Vladimir Putin: ସାଇବରିଆର ଜଣେ ତାନ୍ତ୍ରିକଙ୍କୁ ଡରନ୍ତି ପୁଟିନ, ହରିଣର ରକ୍ତରେ କରନ୍ତି ସ୍ନାନ!
Advertisement

Vladimir Putin: ସାଇବରିଆର ଜଣେ ତାନ୍ତ୍ରିକଙ୍କୁ ଡରନ୍ତି ପୁଟିନ, ହରିଣର ରକ୍ତରେ କରନ୍ତି ସ୍ନାନ!

Vladimir Putin: ଋଷର ବିଶିଷ୍ଟ ସାମ୍ବାଦିକ ଓଲେଗ କାଶିନ ଦାବି କରିଛନ୍ତି ଯେ, ପୁଟିନ ଆଜିକାଲି ଯାଦୁକରୀ ତନ୍ତ୍ରବିଦ୍ୟା ଉପରେ ବିଶ୍ୱାସ କରିବା ଆରମ୍ଭ କରିଛନ୍ତି । ସେ ମଧ୍ୟ ମନ ପଢ଼ିବା ଓ ରକ୍ତ ସହିତ ଅନେକ ଗତିବିଧି କରୁଛନ୍ତି । ଓଲେଗ କାଶିନ ଦାବି କରିଛନ୍ତି ଯେ, ଋଷରେ କ୍ଷମତା ବଜାୟ ରଖିବା ପାଇଁ ପୁଟିନ...

Vladimir Putin: ସାଇବରିଆର ଜଣେ ତାନ୍ତ୍ରିକଙ୍କୁ ଡରନ୍ତି ପୁଟିନ, ହରିଣର ରକ୍ତରେ କରନ୍ତି ସ୍ନାନ!

Vladimir Putin: ଋଷର ରାଷ୍ଟ୍ରପତି (Russian President) ଭ୍ଲାଦିମିର ପୁଟିନ (Vladimir Putin) ଙ୍କ ସ୍ୱାସ୍ଥ୍ୟକୁ ନେଇ ଅନେକ କଳ୍ପନାଜଳ୍ପନା ଚାଲିଛି । ପୁଟିନ (Putin) କର୍କଟ ଓ ପାର୍କିନ୍ସନ୍ ଭଳି ଗୁରୁତର ରୋଗରେ ପୀଡିତ ଥିବା କଥା ଅନେକ ରିପୋର୍ଟରେ ଦର୍ଶାଯାଇଛି । ଏହି ସମୟରେ ଋଷର ବିଶିଷ୍ଟ ସାମ୍ବାଦିକ ଓଲେଗ କାଶିନ ଦାବି କରିଛନ୍ତି ଯେ, ପୁଟିନ ଆଜିକାଲି ଯାଦୁକରୀ ତନ୍ତ୍ରବିଦ୍ୟା ଉପରେ ବିଶ୍ୱାସ କରିବା ଆରମ୍ଭ କରିଛନ୍ତି । ସେ ମଧ୍ୟ ମନ ପଢ଼ିବା ଓ ରକ୍ତ ସହିତ ଅନେକ ଗତିବିଧି କରୁଛନ୍ତି । ଓଲେଗ କାଶିନ (Oleg Kashin) ଦାବି କରିଛନ୍ତି ଯେ, ଋଷରେ କ୍ଷମତା ବଜାୟ ରଖିବା ପାଇଁ ପୁଟିନ କୁକୁର ଓ ଚିଲ ସମେତ ଅନେକ ପଶୁମାନଙ୍କୁ ବଳି ଦେଇଛନ୍ତି । ତେବେ ଋଷର ସାମ୍ବାଦିକ ନିଜ ବୟାନ ସପକ୍ଷରେ କୌଣସି ବିଶ୍ୱାସଯୋଗ୍ୟ ପ୍ରମାଣ ଉପସ୍ଥାପନ କରିନାହାଁନ୍ତି ।

ଓଲେଗ କାଶିନ (Oleg Kashin) କହିଛନ୍ତି ଯେ, ପୁଟିନ (Putin) ନିୟମିତ ଭାବରେ ହରିଣ ରକ୍ତରେ ସ୍ନାନ କରନ୍ତି । ସେ ମଧ୍ୟ ସାଇବେରିଆର ଜଣେ ତାନ୍ତ୍ରିକଙ୍କୁ ଡରୁଛନ୍ତି । ତେବେ ତାଙ୍କୁ ଗିରଫ କରାଯାଇଛି । ସାମ୍ବାଦିକ କହିଛନ୍ତି ଯେ, ଭ୍ଲାଦିମିର ପୁଟିନ କେବଳ ଏକମାତ୍ର ଋଷର ନେତା ନୁହଁନ୍ତି ଯିଏ ଏଭଳି କଥା ବିଶ୍ୱାସ କରନ୍ତି । ତାଙ୍କ ଭିତର ସର୍କଲରେ ଅନେକ ଲୋକ ଅଛନ୍ତି, ଯେଉଁମାନେ ତାନ୍ତ୍ରିକବିଦ୍ୟା ଉପରେ ଅତୁଟ ବିଶ୍ୱାସ ରଖିଛି । ଋଷର ସୁରକ୍ଷା ବାହିନୀ ମଧ୍ୟ ପାରାନରମାଲ କାର୍ଯ୍ୟକଳାପ ବିଷୟରେ ବ୍ୟାପକ ଅନୁସନ୍ଧାନ କରୁଛି । ଦାବି କରାଯାଉଛି ଯେ, ଋଷର ୟୁକ୍ରେନ ଉପରେ ଆକ୍ରମଣ ପରେ ନିଜର ଶାସନ କ୍ଷମତା ଉପରେ ଉଠିଥିବା ପ୍ରଶ୍ନ ଓ ସ୍ୱାସ୍ଥ୍ୟ ଅବନତି ତାଙ୍କୁ ଯାଦୁ ଜଗତ ଆଡ଼କୁ ଆକର୍ଷିତ କରିଛି ।

ଏହା ବି ପଢ଼ନ୍ତୁ:-ଟିମ୍ ଇଣ୍ଡିଆର ନୂଆ ଅଧିନାୟକଙ୍କୁ ନେଇ ପୂର୍ବତନ କ୍ରିକେଟର ଦେଲେ ବଡ଼ ବୟାନ, କହିଲେ-ହାର୍ଦ୍ଦିକ ନୁହେଁ ଏହି ଖେଳାଳିଙ୍କୁ ସୁଯୋଗ ମିଳିବା ଉଚିତ୍

ଏହା ବି ପଢ଼ନ୍ତୁ:-ପିଇଲେ ମଦ, ଖାଇଲେ ଭାୟାଗ୍ରା ଏବଂ କଲେ ସେକ୍ସ; କିନ୍ତୁ ଏହି ସମୟରେ ଘଟିଲା ଏପରି କିଛି ଜାଣିଲେ ଉଡ଼ିଯିବ ଆପଣଙ୍କ ହୋସ୍

ଏହା ବି ପଢ଼ନ୍ତୁ:-ବଡ଼ ଧରଣର ଭୂ-ସ୍ଖଳନ; ୩୪ ମୃତ, ଏକାଧିକ ଗୁରୁତର

ଓଲେଗ କାଶିନ ବିଶ୍ୱାସ କରନ୍ତି ଯେ, ଭ୍ଲାଦିମିର ପୁଟିନଙ୍କ ପାରାନରମାଲ କାର୍ଯ୍ୟକଳାପ ପ୍ରତି ଆଗ୍ରହ ତାଙ୍କ ସହକର୍ମୀ କେଜିବି ଏଜେଣ୍ଟ ଜର୍ଜି ରୋଗୋଜିନଙ୍କ ଯୋଗୁଁ ଦେଖାଦେଇଥିଲା । ଜର୍ଜି ରୋଗୋଜିନ୍ ଦାବି କରିଛନ୍ତି ଯେ, ସେ ଅନ୍ୟ ଲୋକଙ୍କ ମନ ପଢ଼ିପାରନ୍ତି । ବଡ଼ ସ୍ତରରେ ତନ୍ତ୍ରବିଦ୍ୟା ଉପରେ ଅନୁସନ୍ଧାନ ପରେ ରୋଗୋଜିନ୍ ଦାବି କରିଥିଲେ କି ସେ ତାନ୍ସରେ ଆମେରିକାର ପୂର୍ବତନ ବୈଦେଶିକ ସଚିବ ମଡେଲିନ୍ ଆଲବ୍ରାଇଟଙ୍କ ମସ୍ତିଷ୍କରେ ପ୍ରବେଶ କରିଥିଲେ । ସେ ଦାବି କରିଛନ୍ତି ଯେ, ମଡେଲିନ୍ ଆଲବ୍ରାଇଟ୍ ଋଷକୁ ଘୃଣା କରନ୍ତି । ଏହିପରି ଦାବି ପରେ ଜର୍ଜୀ ରୋଜୋଜିନଙ୍କୁ "ମର୍ଲିନ ଇନ୍ ଦି କ୍ରେମଲିନ" ଓ "ନାସ୍ତ୍ରେଦମସ୍ ଇନ୍ ୟୁନିଫର୍ମ" ଉପାଧ୍ୟ ମିଳିଥିଲା । ସେ ଏହି ଭବିଷ୍ୟବାଣି କରିଥିଲେ କି ପୁଟିନ ବୋରିସ୍ ୟେଲତ୍ସିନଙ୍କ ସ୍ଥାନ ନେବେ ।