Foreign Jobs for Indian Workers: କାହିଁକି ଚାକିରି ପାଇଁ ଇସ୍ରାଏଲ ମୁହାଁ ହୋଇଛନ୍ତି ଭାରତୀୟ ଶ୍ରମିକ?
Advertisement
Article Detail0/zeeodisha/odisha2195408

Foreign Jobs for Indian Workers: କାହିଁକି ଚାକିରି ପାଇଁ ଇସ୍ରାଏଲ ମୁହାଁ ହୋଇଛନ୍ତି ଭାରତୀୟ ଶ୍ରମିକ?

Israel Jobs for Indian Workers: ଶ୍ରମିକ ଅଭାବ ପୂରଣ କରିବା ପାଇଁ ଭାରତ ସରକାରଙ୍କ ସହ ହୋଇଥିବା ଚୁକ୍ତିନାମା ଅନୁଯାୟୀ ଇସ୍ରାଏଲ ପକ୍ଷରୁ ନିଯୁକ୍ତି ଶିବିର ଆୟୋଜନ କରି ଶ୍ରମିକ ଚୟନ କରାଯାଇଥିଲା। ଆଗାମୀ ସମୟରେ ଭାରତରୁ ପର୍ଯ୍ୟାୟ କ୍ରମେ ଆହୁରି ଅଧିକ ଶ୍ରମିକ ଇସ୍ରାଏଲ ପଠାଯିବ।

ଫଟୋ ସୌଜନ୍ୟ:@NaorGilon

Indian Workers got jobs in Israel: ପାଲେଷ୍ଟାଇନ ଗାଜା ଅଞ୍ଚଳରେ ହମାସ ସହିତ ଯୁଦ୍ଧ ଆରମ୍ଭ ହୋଇଯିବା ପରେ ଶ୍ରମିକ ସଂକଟ ସହ ସଂଘର୍ଷ କରୁଛି ଇସ୍ରାଏଲ। ଯୁଦ୍ଧରେ ହୋଇଥିବା କ୍ଷୟକ୍ଷତିର ଭରଣା ତଥା ଭିତ୍ତିଭୂମି ପୁନଃ ନିର୍ମାଣ ପାଇଁ ଭାରତ ପାଖରୁ ଶ୍ରମିକ ପଠାଯାଇଛି। ପ୍ରାୟ ୬୦ ଜଣ ଶ୍ରମିକଙ୍କ ପ୍ରଥମ ବ୍ୟାଚ୍ ହରିୟାଣା ଠାରୁ ଯାତ୍ରା ଆରମ୍ଭ କରି ଇସ୍ରାଏଲ ଠାରେ ପହଞ୍ଚିଛି। ଯୁଦ୍ଧ କାରଣରୁ ଶ୍ରମିକଙ୍କ ଅଭାବ ପରେ ଇସ୍ରାଏଲ ସରକାର ଦେଶର ବିଭିନ୍ନ କ୍ଷେତ୍ରରେ ଭାରତୀୟ ଶ୍ରମିକଙ୍କୁ ନିଯୁକ୍ତି ଦେବାକୁ ନିଷ୍ପତ୍ତି ନେଇଥିଲେ। ଏନେଇ ଇସ୍ରାଏଲ-ଭାରତ ମଧ୍ୟରେ ଏହି ଚୁକ୍ତିନାମା ସ୍ୱାକ୍ଷରିତ ହୋଇଥିଲା। ଏହି ଚୁକ୍ତି ଅନୁସାରେ ହରିୟାଣା ସରକାର ହଜାର ହଜାର ବେକାର ଲୋକଙ୍କୁ ଚାକିରି ଯୋଗାଇ ଦେବାକୁ ଘୋଷଣା କରିଥିଲେ। ଏନେଇ ବିଭିନ୍ନ ସହରରେ ଶିବିର ଆୟୋଜନ କରି ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଯେଉଁମାନେ ନିର୍ଦ୍ଦିଷ୍ଟ ନିଯୁକ୍ତି ସର୍ତ୍ତ ପୂରଣ କରୁଛନ୍ତି, ବର୍ତତ୍ମାନ ସେମାନଙ୍କୁ ଧିରେ ଧିରେ ଇସ୍ରାଏଲ ପଠାଯାଉଛି।

କେଉଁ ପ୍ରକାର କାର୍ଯ୍ୟ କରିବେ ଭାରତୀୟ ଶ୍ରମିକ?
ଏନେଇ ହୋଇଥିବା ନିଯୁକ୍ତି ପ୍ରକ୍ରିୟା ସମୟରେ ଭିଡ଼ିଓ ଏବଂ ଫଟୋ ସୋସିଆଲ ମିଡିଆ ମାଧ୍ୟମରେ ଭାଇରାଲ ହୋଇଥିଲା। ଚାକିରି ପାଇବାକୁ ଚେଷ୍ଟା କରୁଥିବା ଅଧିକାଂଶ ଯୁବକ ଉତ୍ତର ପ୍ରଦେଶ ଏବଂ ବିହାର ଆଦି ରାଜ୍ୟ ଦ୍ୱୟରୁ ଆସିଥିଲେ। ନିଯୁକ୍ତି ପ୍ରକ୍ରିୟାର ଏକ ଅଂଶ ଭାବରେ ଆବେଦନକାରୀଙ୍କୁ ପରୀକ୍ଷା କରିବାକୁ ଏକ ସ୍ୱତନ୍ତ୍ର ଇସ୍ରାଏଲ୍ ଦଳ ଭାରତ ଆସିଥିଲା। ଇସ୍ରାଏଲରୁ ଆସିଥିବା ଟିମ୍ ସେମାନଙ୍କ ଦେଶର ନିର୍ମାଣ, ଭିତ୍ତିଭୂମି ବିକାଶ ଏବଂ କୃଷି ସମ୍ବନ୍ଧୀୟ କାର୍ଯ୍ୟ କରିବା ପାଇଁ ପରୀକ୍ଷା ଭିତ୍ତିରେ ଭାରତୀୟ ଶ୍ରମିକ ନିଯୁକ୍ତ କରିଥିଲେ। ଉତ୍ତର ପ୍ରଦେଶ ଏବଂ ବିହାର ବ୍ୟତୀତ ପଞ୍ଜାବ ଏବଂ ରାଜସ୍ଥାନର ଯୁବକଙ୍କୁ ମଧ୍ୟ ଚାକିରି ମିଳିଥିଲା।

କାହିଁକି ଇସ୍ରାଏଲ ଚାକିରି ପାଇଁ ଲାଗିଛି ଧାଡ଼ି?
ପ୍ରାୟ ୬ ମାସରୁ ଉର୍ଦ୍ଧ୍ୱ ସମୟ ଧରି ପାଲେଷ୍ଟାଇନ ଗାଜା ଅଞ୍ଚଳରେ ହମାସ ବିରୋଧରେ ଯୁଦ୍ଧ ଲଢୁଛି ଇସ୍ରାଏଲ। ଏହି ଯୁଦ୍ଧ ପ୍ରଭାବରେ ହୋଇଥିବା କ୍ଷୟକ୍ଷତିର ଭରଣା କରିବା ପାଇଁ ଇସ୍ରାଏଲ ସରକାର ବନ୍ଧୁ ଭାରତ ପାଖରୁ ସାହାଯ୍ୟ ସହଯୋଗ ମାଗିଥିଲେ। ଏଥିପାଇଁ ଭାରତରେ ଏକ ନିଯୁକ୍ତି ପ୍ରକ୍ରିୟା କାର୍ଯ୍ୟକାରୀ କରାଯାଇ ବିଭିନ୍ନ କ୍ଷେତ୍ର ଲାଗି ଆବଶ୍ୟକୀୟ ଶ୍ରମିକ ଚୟନ କରାଯାଇଥିଲା। ଯୁଦ୍ଧ ପୂର୍ବରୁ ପାଲେଷ୍ଟାଇନ ଶ୍ରମିକ ଇସ୍ରାଏଲର ବିଭିନ୍ନ କ୍ଷେତ୍ରରେ କାମ କରୁଥିଲେ। ହେଲେ ହମାସ ଆକ୍ରମଣ ପରେ ପାଲେଷ୍ଟାଇନ ଶ୍ରମିକ ଇସ୍ରାଏଲରେ ମିଳୁଥିବା ସେମାନଙ୍କ ରୋଜଗାର ହରାଇ ବସିଥିଲେ। ଏହା ପରେ ଇସ୍ରାଏଲରେ ଶ୍ରମିକଙ୍କ ଅଭାବ ସୃଷ୍ଟି ହୋଇଥିଲା। ଏହି ଅଭାବ ପୂରଣ ପାଇଁ ଭାରତ ସରକାରଙ୍କ ସହ ହୋଇଥିବା ଚୁକ୍ତିନାମା ଅନୁଯାୟୀ ଇସ୍ରାଏଲ ପକ୍ଷରୁ ନିଯୁକ୍ତି ଶିବିର ଆୟୋଜନ କରି ଶ୍ରମିକ ଚୟନ କରାଯାଇଥିଲା। ଆଗାମୀ ସମୟରେ ଭାରତରୁ ପର୍ଯ୍ୟାୟ କ୍ରମେ ଆହୁରି ଅଧିକ ଶ୍ରମିକ ଇସ୍ରାଏଲ ପଠାଯିବ।

Also Read: Israel Jobs: ଚାକିରି ପାଇବା ପରେ ଇସ୍ରାଏଲ ଯାତ୍ରା କଲେ ଭାରତୀୟ ଶ୍ରମିକ; ଜାଣନ୍ତୁ ମିଳିବ କେଉଁ କେଉଁ ସୁବିଧା

ଅନ୍ୟ ଦେଶ ତୁଳନାରେ ଇସ୍ରାଏଲ ଠାରେ ମିଳେ କମ ଦରମା 
ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଇସ୍ରାଏଲକୁ ଯେଉଁ ଶ୍ରମିକଙ୍କୁ ପଠାଯାଇଛି ସେମାନଙ୍କ ସହ ବର୍ଷିକିଆ ଚୁକ୍ତି ହୋଇଛି। ନ୍ୟୁଜ୍ ଏଜେନ୍ସି ଆସୋସିଏଟେଡ ପ୍ରେସ ଅନୁଯାୟୀ ଇସ୍ରାଏଲ ଯାତ୍ରା କରିଥିବା ଭାରତୀୟ ଶ୍ରମିକ ପ୍ରତି ମାସରେ ଦରମା ଆକାରରେ ୬୧୦୦ ଇସ୍ରାଏଲ୍ ନ୍ୟୁ ଶେକେଲ ମୁଦ୍ରା ପାଇବେ। ଭାରତୀୟ ମୁଦ୍ରାରେ ଏହାର ମୂଲ୍ୟ ହେଉଛି ପ୍ରାୟ ୧.୪୦ ଲକ୍ଷ ଟଙ୍କା। ଦରମା ବ୍ୟତୀତ ସେମାନଙ୍କ ୧୬,୫୧୫ ଟଙ୍କାର ବୋନସ ମଧ୍ୟ ପ୍ରଦାନ କରାଯିବ। ଇସ୍ରାଏଲ ଠାରେ କାର୍ଯ୍ୟରତ ଭାରତୀୟ ଶ୍ରମିକଙ୍କୁ ସ୍ଥାନୀୟ ସରକାର ଚିକିତ୍ସା ବୀମା, ଖାଦ୍ୟ ଏବଂ ରହିବା ସୁବିଧା ଯୋଗାଇ ଦେବେ। ମାତ୍ର ଇସ୍ରାଏଲ ଠାରେ ପ୍ରଦାନ କରାଯାଉଥିବା ଦରମା ଏହାର ପାରମ୍ପରିକ ସହଯୋଗୀ ଯୁକ୍ତରାଷ୍ଟ୍ର ଆମେରିକା ଏବଂ ସଂଯୁକ୍ତ ଆରବ ଅମିରାତ ଠାରେ ପ୍ରଦାନ କରାଯାଉଥିବା ଦରମା ଠାରୁ କମ୍।

ଇଣ୍ଟରନେସନାଲ ହ୍ୟୁମାନ ରିସୋର୍ଚ ନାମକ ସଙ୍ଗଠନ ଅନୁଯାୟୀ ଗତ ବର୍ଷ ସଂଯୁକ୍ତ ଆରବ ଅମିରାତ ଠାରେ ହାରାହାରି ଦରମା ୧୬,୫୦୦ ଦିରହାମ୍ ରହିଥିଲା। ଭାରତୀୟ ମୁଦ୍ରାରେ ଏହାର ମୂଲ୍ୟ ହେଉଛି ପ୍ରାୟ ୩.୭୫ ଲକ୍ଷ ଟଙ୍କା। ଏହା ବ୍ୟତୀତ ଆମେରିକାର କୌଣସି ଶ୍ରମିକଙ୍କ ହାରାହାରି ଦରମା ଘଣ୍ଟା ପ୍ରତି ୭.୨୫ ଡଲାର ହୋଇଥାଏ। ଯଦି କେହି ୧୨ ଘଣ୍ଟା କାମ କରନ୍ତି ତାହେଲେ ପ୍ରତିଦିନ ତାଙ୍କୁ ୮୮ ଡଲାର ମିଳିଥାଏ। ଅର୍ଥାତ ଦିନକୁ ଜଣେ ଭାରତୀୟ ମୁଦ୍ରାରେ ୭୩୩୬ ଟଙ୍କା କମାଇବେ। ଯଦି ମାସକୁ ହିସାବ କରାଯାଏ ତାହେଲେ ଏହାର ପରିମାଣ ହେଉଛି ୨.୨୦ ଲକ୍ଷ ଟଙ୍କା।