Bolangir Royal Family Dispute: ରାଜ ପରିବାରରେ ବି ଯୌତୁକ କଳି! ଅର୍କେଶଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଲେ ପତ୍ନୀ ଅଦ୍ରିଜା ସିଂ
Advertisement

Bolangir Royal Family Dispute: ରାଜ ପରିବାରରେ ବି ଯୌତୁକ କଳି! ଅର୍କେଶଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଲେ ପତ୍ନୀ ଅଦ୍ରିଜା ସିଂ

Bolangir Royal Family Dispute News In Odia: ବଲାଙ୍ଗିର ରାଜପରିବାର ବିରୋଧରେ ଘରୋଇ ହିଂସା (domestic violence )ଅଭିଯୋଗ। ଅନଙ୍ଗ ଉଦୟଙ୍କ ସିଂ ଦେଓଙ୍କ ସାନ ପୁଅ ଅର୍କେଶଙ୍କ ବିରୋଧରେ ଘରୋଇ ହିଂସା ଅଭିଯୋଗ ଆଣିଛନ୍ତି ତାଙ୍କ ପତ୍ନୀ ଅଦ୍ରିଜା ସିଂ। ଅର୍କେଶଙ୍କ ସମେତ ତାଙ୍କ ଶ୍ୱଶୁର ଘର ଲୋକେ ତାଙ୍କୁ ଯୌତୁକ ନିର୍ଯାତନା (dowry torture ) ସହ ମାରିପିଟ୍ କରୁଥିବା ଭଳି ସଙ୍ଗୀନ ଅଭିଯୋଗ କରିଛନ୍ତି। ମାମଲା ଯାଇ ଏବେ ଥାନାରେ ପହଞ୍ଚିଛି । ଏବେ ନ୍ୟାୟ ପାଇଁ ଡିଜିଙ୍କ ଦ୍ବାରସ୍ତ ହୋଇଛନ୍ତି ଅଦ୍ରିଜା ସିଂ। ପଢନ୍ତୁ ପୁରା ରିପୋର୍ଟ...

ସୌଜନ୍ୟ- ସୋସିଆଲ ମିଡ଼ିଆ

Bolangir Royal Family Dispute News In Odia: ବଲାଙ୍ଗୀର ରାଜପରିବାର ବିରୋଧରେ ଘରୋଇ ହିଂସା ଅଭିଯୋଗ(Domestic violence)। ଓଡି଼ଶାର କଳି ଏବେ ଉତ୍ତରାଖଣ୍ଡ ଥାନାରେ ପହଞ୍ଚିଛି।  ଅନଙ୍ଗ ଉଦୟଙ୍କ ସିଂ ଦେଓଙ୍କ ସାନ ପୁଅ ଅର୍କେଶ ନାରାୟଣ ସିଂଙ୍କ (Arkesh Narayan Singh Deo )ବିରୋଧରେ ଘରୋଇ ହିଂସା ଅଭିଯୋଗ ଆଣିଛନ୍ତି ତାଙ୍କ ପତ୍ନୀ ଅଦ୍ରିଜା ମଞ୍ଜରୀ ସିଂ(Adrija Manjari Singh)। ଅର୍କେଶଙ୍କ ସମେତ ତାଙ୍କ ଶ୍ୱଶୁର ଘର ଲୋକେ ତାଙ୍କୁ ଯୌତୁକ ନିର୍ଯାତନା (dowry torture ) ସହ ମାରିପିଟ୍ କରୁଥିବା ଭଳି ସଙ୍ଗୀନ ଅଭିଯୋଗ କରିଛନ୍ତି। ଏପରିକି, ଅର୍କେଶ ସୁପାରୀ ଦେଇ ଅଦ୍ରିଜାଙ୍କୁ ଏକଦା ହତ୍ୟା ପାଇଁ ଉଦ୍ୟମ କରିଥିବା କଥା ମଧ୍ୟ ସେ ଅଭିଯୋଗ କରିଛନ୍ତି। ସେ କହିଛନ୍ତି ଯେ, ତାଙ୍କ ବିବାହର କିଛି ଦିନ ପରେ ଶାଶୁଘର ଲୋକେ ତାଙ୍କୁ ଯୌତୁକ ବାବଦକୁ କୋଟି କୋଟି ଟଙ୍କା ଦାବି କରିଆସୁଥିଲେ। ଏଥିଲାଗି ତାଙ୍କୁ ମାନସିକ ନିର୍ଯ୍ୟାନତା ମଧ୍ୟ ଦେଇ ଆସୁଥିଲେ।  ଏପରିକି, ୨୦୨୨ ସେପ୍ଚେମ୍ବରରେ ସ୍ବାମୀ ତାଙ୍କୁ ଛାଡପତ୍ର ଦେବାକୁ କହିଥିଲେ।  ଏବେ ତାଙ୍କ ଉପରେ ନଜର ରଖିବା ଲାଗି ଘରେ ସିସିଟିଭି କ୍ୟାମେରା ଲଗାଯିବା ସହ କିଛି ମହିଳା କର୍ମଚାରୀଙ୍କୁ ମଧ୍ୟ ନିୟୋଜିତ କରାଯାଇଥିବା ସେ କହିଛନ୍ତି। 

ସେପଟେ,ପତ୍ନୀ ଅଦ୍ରିଜାଙ୍କ ଅଭିଯୋଗ ଉପରେ ପ୍ରତିକ୍ରିୟା ରଖିଛନ୍ତି ସ୍ବାମୀ ଅର୍କେଶ ନାରାୟଣ ସିଂହ ଦେବ(Arkesh Narayan Singh Deo ) । ତାଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ସେ ମିଥ୍ୟା ବୋଲି କହିଥିବା ବେଳେ ପାଲଟା ଅଦ୍ରିଜାଙ୍କ ବିରୋଧରେ ସେ ଅଭିଯୋଗ ଆଣିଛନ୍ତି । ଅଦ୍ରିଜା ତାଙ୍କୁ ୧୦୦ କୋଟି ଅର୍ଥ ଦେବା ଲାଗି କହୁଥିବା ସେ କହିଛନ୍ତି । ଏପରିକି ଅଦ୍ରିଜା ଓଡ଼ିଶାରୁ ବିଧାୟିକା ଭାବେ ନିର୍ବାଚନ ଲଢିବା ଲାଗି ଦାବି କରୁଥିବା ସେ କହିଛନ୍ତି । ତେବେ, ରାଜପରିବାରର ଏହି ଯୌତୁକ କଳି ଏବେ ରାଜ୍ୟ ରାଜନୀତିକୁ ମଧ୍ୟ ପ୍ରଭାବିତ କରିପାରେ। କାହିଁକିନା ଆଗକୁ ଆସୁଛି ସାଧାରଣ ନିର୍ବାଚନ। ରାଜ ପରିବାରର ବୋହୂ ଆଣିଥିବା ଯୌତୁକ ଓ ଘରୋଇ ହିଂସା ମାମଲା ରାଜପରିବାର ରାଜନୈତିକ କ୍ୟାରିୟର ଉପରେ ପ୍ରଭାବ ମଧ୍ୟ ପକାଇପାରେ। 

Also Read: Grah Gochar 2023: ଆଜିଠୁ ଏହି ୫ ରାଶିରେ ଲାଗିଲା ଲଟେରୀ, କ୍ୟାରିୟରରେ ପାଇବେ ସଫଳତା ସାଙ୍ଗକୁ ଧନ ଢାଳିବେ ମାଆ ଲକ୍ଷ୍ମୀ!

Also Read: Shani Sade Sati: ଏହି ସବୁ ରାଶିର ରାସ୍ତା ରୋକିବ ଶନୀ ସାଢେସତୀ, ଆପଣଙ୍କୁ ରହିବାକୁ ହେବ ସତର୍କ, ନଚେତ୍ ମାଡି଼ ଆସିବ ବିପଦ!

ତେବେ, ଅଦ୍ରିଜା (Adrija Singh)ହେଉଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ବିଶ୍ୱନାଥ ପ୍ରତାପ ସିଂଙ୍କ ନାତୁଣୀ। ଅଦ୍ରିଜା ତାଙ୍କ ପରିବାର ସହ ଏବେ ଉତ୍ତରାଖଣ୍ଡରେ ରହୁଥିବା ବେଳେ ସେଠାରେ ସେ ରାଜପୁର ଥାନାରେ ଯୌତୁକ ନିର୍ଯ୍ୟାତନା ଓ ଘରୋଇ ହିଂସା ନେଇ ଏକ ଅଭିଯୋଗ କରିଥିଲେ। ତେବେ ପୋଲିସ ଏ ମାମଲାରେ କୌଣସି ପଦକ୍ଷେପ ଗ୍ରହଣ କରୁନଥିବାରୁ ଉତ୍ତରାଖଣ୍ଡ ଡିଜିପିଙ୍କୁ ଭେଟି ନ୍ୟାୟ ମାଗିଛନ୍ତି। ଉତ୍ତରାଖଣ୍ଡ ଡିଜିପି ପୁରା ଘଟଣାର ତଦନ୍ତ ଦାୟିତ୍ୱ ଡେରାଡୁନ୍ ଏସପିଙ୍କୁ ଦେଇଥିବା ସୂଚନା ମିଳିଛି।  ସୂଚନାନୁସରେ,୨୦୧୭ ନଭେମ୍ବର ୨୩ ତାରିଖରେ ସେ ଓଡ଼ିଆ ରାଜପରିବାରର ରାଜକୁମାର ଅର୍କେଶଙ୍କୁ ବିବାହ କରିଥିଲେ । ବିବାହ ପରେ ଉଭୟ ଡେରାଡୁନ ଥାନା ଅଧୀନ ରାଜୁପର ସ୍ଥିତ ଏକ ବଙ୍ଗଳାରେ ରହୁଥିଲେ । ହେଲେ ବିବାହର କିଛି ଦିନ ପରେ ଉଭୟଙ୍କ ମଧ୍ୟରେ ବିବାଦ ଉପୁଜିଥିଲା । ଏପରିକି ଏହି ବିବାଦ ଶେଷରେ ଘରୋଇ ହିଂସାରେ ପରିଣତ ହୋଇଥିଲା । ତାଙ୍କୁ ବିବାହର କିଛି ଦିନ ପରେ ଶାଶୂ ଘର ଲୋକେ ଯୌତୁକ ବାବଦକୁ କୋଟି କୋଟି ଟଙ୍କା ମଧ୍ୟ ଦାବି କରିଆସୁଥିଲେ ।