Winter 2023 India: ହ୍ରାସ ପାଉଛି ପାରଦ; ଥରି ଉଠିଲାଣି ଉତ୍ତର ଭାରତ
Advertisement

Winter 2023 India: ହ୍ରାସ ପାଉଛି ପାରଦ; ଥରି ଉଠିଲାଣି ଉତ୍ତର ଭାରତ

Weather Update Today: ତୁଷାରପାତ ସହ ଶୀତ ଲହରୀରେ କମ୍ପିବା ଆରମ୍ଭ କରିଛି ଉତ୍ତର ଭାରତ।

Winter 2023 India: ହ୍ରାସ ପାଉଛି ପାରଦ; ଥରି ଉଠିଲାଣି ଉତ୍ତର ଭାରତ

 Winter Alert 2023 India: ବରଫ ଚାଦରରେ ଘୋଡେଅ ହୋଇଗଲାଣି ଦେଶର ଭୂସ୍ୱର୍ଗ କୁହାଯାଉଥିବା କାଶ୍ମୀର। ଯାହାର ପ୍ରଭାବ ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀ ଭଳି ସମତଳ ଅଞ୍ଚଳରେ ସ୍ପଷ୍ଟ ଭାବରେ ଦେଖାଯାଉଛି। ଉତ୍ତର ଭାରତର ପାର୍ବ୍ୟାତଞ୍ଚଳରେ ତୁଷାରପାତ ହେତୁ ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀର ପାରଦ ୬ ଡିଗ୍ରୀ ସେଲସିୟସ ତଳକୁ ଖସି ଆସିଛି। ଲୋକେ ବିନା ସ୍ୱେଟର, ଜ୍ୟାକେଟ୍ ଏବଂ ମଫଲର୍ ଆଦି ଶୀତ ବସ୍ତ୍ରରେ ଘରୁ ବାହାରକୁ ବାହାରୁନାହାଁନ୍ତି। ଉତ୍ତର ପ୍ରଦେଶ, ବିହାର, ହରିୟାଣା ଏବଂ ରାଜସ୍ଥାନ ଆଦି ରାଜ୍ୟରେ ଶୀତ ଲହରୀ ଆରମ୍ଭ ହୋଇଗଲାଣି। ଏହା ସହିତ ଆସନ୍ତା ୨୩-୨୪ ତାରିଖ ପାଗ ପରିବର୍ତ୍ତନ ହେବା ନେଇ ପୂର୍ବାନୁମାନ କରାଯାଇଛି। ଏଠାରେ ବର୍ଷା ହେବାର ସମ୍ଭାବନା ରହିଥିବା ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। 

ନଦୀ ଜଳପ୍ରପାତରେ ଜମିବାରେ ଲାଗିଛି ପାଣି  
ଆପଣଙ୍କୁ କହିରଖୁଛୁ ଯେ କାଶ୍ମୀର ଉପତ୍ୟକାରେ ହାଡ଼ ଭଙ୍ଗା ଶୀତ ଆରମ୍ଭ ହୋଇଗଲାଣି। ତୁଷାରପାତ ସହିତ ନଦୀ ଜଳପ୍ରପାତ ମଧ୍ୟ ଥଣ୍ଡା ହେବା ଆରମ୍ଭ କରିଛି। ଲୋକଙ୍କ ଏକ ପ୍ରିୟ ପର୍ଯ୍ୟଟନ ସ୍ଥଳ ଭାବରେ ବିବେଚନା କରାଯାଉଥିବା ଗୁଲମାର୍ଗ ବରଫ ଚାଦରରେ ଘୋଡେଇ ହୋଇଗଲାଣି। ତୁଷାରପାତ କାରଣରୁ ଗୁଲମାର୍ଗର ସୌନ୍ଦର୍ଯ୍ୟ ବଦଳି ଯାଇଛି। ଏହି ଅଞ୍ଚଳରେ ପ୍ରାୟ ୬ ଇଞ୍ଚ ମୋଟାର ବରଫ ପଡ଼ିଛି।

ଆହୁରି ବଢିବ ଥଣ୍ଡାର ପ୍ରକୋପ
ଥଣ୍ଡା  କାରଣରୁ ଗୁଲମାର୍ଗ ଅଞ୍ଚଳରେ ନଦୀ ନାଳ ଜମିବାରେ ଲାଗିଛି। ପର୍ବତରୁ ଖସି ଆସୁଥିବା ଝରଣା ମଧ୍ୟ ବରଫରେ ପରିଣତ ହୋଇଯାଇଛି। ଯେଉଁଠାରେ ପାଣି ପାଇପ୍ ଏବଂ ଟ୍ୟାପ୍ ବରଫ ଚାଦରରେ ଘୋଡେଇ ହୋଇଯାଇଛି। ଡିସେମ୍ବର ୨୧ ତାରିଖ ପରେ ଶୀତର ପ୍ରକୋପ ଆହୁରି ବୃଦ୍ଧି ପାଇବ।

ପାର୍ବତ୍ୟାଞ୍ଚଳରେ ଜାରି ରହିଛି ତୁଷାରପାତ
ଶୀତର ଆଗମନ ସହିତ ପର୍ବତ୍ୟାଞ୍ଚଳରେ ତୁଷାରପାତ ଆରମ୍ଭ ହୋଇଯାଇଛି। ଜାମୁ କାଶ୍ମୀର ସମେତ ଦେଶର ଅନେକ ପାହାଡିଆ ଅଞ୍ଚଳରେ ତୁଷାରପାତ ସାଧାରଣ ଲୋକଙ୍କ ପାଇଁ ଏକ ସମସ୍ୟା ହୋଇ ରହିଛି। ହେଲେ ଏହାର ପ୍ରଭାବ ପର୍ଯ୍ୟଟକଙ୍କ ପାଇଁ ମଧ୍ୟ କୌଣସି ସମସ୍ୟା ଠାରୁ କମ୍ ନୁହେଁ। ଶନିବାର ଦିନ ମା ବୈଷ୍ଣୋ ଦେବୀଙ୍କ ଦର୍ଶନ କରିବାକୁ ଯାଇଥିବା ଭକ୍ତଙ୍କୁ ଚଳିତ ଶୀତ ଋତୁର ପ୍ରଥମ ତୁଷାରପାତର ଏକ ଚମତ୍କାର ଉପହାର ପ୍ରଦାନ କରାଯାଇଥିଲା। ଭକ୍ତଙ୍କ ପାଇଁ ତୁଷାରପାତ ଏକ ବିଶେଷ ଉତ୍ସବ ଭଳି ରହିଥିଲା। ଯାହାକୁ ସେମାନେ ପୂର୍ଣ୍ଣ ଉପଭୋଗ କରିଥିଲେ।

ପାହାଡ଼ ମୁହାଁ ହେଉଛନ୍ତି ପର୍ଯ୍ୟଟକ
କାଶ୍ମୀର ଉପତ୍ୟାକାର ଉପର ଭାଗରେ ତୁଷାରପାତ ପର୍ଯ୍ୟଟକଙ୍କ ପାଇଁ ଆକର୍ଷଣ ପାଲଟିଛି। ଗୁଲମାର୍ଗ ଠାରେ ତୁଷାରପାତ ସହିତ ଶୀତ ଋତୁ ଆରମ୍ଭ ହୋଇଯାଇଛି। ତୁଷାରପାତ ସହ ଶୀତ ଆରମ୍ଭ ହୋଇଯିବା ପରେ ଗୁଲମାର୍ଗ ଅଞ୍ଚଳରେ ପର୍ଯ୍ୟଟକଙ୍କ ଭିଡ଼ ବଢିବାରେ ଲାଗିଛି।

ରାଷ୍ଟ୍ରୀୟ ରାଜଧାନୀରେ କିପରି ରହିଛି ପାଣିପାଗ ସ୍ଥିତି?
ଆପଣଙ୍କୁ କହିରଖୁଛୁ ଯେ ରବିବାର ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀର ସର୍ବନିମ୍ନ ତାପମାତ୍ରା ୬.୫ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ଏହା ସହିତ ସର୍ବାଧିକ ତାପମାତ୍ରା ୨୪.୭ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ପାଣିପାଗ ବିଭାଗ ଅନୁଯାୟୀ, ଦିଲ୍ଲୀର ସଫଦରଜଙ୍ଗ ଠାରେ ସର୍ବନିମ୍ନ ତାପମାତ୍ରା ୫.୫ ଡିଗ୍ରୀ ସେଲସିୟସରେ ରେକର୍ଡ କରାଯାଇଛି।