କ୍ରିସମାସ ପାଇଁ ଉତ୍ସବ ମୁଖର ବିଶ୍ୱ, ହେଲେ କାହିଁକି ପାଳନ ହୁଏ କ୍ରିସମାସ ? ଜାଣନ୍ତୁ...
Advertisement
Article Detail0/zeeodisha/odisha2026776

କ୍ରିସମାସ ପାଇଁ ଉତ୍ସବ ମୁଖର ବିଶ୍ୱ, ହେଲେ କାହିଁକି ପାଳନ ହୁଏ କ୍ରିସମାସ ? ଜାଣନ୍ତୁ...

Why Christmas celebrated ? : ପୁରୁଣା ବର୍ଷ ୨୦୨୩କୁ ବିଦାୟ ଦେବାର ୫ ଦିନ ପୂର୍ବରୁ ବିଶ୍ୱ ପାଳୁଛି କ୍ରିସମାସ। ତେବେ ଆସନ୍ତୁ ଜାଣିବା କାହିଁକି ପାଳନ ହୋଇଥାଏ କ୍ରିସମାସ।

କ୍ରିସମାସ ପାଇଁ ଉତ୍ସବ ମୁଖର ବିଶ୍ୱ, ହେଲେ କାହିଁକି ପାଳନ ହୁଏ କ୍ରିସମାସ ? ଜାଣନ୍ତୁ...

ନୂଆଦିଲ୍ଲୀ: ଆଉ କିଛି ଦିନ ପରେ ବିଦାୟ ନେବ ପୁରୁଣା ବର୍ଷ। ପାଦ ଥାପିବ ବର୍ଷ ୨୦୨୪ (2024 New year) । ତେବେ ପୁରୁଣା ବର୍ଷ ୨୦୨୩କୁ ବିଦାୟ ଦେବାର ୫ ଦିନ ପୂର୍ବରୁ ବିଶ୍ୱ ପାଳୁଛି କ୍ରିସମାସ। ସମସ୍ତେ ଏହି ପର୍ବକୁ ଆତ୍ୟନ୍ତ ଉତ୍ସାହର ସହିତ ପାଳନ କରନ୍ତି। ଖ୍ରୀଷ୍ଟମାସକୁ ଏକ ବଡ ଦିନ ମଧ୍ୟ କୁହାଯାଏ। ଖ୍ରୀଷ୍ଟିଆନ ଧର୍ମର ବିଶ୍ୱାସ ଅନୁଯାୟୀ, ଯୀଶୁ ଅର୍ଥାତ୍ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଏହି ଦିନ ଜନ୍ମ ହୋଇଥିଲେ। ତେଣୁ, ଏହି ଦିନ, ଲୋକମାନେ ପ୍ରଭୁ ଯୀଶୁଙ୍କୁ ଉପାସନା କରିବା ପାଇଁ ଚର୍ଚ୍ଚରେ ଏକତ୍ରିତ ହୁଅନ୍ତି ଏବଂ ଯୀଶୁଙ୍କ ଜନ୍ମ କାହାଣୀର ଟେବୁଲ୍ ଉପସ୍ଥାପିତ ହୁଏ। ତେବେ ଆସନ୍ତୁ ଜାଣିବା କାହିଁକି ପାଳନ ହୋଇଥାଏ କ୍ରିସମାସ।

କାହିଁକି ପାଳନ ହୋଇଥାଏ କ୍ରିସମାସ
ଖ୍ରୀଷ୍ଟମାସ ଇତିହାସ ବିଷୟରେ ଐତିହାସିକମାନଙ୍କ ମଧ୍ୟରେ ସର୍ବଦା ମତଭେଦ ରହିଆସିଛି। ଅନେକ ଐତିହାସିକଙ୍କ ଅନୁଯାୟୀ ଏହି ପର୍ବ ପ୍ରଭୁଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ। ଯୀଶୁଙ୍କ ଜନ୍ମ ପରେ ଏହି ପର୍ବକୁ ପାଳନ କରାଯାଇଥିଲା। ଅନେକ ଲୋକ ବିଶ୍ୱାସ କରନ୍ତି ଯେ ଯୀଶୁଙ୍କ ଜନ୍ମ ପୂର୍ବରୁ ମଧ୍ୟ ଏହି ପର୍ବ ପାଳନ କରାଯାଇଥିଲା। କେତେକ ଐତିହାସିକ ବିଶ୍ୱାସ କରନ୍ତି ଯେ ଖ୍ରୀଷ୍ଟମାସ ପର୍ବ ରୋମାନ୍ ପର୍ବ ଶତାବ୍ଦୀର ଏକ ନୂତନ ରୂପ ଅଟେ। ସେଞ୍ଚୁନେଲିଆ ରୋମାନଙ୍କୁ ଦେବତା ଭାବେ ମାନିଥାନ୍ତି। କୁହାଯାଏ ଯେ ଯେତେବେଳେ ଖ୍ରୀଷ୍ଟିଆନ ଧର୍ମ ସ୍ଥାପିତ ହେବା ପରେ ଲୋକମାନେ ଯୀଶୁଙ୍କୁ ସେମାନଙ୍କର ଇଶ୍ବର ଭାବରେ ବିବେଚନା କଲେ ଏବଂ ଜନ୍ମବାର୍ଷିକ ପର୍ବ ଭାବେ ଏହାକୁ ପାଳନ କରିବା ଆରମ୍ଭ କରିଥିଲେ।  ଏହି ଦିନକୁ ସେଞ୍ଚୁନେଲିଆ ପର୍ବକୁ ହିଁ କ୍ରିସମାସ ଡେ ଭାବେ ପାଳନ କରିବା ଆରମ୍ଭ କରିଥିବା ନେଇ କିଛି ଐତିହାସିକ ପ୍ରକାଶ କରିଛନ୍ତି। 

୨୫ ଡିସେମ୍ବରକୁ ହିଁ କାହିଁକି ପାଳନ କରାଯାଇଥାଏ
ଐତିହାସିକମାନଙ୍କ ଦ୍ୱାରା ପ୍ରଦତ୍ତ ସୂଚନା ଅନୁଯାୟୀ ସନ ୯୮ ମସିହାରେ ଲୋକ ଏହି ପର୍ବକୁ ହିଁ ପାଳନ କରିଆସୁଥିଲେ। କିନ୍ତୁ ସନ ୧୩୭ରେ ରୋମାନ ବିଶପ ଏହି ପର୍ବକୁ କ୍ରିସମାସ ପର୍ବ ଭାବେ ପାଳନ କରିବାକୁ ବିଦ୍ଧିବଦ୍ଧ ଘୋଷଣା କରିଥିଲେ। ଯଦିଓ ସେତେବେଳେ ଏହି ପର୍ବକୁ ପାଳନ କରିବା ପାଇଁ କୌଣସି ନିର୍ଦ୍ଦିଷ୍ଟ ଦିନ ଧାର୍ଯ୍ୟ ହୋଇନଥିଲା। କିନ୍ତୁ ପରବର୍ତ୍ତି ସମୟରେ ସନ ୩୫୦ ମସିହାରେ ରୋମାନ ପାଦରୀ ୟୁଲିୟସ ୨୫ ଡିସେମ୍ବରକୁ କ୍ରିସମାସ ଡେ ଭାବେ ପାଳନ କରିବାକୁ ଘୋଷଣା କରିଥିଲେ। 

ସେହିପରି ଅନ୍ୟ ଏକ ମାନ୍ୟତା ଅନୁଯାୟୀ ପୂର୍ବରୁ ଧର୍ମାଧିକାରୀମାନେ ୨୫ ଡିସେମ୍ବରକୁ କ୍ରିସମାସ ପର୍ବ ପାଳନ କରିବାକୁ ପ୍ରସ୍ତୁତ ନଥିଲେ। କାରଣ ଏହା ରୋମାନ ଜାତିର ଏକ ପର୍ବ ଭାବେ ପାଳନ କରିବାର ଦିନ ରହିଥିଲା। ସୂର୍ଯ୍ୟ ଦେବତାଙ୍କୁ ପୂଜା କରି ଏହି ପର୍ବକୁ ପାଳନ କରୁଥିଲେ। କାରଣ ଏହି ଦିନ ସୂର୍ଯ୍ୟଙ୍କ ଜନ୍ମ ହୋଇଥିବା ନେଇ ସେହି ସମୟରେ ବିଶ୍ୱାସ କରାଯାଉଥିଲା।କିନ୍ତୁ ଯେତେବେଳେ ଇସାଇ ଧର୍ମର ପ୍ରଚାର ପ୍ରସାର ହୋଇଥିଲା ସେତେବେଳେ ଯିଶୁ ହିଁ ସକଳ ଶକ୍ତିର ଆଧାର ଓ ସେ ହିଁ ସୂର୍ଯ୍ୟ ଦେବତାଙ୍କ ଅବତାର ବୋଲି ଧରାଯାଇଥିଲା। ଏହା ସହିତ ପରବର୍ତ୍ତି ସମୟରେ ଡିସେମ୍ବର ୨୫ରେ ହିଁ ପାଳନ କ୍ରିସମାସ ପାଳନ କରିବା ଆରମ୍ଭ କରିଥିଲେ। 

ସାଣ୍ଟା କିଏ
ଇସାଇ ଧର୍ମର ଭଗବାନ ବୋଲି କୁହାଯାଉଥିବା ଯିଶୁଙ୍କ ମୃତ୍ୟୁର ୨୮୦ ବର୍ଷ ପରେ ସନ୍ତ ନିକୋଲାଶଙ୍କ ଜନ୍ମ ହୋଇଥିଲେ। ସନ୍ତ ନିକୋଲାସ ବହୁ ମାତ୍ରାରେ ଧନୀ ଥିଲେ। ସେ ତାଙ୍କ ଦୟାଳୁ ଓ ଉଦାର ଭାବ ପାଇଁ ବେଶ ଜଣାଯାଉଥିଲେ। ସେ ସବୁବେଳେ ଗରୀବମାନଙ୍କର ସହାୟତା କରିଆସୁଥିଲେ। ଏପରିକି ସେ ନିଜର ସମସ୍ତ ସମ୍ପତ୍ତିକୁ ଗରୀବଙ୍କ ସେବା ଉଦ୍ଦେଶ୍ୟରେ ଲଗାଇଦେଇଥିଲେ। ସେହି ସନ୍ତ ନିକୋଲାସଙ୍କୁ ପରବର୍ତ୍ତି ସମୟରେ ସାଣ୍ଟା କ୍ଲୋଜ ଭାବେ ପରିଚିତ ହୋଇଥିଲେ। ସାଣ୍ଟା ଛୋଟ ପିଲାଙ୍କୁ ବହୁତ ପସନ୍ଦ କରୁଥିଲେ ଓ ସେମାନଙ୍କୁ ବହୁତ ସାରା ଉପହାର ମଧ୍ୟ ପ୍ରଦାନ କରୁଥିଲେ।

Also Read- ଭିଡିଓରେ ସଫେଇ ଦେଲେ କାମିୟା 'ବିଫ୍ ଖାଏନି', ପ୍ରତିକ୍ରିୟା ପରେ ପୁଣି ଝଡ଼

Also Read- Year Ender 2023: ଏହି ବର୍ଷ ଧମାଲ ମଚାଇଥିଲା ଏହି ୪ଟି ସ୍ମାର୍ଟଫୋନ, ଦାମ ୧୫ହଜାରରୁ କମ