Weird News: ଚିପ୍ସ ପାଇଁ ମହାଭାରତ! ରାସ୍ତା ଉପରେ ଗଡାପଡା ହେଲେ ପ୍ରେମୀଯୁଗଳ
Advertisement
Article Detail0/zeeodisha/odisha1590515

Weird News: ଚିପ୍ସ ପାଇଁ ମହାଭାରତ! ରାସ୍ତା ଉପରେ ଗଡାପଡା ହେଲେ ପ୍ରେମୀଯୁଗଳ

Woman Tries to Run Over Boyfriend As He Ate Her Chips: ଆଜିକାଲି (Boyfriend)ବଏଫ୍ରେଣ୍ତ-ଗର୍ଲଫ୍ରେଣ୍ତ(woman) ଙ୍କ ସମ୍ପର୍କ ଟିକେ ଅଜବ । ଅଧିକାଂଶ ବଏଫ୍ରେଣ୍ତ (Boyfriend) ନିଜ ଗର୍ଲଫ୍ରେଣ୍ତକୁ ଖୁସି କରିବା ପାଇଁ କେତେ ଉପହାର ଦେଇଥାନ୍ତି । କେବଳ ଉପହାର ନୁହେଁ, ନିଜ ପ୍ରେମିକାମାନଙ୍କୁ ଆଉଟିଂରେ ମଧ୍ୟ ନେଇ ଭଲମନ୍ଦ ଖାଇବାକୁ ଦେଇଥାନ୍ତି । କିନ୍ତୁ ବଏଫ୍ରେଣ୍ତ-ଗର୍ଲଫ୍ରେଣ୍ତଙ୍କୁ ନେଇ ଆଜି ଆମେ ଆପଣଙ୍କୁ ଏପରି ଏକ ଘଟଣା ସମ୍ପର୍କରେ କହିବୁ , ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିବ ।

ସୌଜନ୍ୟ- ସୋସିଆଲ ମିଡ଼ିଆ

Woman Tries to Run Over Boyfriend As He Ate Her Chips:  ଆଜିକାଲି (Boyfriend)ବଏଫ୍ରେଣ୍ତ-ଗର୍ଲଫ୍ରେଣ୍ତ(woman) ଙ୍କ ସମ୍ପର୍କ ଟିକେ ଅଜବ । ଅଧିକାଂଶ ବଏଫ୍ରେଣ୍ତ (Boyfriend) ନିଜ ଗର୍ଲଫ୍ରେଣ୍ତକୁ ଖୁସି କରିବା ପାଇଁ କେତେ ଉପହାର ଦେଇଥାନ୍ତି । କେବଳ ଉପହାର ନୁହେଁ, ନିଜ ପ୍ରେମିକାମାନଙ୍କୁ ଆଉଟିଂରେ ମଧ୍ୟ ନେଇ ଭଲମନ୍ଦ ଖାଇବାକୁ ଦେଇଥାନ୍ତି । କିନ୍ତୁ ବଏଫ୍ରେଣ୍ତ-ଗର୍ଲଫ୍ରେଣ୍ତଙ୍କୁ ନେଇ ଆଜି ଆମେ ଆପଣଙ୍କୁ ଏପରି ଏକ ଘଟଣା ସମ୍ପର୍କରେ କହିବୁ , ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିବ । ଆଶ୍ଚର୍ଯ୍ୟ କଲେ ମଧ୍ୟ ଘଟଣାଟି ସତ। ଆଉ ଆପଣ ମଧ୍ୟ କହିବେ ଏ କେମିତିକା ପ୍ରେମିକା ।  ଘଟଣାଟି ହେଉଛି  (Adelaide, Australia) ଅଷ୍ଟ୍ରେଲିଆର ଆଡେଲାଇଡେର । 

ଡେଲି ମେଲର ରିପୋର୍ଟ ଅନୁଯାୟୀ, ଅଷ୍ଟ୍ରେଲିଆର ଆଡେଲାଇଡେରେ ଏକ ପ୍ରେମୀ ଯୁଗଳଙ୍କ ମଧ୍ୟରେ କଳହ ହୋଇଛି । କୌଣସି ସୁନା, ରୂପା କି ଦାମୀ ଉପହାକୁ ନେଇ ନୁହେଁ ବରଂ ଆଳୁ ଚିପ୍ସକୁ ନେଇକି । ଗର୍ଲଫ୍ରେଣ୍ତ (Charlotte) ଚାର୍ଲୋଟ  ,ମେଲବର୍ଣ୍ଣ ରାସ୍ତାରୁ ଏକ ସାଲଡ , ଚିପ୍ସ (chips)ଓ ଚିକେନର ପ୍ୟାକେଟ କିଣି ସାଙ୍ଗରେ ଆଣିଥିଲେ । ଏବଂ ଆଣିଥିବା ଏହି ଖାଦ୍ୟ ସାମଗ୍ରୀକୁ ଗାଡିରେ ରଖିଥିଲେ। ଗାଡିରେ ଥିବା ବଏଫ୍ରେଣ୍ତ(Finn) ଫିନଙ୍କୁ ବହୁତ ଜୋରରେ ଭୋକ ଲାଗିବାରୁ ସେ ଗର୍ଲଫ୍ରେଣ୍ତ ଆଣିଥିବା ଚିପ୍ସକୁ କିଛି ଖାଇଦେଇଥିଲା  । ଏହା ଦେଖି ରାଗି ଯାଇଥିଲେ ଚାର୍ଲୋଟ। ପରେ ପ୍ରେମିକ ଫିନଙ୍କୁ ଗାଡିକୁ ବାହାର କରି ରାସ୍ତାରେ ପ୍ରବଳ ମାଡ ମାରିଥିଲେ। ଏପରିକି ଉଭୟ ଗଡାପଡା ମଧ୍ୟ ହୋଇଥିଲେ। ଏପରିକି ଗର୍ଲଫ୍ରେଣ୍ତ, ତାଙ୍କୁ ଗାଡି ଚଢାଇ ମାରି ଦେବାକୁ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି । 

Also Read : Allu Arjun: ମୁହଁର ସର୍ଜରୀ କରାଇଛନ୍ତି ଅଲ୍ଲୁ ଅର୍ଜୁନ! ଭାଇରାଲ ହେଲା ପୁରୁଣା ଫଟୋ

Also Read : Vastu Tips for Married Life: ଦାମ୍ପତ୍ୟ ଜୀବନକୁ ଅଧିକ ସୁଖମୟ କରିବ ଏହି ଟିସ୍ପ, କେବଳ କରନ୍ତୁ ଏହି ୫ଟି କାମ!

ଏନେଇ ପ୍ରେମିକ ଫିନ୍ ପ୍ରେମିକାଙ୍କ ବିରୋଧରେ ଥାନାରେ ଅଭିଯୋଗ କରିଛନ୍ତି।  ମାମଲା କୋର୍ଟରେ ମଧ୍ୟ ପହଞ୍ଚିଛି ।  କୋର୍ଟ ମଧ୍ୟ ଏହି ଘଟଣା ଶୁଣି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ।  ପ୍ରେମିକାଙ୍କୁ କୋର୍ଟରୁ ବେଲ ମଧ୍ୟ ମିଳିସାରିଛି । ତେବେ,ଗର୍ଲଫ୍ରେଣ୍ତ ମଧ୍ୟ ନିଜ ବୟଫ୍ରେଣ୍ତ ଉପରେ ସଙ୍ଗୀନ ଅଭିଯୋଗ ଲଗାଇଛନ୍ତି। ଏବଂ କହିଛନ୍ତି କାର ମଧ୍ୟରେ ଫିନ ତାଙ୍କୁ ହାତ ଉଠାଇବାରୁ ସେ ତାଙ୍କୁ ଆକ୍ରମଣ କରିଛନ୍ତି । ଏବଂ ସେ ମଧ୍ୟ ଏନେଇ ଥାନାର ଦ୍ବାରସ୍ତ ହୋଇଥାନ୍ତେ । କିନ୍ତୁ ପୋଲିସ ଷ୍ଟେସନ ଆସିବା ସମୟରେ ତାଙ୍କ କାର ଦୁର୍ଘଟଣାଗ୍ରସ୍ତ ହୋଇଗଲା ।

ନିକଟରେ ଏଭଳି ଏକ ଘଟଣା ମଧ୍ୟ ପ୍ରେମୀ ଯୁଗଳଙ୍କର ଦେଖିବାକୁ ମିଳିଥିଲା । ବିଚ୍ ରାସ୍ତାରେ ହାତାହାତି ହୋଇଥିଲେ ପ୍ରେମୀଯୁଗଳ। ଦିନେ ବାହା ହେବେ ବୋଲି ଯାହା ହାତ ଧରି ଘରୁ ଭାବି ଆସିଥିଲେ ତାକୁ ସର୍ବସମ୍ମୁଖରେ ପିଟୁଥିବାର ଦେଖିବାକୁ ମିଳିଥିଲା। ଘଟଣାଟି କଟକ ସହର କନିକା ଛକରେ ଦେଖିବାକୁ ମିଳିଥିଲା। ରାସ୍ତା ମଝିରେ ଉଭୟଙ୍କ ମଧ୍ୟରେ ହୋଇଥିବା ଏହି ମାରପିଟ ସ୍ଥାନୀୟ ଲୋକଙ୍କ ମନରେ ଭ୍ରମ ସୃଷ୍ଟି କରିଥିଲା। କନିକା ଛକ ପାଖରେ ଦିନ ଦ୍ୱିପହରେ ଜଣେ ଯୁବତୀ ଓ ଯୁବକଙ୍କ ମଧ୍ୟରେ ଝଗଡ଼ା ହେଉଥିଲା। ଏହି ସମୟରେ ମୋ ସହ ସମ୍ପର୍କ ରଖି ମୋ ଜୀବନକୁ ନଷ୍ଟ କରିଦେଲା ବୋଲି ଯୁବତୀ ଚିତ୍କାର କରିବା ସହ ପ୍ରେମିକ ତଥା ଯୁବକଙ୍କ କଲାର ଧରି ନିର୍ଦ୍ଧୁମ୍‌ ପିଟିଥିଲେ। ସେଠାରେ ଉପସ୍ଥିତ ଥିବା କିଛି ସ୍ଥାନୀୟ ଲୋକେ ତାଙ୍କ ଝଗଡ଼ାରେ ହସ୍ତକ୍ଷେପ କରି ବୁଝାଇବାକୁ ଚେଷ୍ଟା କରିଥିଲେ ହେଁ ସଫଳ ହୋଇନଥିଲେ। ଶେଷରେ ପୋଲିସକୁ ଡାକିବାକୁ ପଡିଥିଲା।

Also Read : Lipsa Mishra Wedding: ହାତକୁ ଦି ହାତ ହେଲେ ଲିପ୍ସା, ଜାଣନ୍ତୁ କ’ଣ କରନ୍ତି ତାଙ୍କ ଜୀବନ ସାଥୀ?