Potato onion and garlic price hike: ବର୍ତ୍ତମାନ ଆଳୁ ଏବଂ ପିଆଜ ମୂଲ୍ୟ ସାମାନ୍ୟ ବଢିଥିବା ଦେଖିବାକୁ ମିଳିଛି । ସାଧାରଣତ ପନିପରିବା ଦର ବୃଦ୍ଧି ହେବା ପରେ ହୋଟେଲ ତଥା ରେଷ୍ଟୁରାଣ୍ଟ ଗୁଡିକରେ ଖାଦ୍ୟ ପ୍ଲେଟର ମୂଲ୍ୟ ମଧ୍ୟ ବୃଦ୍ଧି ହେବା ଦେଖିବାକୁ ମିଳିଥାଏ । ଏବେ ବିବାହ ଋତୁ ମଧ୍ୟ ଆରମ୍ଭ ହୋଇଯାଇଛି। ଏହା ମଧ୍ୟ ପନିପରିବା ଦର ଉପରେ ପ୍ରଭାବ ପକାଉଛି । ଏହାର ଅର୍ଥ ଆଗାମୀ ଦିନରେ ସାଧାରଣ ଲୋକଙ୍କ ପାଇଁ ବଜାର ଦର ପ୍ରଭାବ ପକାଇପାରେ ।
Trending Photos

ପନିପରିବା ଦର ବୃଦ୍ଧି ହେବାର ଗୋଟିଏ କାରଣ ହେଉଛି, କେନ୍ଦ୍ର କୃଷି ମନ୍ତ୍ରଣାଳୟ 2023-24 ବର୍ଷ ପାଇଁ ଉଦ୍ୟାନ କୃଷି ଫସଲ ଉତ୍ପାଦନରେ ହ୍ରାସ ହେବାର ପୂର୍ବାନୁମାନ କରିଛି। ଚଳିତ ଆର୍ଥିକ ବର୍ଷରେ ପିଆଜ ଉତ୍ପାଦନ ୨୫୪ ଲକ୍ଷ ୭୩ ହଜାର ଟନ୍ ହେବାର ସମ୍ଭାବନା ରହିଛି । କିନ୍ତୁ ଗତ ବର୍ଷ ଏହା ୩୦୨ ଲକ୍ଷ ୮ ହଜାର ଟନ୍ ଥିଲା । ଚଳିତ ବର୍ଷ ମହାରାଷ୍ଟ୍ର, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ ସମେତ ରାଜସ୍ଥାନରେ ମଧ୍ୟ ଉତ୍ପାଦନ ହ୍ରାସ ଘଟିପାରେ । ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଏକ ରିପୋର୍ଟରେ କୁହାଯାଇଛି ଯେ, ଏହି ରାଜ୍ୟଗୁଡ଼ିକରେ ଯଥାକ୍ରମେ ୩୪.୩୧ ଲକ୍ଷ ଟନ୍, ୯.୯୫ ଲକ୍ଷ ଟନ୍, ୩.୫୪ ଲକ୍ଷ ଟନ୍ ଏବଂ ୩.୧୨ ଲକ୍ଷ ଟନ୍ ଉତ୍ପାଦନ ହୋଇପାରିବ ।
ରିପୋର୍ଟ ଅନୁଯାୟୀ, ବୈଦେଶିକ ବାଣିଜ୍ୟ ନିର୍ଦ୍ଦେଶାଳୟ ଶୁକ୍ରବାର ଦିନ ଗୋଟିଏ ବିଜ୍ଞପ୍ତି ଜାରି କରିଥିଲା । ଯେଉଁଥିରେ କେନ୍ଦ୍ର ସରକାର ନ୍ୟାସନାଲ କୋଅପରେଟିଭ ଏକ୍ସପର୍ଟ ଲିମିଟେଡ୍ (NCEL) ମାଧ୍ୟମରେ ବାଂଲାଦେଶକୁ ୫୦ ହଜାର ଟନ୍ ପିଆଜ ରପ୍ତାନି କରିବାକୁ ଅନୁମତି ଦେଇଛନ୍ତି। ଏହା ପରେ ଶନିବାର ଦିନ ଅନେକ ବଜାରରେ ପିଆଜ ଦରରେ ହଠାତ୍ ପରିବର୍ତ୍ତନ ଦେଖିବାକୁ ମିଳିଛି । ପିଆଜ ଦର ପୂର୍ବାପେକ୍ଷା ସାମାନ୍ୟ ବୃଦ୍ଧି ପାଇଛି । ବଜାରରେ ମୂଲ୍ୟ କ୍ୱିଣ୍ଟାଲ ପ୍ରତି ପିଆଜ ୨ଶହରୁ ୩ଶହ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ପାଇଛି।
ବର୍ତ୍ତମାନ ବଜାରରେ ଚାହିଦା ଅଧିକ ରହିଥିବା ସମୟରେ ଉତ୍ପାଦନ ହ୍ରାସ ପାଇଛି । ଏଥିସହ ଏହା ଉପରେ ସରକାର ରପ୍ତାନି ଉପରେ ପ୍ରତିବନ୍ଧକ ମଧ୍ୟ ହଟାଇ ଦେଇଛନ୍ତି । ସରକାରଙ୍କ ଏହି ନିଷ୍ପତ୍ତି ପରେ ବଡ ବ୍ୟବସାୟୀମାନେ ଅଧିକ ଟଙ୍କା ରୋଜଗାର ଆଶାରେ ପିଆଜ ରପ୍ତାନି କରୁଛନ୍ତି । ଏକ ରିପୋର୍ଟ ଅନୁଯାୟୀ, ଆଳୁର ମୂଲ୍ୟ ମଧ୍ୟ ସାମାନ୍ୟ ବଢିଥିବା ଜଣାପଡିଛି । ପୂର୍ବରୁ କେଜି ପ୍ରତି ୧୦ରୁ ୧୫ ଟଙ୍କାରେ ବଜାରରୁ ଗ୍ରାହକ ଆଳୁ କିଣୁଥିବା ସମୟରେ ବର୍ତ୍ତମାନ ତାହା କିଛି ମାର୍କେଟରେ ୨୦ରୁ ୩୦ ଟଙ୍କାରେ ପହଞ୍ଚିଛି । ପିଆଜର ମଧ୍ୟ ସମାନ ପରିସ୍ଥିତି ଦେଖିବାକୁ ମିଳିଛି । ପିଆଜର ମୂଲ୍ୟ କେଜି ପ୍ରତି ୧୫ରୁ ୨୦ ଟଙ୍କା ଥିବା ସମୟରେ ବର୍ତ୍ତମାନ ତାହା ବଢି ୩୦ରୁ ୩୫ ଟଙ୍କାରେ ପହଞ୍ଚିଛି ।
Also Read- Agni-5ର ସଫଳ ପରୀକ୍ଷଣ, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ