Israel Jobs: ଚାକିରି ପାଇବା ପରେ ଇସ୍ରାଏଲ ଯାତ୍ରା କଲେ ଭାରତୀୟ ଶ୍ରମିକ; ଜାଣନ୍ତୁ ମିଳିବ କେଉଁ କେଉଁ ସୁବିଧା
Advertisement
Article Detail0/zeeodisha/odisha2189531

Israel Jobs: ଚାକିରି ପାଇବା ପରେ ଇସ୍ରାଏଲ ଯାତ୍ରା କଲେ ଭାରତୀୟ ଶ୍ରମିକ; ଜାଣନ୍ତୁ ମିଳିବ କେଉଁ କେଉଁ ସୁବିଧା

Israel Jobs for Indian Workers: ଚାକିରି ପାଇବା ପରେ ପ୍ରାୟ ୬୦ ଜଣ ଯୁବ ଶ୍ରମିକଙ୍କ ପ୍ରଥମ ବ୍ୟାଚ୍ ଇସ୍ରାଏଲ ଯାତ୍ରା କରିସାରିଛି। 

 

ଫଟୋ ସୌଜନ୍ୟ: @NaorGilon

Indian Workers got jobs in Israel: ପ୍ରାୟ ୬ ମାସରୁ ଉର୍ଦ୍ଧ୍ୱ ସମୟ ଧରି ପାଲେଷ୍ଟାଇନ ଗାଜା ଅଞ୍ଚଳରେ ହମାସ ବିରୋଧରେ ଯୁଦ୍ଧ ଲଢୁଛି ଇସ୍ରାଏଲ। ଗତ ବର୍ଷ ଅକ୍ଟୋବର ୭ ତାରିଖରେ ହମାସ ଦ୍ୱାରା ହୋଇଥିବା ଆକ୍ରମଣ ପରେ ଇସ୍ରାଏଲ ଆର୍ଥିକ ଦୃଷ୍ଟିକୋଣରୁ ଅନେକ କ୍ଷତି ସହିଛି। ଆର୍ଥିକ କ୍ଷୟକ୍ଷତିକୁ ଭରଣା କରିବା ପାଇଁ ଇସ୍ରାଏଲ ଯଥେଷ୍ଟ ଶ୍ରମଶକ୍ତି ଚାହୁଁଛି। ଏନେଇ ସେ ଭାରତରୁ ସାହାଯ୍ୟ ମାଗିଥିଲେ। ଯାହାକୁ ଭରଣା କରିବା ପାଇଁ ଭାରତ ପାଖରୁ ସହଯୋଗ ଲୋଡ଼ିଛି ଇସ୍ରାଏଲ। ଭାରତ ସହାୟତା ପ୍ରଦାନ କରିବା ନେଇ ନିଶ୍ଚିତ କରିଛି। ବିଦେଶୀ କାର୍ଯ୍ୟକ୍ଷେତ୍ରରେ ଯୋଗ ଦେବା ପାଇଁ ଭାରତୀୟ ଶ୍ରମିକଙ୍କ ପ୍ରଥମ ବ୍ୟାଚ୍ ଇସ୍ରାଏଲ୍ ମୁଖେ ଅଭିମୁଖେ ଏହାର ଯାତ୍ରା ଆରମ୍ଭ କରିଦେଇଛି। ଯେଉଁଥିରେ ହରିୟାଣାର ୬୦ ଜଣ ଯୁବ ଶ୍ରମିକ ରହିଥିବାର କୁହାଯାଉଛି।

ଇସ୍ରାଏଲରେ ଶ୍ରମ ଶକ୍ତିର ଅଭାବ ପୂରଣ କରିବେ ଭାରତୀୟ ଶ୍ରମିକ 
ଗତ ବର୍ଷ ଅକ୍ଟୋବର ୭ ତାରିଖରେ ଇସ୍ରାଏଲ ଉପରେ ଅତର୍କିତ ଆକ୍ରମଣ କରିଥିଲା ହମାସ। ଯେଉଁ କାରଣରୁ ଇସ୍ରାଏଲ ଆର୍ଥିକ ଦୃଷ୍ଟିକୋଣରୁ ଅନେକ କ୍ଷତି ସହିଥିଲା। କାରଣ ଏହି ଆକ୍ରମଣ ପରେ ସେଠାରେ ଶ୍ରମିକଙ୍କ ଅଭାବ ଦେଖାଦେଇଥିଲା। ଯାହା ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରାୟତଃ ପୂରଣ ହୋଇ ପାରିନାହିଁ। ଶ୍ରମ ଶକ୍ତିରେ ଦେଖା ଦେଇଥିବା ଅଭାବ ପୂରଣ କରିବା ପାଇଁ ଇସ୍ରାଏଲ ଭାରତ ପାଖରୁ ସହଯୋଗ ଲୋଡ଼ିଥିଲା। ଶ୍ରମ ଶକ୍ତିର ଅଭାବ ପୂରଣ କରିବା ଇସ୍ରାଏଲ ଭାରତୀୟ ଶ୍ରମିକଙ୍କୁ ପ୍ରାଥମିକତା ଦେଇଥିଲା। ଶ୍ରମିକ ଚୟନ ପାଇଁ ଇସ୍ରାଏଲ୍ ପକ୍ଷରୁ ଏକ ୧୫ ଜଣିଆ ଦଳ ଗଠିତ ହୋଇଥିଲା। ଉତ୍ତର ପ୍ରଦେଶ ଏବଂ ହରିୟାଣା ରାଜ୍ୟ ଦ୍ୱୟରେ ପହଞ୍ଚି ଆବଶ୍ୟକୀୟ ଶ୍ରମିକ ଚୟନ କରିଲେ। 

ବର୍ତ୍ତମାନ ଭାରତରୁ ଇସ୍ରାଏଲକୁ ୬୦ ଜଣ ଶ୍ରମିକ ପଠାଯାଇଛି। ଇସ୍ରାଏଲ ଯାତ୍ରା କରିଥିବା ଭାରତୀୟ ଶ୍ରମିକ ସେଠାକାର ନିର୍ମାଣ ସହିତ ଅନ୍ୟାନ୍ୟ କ୍ଷେତ୍ରରେ ବାକି ରହିଥିବା କାମକୁ ଆଗେଇ ନେବେ। ଯେଉଁ କ୍ଷେତ୍ରରେ ପୂର୍ବରୁ   ପଡୋଶୀ ପାଲେଷ୍ଟାଇନ ଶ୍ରମିକ କାମ କରୁଥିଲେ। ହେଲେ ହାମାସ ଦ୍ୱାରା ହୋଇଥିବା ଆକ୍ରମଣ ପରେ ଇସ୍ରାଏଲ ପାଲେଷ୍ଟାଇନ ଶ୍ରମିକଙ୍କ କାମ କରିବା ଉପରେ ପ୍ରତିବନ୍ଧକ ଲଗାଇ ଦେଇଥିଲା। ଅର୍ଥାତ ଇସ୍ରାଏଲ ସେମାନଙ୍କ ପ୍ରବେଶ ଅନୁମତି ପ୍ରତ୍ୟାହାର କରି ନେଇଥିଲା। ଏପରିକି ପାଲେଷ୍ଟାଇନ ଅଧିବାସୀଙ୍କ ପାଇଁ ଗାଜା ସହିତ ସୀମା ମଧ୍ୟ ବନ୍ଦ କରି ଦିଆଯାଇଥିଲା। ଯାହା ପରେ ଇସ୍ରାଏଲ ଅନ୍ୟ ଦେଶରୁ ଶ୍ରମିକ ଆମଦାନୀ କରିଥିଲା।

ଇସ୍ରାଏଲରେ ଭାରତୀୟ ଶ୍ରମିକଙ୍କୁ ମିଳିବ କେଉଁ ସୁବିଧା?
ଇସ୍ରାଏଲ ଯାଉଥିବା ଭାରଚୀୟ ଶ୍ରମିକଙ୍କୁ ଚୁକ୍ତି ଭିତ୍ତିରେ ପଠାଯାଉଛି। ଏହି ଚୁକ୍ତି ଏକ ବର୍ଷରୁ ଅଧିକ ସମୟ ଅବଧି ବିଶିଷ୍ଟ ହୋଇପାରେ। ନ୍ୟୁଜ୍ ଏଜେନ୍ସି ଏପି ରିପୋର୍ଟ ଅନୁଯାୟୀ ଇସ୍ରାଏଲ ଯାଉଥିବା ଭାରତୀୟ ଶ୍ରମିକ ପ୍ରତିମାସରେ ବେତନ ହିସାବରେ ୬୧୦୦ ଇସ୍ରାଏଲ୍ ନ୍ୟୁ ଶେକେଲ ମୁଦ୍ରା ପାଇବେ।  ଭାରତୀୟ ମୁଦ୍ରାରେ ଏହାର ମୂଲ୍ୟ ହେଉଛି ୧ ଲକ୍ଷ ୩୭ ହଜାର ୨୬୦ ଟଙ୍କା। ଦରମା ବ୍ୟତୀତ ସେମାନଙ୍କୁ ୧୬ ହଜାର ୫୧୫ ଟଙ୍କାର ବୋନସ ମଧ୍ୟ ମିଳିବ। ଏହାର ଅର୍ଥ ହେଉଛି ସେମାନେ ମୋଟାମୋଟି ଭାବେ ମାସିକ ୧.୫୦ ଲକ୍ଷ ଟଙ୍କା ଦରମା ଆକାରରେ ପାଇବେ। ଏହା ବ୍ୟତୀତ ସେମାନଙ୍କୁ ଇସ୍ରାଏଲ ସରକାର ଚିକିତ୍ସା ବୀମା, ଖାଦ୍ୟ ଏବଂ ରହିବା ସୁବିଝା ଯୋଗାଇ ଦିଆଯିବ।