Apple iPhone 14 ହେଲା ଶସ୍ତା: ୩୦ ହଜାରରୁ କମରେ କିଣିବାର ସୁଯୋଗ
Advertisement

Apple iPhone 14 ହେଲା ଶସ୍ତା: ୩୦ ହଜାରରୁ କମରେ କିଣିବାର ସୁଯୋଗ

ଖୁବଶୀଘ୍ର ଆଇଫୋନ ଲଭରଙ୍କର ଅପେକ୍ଷାର ଅନ୍ତ ହେବାକୁ ଯାଉଛି । ଆପଲ୍ ର ନୂଆ ମଡେଲ୍ (New Model) ଆଇଫୋନ୍ ୧୫ ଖୁବ୍ ଶୀଘ୍ର ଲଞ୍ଚ ହେବା ସହ ମାର୍କେଟ (Market)ରେ ମିଳିବାକୁ ଯାଉଛି । କିନ୍ତୁ ଏହା ପୂର୍ବରୁ, କମ୍ପାନୀ (Company)ର ବର୍ତ୍ତମାନର ଚର୍ଚ୍ଚିତ ହ୍ୟାଣ୍ଡସେଟ୍ ତଥା ଆଇଫୋନ୍ ୧୪ ପୂର୍ବ ଦର ଅପେକ୍ଷା ଖୁବ୍ କମ ଦାମରେ ମିଳୁଛି ।

Apple iPhone 14 ହେଲା ଶସ୍ତା: ୩୦ ହଜାରରୁ କମରେ କିଣିବାର ସୁଯୋଗ

Apple iPhone 14 Offers: ଖୁବଶୀଘ୍ର ଆଇଫୋନ ଲଭରଙ୍କର ଅପେକ୍ଷାର ଅନ୍ତ ହେବାକୁ ଯାଉଛି । ଆପଲ୍ ର ନୂଆ ମଡେଲ୍ (New Model) ଆଇଫୋନ୍ ୧୫ ଖୁବ୍ ଶୀଘ୍ର ଲଞ୍ଚ ହେବା ସହ ମାର୍କେଟ (Market)ରେ ମିଳିବାକୁ ଯାଉଛି । କିନ୍ତୁ ଏହା ପୂର୍ବରୁ, କମ୍ପାନୀ (Company)ର ବର୍ତ୍ତମାନର ଚର୍ଚ୍ଚିତ ହ୍ୟାଣ୍ଡସେଟ୍ ତଥା ଆଇଫୋନ୍ ୧୪ ପୂର୍ବ ଦର ଅପେକ୍ଷା ଖୁବ୍ କମ ଦାମରେ ମିଳୁଛି । ଆଇଫୋନ ୧୫ (I phone 15) ଆସିବା ପୂର୍ବରୁ ଆଇଫୋନ ୧୪ ହ୍ୟାଣ୍ଡସେଟ୍ ଉପରେ  ଅନେକ ଗୁଡିଏ ଅଫର୍ (Offer) ଦିଆଯାଉଥିବା ଦେଖିବାକୁ ମିଳିଛି । ଏହି ଅଫରର ଫାଇଦା ନେଇ ଆପଣ ଶସ୍ତାରେ ଆପଣଙ୍କ ମନପସନ୍ଦର ଫୋନଟିକୁ କିଣି ପାରିବେ । ବର୍ତ୍ତମାନ ଆସିଥିବା ଅଫର ମାଧ୍ୟମରେ ୩୦ ହଜାର ଟଙ୍କାରୁ କମ୍ ମୂଲ୍ୟରେ ଆଇଫୋନ୍ ୧୪ କିଣିବାର ଏକ ସୁଯୋଗ (Opportunity) ରହିଛି । ଆସନ୍ତୁ ଜାଣିବା କିପରି ପାଇବେ ଏ ଅଫର...

ଶସ୍ତା ହେଲା iPhone 14
ଆଇଫୋନ୍ ୧୪ ପୂର୍ବ ଦାମଠାରୁ ଖୁବ୍ କମ ଦାମରେ ଫ୍ଲିପକାର୍ଟ (Flipkart)ରେ ମିଳୁଛି । ତେବେ ଫ୍ଲିପକାର୍ଟରେ ଦାମ (Price) ରହିଛି ୬୮,୯୯୯ ଟଙ୍କା । ଅଫିସିଆଲ୍ ଷ୍ଟୋର୍‌ରେ ମିଳୁଥିବା ଆଇଫୋନ୍ ୧୪ ର  ଦାମରେ ୧୦,୯୦୧ ଟଙ୍କା ରିହାତି (Discount) ମଧ୍ୟ ମିଳୁଛି । ଏହାକୁ ବାଦ ଦେଲେ ବ୍ୟାଙ୍କ ଏବଂ ଏକ୍ସଚେଞ୍ଜ ଅଫର (Exchange offer) ମଧ୍ୟ ଏହି ଅଫରରେ ଅନ୍ତର୍ଭୂକ୍ତ କରାଯାଇଛି ।

ଆଇଫୋନ୍ 14 ରେ ମିଳୁଛି ରିହାତି
ଫ୍ଲିପକାର୍ଟରେ ଆଇଫୋନ୍ ୧୪ କିଣିବା ସମୟରେ ଆପଣଙ୍କୁ ବ୍ୟାଙ୍କ ଅଫର (Bank offer) ମିଳିବ । ଏଠାରେ HDFC ବ୍ୟାଙ୍କ କ୍ରେଡିଟ୍ କାର୍ଡ (Credit Card) ଏବଂ ଡେବିଟ୍ କାର୍ଡ (Debit Card) ବ୍ୟବହାରକାରୀ ଇଏମଆଇ (EMI) ରେ ଫୋନ କିଣିଲେ ୪ ହଜାର ଟଙ୍କା ପର୍ଯ୍ୟନ୍ତ ରିହାତି ପାଇପାରିବେ । ଏଥି ସହିତ ଆପଣ ଫ୍ଲିପକାର୍ଟରେ ଯଦି ଫୋନ କିଣୁଛନ୍ତି ତେବେ ଆକ୍ସିସ୍ ବ୍ୟାଙ୍କ (Axis Bank) ( କାର୍ଡରେ ୫ ପ୍ରତିଶତ ପର୍ଯ୍ୟନ୍ତ କ୍ୟାସବ୍ୟାକ୍ (Cash back) ପାଇପାରିବେ ।

ଏହିପରି ଉପାୟରେ ଆପଣ ଆଇଫୋନ୍ ୧୪ କୁ ଶସ୍ତାରେ ପାଇବେ
ଯଦି ଆପଣ ଅନଲାଇନ ସପିଂ ସାଇଟ୍ ଫ୍ଲିପକାର୍ଟ ମାଧ୍ୟମରେ ଆଇଫୋନ୍ ୧୪ କିଣିବାକୁ ଚାହୁଁଛନ୍ତି, ତେବେ ଏକ୍ସଚେଞ୍ଜ୍ ଅଫର ପ୍ରୟୋଗ କରିଲେ ଖୁବ୍ ଶସ୍ତାରେ ଫୋନ କିଣିପାରିବେ । ଆଇଫୋନ ୧୪ରେ ୩୫ ହଜାର ଟଙ୍କା ପର୍ଯ୍ୟନ୍ତ ଆପଣଙ୍କ ପାଇଁ ଏକ୍ସଚେଞ୍ଜ ଅଫର ରହିଛି । ଆପଣଙ୍କ ନିକଟରେ ଥିବା ପୁରୁଣା ସ୍ମାର୍ଟଫୋନ୍ ବଦଳାଇ ଆପଣ ୩୫ ହଜାର ଟଙ୍କା ପର୍ଯ୍ୟନ୍ତ ରିହାତି ପାଇପାରିବେ । ଭଲ ଥିବା ଅବସ୍ଥାରେ ଫୋନ୍ ବଦଳାଇବା ଆବଶ୍ୟକ । ଏଭଳି ପରିସ୍ଥିତିରେ, ଆଇଫୋନ୍ ୧୪ ର ମୂଲ୍ୟ ଆପଣଙ୍କ ପାଇଁ ୨୯,୯୯୯ ଟଙ୍କା ପର୍ଯ୍ୟନ୍ତ ହୋଇପାରିବ ।

ଆପଲ୍ ଆଇଫୋନ୍ ୧୪ ନିର୍ଦ୍ଦିଷ୍ଟକରଣ
ଆଇଫୋନ୍ ୧୪ରେ ଆପଣ ୬.୧ ଇଞ୍ଚର ସୁପର ରେଟିନା ଏକଡିଆର ଓଏଲଇଡି ଡିସପ୍ଲେ ପାଇପାରିବେ । ଯାହାଦ୍ୱାରା ଆପଣଙ୍କୁ ଭିଡିଓ (Video) ଦେଖିବା ଏବଂ ଗେମ୍ ଖେଳିବାରେ କୌଣସି ଅସୁବିଧା ହେବନାହିଁ । ଫୋନ୍ ୫ଏନଏମ ପ୍ରକ୍ରିୟାରେ ବିକଶିତ ଏ୧୫ ବାଇଓନିକ (A15 Bionic) ଚିପସେଟ ଦ୍ୱାରା ଚାଳିତ, ଯାହାର ଗ୍ରାଫିକ୍ସ ପାଇଁ ୫-କୋର GPU ରହିଛି । ଏଥିସହ ଏହି ଫୋନରେ ୧୬-କୋର ଏନପିୟୁ (NPU) ରହିଛି । ଆଇଫୋନ ୧୪ ପଛ ପଟେ ଡୁଆଲ୍ ୧୨ଏମପି (12MP) କ୍ୟାମେରା ଅଛି । ଫ୍ରଣ୍ଟରେ ଆପଣଙ୍କୁ ୧୨ଏମପି କ୍ୟାମେରା ମିଳିବ । ଯେଉଁଥିରେ ଆପଣ ଖୁବ ସୁନ୍ଦର ସେଲଫି ଉଠାଇବା ସହ ଭିଡିଓ କଲ୍ କରିପାରିବେ ।

Also read- ଜିଓ ଏବଂ ଏୟାରଟେଲକୁ ଟକ୍କର, ମାତ୍ର ୨୨ ଟଙ୍କା ରିଚାର୍ଜରେ ଟେନସନ ଫ୍ରି !