Uttarakhand Tunnel Accident: ୫ ଦିନ ଧରି ଫସି ରହିଛନ୍ତି ଶ୍ରମିକ; ଆଗର ମେସିନ ସହାୟତାରେ ଜାରି ରହିଛି ଉଦ୍ଧାର ଅଭିଯାନ
Advertisement
Article Detail0/zeeodisha/odisha1962734

Uttarakhand Tunnel Accident: ୫ ଦିନ ଧରି ଫସି ରହିଛନ୍ତି ଶ୍ରମିକ; ଆଗର ମେସିନ ସହାୟତାରେ ଜାରି ରହିଛି ଉଦ୍ଧାର ଅଭିଯାନ

Uttarakhand Tunnel Collapse: ଉତ୍ତରାଖଣ୍ଡ ଉତ୍ତରକାଶୀ ଜିଲ୍ଲାରେ ସୁଡ଼ଙ୍ଗ ଦୁର୍ଘଟଣାରେ ଫସି ରହିଥିବା ଶ୍ରମିକଙ୍କୁ ଉଦ୍ଧାର କରିବା ପାଇଁ ଆମେରିକୀୟ ଆଗର ମେସିନ୍ ବ୍ୟବହାର କରାଯାଉଛି।

Uttarakhand Tunnel Accident: ୫ ଦିନ ଧରି ଫସି ରହିଛନ୍ତି ଶ୍ରମିକ; ଆଗର ମେସିନ ସହାୟତାରେ ଜାରି ରହିଛି ଉଦ୍ଧାର ଅଭିଯାନ

Auger Machine for Uttarakhand Tunnel Rescue Operation: ପାହାଡ଼ି ରାଜ୍ୟ ଉତ୍ତରାଖଣ୍ଡ ଉତ୍ତରକାଶୀ ଜିଲ୍ଲାରେ ସୁଡ଼ଙ୍ଗ ଦୁର୍ଘଟଣାକୁ ୫ ଦିନ ପୂରଣ ହୋଇସାରିଛି। ଦୁର୍ଘଟଣାଗ୍ରସ୍ତ ସୁଡ଼ଙ୍ଗରେ ଫସି ରହିଥିବା ଶ୍ରମିକଙ୍କୁ ଉଦ୍ଧାର କରିବା ପାଇଁ ହେଉଥିବା ସମସ୍ତ ଉଦ୍ୟମ ବିଫଳ ହୋଇଛି। ଗତ ୫ ହେବ ଦୁର୍ଘଟଣାଗ୍ରସ୍ତ ସୁଡ଼ଙ୍ଗରେ ଫସି ରହିଛନ୍ତି ଶ୍ରମିକ। ସେମାନଙ୍କୁ ଉଦ୍ଧାର କରିବା ପାଇଁ ସରକାର ଏବଂ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାରର ସହାୟତା ପ୍ରଦାନ କରାଯାଉଛି। ହେଲେ ଉଦ୍ଧାର ଅଭିଯାନ ସଫଳ ହେବା ବଦଳରେ ବିଫଳ ହୋଇଛି। ମାତ୍ର ସରକାର କିମ୍ବା ପ୍ରଶାସନ ଅଥବା ଉଦ୍ଧାରକାରୀ ଏ ପର୍ଯ୍ୟନ୍ତ ହାର ମାନିନାହାଁନ୍ତି। ବର୍ତ୍ତମାନ ଉଦ୍ଧାର କାର୍ଯ୍ୟରେ ଆମେରିକୀୟ ଆଗର ମେସିନ ବ୍ୟବହାର କରାଯାଉଛି। 

ଶ୍ରମିକଙ୍କୁ ଉଦ୍ଧାର କରିବା ପାଇଁ ବିଛାଯିବ ପାଇପ 
ଫସି ରହିଥିବା ଶ୍ରମିକଙ୍କୁ ଯେପରି ଯଥାଶୀଘ୍ର ଉଦ୍ଧାର କରାଯାଇ ପାରିବ ସେ ନେଇ ଆମେରିକାରୁ ଆମଦାନୀ ହୋଇଥିବା ଆଗର ମେସିନ୍ ଦୁର୍ଘଟଣାଗ୍ରସ୍ତ ସୁଡ଼ଙ୍ଗରେ ନିକଟରେ ପହଞ୍ଚା ଯାଇସାରିଛି। ଆଗର ମେସିନ୍ ସହାୟତାର  ସୁଡ଼ଙ୍ଗରେ ହ୍ୟୁମ୍ ପାଇପ୍ ବିଛାଇବା କାମ କରାଯିବ। ଯାହା ପରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଶ୍ରମିକଙ୍କୁ ଉଦ୍ଧାର କରାଯାଇ ପାରିବ ବୋଲି ଆଶା କରାଯାଉଛି। ଉତ୍ତରକାଶୀ ଜିଲ୍ଲାରେ ହୋଇଥିବା ସୁଡ଼ଙ୍ଗ ଦୁର୍ଘଟଣାରେ ଫସି ରହିଥିବା ଶ୍ରମିକଙ୍କୁ ଉଦ୍ଧାର କରିବା ପାଇଁ ବ୍ୟବହୃତ ହେଉଥିବା ଆମେରିକୀୟ ଆଗର୍ ମେସିନ୍ ହେଉଛି ବହୁତ ସ୍ୱତନ୍ତ୍ର। ଯାହା ପାଖରେ ଅତୁଳନୀୟ କ୍ଷମତା ରହିଛି। ପ୍ରାୟ ୨୫ ଟନ୍ ଓଜନ ବିଶିଷ୍ଟ ଏହି ମେସିନ୍ ପ୍ରତି ଘଣ୍ଟାରେ ୫ ଟନ୍ ଆବର୍ଜନା ଅପସାରଣ କରିବାର କ୍ଷମତା ରଖିଛି। ଏଭଳି ପରିସ୍ଥିତିରେ ଆଗର ମେସିନ୍ ୧୦ ଘଣ୍ଟା ମଧ୍ୟରେ ୫୦ ମିଟର ଖୋଳି ପାରିବ ବୋଲି ଆକଳନ କରାଯାଇଛି। ଏନେଇ ବିଦେଶୀ ବିଶେଷଜ୍ଞଙ୍କ ସହାୟତା ନିଆଯାଉଛି।

ଏୟାରଲିଫ୍ଟ କରି ଉତ୍ତରକାଶୀ ଜିଲ୍ଲାକୁ ଅଣାଯାଇଥିଲା ଆଗର ମେସିନ୍
ଉତ୍ତରକାଶୀ ଜିଲ୍ଲାରେ ହୋଇଥିବା ସୁଡ଼ଙ୍ଗ ଦୁର୍ଘଟଣାରେ ଫସି ରହିଥିବା ଶ୍ରମିକଙ୍କୁ ଉଦ୍ଧାର କରିବା ପାଇଁ ଆଗର ମେସିନ୍ ବ୍ୟବହାର କରାଯାଉଛି। ଉଦ୍ଧାର କାର୍ଯ୍ୟରେ ଯେଉଁ ଆଗର ମେସିନ୍ ବ୍ୟବହୃତ ହେଉଛି ତାହା ହେଉଛି ଏକ ଭାରୀ ଡ୍ରିଲିଂ ମେସିନ୍। ଯାହାକୁ ଭାରତୀୟ ବାୟୁସେନାର ତିନୋଟ ବିମାନ ଯୋଗେ ଦିଲ୍ଲୀ ଠାରୁ ବିମାନ ଯୋଗେ ଉତ୍ତରାଖଣ୍ଡର ଉତ୍ତରକାଶୀ ଜିଲ୍ଲାକୁ ଅଣାଯାଇଥିଲା। ଏହି ମେସିନ୍ ପ୍ରଥମେ ଚିନ୍ୟାଲିସୌର ବିମାନ ବନ୍ଦର ରେ ଅବତରଣ କରିଥିଲା। ଯାହା ପରେ ସଡ଼କ ମାର୍ଗରେ ଏହାକୁ ଦୁର୍ଘଟଣାସ୍ଥଳ ପର୍ଯ୍ୟନ୍ତ ଅଣାଯାଇଥିଲା। ଯାହାକୁ ଦୁର୍ଘଟଣାଗ୍ରସ୍ତ ସୁଡ଼ଙ୍ଗ ମଧ୍ୟରେ ପଡ଼ି ରହିଥିବା ଆବର୍ଜନ ହଟାଇବା ପାଇଁ ବ୍ୟବହାର କରାଯାଉଛି। 

ବୁଧବାର ଦିନ ଆଗର ମେସିନ୍ ଆସି ପହଞ୍ଚିଥିଲା। ଏହି ଉଦ୍ଧାର କାର୍ଯ୍ୟରେ ବ୍ୟବହୃତ ହେଉଥିବା ଆଗର ମେସିନ ସବୁଜ କରିଡର ମାଧ୍ୟମରେ ଉତ୍ତରକାଶୀ ଜିଲ୍ଲାକୁ ପରିବହନ କରାଯାଇଥିଲା। ଏନେଇ କାର୍ଯ୍ୟକାରୀ ହୋଇଥିବା ଅଭିଯାନରେ ନରୱେ ଏବଂ ଥାଇଲ୍ୟାଣ୍ଡ ଭଳି ଦେଶର ବିଶେଷଜ୍ଞଙ୍କ ସହୟତା ମଧ୍ୟ ନିଆଯାଇଥିଲା। ଆପଣଙ୍କୁ କହିବାକୁ ଗଲେ ମଙ୍ଗଳବାର ରାତିରେ ହୋଇଥିବା ଭୂସ୍ଖଳନ ହେତୁ ବିକଳ୍ପ ଟନେଲ ନିର୍ମାଣ ପାଇଁ ହେଉଥିବା ଖୋଳିବା କାର୍ଯ୍ୟ ବନ୍ଦ କରିବାକୁ ପଡି଼ଥିଲା। ଏହା ପରେ ସୁଡ଼ଙ୍ଗ ଖୋଳିବା ପାଇଁ ଅଣାଯାଇଥିବା ମେସିନ୍ ମଧ୍ୟ ଖରାପ ହୋଇଯାଇଥିଲା। ଯେଉଁଥିପାଇଁ ଉଦ୍ଧାର କାର୍ଯ୍ୟ ମଧ୍ୟ ପ୍ରଭାବିତ ହୋଇଥିଲା।