Virushka LifeStyle: ସିକ୍ରେଟ୍ ଲାଇଫର ଖୁଲାସା କଲେ ବିରୁଷ୍କା, ରାତି ୯ଟା ପରେ...
Advertisement

Virushka LifeStyle: ସିକ୍ରେଟ୍ ଲାଇଫର ଖୁଲାସା କଲେ ବିରୁଷ୍କା, ରାତି ୯ଟା ପରେ...

Virushka LifeStyle: କ୍ରିକେଟର ବିରାଟ କୋହଲି( virat kohli) ଓ ଅଭିନେତ୍ରୀ ଅନୁଷ୍କା ଶର୍ମା (Anushka Sharma) । ସେମାନେ ନିଜର ଲାଇଫ ଷ୍ଟାଇଲକୁ (LifeStyle) ନେଇ ଅଧିକାଂଶ ସମୟରେ ଚର୍ଚ୍ଚାରେ ରୁହନ୍ତି । ନିକଟରେ ସ୍ବାମୀ- ସ୍ତ୍ରୀ ଏକ ଇଭେଣ୍ଟକୁ ଯାଇଥିଲେ । ସେଠାରେ ଦୁହେଁ ପାରିବାରିକ ଜୀବନକୁ ନେଇ ଅନେକ କିଛି ଖୁଲାସା କରିଥିଲେ । ଇଣ୍ତିଆ ଟିମର ପୂର୍ବତନ ଅଧିନାୟକ ବିରାଟ କହିଥିଲେ ( virat kohli) ଯେ....

ସୌଜନ୍ୟ- ସୋସିଆଲ ମିଡ଼ିଆ

Virushka LifeStyle: କ୍ରିକେଟର ବିରାଟ କୋହଲି( virat kohli) ଓ ଅଭିନେତ୍ରୀ ଅନୁଷ୍କା ଶର୍ମା (Anushka Sharma) । ସେମାନେ ନିଜର ଲାଇଫ ଷ୍ଟାଇଲକୁ (LifeStyle) ନେଇ ଅଧିକାଂଶ ସମୟରେ ଚର୍ଚ୍ଚାରେ ରୁହନ୍ତି ।  ନିକଟରେ ସ୍ବାମୀ- ସ୍ତ୍ରୀ ଏକ ଇଭେଣ୍ଟକୁ ଯାଇଥିଲେ । ସେଠାରେ ଦୁହେଁ ପାରିବାରିକ ଜୀବନକୁ ନେଇ ଅନେକ କିଛି ଖୁଲାସା କରିଥିଲେ ।  ଇଣ୍ତିଆ ଟିମର ପୂର୍ବତନ ଅଧିନାୟକ ବିରାଟ କହିଥିଲେ ( virat kohli) ଯେ, 'ସେ ଏବଂ ଅନୁଷ୍କା ଦୁହେଁ ବିଳମ୍ବିତ ରାତି ପର୍ଯ୍ୟନ୍ତ (ଲେଟ୍ ନାଇଟ୍ ପାର୍ଟ) ଚାଲୁଥିବା ପାର୍ଟିରୁ ବର୍ତ୍ତମାନ ଦୂରେଇ ରହୁଛନ୍ତି। ସେ ଏହା ମଧ୍ୟ କହିଛନ୍ତି ଯେ, ,ସେ ତାଙ୍କ କ୍ୟାରିୟର ଆରମ୍ଭ ଦିନ ଗୁଡିକରେ ବହୁତ ମଜା କରିଥିଲେ ଏବଂ ସାଙ୍ଗ ମାନେ ତାଙ୍କୁ 'ପାର୍ଟ ବଏ ' ବୋଲି ଡାକୁ ଥିଲେ। ' କାହିଁକିନା ଲେଟ୍ ନାଇଟ୍ ପର୍ଯ୍ୟନ୍ତ ବିରାଟ ପାର୍ଟ କରିବାକୁ ପସନ୍ଦ କରନ୍ତି।  କିନ୍ତୁ ଯେବେଠୁ ଅନୁଷ୍କାଙ୍କୁ ତାଙ୍କ ଜୀବନରେ ଆସିଛନ୍ତି ସେବେଠାରୁ ବହୁତ କିଛି ପରିବର୍ତ୍ତନ ହୋଇଛି । 

ହୋଲ୍ ନାଇଟ୍ ଡ୍ରିଙ୍କ୍ସ ସହ ପାର୍ଟି କରୁଥିଲେ ବିରାଟ୍ :
ଏହାସହ ବିରାଟ ଆହୁରୀ ମଧ୍ୟ କହିଛନ୍ତି ,'ଏଭଳି ଏକ ସମୟ ଥିଲା ମୁଁ ଅନେକ ପାର୍ଟିରେ ଯୋଗ ଦେଉଥିଲି ଏବଂ ପ୍ରାୟତଃ ବିଳମ୍ବିତ ରାତି ଯାଏଁ ପାର୍ଟିରେ ରହୁଥିଲି । ରାତିସାରା  ଡ୍ରିଙ୍କସ୍ ଓ ନାଚିବାର ମଜା ସେହି ସମୟରେ ଅତି ସାଧାରଣ ଥିଲା (drink and dance all night)। କିନ୍ତୁ ଯେବେଠୁ ମୋ ଜୀବନରେ ଅନୁଷ୍କା ଆସିଛନ୍ତି । ସେବେଠାରୁ ବହୁତ କିଛି ପରିବର୍ତ୍ତନ ହୋଇଛି । ଏବେ ଖାସ୍ କରି ଆମେ ଦୁହେଁ ଏତେ ପାର୍ଟିକୁ ଯାଉନୁ ,ଆମେ ରାତି ୯ଟା ୩୦ ଭିତରେ ଶୋଇ ପଡୁଛୁ । ବର୍ତ୍ତମାନ ଆମେ ଦୁହେଁ ସମ୍ପୁର୍ଣ୍ଣ ପାରିବାରିକ ଜୀବନ ବିତାଉଛୁ । '

ଏହାବି ପଢନ୍ତୁ  : Celebrities Suicide: ଆତ୍ମହତ୍ୟା ଫାଶରେ ଏହି ସବୁ ସେଲିବ୍ରିଟି, ଦେଖନ୍ତୁ ଫଟୋ

ଏହାବି ପଢନ୍ତୁ  : Odisha News: ଧୋକାବାଜ୍ କନେଷ୍ଟବଳ ପ୍ରେମିକ! ୭ ବର୍ଷ ଲିଭିଇନରେ ରହିବା ପରେ ଫେରାର...

ଭାମିକା ଜନ୍ମ ହେବା ପରେ ଆହୁରି କିଛି ଜୀବନରେ ପରିବର୍ତ୍ତନ ହେଲା :
ଏହି ସମୟରେ ଅନୁଷ୍କା କହିଥିଲେ ଯେ, 'ବର୍ତ୍ତମାନ ଭାମିକା ଆମ ପାଇଁ ସବୁକିଛି । ଝିଅ ଜନ୍ମ ପରେ ବହୁତ ଜିନିଷ ବଦଳି ଯାଇଛି। ଏହି ଷ୍ଟାର୍ କପଲ ଆହୁରୀ କହିଛନ୍ତି, 'ଭାମିକା ଜନ୍ମ ହେବା ପରେ ସୋସିଆଲ ମିଡିଆରେ ଆମେ ମଧ୍ୟ ନିଜକୁ ଟିକେ ଦୂରେଇ ରଖୁଛୁ। ଆମେ ବୃତ୍ତିଗତ ଜୀବନରେ ଅଧିକ ବ୍ୟସ୍ତ ରହୁଛୁ । ଏପରି ପରିସ୍ଥିତିରେ, ଯେତେବେଳେ ବି ଆମେ ସମୟ ପାଇଥାଉ,ବାହାରକୁ ଯିବା କିମ୍ବା ପାର୍ଟି କରିବା ପରିବର୍ତ୍ତେ,ଆମେ ପରସ୍ପର ସହିତ ସମୟ ବିତାଇବାକୁ ଚେଷ୍ଟା କରୁ ।'

ଏହାବି ପଢନ୍ତୁ  : Road Accident: ଅଟୋ ଉପରେ ଚଢିଗଲା କାର, ଘଟଣାସ୍ଥଳରେ ୫ ମୃତ, ଏକାଧିକ ଗୁରୁତର