ECଙ୍କ ଚେତାବନୀ, ପ୍ରମାଣ ମିଳିଲେ ୧୦୦ ମିନିଟ୍ ଭିତରେ ନିଆଯିବ କାର୍ଯ୍ୟାନୁଷ୍ଠାନ
Advertisement

ECଙ୍କ ଚେତାବନୀ, ପ୍ରମାଣ ମିଳିଲେ ୧୦୦ ମିନିଟ୍ ଭିତରେ ନିଆଯିବ କାର୍ଯ୍ୟାନୁଷ୍ଠାନ

ଧାମନଗର ଉପନିର୍ବାଚନ(Dhamnagar by-poll) ପାଇଁ ମଡ଼େଲ କୋଡ଼ ଅଫ କଣ୍ଡକ୍ଟ (MCC) ଉଲ୍ଲଂଘନ ନେଇ ବହୁତ ଅଭିଯୋଗ ଆସିବା ଏବେ ଆରମ୍ଭ ହୋଇଛି। ସବୁ ଦଳର ନେତାଙ୍କୁ ଆଦର୍ଶ ଆଚରଣ ବିଧି ପାଳନ କରିବାକୁ ତାଗିଦ କରିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ।

ECଙ୍କ ଚେତାବନୀ, ପ୍ରମାଣ ମିଳିଲେ ୧୦୦ ମିନିଟ୍ ଭିତରେ ନିଆଯିବ କାର୍ଯ୍ୟାନୁଷ୍ଠାନ

Warning of Election Commission: ଭୁବନେଶ୍ୱର: ଧାମନଗର ଉପନିର୍ବାଚନରେ (Dhamnagar Bypoll) ଟଙ୍କା ବଣ୍ଟା ଓ ମଡେଲ କୋଡ଼ ଅଫ କଣ୍ଡକ୍ଟ ନ ମାନିବା ସହ ଠିକ ଭାବେ କାର୍ଯ୍ୟାନୁଷ୍ଠାନ ନିଆଯାଉ ନ ଥିବା ନେଇ ଅଭିଯୋଗ ପରେ କଠୋର ହେବାକୁ ଚେତାବନୀ ଦେଲେ ନିର୍ବାଚନ କମିଶନ। ଏମସିସି(Model code of conduct) ସଠିକ ଭାବେ ପାଳନ କରିବାକୁ ତାଗିଦ କରିବା ସହ ଭୋଟରଙ୍କୁ ଲାଞ୍ଚ ଦେବା, ଧମକାଇବା ଆଦି ରୁ ବିରତ ରହିବାକୁ କହିଛନ୍ତି।  ଭୋଟରମାନକୁ ଅର୍ଥ ଦେବା, ଭୋଟ ପାଇଁ ଧମକାଇବା, ସାଇଲେନସ ସମୟ ଭିତରେ ମିଟିଂ କରିବା ଆଦି  ଭୋଟ ଦେବା ସମୟରେ ଭୋଟରଙ୍କୁ ପ୍ରଭାବିତ କରିବ । ତେଣୁ ସବୁ ରାଜନୈତିକ ଦଳ ଓ କର୍ମୀ ଏଥିରୁ ଦୁରେଇ ରୁହନ୍ତୁ । ନଚେତ ଆଇନ ଅନୁଯାୟୀ କାର୍ଯାନୁଷ୍ଠାନ ଗ୍ରହଣ କରାଯିବ ।

ଧାମନଗର ଉପନିର୍ବାଚନ(Dhamnagar by-poll) ପାଇଁ ମଡ଼େଲ କୋଡ଼ ଅଫ କଣ୍ଡକ୍ଟ (MCC) ଉଲ୍ଲଂଘନ ନେଇ ବହୁତ ଅଭିଯୋଗ ଆସିବା ଏବେ ଆରମ୍ଭ ହୋଇଛି। ସବୁ ଦଳର ନେତାଙ୍କୁ ଆଦର୍ଶ ଆଚରଣ ବିଧି ପାଳନ କରିବାକୁ ତାଗିଦ କରିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ । ମୁଖ୍ୟତଃ ଭୋଟରଙ୍କୁ ଲାଞ୍ଚ ଦେବା,ଧମକାଇବା(threatening voters) , ଅନ୍ୟ ଜଣେ ଭୋଟରଙ୍କ ନାମରେ ଭୋଟ ଦେବା, ବୁଥ ଠାରୁ ଶହେ  ମିଟର ଦୁରତ୍ୱ ବଜାୟ ରଖିବା,ମତଦାନର ୪୮ ଘଣ୍ଟା ପୂର୍ବରୁ ପ୍ରଚାର ବନ୍ଦ କରିବା, ଭୋଟରଙ୍କୁ ଆଣିବା ଛାଡିବା ଭଳି ନିୟମ ଉଲ୍ଲଂଘନ ବନ୍ଦ ହେବା ଆବଶ୍ୟକ ବୋଲି କହିଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ (CEO )।

ସି-ଭିଜିଲ ଆପ୍ (C-vigil app) ର ବ୍ୟବହାର କରିବାକୁ ଭୋଟର ଓ ପାର୍ଟି ମାନଙ୍କୁ ନିର୍ବାଚନ କମିଶନଙ୍କ ତରଫରୁ କୁହାଯାଇଛି।  କୌଣସି ଦଳ ବା କର୍ମୀ ବେଆଇନ କାର୍ଯ୍ୟ କରୁଥିଲେ ଭୋଟରମାନେ ସି-ଭିଜିଲ ଆପ ମାଧ୍ୟମରେ ଅଭିଯୋଗ କରିପାରିବେ ।ଏପର୍ଯ୍ୟନ୍ତ ସି-ଭିଜିଲ ଆପରେ ୬ଟି ଅଭିଯୋଗ ଆସିଛି। ଭୋଟରମାନେ ନିଜେ ଲାଇଭ ରେକର୍ଡ (live record) କରିପାରିବେ ଏବଂ  ଏହି ଆପ ସହାୟତାରେ ପଠାଇ ପାରିବେ । ଭିଡିଓ ପହଞ୍ଚିବାର ଶହେ ମିନିଟ୍ ଭିତରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ଏ ଯାଏଁ ପଇସା ଦେବାପାଇଁ ମୋଟ ୧୦୨ ଟି ଅଭିଯୋଗ , ଗାଡ଼ି ଏବଂ ମିଟିଂ ବାବଦରେ ୧୬୧୪ ଟି ଅପରାଧିକ କେସ୍ ରୁଜୁ ହୋଇଥିବାବେଳେ ୨୦୦୬ ପୋଷ୍ଟର କେସ୍,ପୋଲିସ ଦ୍ୱାରା ୬୩୯ ଆର୍ମସ ଡିପୋଜିଟ୍, ୧୦୬ ଜାମିନ ବିହୀନ ପରୱାନା, ୧୯୬ ଅବକାରୀ , ୧୫ ଲକ୍ଷ ଟଙ୍କାର ମଦ ଜବତ ହେବା ସହିତ ୨୧୬ ଜଣ ଗିରଫ ହୋଇଛନ୍ତି । ତେଣୁ ଆମକୁ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ବାଧ୍ୟ କରନ୍ତୁ ନାହିଁ ବୋଲି ନିର୍ବାଚନ ଅଧିକାରୀ ସିଧାସଳଖ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

ଅନ୍ୟପଟେ ରାଜ୍ୟ ନିର୍ବାଚନ କମିଶନଙ୍କ ବିରୋଧରେ କନଫ୍ଲିକ୍ଟ ଅଫ୍ ଇଣ୍ଟରେଷ୍ଟ ଆସିଛି । ଏହା ଉପରେ ସିଇସି  ପଦକ୍ଷେପ ନେବେ ବୋଲି କହିଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ।