Uttar Pradesh Police Social Media Policy: ରୀଲ୍ କରିବା ପଡ଼ିଲା ମହଙ୍ଗା, ଲାଇନ ହାଜର ହେଲେ ପୋଲିସ ମ୍ୟାଡାମ
Advertisement

Uttar Pradesh Police Social Media Policy: ରୀଲ୍ କରିବା ପଡ଼ିଲା ମହଙ୍ଗା, ଲାଇନ ହାଜର ହେଲେ ପୋଲିସ ମ୍ୟାଡାମ

Latest Viral News in Odia: ଡ୍ୟୁଟି ସମୟରେ ରୀଲ ବନାଇ ଲାଇନ ହାଜର ହୋଇଛନ୍ତି ପୋଲିସ ମ୍ୟାଡାମ। ଉତ୍ତର ପ୍ରଦେଶ ଆଗ୍ରା ଜିଲ୍ଲାର କିରାୱଲି ପୋଲିସ ଥାନାରେ ଦେଖିବାକୁ ମିଳିଛି ଏଭଳି ଘଟଣା। 

Uttar Pradesh Police Social Media Policy: ରୀଲ୍ କରିବା ପଡ଼ିଲା ମହଙ୍ଗା, ଲାଇନ ହାଜର ହେଲେ ପୋଲିସ ମ୍ୟାଡାମ

Viral News in Odia, Police Madam Line Hazir After Dancing on Reel: ନିକଟରେ ଉତ୍ତର ପ୍ରଦେଶ ସରକାର ରାଜ୍ୟ ପୋଲିସ ବିଭାଗ ଲାଗି ଜାରି କରିଥିଲେ ସୋସିଆଲ ମିଡ଼ିଆ ପଲିସି। ଯେଉଁଥିରେ ବ୍ୟବସ୍ଥା ରହିଥିଲା ଯେ ଡ୍ୟୁଟି ସମୟରେ ଯଦି କୌଣସି ପୋଲିସ୍ କର୍ମଚାରୀ ସୋସିଆଲ ମିଡ଼ିଆ ରୀଲ୍ ତିଆରି କରନ୍ତି ତାହେଲେ ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏହି ନୀତି କାର୍ଯ୍ୟକାରୀ ହେବା ପରେ ରାଜ୍ୟର ଆଗ୍ରା ଜିଲ୍ଲାରେ ଜଣେ ମହିଳା କନେଷ୍ଟବଳ ରୀଲ ସହ ନଜର ଆସିଛନ୍ତି। ଯାହାର ଭିଡ଼ିଓ ମଧ୍ୟ ଭାଇରାଲ ହୋଇଛି। ଏହି ଘଟଣା ସାମ୍ନାକୁ ଆସିବା ପରେ ତତ୍କାଳ ପ୍ରଭାବରେ ସେହି ମହିଳା ପୋଲିସ କର୍ମଚାରୀଙ୍କୁ ଲାଇନ ହାଜର କରାଯାଇଛି। ସୋସିଆଲ ମିଡ଼ିଆ ନୀତି କାର୍ଯ୍ୟକାରୀ ହେବା ପରେ ଏହା ହେଉଛି ପ୍ରଥମ କାର୍ଯ୍ୟାନୁଷ୍ଠାନ। 

ଉତ୍ତର ପ୍ରଦେଶ (Uttar Pradesh) ଆଗ୍ରା ଜିଲ୍ଲାର (Agra District) କିରାୱଲି ପୋଲିସ ଥାନାରେ (Kirawali Police Station) ନିଯୁକ୍ତ ହୋଇଥିବା ଜଣେ ମହିଳା କନଷ୍ଟେବଳ (UP Police Women Constable) ସୁନୈନା ଏକ ଇନଷ୍ଟାଗ୍ରାମ ରୀଲ୍ (Instagram Reel) ତିଆରି କରିଥିଲେ। ଯେଉଁଥିରେ ମହିଳା କନଷ୍ଟେବଳ ଜଣଙ୍କ ୟୁନିଫର୍ମ ସହ ନଜର ଆସୁଛନ୍ତି। ମହିଳା ପୋଲିସ କନଷ୍ଟେବଳ ସୁନୈନାଙ୍କ ଇନଷ୍ଟାଗ୍ରାମ ରୀଲ୍ ସୋସିଆଲ ମିଡିଆ ମାଧ୍ୟମରେ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି। ଯେତେବେଳେ ଉଚ୍ଚ ପଦାଧିକାରୀ ଘଟଣା ସମ୍ପର୍କରେ ଜାଣିଲେ, ସେମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେବା ସମୟରେ ବରିଷ୍ଠ ପୋଲିସ ଅଧିକାରୀ ମହିଳା କର୍ମଚାରୀଙ୍କୁ ଲାଇନ ହାଜର (Police Madam Line Hazir After Dancing on Reel) କରାଇଥିଲେ।

ବର୍ତ୍ତମାନ ଏହି ଘଟଣାରେ ବିଭାଗୀୟ ତଦନ୍ତ ତଦନ୍ତ କରାଯାଉଥିବା କୁହାଯାଉଛି। ଏହା ସହିତ ରୀଲ୍ ବନାଇବା ଘଟଣା ଉଚ୍ଚ କର୍ତ୍ତୃପକ୍ଷଙ୍କ ନଜରକୁ ଆସିବା ପରେ ଏହି ଇନଷ୍ଟାଗ୍ରାମ ରିଲ ହଟାଇ ଦିଆଯାଇଛି। ଏହି ମାମଲାରେ ଡିସିପି ୱେଷ୍ଟର୍ଣ୍ଣ ଜୋନ୍ ସୋନମ କୁମାର କହିଛନ୍ତି ଯେ, ମହିଳା କନଷ୍ଟେବଳ ସୁନୈନାଙ୍କୁ ଲାଇନ ହାଜର କରାଯିବା ସହ ବିଭାଗୀୟ ତଦନ୍ତ କରାଯାଉଛି। 

ନିକଟ ଅତୀତରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ (Uttar Pradesh Chief Minister Yogi Adityanath) ସୋସିଆଲ ମିଡିଆ ନୀତି (Social Media Policy For UP Police) ପ୍ରଣୟନ କରିଥିଲେ। ଯାହା ସୋସିଆଲ ମିଡିଆରେ ପୋଲିସ୍ କର୍ମଚାରୀ ସକ୍ରିୟ ରହିବାକୁ ନେଇ ନାରାଜ ହୋଇଉଠିଥିଲେ ମୁଖ୍ୟମନ୍ତ୍ରୀ ଯୋଗୀ। ସୋସିଆଲ ମିଡିଆ ନୀତି ଅନୁଯାୟୀ କୌଣସି ପୋଲିସ୍ କର୍ମଚାରୀ ଡ୍ୟୁଟି ସମୟରେ ସୋସିଆଲ୍ ମିଡିଆ ବ୍ୟବହାର କରିପାରିବେ ନାହିଁ। ହେଲେ ବର୍ତ୍ତମାନ ଭାଇରାଲ ହେଉଥିବା ଭିଡ଼ିଓ ସୋସିଆଲ ମିଡିଆ ନୀତି କାର୍ଯ୍ୟକାରୀ ହେବା ପୂର୍ବର ବୋଲି ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ କହିଛନ୍ତି।

ଏହା ପୂର୍ବରୁ ଏମ୍ ଗେଟ୍ ପୋଲିସ୍ ଷ୍ଟେସନ ଠାରେ କାର୍ଯ୍ୟରତ ମହିଳା କନଷ୍ଟେବଳ ପ୍ରିୟଙ୍କା ତାଙ୍କ ରୀଲ୍ ପାଇଁ ଚର୍ଚ୍ଚାକୁ ଆସିଥିଲେ। ଏହି ଘଟଣାରେ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ବିଭାଗୀୟ ଅଧିକାରୀ। ଏହା ଉପରେ ମହିଳା କନଷ୍ଟେବଳ ଜଣଙ୍କ ତାଙ୍କ ଚାକିରିରୁ ଇସ୍ତଫା ଦେଇଥିଲେ। ମହିଳା କନଷ୍ଟେବଳ ପ୍ରିୟଙ୍କା ପ୍ରାୟ ବର୍ଷେ କାଳ ଧରି ଚାକିରି କରିଥିଲେ। ଏହି ପ୍ରସଙ୍ଗ ସାମ୍ନକୁ ଆସିବା ପରେ ତାଙ୍କର ଫଲୋର୍ସ ସଂଖ୍ୟା ୬୦ ହଜାରରୁ ଅଧିକ ହୋଇଯାଇଥିଲା।