ଓଡ଼ିଶାରେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବ? କେତେବେଳେ ନେବେ ଶପଥ, ଜାଣନ୍ତୁ ସମ୍ପୂର୍ଣ୍ଣ ତଥ୍ୟ...
Advertisement
Article Detail0/zeeodisha/odisha2287451

ଓଡ଼ିଶାରେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବ? କେତେବେଳେ ନେବେ ଶପଥ, ଜାଣନ୍ତୁ ସମ୍ପୂର୍ଣ୍ଣ ତଥ୍ୟ...

ଭୁବନେଶ୍ୱରରୁ ନୂଆଦିଲ୍ଲୀ ପର୍ଯ୍ୟନ୍ତ ବୈଠକ ପରେ ବୈଠକ ଚାଲିଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ନାଁ ଚୂଡ଼ାନ୍ତ ପର୍ଯ୍ୟାୟର ପହଞ୍ଚି ପାରୁନାହିଁ। ତେବେ ଏସବୁ ଭିତରେ ନୂଆ ମୁଖ୍ୟମନ୍ତ୍ରୀ ଆସନ୍ତା ବୁଧବାର ଅର୍ଥାତ୍ ୧୨ତାରିଖ ଅପରାହ୍ନ ୪ଟା ୪୫ ମିନିଟ୍ ରେ ଶପଥ ଗ୍ରହଣ କରିବେ ବୋଲି ଜଣାପଡିଛି।

ଓଡ଼ିଶାରେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବ? କେତେବେଳେ ନେବେ ଶପଥ, ଜାଣନ୍ତୁ ସମ୍ପୂର୍ଣ୍ଣ ତଥ୍ୟ...

ଭୁବନେଶ୍ଵର, ଓଡ଼ିଶାରେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବ, ତା' ର କଳ୍ପନା କଳ୍ପନା ଜାରି ରହିଛି। ଏହାରି ମଧ୍ୟରେ ବିଜେପିରେ ଅନେକ ନେତାଙ୍କ କଥା ସମ୍ନାକୁ ଆସୁଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରାର୍ଥୀକୁ ନେଇ ଲୋକଙ୍କ ମଧ୍ୟରେ ସେନେଇ ସସ୍‌ପେନ୍ସ ଲାଗି ରହିଛି। ଏଥିପାଇଁ ଭୁବନେଶ୍ୱରରୁ ନୂଆଦିଲ୍ଲୀ ପର୍ଯ୍ୟନ୍ତ ବୈଠକ ପରେ ବୈଠକ ଚାଲିଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ନାଁ ଚୂଡ଼ାନ୍ତ ପର୍ଯ୍ୟାୟର ପହଞ୍ଚି ପାରୁନାହିଁ। ତେବେ ଏସବୁ ଭିତରେ ନୂଆ ମୁଖ୍ୟମନ୍ତ୍ରୀ ଆସନ୍ତା ବୁଧବାର ଅର୍ଥାତ୍ ୧୨ତାରିଖ ଅପରାହ୍ନ ୪ଟା ୪୫ ମିନିଟ୍ ରେ ଶପଥ ଗ୍ରହଣ କରିବେ ବୋଲି ଜଣାପଡିଛି। ସେହିଦିନ ୨ଟା ୧୦ ମିନିଟ୍ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବେ। ବିମାନବନ୍ଦରରୁ ସେ ସିଧା ରାଜଭବନ ଯିବେ। ପରେ ରାଜଭବନରୁ ବାହାରି ସିଧା ଜନତା ମଇଦାନ ଯିବେ ମୋଦି। ସେଠାରେ ସେ ଶପଥ ଗ୍ରହଣ କାର୍ଯ୍ୟକ୍ରମରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। 

ସେହିପରି ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ ଓ ତାଙ୍କ ମନ୍ତ୍ରିମଣ୍ଡଳର ଶପଥ ଗ୍ରହଣ ସମାରୋହ ପାଇଁ ଜନତା ମଇଦାନରେ ସମସ୍ତ ବ୍ୟବସ୍ଥା କରାଯାଇଛି। ପ୍ରଧାନମନ୍ତ୍ରୀଙ୍କ ବ୍ୟତୀତ ବିଭିନ୍ନ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ମାନେ ମଧ୍ୟ ଏହି ଶପଥ ଗ୍ରହଣ ଉତ୍ସବରେ ସାମିଲ ହେବେ। ଶପଥ ଗ୍ରହଣ ଉତ୍ସବ ପାଇଁ ଦିନ ଓ ସମୟ ଧାର୍ଯ୍ୟ ହୋଇସାରିଥିଲେ ହେଁ ଏଯାଏଁ ମୁଖ୍ୟମନ୍ତ୍ରୀ କିଏ ହେବେ, ସେ ନେଇ ବିଜେପି ପକ୍ଷରୁ କୌଣସି ଘୋଷଣା କରାଯାଇନାହିଁ। 

ଅନ୍ୟପଟେ ବିଜେପି କେନ୍ଦ୍ର ମନ୍ତ୍ରୀ ରାଜନାଥ ସିଂହ ଓ ବରିଷ୍ଠ ନେତା ଭୁପେନ୍ଦ୍ର ଯାଦବଙ୍କୁ ଓଡ଼ିଶା ପାଇଁ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ କରିଛି। ସେମାନେ ଆସନ୍ତାକାଲି ଓଡ଼ିଶା ଆସିବେ ଓ ବିଜେପି ବିଧାୟକ ଦଳ ବୈଠକରେ ଯୋଗଦେବେ। ସେଠାରେ ସର୍ବସମ୍ମତିକ୍ରମେ ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା କରାଯିବ। 

ଆସନ୍ତାକାଲି ବିଧାୟକ ଦଳ ବୈଠକ ବସିବ। ସେଠାରେ ନବନିର୍ବାଚିତ ବିଜେପି ବିଧାୟକଙ୍କ ସହ ଆଲୋଚନା କରିବେ ବିଜେପିର ଦୁଇ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ। କିଏ ହେବେ ବିଧାୟକ ଦଳ ନେତା ତଥା ରାଜ୍ୟର ପ୍ରଥମ ବିଜେପି ମୁଖ୍ୟମନ୍ତ୍ରୀ ସେନେଇ ନାଁ ଚୂଡ଼ାନ୍ତ ହେବ। ଆସନ୍ତା ୧୨ ତାରିଖରେ ଜନତା ମଇଦାନରେ ନୂଆ ମୁଖ୍ୟମନ୍ତ୍ରୀ ଶପଥ ନେବେ। ମୁଖ୍ୟମନ୍ତ୍ରୀ ରେସରେ ଅଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ସୁରେଶ ପୂଜାରୀ, ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ରହିଛନ୍ତି।

ଅନ୍ୟପଟେ ବିଜେପି ସରକାରରେ ଉପମୁଖ୍ୟମନ୍ତ୍ରୀ ପଦବୀକୁ ନେଇ ଆଲୋଚନା ହେଉଛି। ସମ୍ଭାବ୍ୟ ଉପମୁଖ୍ୟମନ୍ତ୍ରୀ ରେସରେ ଆଗରେ ଅଛନ୍ତି କେନ୍ଦୁଝର ସଦର ବିଧାୟକ ମୋହନ ଚରଣ ମାଝୀ। ତାଙ୍କ ସହ ବିଧାୟକ ଜୟ ନାରାୟଣ ମିଶ୍ର, କେଭି ସିଂଦେଓଙ୍କ ନାଁ ବି ଚର୍ଚ୍ଚାରେ ଅଛି। ଅନ୍ୟପକ୍ଷରେ ଶପଥ ଗ୍ରହଣ ଉତ୍ସବ ଲାଗି ଭୁବନେଶ୍ୱର ଜନତା ମୈଦାନରେ ପ୍ରସ୍ତୁତି ଜୋରଦାର ଚାଲିଛି।

Also Read- Rahu Gochar 2024: ଏହି ରାଶି ଉପରେ ୨୦୨୫ ପର୍ଯ୍ୟନ୍ତ ରାହୁଙ୍କ ବିଶେଷ ଆଶୀର୍ବାଦ, କ୍ୟାରିୟରରେ ମିଳିବ ସଫଳତା