Neha Singh Rathore: କିଏ ଏହି ନେହା ସିଂ, ଯାହାଙ୍କୁ ଉତ୍ତରପ୍ରଦେଶ ପୋଲିସ ଦିନରାତି ଖୋଜୁଛି; କଣ ରହିଛି ଅଭିଯୋଗ
Advertisement
Article Detail0/zeeodisha/odisha1582178

Neha Singh Rathore: କିଏ ଏହି ନେହା ସିଂ, ଯାହାଙ୍କୁ ଉତ୍ତରପ୍ରଦେଶ ପୋଲିସ ଦିନରାତି ଖୋଜୁଛି; କଣ ରହିଛି ଅଭିଯୋଗ

ନେହା ସିଂ ରାଠୋର ହେଉଛନ୍ତି ସେହି ଗାୟକ ଯିଏକି ୟୁପି ବିଧାନସଭା ନିର୍ବାଚନ ସମୟରେ 'ୟୁପି ମେନ୍ କା ବା' ଗୀତ ଗାଇ ଏକ ଗୁଜବ ସୃଷ୍ଟି କରିଥିଲେ। ଏହି ଗୀତ ସୋସିଆଲ ମିଡିଆରେ ମଧ୍ୟ ଏକ ବଡ଼ ହିଟ୍ ହୋଇଥିଲା। ନିକଟରେ ସେ 'ୟୁପି ମେନ୍ କା ବା ସିଜିନ୍ ୨' ଗାଇଥିଲେ, ଯାହା ପରେ ସେ ୟୁପି ପୋଲିସର ଟାର୍ଗେଟରେ ଆସିଥିଲେ। ବର୍ତ୍ତମାନ ୟୁପି ପୋଲିସ ନେହାଙ୍କୁ ଏହି ପ୍ରସଙ୍ଗରେ ନୋଟିସ ପଠାଇଛି।

Neha Singh Rathore: କିଏ ଏହି ନେହା ସିଂ, ଯାହାଙ୍କୁ ଉତ୍ତରପ୍ରଦେଶ ପୋଲିସ ଦିନରାତି ଖୋଜୁଛି; କଣ ରହିଛି ଅଭିଯୋଗ

Neha Singh Rathore: ନୂଆଦିଲ୍ଲୀ: ଲୋକ ଗୀତ ଗାଈ ପ୍ରଶଂସା ସାଉଣ୍ଟିଥିବା ନେହା ସିଂ ରାଠୋର (Neha Singh Rathore) ଏବେ ଚର୍ଚ୍ଚାରେ ରହିଛନ୍ତି। ନେହା ମୂଳତଃ ବିହାରର (Bihar) ବାସିନ୍ଦା, କିନ୍ତୁ ଉତ୍ତରପ୍ରଦେଶର (Uttarpradesh) ବୋହୂ ପାଲଟିଛନ୍ତି। ତେବେ ସେ ଗାଇଥିବା ଏକ ଗୀତ ହଟାତ ବିବାଦ ମଧ୍ୟକୁ ଚାଲିଯିବାରୁ ତାଙ୍କୁ ୟୁପି ପୋଲିସ (Up Police) ନୋଟିସ ଜାରି କରିଛି। ନୋଟିସରେ ତାଙ୍କ ନିକଟରୁ ୭ଟି ଉତ୍ତର ମାଗିଥିବା ଜଣାପଡ଼ିଛି। ବର୍ତ୍ତମାନ ଯଦି ନେହା ଏହି ପ୍ରଶ୍ନର ଉତ୍ତର ଦିଅନ୍ତି ନାହିଁ, ତେବେ ୟୁପି ପୋଲିସ ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବ।

ନେହା ସିଂ ରାଠୋର ହେଉଛନ୍ତି ସେହି ଗାୟକ ଯିଏକି ୟୁପି ବିଧାନସଭା ନିର୍ବାଚନ ସମୟରେ 'ୟୁପି ମେନ୍ କା ବା' ଗୀତ ଗାଇ ଏକ ଗୁଜବ ସୃଷ୍ଟି କରିଥିଲେ। ଏହି ଗୀତ ସୋସିଆଲ ମିଡିଆରେ ମଧ୍ୟ ଏକ ବଡ଼ ହିଟ୍ ହୋଇଥିଲା। ନିକଟରେ ସେ 'ୟୁପି ମେନ୍ କା ବା ସିଜିନ୍ ୨' ଗାଇଥିଲେ, ଯାହା ପରେ ସେ ୟୁପି ପୋଲିସର ଟାର୍ଗେଟରେ ଆସିଥିଲେ। ବର୍ତ୍ତମାନ ୟୁପି ପୋଲିସ ନେହାଙ୍କୁ ଏହି ପ୍ରସଙ୍ଗରେ ନୋଟିସ ପଠାଇଛି।

କାନପୁରରେ ମା ଓ ପୁଅ ନିଆଁରେ ପୋଡ଼ି ହୋଇ ମୃତ୍ୟୁ ହୋଇଯାଇଥିଲା। ତେବେ ଏହି ମାମଲାକୁ ଆଧାର କରି ନେହା ସିଂହ ରାଠୋର ୫ ଦିନ ପୂର୍ବରୁ ଏହି ଗୀତକୁ ଗାଇଥିଲେ। ଗୀତଟି ଏହି ଭଳି ୟୁପି ମେ କା ବା, ବାବା କି ଡିଏମ ତୋ ବଡ଼ି ରଙ୍ଗବାଜ ବା, କାନପୁର ଦେହାତ ମେ ଲେ ଆଇ ରାମ ରାଜ ବା...। ଏହି ଗୀତ ହିଟ ହେବା ପରେ ପୋଲିସ ବର୍ତ୍ତମାନ ନିଆଁରେ ପୋଡ଼ି ହୋଇ ମୃତ୍ୟୁ ବରଣ କରିଥିବା ପ୍ରସଙ୍ଗକୁ ଭିତ୍ତି କରି ଏହି ଗୀତ ଗାଇଥିଲେ। ଯାହାକୁ ନେଇ ପୋଲିସ ନୋଟିସ ଜାରି କରିଛି। ପୋଲିସ କହିବା କଥା ହେଉଛି କି ନେହା କା ବା ସିଜନ-୨ ଭିଡ଼ିଓ ମାଧ୍ୟମରେ ସମାଜରେ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଚି କରିବାକୁ ପ୍ରୟାସ କରୁଛନ୍ତି। ଏହି ନୋଟିସରେ ପୋଲିସ ୭ଟି ପ୍ରଶ୍ନ କରିଛି। ଯାହାର ସ୍ପଷ୍ଟି କରଣ ମାତ୍ର ୩ ଦିନ ମଧ୍ୟରେ ଦେବାକୁ ହେବ ବୋଲି ପୋଲିସ ସ୍ପଷ୍ଟ କରିଛି। 

ନେହା ସିଂ ରାଠୋର ୧୯୯୭ ମସିହାରେ ବିହାରରେ ଜନ୍ମଗ୍ରହଣ କରିଥିଲେ। ସେ କୌମୁର ଜିଲ୍ଲାର ଜଲଦାହାନ ଗାଁର ବାସିନ୍ଦା। 'ୟୁପି ମେ କା ବା' ପୂର୍ବରୁ ନେହା ଭୋଜପୁରୀରେ କରୋନା ଉପରେ ଏକ ସଚେତନତା ଗୀତ ଗାଇଥିଲେ। ଏହି ଗୀତ ସୋସିଆଲ ମିଡିଆରେ ମଧ୍ୟ ଅନେକ ଚର୍ଚ୍ଚା ସୃଷ୍ଟି କରିଥିଲା। ସେ ସୋସିଆଲ ମିଡିଆରେ ବହୁତ ସକ୍ରିୟ ରୁହନ୍ତି। ଇନଷ୍ଟାଗ୍ରାମରେ ୬୬ ହଜାରରୁ ଅଧିକ ଲୋକ ତାଙ୍କୁ ଫଲୋ କରନ୍ତି। ତାଙ୍କ ଗୀତ ଫେସବୁକ୍, ଟ୍ୱିଟର ଠାରୁ ୟୁଟ୍ୟୁବ୍ ପର୍ଯ୍ୟନ୍ତ ବହୁତ ଅଂଶୀଦାର ହୋଇଛି।

ନେହା ସ୍ନାତକ ପର୍ଯ୍ୟନ୍ତ ନିଜର ଶିକ୍ଷାଗତ ଯୋଗ୍ୟତା ଅର୍ଜନ କରିଛନ୍ତି। ସେ ନିଜର ସିଙ୍ଗିଂ କରିୟର ୨୦୧୮ ମସିହାରେ ଆରମ୍ଭ କରିଥିଲେ। ଏବଂ ଖୁବ କମ ସମୟ ମଧ୍ୟରେ ବହୁତ ଲୋକପ୍ରିୟତା ହାସଲ କରିପାରିଛନ୍ତି। ଲୋକମାନଙ୍କ ମଧ୍ୟରେ ସେ ନିଜର ସ୍ୱତନ୍ତ୍ର ସ୍ଥାନ ସୃଷ୍ଚି କରିପାରିଛନ୍ତି। ତେବେ ରୋଜଗାର ଦେବେ କା କରବା ନାଟକ ହିଁ ପ୍ରଥମେ ହିଟ ହୋଇଥିଲା। ତେବେ ନେହା ଉତ୍ତରପ୍ରଦେଶର ହିମାଂଶୁ ସିଂହଙ୍କୁ ବିବାହ କରିଥିଲେ। ହିମାଂଶୁ ଉତ୍ତରପ୍ରଦେଶର ଆମ୍ବେଦକର ନଗରରେ ବାସିନ୍ଦା।