Lok Sabha Election 2024: ରାଜନୀତିରେ ଭାଗ୍ୟ ପରୀକ୍ଷା କରିବେ କି ବଲିଉଡ ସୁପରଷ୍ଟାର ଅମିତାଭ ବଚ୍ଚନଙ୍କ ସୁପୁତ୍ର ତଥା ଅଭିନେତା ଅଭିଷେକ ବଚ୍ଚନ ?
Trending Photos
Lok Sabha Election 2024: ଆସନ୍ତା ୨୦୨୪ ନିର୍ବାଚନ ପାଇଁ ସମସ୍ତ ରାଜନୈତିକ ଦଳ ସଜବାଜ ହେବା ଆରମ୍ଭ କରିଛନ୍ତି । କେଉଁ ପ୍ରାର୍ଥୀ କେଉଁ ଆସନରୁ ପ୍ରତିଦ୍ୱନ୍ଦିତା (Competition) କରିବେ ସେନେଇ ଅନେକ ରାଜନୈତିକ ଦଳ ଅଙ୍କା କଷା ମଧ୍ୟ ଆରମ୍ଭ କରିଦେଲେଣି । ଏପରି ସରଗରମ ଆଲୋଚନା ମଧ୍ୟରେ ବଲିଉଡ ଅଭିନେତା ଅଭିଷେକ ବଚ୍ଚନ (Bollywood Actor Abhishek Bachchan)ଙ୍କ ରାଜନୀତିକୁ ପ୍ରବେଶ ନେଇ ମଧ୍ୟ କଥା ଉଠୁଛି । ଆହ୍ଲାବାଦ (Allahabad)ରୁ ଅଭିଷେକଙ୍କ ବାପା ଅମିତାଭ ବଚ୍ଚନ ମଧ୍ୟ ସାଂସଦ ହୋଇଥିଲେ । ଅଭିଷେକଙ୍କ ମାଆ ମଧ୍ୟ ଏସପିରୁ ରାଜ୍ୟସଭାକୁ ମନୋନୀତ ହୋଇଥିଲେ । ଯଦିଓ ଅଭିଷେକଙ୍କ ରାଜନୀତି କ୍ୟାରିଅରକୁ ନେଇ କୌଣସି ସଠିକ ସୂଚନା ମିଳିନାହିଁ ତଥାପି ଅଭିଷେକଙ୍କୁ ନେଇ ରାଜନୈତିକ ମାହୋଲରେ ଅନେକ ଚର୍ଚ୍ଚା ଉଠୁଛି ।
ଦେଶର ବୃହତ୍ତମ ରାଜ୍ୟ ଉତ୍ତରପ୍ରଦେଶରୁ ବଲିଉଡ ଅଭିନେତା ଅଭିଷେକ ବଚ୍ଚନ ରାଜନୀତିରେ ପାଦ ଦେବେ ବୋଲି କଳ୍ପନାଜଳ୍ପନା ଲାଗି ରହିଛି । ଯଦି ମିଳିଥିବା ସୂଚନାକୁ ବିଶ୍ୱାସ କରାଯାଏ ତେବେ ଅଭିଷେକ ବଚ୍ଚନ ସମାଜବାଦୀ ପାର୍ଟି (Samajwadi Party)ର ଟିକେଟରୁ ଆହ୍ଲାବାଦ ଆସନରୁ ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରିପାରିବେ । ତେବେ ଏ ସମ୍ପର୍କରେ ରାଜନୈତିକ ଦଳ, ଅଭିଷେକ ବଚ୍ଚନ କିମ୍ୱା ତାଙ୍କ ପରିବାର ପକ୍ଷରୁ କୌଣସି ସୂଚନା ଏ ପର୍ଯ୍ୟନ୍ତ ଦିଆଯାଇନାହିଁ । କିନ୍ତୁ ଅଭିଷେକ ବଚ୍ଚନ ୨୦୨୪ ମସିହାରେ ନିର୍ବାଚନ ମୈଦାନକୁ ଓହ୍ଲାଇବା ନେଇ ଜନସାଧାରଣରେ ଚର୍ଚ୍ଚା ଆରମ୍ଭ ହୋଇଗଲାଣି ।
ସମାଜବାଦ ପାର୍ଟି ମୁଖପାତ୍ର ଫଖରୁଲ ହାସନ ଚାନ୍ଦ ଆହ୍ଲାବାଦରୁ ଅଭିଷେକ ବଚ୍ଚନଙ୍କ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା ସମ୍ପର୍କରେ କହିଛନ୍ତି ଯେ, ତାଙ୍କ ମାଆ ଜୟା ବଚ୍ଚନ ରାଜ୍ୟସଭା ସଦସ୍ୟ । ତାଙ୍କ ପରିବାର ସମାଜବାଦୀ ଚିନ୍ତାଧାରାର ଅନୁଗାମୀ। ଏଭଳି ପରିସ୍ଥିତିରେ ଅଭିଷେକ ବଚ୍ଚନ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ କି ନାହିଁ ଦଳର ମୁଖ୍ୟ ଅଖିଳେଶ ଯାଦବ ଏବଂ ଏସପି ନେତୃତ୍ୱଙ୍କୁ ନିଷ୍ପତ୍ତି ନେବାକୁ ପଡ଼ିବ। ଏସପି ମୁଖପାତ୍ର ଏହା ବି କହିଛନ୍ତି ଯେ, ଅଭିଷେକ ବଚ୍ଚନ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କଲେ ଖୁବ ଭଲ ହେବ । ଅଭିଷେକ ନିର୍ବାଚନରେ ଭଲ ଲଢିପାରିବେ କାରଣ ତାଙ୍କ ପିତା ଅମିତାଭ ବଚ୍ଚନ ମଧ୍ୟ ନିର୍ବାଚନରେ ଭଲ ପ୍ରତିଦ୍ୱନ୍ଦ୍ୱିତା କରିଛନ୍ତି । ଆପଣଙ୍କୁ ଏକଥା ମଧ୍ୟ ସୂଚନା ଦେବାକୁ ଚାହୁଁ ଯେ, ବର୍ତ୍ତମାନ ରୀତା ବହୁଗୁଣା ଯୋଶୀ ଆହ୍ଲାବାଦ ଆସନରେ ବିଜେପି ସାଂସଦ ଅଛନ୍ତି । ପୂର୍ବତନ ମୁଖ୍ୟମନ୍ତ୍ରୀ ହେମବତୀ ନନ୍ଦନଙ୍କ ଝିଅ ହେଉଛନ୍ତି ରୀତା ବହୁଗୁଣା ଯୋଶୀ । ନିର୍ବାଚନରେ ଅଭିନେତା ଅମିତାଭ ବଚ୍ଚନ ହେମବତୀ ନନ୍ଦନଙ୍କୁ ପରାସ୍ତ କରିଛନ୍ତି ।
ବଲିଉଡ ସୁପରଷ୍ଟାର ଅମିତାଭ ବଚ୍ଚନ ଉତ୍ତରପ୍ରଦେଶ ଆହ୍ଲାବାଦରେ ଜନ୍ମଗ୍ରହଣ କରିଥିଲେ । ଅମିତାଭ ବଚ୍ଚନଙ୍କ ପିତା ଡକ୍ଟର ହରିଭାନ୍ଶ ରାୟ ବଚ୍ଚନ ଜଣେ ପ୍ରସିଦ୍ଧ ହିନ୍ଦୀ କବି ମଧ୍ୟ ଥିଲେ । ଅମିତାଭଙ୍କ ପାତା ହେଉଛନ୍ତି ହରିଭାନ୍ଶ ରାୟ ବଚ୍ଚନ। ହରିଭାନ୍ସଙ୍କ ଦୁଇ ପୁଅଙ୍କ ମଧ୍ୟରୁ ଜ୍ୟେଷ୍ଠ ପୁତ୍ର ହେଉଛନ୍ତି ଅମିତାଭ । ହରିଭାନ୍ସଙ୍କ ଦ୍ୱିତୀୟ ପୁଅ ତଥା ଅମିତାଭଙ୍କ ଭାଈଙ୍କର ନାମ ହେଉଛି ଅଜିତ । ଅଭିନୟରୁ ବିରତି ନେବା ପରେ ଅମିତାଭ ବଚ୍ଚନ ତାଙ୍କ ପୁରୁଣା ବନ୍ଧୁ ରାଜୀବ ଗାନ୍ଧୀଙ୍କ ସମର୍ଥନରେ ରାଜନୀତିରେ ପାଦ ଦେଇଥିଲେ । ଅମିତାଭ ବଚ୍ଚନ ଆହ୍ଲାବାଦ ଲୋକସଭା ଆସନରୁ ପୂର୍ବତନ ୟୁପି ମୁଖ୍ୟମନ୍ତ୍ରୀ ହେମବତୀ ନନ୍ଦନ ବହୁଗୁଣାଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ଅମିତାଭ ପୂର୍ବତନ ସିଏମଙ୍କୁ ପରାସ୍ତ କରି ଆହ୍ଲାବାଦ ଆସନରୁ ସାଂସଦ ଭାବରେ ନିର୍ବାଚିତ ହୋଇଥିଲେ । କିନ୍ତୁ ପରବର୍ତ୍ତି ସମୟରେ ଅମିତାଭ ବଚ୍ଚନ ତାଙ୍କ କାର୍ଯ୍ୟକାଳ ପୂରଣ ହେବା ସମୟ ପୂର୍ବରୁ ଇସ୍ତଫା ଦେଇଥିଲେ। ବର୍ତ୍ତମାନ ଅମିତାଭଙ୍କ ପତ୍ନୀ ତଥା ଅଭିଷେକ ବଚ୍ଚନଙ୍କ ମାଆ ଜୟା ବଚ୍ଚନ ସମାଜବାଡି ପାର୍ଟିରେ କାର୍ଯ୍ୟ କରୁଛନ୍ତି ।
Also Read- Farming Tips: ଏହି ଚାଷରେ ପ୍ରବଳ ଲାଭ, ସରକାର ଦେଉଛନ୍ତି ସହାୟତା