ଗୁଡ଼ିକର ବିଭାଜନ ଓ ନୂତନ କୋଷିକାର ନିର୍ମାଣ ପ୍ରକ୍ରିୟା ସଦା ସର୍ବଦା ଚାଲିଥାଏ । ଯଦି, କୌଣସି କାରଣରୁ ଏହି ବିଭାଜନ ପ୍ରକ୍ରିୟା, ଅନିୟମିତ ହୋଇଯାଏ, ତେବେ ଟୁ୍ୟମରର ସୃଷ୍ଟି ହୁଏ । ଏହି ଟୁ୍ୟମର ଦୁଇ ପ୍ରକାର ହୋଇଥାଏ,ଯଥା- ବିନାଇନ୍‌ ଟୁ୍ୟମର ଓ ମାଲିଗ୍‌ନାଣ୍ଟ ଟୁ୍ୟମର । କ୍ୟାନସର୍‌ ରୋଗ ନିଜ ସ୍ଥାନରେ ବୃଦ୍ଧି ହେବା ସହ, ଲିମ୍ପ ଗ୍ରନ୍ଥି ଓ ରକ୍ତ ବାହିନୀ ଦ୍ୱାର, ଫୁସ୍‌ଫୁସ୍‌, ଯକୃତ, ଅସ୍ଥି ଏବଂ ମସ୍ତିଷ୍କ ପର୍ଯ୍ୟନ୍ତ ବ୍ୟାପିଥାଏ । ଏହି ରୋଗକୁ ବିଭିନ୍ନ ଉପାୟରେ ଡାକ୍ତରୀ ପରୀକ୍ଷା କରି ଚିହ୍ନଟ କରାଯାଇଥାଏ ।

କ୍ୟାନସର ପ୍ରାଥମିକ ଲକ୍ଷଣ
– ଦୀର୍ଘସମୟ ଧରି ପତଳା ଝାଡ଼ା କିମ୍ବା କୋଷ୍ଠ କାଠିନ୍ୟ ଦେଖାଦେବା ।
– ଅଧିକ ଦିନ ଧରି କ୍ଷତ ସ୍ଥାନ ନ ଶୁଖିବା
– ଋତୁସ୍ରାବ ସରିବା ପରେ ମଧ୍ୟ ରକ୍ତସ୍ରାବ ହେବା
– ସ୍ତନ କିମ୍ବା କୌଣସି ସ୍ଥାନରେ ଗେଟା ଭଳି ଅନୁଭବ ହେବା ।
– ଖାଦ୍ୟ ଗିଳିବାରେ କିମ୍ବା ହଜମ ହେବାରେ କୌଣସି ଅସୁବିଧା ।
– କଳାଜାଇର ଆକାର କିମ୍ବା ସଂଖ୍ୟାରେ ପରିବର୍ତ୍ତନ ହେବା ।
– ଦୀର୍ଘସମୟ ଧରି କାଶ ଲାଗି ରହିବା ।

ଏହି ରୋଗର କାରଣ, ଲକ୍ଷଣ ଓ ଅବସ୍ଥାକୁ ବିଚାରକୁ ନେଇ ଉପଚାର କରାଯାଇଥାଏ । ତେବେ ସାଧାରଣଭାବେ ଏହାର ଚିକିତ୍ସା ତିନିଗୋଟି ପଦ୍ଧତି ଦ୍ୱାରା କରାଯାଇଥାଏ । ଯଥା- ଅପରେସନ୍‌ ବା ଶଲ୍ୟଚିକିତ୍ସା, ରେଡିଏସନ୍‌ ବା ବିକୀରଣ ଚିକିତ୍ସା ଓ କେମୋ ଥେରାପି ବା ଔଷଧୀୟ ଚିକିତ୍ସା ।

Also Read : ଜାଣନ୍ତୁ କେତେ ଭୟଙ୍କର ଅଭିନେତା ପିଣ୍ଟୁ ନନ୍ଦଙ୍କୁ ହୋଇଥିବା ରୋଗ, ଏହି ସବୁ ଲକ୍ଷଣ ଦେଖିଲେ ହୁଅନ୍ତୁ ସାବଧାନ !

କ୍ୟାନସର ରୋଗୀଙ୍କ ନିମନ୍ତେ ପରାମର୍ଶ
– ପାନ , ଗୁଟଖା, ତମାଖୁ ଖାଆନ୍ତୁ ନାହିଁ ।
– କ୍ୟାନସର ରୋଗକୁ ସାହସର ସହିତ ସାମନା କରନ୍ତୁ ।
– କ୍ୟାନସର ରୋଗ ସହିତ ଲଢନ୍ତୁ ।
– କ୍ୟାନସର ଚିକିତ୍ସା ଶେଷ କରନ୍ତୁ ।
– କ୍ୟାନସର ରୋଗୀ ଏବଂ ତାଙ୍କ ପରିବାର ଲୋକଙ୍କୁ ସାହାଯ୍ୟର ହାତ ବଢ଼ାନ୍ତୁ ।
– କ୍ୟାନସର ରୋଗକୁ ଭୟ କରନ୍ତୁ ନାହିଁ ।
– କୌଣସି ଲକ୍ଷଣକୁ ଅବହେଳା ନ କରି ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।
– କ୍ଷତ ନଶୁଖିଲେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।
– ସ୍ତନରେ ଗେଟା ହେଲେ ଅବହେଳା କରନ୍ତୁ ନାହିଁ ।
– ପ୍ରାଥମିକ ସ୍ତରରେ ହିଁ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।
– କ୍ୟାନସର ରୋଗକୁ ଭୟ ନ କରି ଏହାର ଚିକିତ୍ସା କରାନ୍ତୁ ।