ରାଧିକା ମର୍ଚ୍ଚାଣ୍ଟଙ୍କ ଅରେଙ୍ଗତ୍ରମ ସେରେମନି କାର୍ଯ୍ୟକ୍ରମରେ କାହିଁକି ଭାଇରାଲ ହେଲେ ନୀତା ଅମ୍ବାନୀ?
Advertisement
Article Detail0/zeeodisha/odisha1210082

ରାଧିକା ମର୍ଚ୍ଚାଣ୍ଟଙ୍କ ଅରେଙ୍ଗତ୍ରମ ସେରେମନି କାର୍ଯ୍ୟକ୍ରମରେ କାହିଁକି ଭାଇରାଲ ହେଲେ ନୀତା ଅମ୍ବାନୀ?

Nita Ambani in Radhika Merchants Arangetram: ରବିବାର ରାଧିକା ମର୍ଚାଣ୍ଟଙ୍କ ଆରେଙ୍ଗତ୍ରମ ରେ ଯୋଗ ଦେଇଥିଲେ ଅମ୍ବାନୀ ପରିବାର। 

ରାଧିକା ମର୍ଚ୍ଚାଣ୍ଟଙ୍କ ଅରେଙ୍ଗତ୍ରମ ସେରେମନି କାର୍ଯ୍ୟକ୍ରମରେ କାହିଁକି ଭାଇରାଲ ହେଲେ ନୀତା ଅମ୍ବାନୀ?

Nita Ambani in Radhika Merchants Arangetram: ରବିବାର ଅମ୍ବାନୀ ପରିବାର ରାଧିକା ମର୍ଚାଣ୍ଟଙ୍କ ଆରେଙ୍ଗତ୍ରମ ସେରେମନି ଆୟୋଜନ କରିଥିଲେ ଯିଏକି ମୁକେଶ ଅମ୍ବାନୀ ଏବଂ ନୀତା ଅମ୍ବାନୀଙ୍କ ସାନପୁଅ ଅନନ୍ତ ଅମ୍ବାନୀଙ୍କ ପ୍ରେମିକା ଅଟନ୍ତି। ରାଧିକା ଜଣେ ପ୍ରସିଦ୍ଧ ଭାରତନାଟ୍ୟମ୍ ନୃତ୍ୟଶିଳ୍ପୀ ଏବଂ ଏହା ସ୍ପଷ୍ଟ ଯେ ସେ ଅନେକ ବର୍ଷ ଧରି କଳା ଅଭ୍ୟାସ କରିଆସୁଛନ୍ତି। ରାଜନୀତି ତଥା ବଲିଉଡ ଜଗତ ସହ ଜଡିତ ଲୋକଙ୍କ ସହ ଅମ୍ବାନୀ ପରିବାର ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ମାତ୍ର ଏହି କାର୍ଯ୍ୟକ୍ରମରେ ମୁକେଶ ଅମ୍ବାନୀ ଏବଂ ନୀତା ଅମ୍ବାନୀଙ୍କ ରାଜକୀୟ ଅବତାର ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। 

ମୁକେଶ ଅମ୍ବାନୀଙ୍କୁ ଏକ ଚୁଡଦାର ସେଟ୍ ରେ ଦେଖିବାକୁ ମିଳିଥିଲା। ଅନ୍ୟପଟେ ନୀତା ଅମ୍ବାନୀ ଏକ ଚମତ୍କାରୀ କମଳା ରଙ୍ଗର ଶାଢୀରେ ଚମକି ଉଠିଥିଲା। ପାରମ୍ପାରିକ ଅଳଙ୍କାର ସହ ସେ କମ ମେକଅପ୍ ରେ ନଜର ଆସିଥିଲେ। ମଥାରେ ଲଗାଇଥିବା ଏକ ବିନ୍ଦି ତାଙ୍କର ଲୁକ୍ କୁ ଏକ ସ୍ୱତନ୍ତ୍ର ରୂପ ଦେଇଥିଲା।

ଏହି କାର୍ଯ୍ୟକ୍ରମରେ ମୁକେଶ ଅମ୍ବାନୀ ଏବଂ ନୀତା ଅମ୍ବାନୀଙ୍କ ବଡ ପୁଅ ଆକାଶ ଅମ୍ବାନୀ ମଧ୍ୟ ତାଙ୍କ ପତ୍ନୀ ଶ୍ଲୋକା ମେହେଟ୍ଟାଙ୍କ ସହ ନଜର ଆସିଥିଲେ। ଆକାଶ ଏକ ନୀଳ ରଙ୍ଗର ଯୋଧପୁରୀ ସୁଟ୍ ପିନ୍ଧିଥିବାର ନଜର ଆସିଥିଲେ। ସେ ପିନ୍ଧିଥିବା ଚମତ୍କାର ଜୋତା ତାଙ୍କୁ ଏକ ଭିନ୍ନ ରୂପ ଦେଇଥିଲା। ଶ୍ଲୋକା ମେହେଟ୍ଟା ଏକ ସୁନ୍ଦର ବାଇଗଣୀ-ସୁନା ରେଶମୀ ଶାଢୀ ପିନ୍ଧି ଚମତ୍କାର ଦେଖାଯାଉଥିଲା। ସେ ଭାରୀ ଅଳଙ୍କାର ପିନ୍ଧି ପାରମ୍ପାରିକ ନଜରରେ ଆସିଥିଲେ। ସେ ପରଫେକ୍ଟ ମେକଅପ୍ ସହିତ ଦୃଶ୍ୟମାନ ହୋଇଥିଲେ। 

ଏହି କାର୍ଯ୍ୟକ୍ରମରେ ବଲିଉଡ ଅଭିନେତା ସଲମାନ ଖାନ ଏବଂ ରଣବୀର ସିଂହ ପ୍ରମୁଖ ଯୋଗ ଦେଇଥିଲେ।